Posted inଖେଳ

ଆଇପିଏଲ୍‌: ଦୁର୍ନୀତି ରୋକିବାକୁ ଫ୍ରଡ୍‌ ଡିଟେକ୍ସନ ସର୍ଭିସ୍‌ ବ୍ୟବହାର କରାଯିବ

ନୂଆଦିଲ୍ଲୀ,୧୭।୯(ପି.ଟି.): ଏଥର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଦୁର୍ନୀତ ରୋକିବାକୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଦୁର୍ନୀତି ନିବାରଣ ବିଭାଗ (ଏସିୟୁ) ଏକ ନୂଆ ପଦକ୍ଷେପ ଗ୍ରହଣ କରିବ। ଏସିୟୁ ଫ୍ରଡ୍‌ ଡିଟେକ୍ସନ ସର୍ଭିସ (ଏଫ୍‌ଡିଏସ୍‌)ର ସାହାଯ୍ୟ ନେବ। ଏହା ଦ୍ୱାରା ବେଟିଂ ତଥା ଅନ୍ୟ ଦୁର୍ନୀତ ରୋକିବାକୁ ପ୍ରୟାସ କରାଯିବ ବୋଲି ବୋର୍ଡ ତରଫରୁ କୁହାଯାଇଛି।
ଏଥର ଫାଙ୍କା ଷ୍ଟାଡିୟମରେ ଆଇପିଏଲ୍‌ ମ୍ୟାଚ୍‌ ସବୁ ଖେଳାଯିବ। ଦୁର୍ନୀତି ରୋକିବା ପାଇଁ ଏସିୟୁ ମୁଖ୍ୟ ଅଜିତ ସିଂଙ୍କ ସମ୍ମୁଖରେ ବଡ଼ ଚ୍ୟାଲେଞ୍ଜ ରହିଛି। ଏଥିପାଇଁ ବିସିସିଆଇ ୟୁନାଇଟେଡ କିଙ୍ଗଡମ (ୟୁକେ)ର କମ୍ପାନୀ ସ୍ପୋର୍ଟରାଡାର ସହ ଏକ ଚୁକ୍ତିରେ ସ୍ବାକ୍ଷର କରିଛି। ଏସିୟୁ ସହିତ ଏହି କମ୍ପାନୀ ମିଳିତ ଭାବେ କାର୍ଯ୍ୟ କରିବ। ଏଥିପାଇଁ କମ୍ପାନୀ ତା’ର ଇଣ୍ଟିଗ୍ରିଟି ସର୍ଭିସ ଦେବ ବୋଲି ବୋର୍ଡ କହିଛି।
ଏହାପୂର୍ବରୁ ସ୍ପୋର୍ଟରାଡାର ଫିକ୍ସିଂ ଦ୍ୱାରା ପ୍ରଭାବିତ ହୋଇଥିବା ଗୋଆ ଫୁଟବଲ ଲିଗ୍‌ରେ କାର୍ଯ୍ୟ କରିଛି। ଫିଫା, ୟୁଇଏଫ୍‌ଏ ଓ ବିଶ୍ୱର ଅନ୍ୟ ଶ୍ରେଷ୍ଠ ଲିଗ୍‌ଗୁଡିକ ସହିତ ଏହି କମ୍ପାନୀ ମିଳିତ ଭାବେ କାର୍ଯ୍ୟକରି ବେଶ୍‌ ସଫଳତା ହାସଲ କରିଛି। ବିସିସିଆଇ ଏସିୟୁ କିଛିଦିନ ତଳେ ତାମିଲନାଡୁ ପ୍ରିମିୟର ଲିଗ୍‌ (ଟିଏନ୍‌ପିଏଲ୍‌) ବେଟିଂକୁ ରୋକିବାରେ ପ୍ରୟାସ କରି ସଫଳତା ହାସଲ କରିଥିଲା।
ଏଫ୍‌ଡିଏସ୍‌ ଦ୍ୱାରା ବେଟିଂ ସମ୍ପର୍କିତ ସବୁ ପ୍ରକାର କାର୍ଯ୍ୟକଳାପକୁ ଚିହ୍ନଟ କରିହେବ ବୋଲି ସ୍ପୋର୍ଟରାଡାର ତରଫରୁ କୁହାଯାଇଛି। ଏଥିପାଇଁ ସ୍ପୋର୍ଟରାଡାର ବୈଷୟିକ ଦୃଷ୍ଟିକୋଣରୁ ବେଶ୍‌ ଉନ୍ନତ ରହିଛି। ଏଥିପାଇଁ କମ୍ପାନୀ ୬୦୦ ସ୍ବାଧୀନ ବୁକ୍‌ମେକର୍ସଙ୍କୁ ଟ୍ରାକ୍‌ କରିବାର କ୍ଷମତା ରଖୁଛି। ପ୍ରତ୍ୟେକ ଦିନ ୫୦ ଲକ୍ଷ ଡାଟା ପ୍ରକ୍ରିୟାରେ ସାମିଲ କରିବ ଏହି କମ୍ପାନୀ। ବେଟିଂ ଓ ଦୁର୍ନୀତିକୁ ରୋକିବାକୁ ବିସିସିଆଇ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି ବୋଲି ବୋର୍ଡର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ତେବେ ଆଗାମୀ ଆଇପିଏଲ୍‌ରେ ବୋର୍ଡର ଏହି ପଦକ୍ଷେପ କେତେ ସଫଳ ହେଉଛି ତାହା ଦେଖିବାକୁ ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ICC ODI Rankingରେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ଙ୍କ ଦବ୍‌ଦବା: ଟପ୍‌-୪ରେ ୩ ଭାରତୀୟ, ଜାଣନ୍ତୁ କେଉଁ ସ୍ଥାନରେ ରୋହିତ-ବିରାଟ

ନୂଆଦିଲ୍ଲୀ,୨୩।୭: ICC ଦ୍ୱାରା ବୁଧବାର ନୂତନ ରାଙ୍କିଙ୍ଗ ଜାରି କରାଯାଇଛି। ଦିନିକିଆ ବ୍ୟାଟିଂ ରାଙ୍କିଙ୍ଗ୍‌ରେ ଭାରତୀୟ ବ୍ୟାଟ୍ସମ୍ୟାନମାନଙ୍କ ଦବଦବା ଜାରି ରହିଥିବାବେଳେ କ୍ୟାପଟେନ ଶୁବମନ ଗିଲ୍‌ ନମ୍ବର-୧…

ଟିମ୍‌ ଇଣ୍ଡିଆରେ ମିଳିଲାନି ସୁଯୋଗ, ଏବେ ଏହି ଟିମ୍‌ ପାଇଁ ଖେଳିବେ କୁଲଦୀପ ଯାଦବ 

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ ଦଳର ତାରକା ସ୍ପିନର କୁଲଦୀପ ଯାଦବଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଇଂଲଣ୍ଡ ବିପକ୍ଷ ସୀମିତ ଓଭର ସିରିଜରେ ଭାରତୀୟ…

BCCIର ବଡ଼ ଘୋଷଣା: ଏଣିକି ଏମିତି କଲେ ବୋଲରଙ୍କୁ…ନୂଆ ନିୟମ ଜାରି

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ୨୦୨୬-୨୭ ଘରୋଇ କ୍ରିକେଟ ସିଜନ ପୂର୍ବରୁ ଖେଳର ନିୟମରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି। ନୂତନ ନିୟମଗୁଡ଼ିକର ପ୍ରଭାବ…

ବିପଦରେ ବୈଭବ ସୂର୍ଯ୍ୟବଂଶୀଙ୍କ ସ୍ଥାନ! ଜିମ୍ବାୱେ ମ୍ୟାଚରେ ବିଫଳ ହେଲେ…

ନୂଆଦିଲ୍ଲୀ,୨୨।୭: ବୈଭବ ସୂର୍ଯ୍ୟବଂଶୀ ୧୫ ବର୍ଷ ବୟସରେ ନିଜର ଝଡ଼ ବ୍ୟାଟିଂ ବଳରେ ଟିମ ଇଣ୍ଡିଆରେ ସ୍ଥାନ ପାଇଛନ୍ତି। ସେ ଇଂଲଣ୍ଡ ବିପକ୍ଷ ଟି-ଟେଣ୍ଟି ଅନ୍ତର୍ଜାତୀୟ (T20I)…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ଚାମ୍ପିୟନ ସ୍ପେନ୍‌ ଦଳକୁ ଭବ୍ୟ ସ୍ବାଗତ

ମାଡ୍ରିଡ୍‌,୨୧ା୭: ସ୍ପେନ୍‌ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍‌ ରାସ୍ତାରେ ଏକତ୍ରିତ…

୬୪୭ ଦିନ ପରେ ଟିମ୍‌ ଇଣ୍ଡିଆକୁ ଫେରିବେ ଏହି ଘାତକ ଖେଳାଳି: ବଢୁଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୧।୭: ଇଂଲଣ୍ଡ ବିପକ୍ଷ ନିରାଶାକୁ ପଛରେ ପକାଇ, ଭାରତୀୟ କ୍ରିକେଟ ଦଳ ଏବେ ଜିମ୍ବାୱେ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବାକୁ ପ୍ରସ୍ତୁତ। ଶ୍ରେୟସ…

ଟିମ ଇଣ୍ଡିଆରେ ବଡ଼ ଧରଣର ଅଦଳବଦଳ: ବିଦାୟ ନେଲେ ଏହି କୋଚ୍‌! ଶେଷ ହେଲା ୫ ବର୍ଷର ଯାତ୍ରା

ମୁମ୍ବାଇ,୨୧।୭: ଇଂଲଣ୍ଡ ବିପକ୍ଷରେ ଟିମ ଇଣ୍ଡିଆକୁ ଟି-20 ଏବଂ ଦିନିକିଆ ସିରିଜରେ ଶୋଚନୀୟ ପରାଜୟର ସାମ୍ନା କରିବାକୁ ପଡ଼ିଛି। ଇଂଲଣ୍ଡ ପ୍ରଥମେ ଭାରତକୁ ଟି-20 ସିରିଜରେ ୪-୦ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri