Posted inଖେଳ

ଅପ୍‌ଗ୍ରେଡ୍‌ ହେବ ୮ ଖେଲୋ ଇଣ୍ଡିଆ ସ୍ପୋଟର୍‌ସ ସେଣ୍ଟର ଅଫ୍‌ ଏକ୍ସିଲେନ୍ସି

ନୂଆଦିଲ୍ଲୀ,୧୭।୯(ପି.ଟି.): ଦେଶରେ ୮ଟି ଖେଲୋ ଇଣ୍ଡିଆ ଷ୍ଟେଟ୍‌ ସେଣ୍ଟର ଅଫ୍‌ ଏକ୍ସିଲେନ୍ସି (କେଆଇଏସ୍‌ସିଇ)କୁ ଅପ୍‌ଗ୍ରେଡ୍‌ କରାଯିବ। ଏ ନେଇ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଏ ବାବଦରେ ୯୫.୧୯ କୋଟି ଟଙ୍କା ବୟ ଅଟକଳ କରାଯାଇଛି। ଦେଶରେ କ୍ରୀଡ଼ା ପ୍ରତିଭା ଚିହ୍ନଟ ଓ ସେମାନଙ୍କୁ ଅଲିମ୍ପିକ ଚାମ୍ପିୟନରେ ପରିଣତ କରିବାକୁ ଏପରି ନିଷ୍ପତ୍ତି ନିଆଯାଇଛି ବୋଲି ମନ୍ତ୍ରଣାଳୟ ତରଫରୁ କୁହାଯାଇଛି।
ପ୍ରାରମ୍ଭିକ ପର୍ଯ୍ୟୟରେ ୮ଟି ରାଜ୍ୟରେ କେଆଇଏସ୍‌ସିଇ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଓଡ଼ିଶାର କଳିଙ୍ଗ ଷ୍ଟାଡିୟମ, ମିଜୋରାମ, ତେଲଙ୍ଗାନା, ମଣିପୁର, ନାଗାଲାଣ୍ଡ, ଅରୁଣାଚଳ ପ୍ରଦେଶ, କର୍ନାଟକ ଓ କେରଳରେ କେଆଇଏସ୍‌ସିଇ ପ୍ରତିଷ୍ଠା ହେବ। ଏହି ସବୁ ରାଜ୍ୟରେ କେଆଇଏସ୍‌ସିଇଗୁଡିକର ଉନ୍ନତି କରାଯିବ। ଏହି କ୍ରମରେ ଭିତ୍ତିଭୂମିର ଉନ୍ନତି, ସ୍ପୋଟର୍‌ସ ସାଇନ୍ସ ପ୍ରତିଷ୍ଠା ଓ କ୍ୱାଲିଟି କୋଚ୍‌, ପିଜିଓଥେରାପିଷ୍ଟ, ଷ୍ଟ୍ରେନ୍ଥ ଆଣ୍ଡ କଣ୍ଡିସନିଂ ଏକ୍ସପର୍ଟ ନିଯୁକ୍ତି ଦିଆଯିବ। ସବୁ ଖେଳାଳିଙ୍କୁ ଉଚ୍ଚକୋଟୀର କ୍ରୀଡ଼ା ସରଞ୍ଜାମ ପ୍ରଦାନ କରାଯିବ। ଏକାଡେମୀରେ ହାଇ ପରଫର୍ମାନ୍ସ ମ୍ୟାନେଜର ରହିବେ। ଫରଫର୍ମାନ୍ସ ମ୍ୟାନେଜମେଣ୍ଟ ଓ କ୍ୱାଲିଟି ସ୍ପୋଟର୍‌ସ ସାଇନ୍ସ ଇନ୍‌ପୁଟ୍‌ ଦେବାରେ ହାଇ ପରଫର୍ମାନ୍ସ ମ୍ୟାନେଜରଙ୍କ ଭୂମିକା ରହିବ।
ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକ ସହ ମିଶି ମନ୍ତ୍ରଣାଳୟ ଏବେ ଥିବା କ୍ରୀଡ଼ା ଭିତ୍ତିଭୂମିର ଉନ୍ନତି କରିବ। ମନ୍ତ୍ରଣାଳୟ କହିବା ଅନୁସାରେ ପ୍ରତ୍ୟେକ କେଆଇଏସ୍‌ସିଇରେ ୧୪ଟି ଅଲିମ୍ପିକ୍‌ କ୍ରୀଡ଼ାକୁ ଗୁରୁତ୍ୱ ଦେବା ସହ ଆଥଲେଟମାନଙ୍କୁ ଅଧିକରୁ ଅଧିକ ସାହାଯ୍ୟ କରିବ। ତେବେ ଗୋଟିଏ ରାଜ୍ୟ କିମ୍ବା କେନ୍ଦ୍ର ଶାସିତ ଅଞ୍ଚଳରେ ୩ଟି ଅଲିମ୍ପିକ କ୍ରୀଡ଼ାକୁ ସମର୍ଥନ ଦିଆଯିବ।
ଦେଶରେ କ୍ରୀଡ଼ା ସଂସ୍କୃତିର ଉନ୍ନତି ଓ ଅଲିମ୍ପିକ୍ସରେ ଭାରତର ପ୍ରଦର୍ଶନକୁ ଦୃଷ୍ଟାନ୍ତମୂଳକ କରିବା ପାଇଁ ସରକାର ଏଭଳି ସବୁ ଗଠନମୂଳକ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି। କେତୋଟି ନିର୍ଦ୍ଦିଷ୍ଟ କ୍ରୀଡ଼ାରେ ଆଥଲେଟମାନଙ୍କୁ ଦକ୍ଷକରି ଗଢିତୋଳିବା ପାଇଁ ଓ ସେମାନଙ୍କୁ ଉଚ୍ଚକୋଟୀର ପ୍ରଶିକ୍ଷଣ ଓ ସୁବିଧା ସୁଯୋଗ ଦେବାକୁ ଏହି ସେଣ୍ଟରଗୁଡିକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ। ୨୦୨୮ ଅଲିମ୍ପିକ୍ସରେ ଭାରତ ପଦକ ତାଲିକାରେ ଶ୍ରେଷ୍ଠ ୧୦ଟି ସ୍ଥାନରେ ରହିବା ଲକ୍ଷ୍ୟରେ ସରକାର ଏହିସବୁ ପଦକ୍ଷେପ ନେଉଛନ୍ତି। ଭାରତ ଅବଶ୍ୟ ଏଥିରେ ସଫଳ ହେବ ବୋଲି ରିଜିଜୁ ଆଶାପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦଣ୍ଡିତ ହେଲା ପାକିସ୍ତାନ ଦଳ

ଦୁବାଇ,୧୪ା୯: ବର୍ମିଂହାମ୍‌ଠାରେ ଇଂଲଣ୍ଡ ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟରେ ସ୍ଲୋ-ଓଭର ରେଟ୍‌ ପାଇଁ ପାକିସ୍ତାନ ଦଳକୁ ମ୍ୟାଚ୍‌ ଫି’ର ୫୦ ପ୍ରତିଶତ ଜରିମାନା କରାଯାଇଛି। ଏହାଛଡ଼ା ୧୧…

ଚାମ୍ପିୟନ ପୁରୁଷ, ମହିଳା ଦଳକୁ ରାଷ୍ଟ୍ରପତିଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ,୧୪ା୯: ଜବରଦସ୍ତ ପ୍ରଦର୍ଶନ ସହ ଉଭୟ ଜୁନିୟର ପୁରୁଷ ଓ ମହିଳା ହକି ଏସିଆ କପ୍‌ ଜିତିଥିବା ଭାରତୀୟ ଦଳକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଅଭିନନ୍ଦନ…

ପ୍ରଥମ ଟି-୨୦ରେ ଅଭିଷେକଙ୍କ ବଡ଼ କାରନାମା, ଭାଙ୍ଗିଲେ ୩ ବଡ଼ ରେକର୍ଡ; ଭାରତୀୟଙ୍କ ମଧ୍ୟରେ ନମ୍ବର-୧

ନୂଆଦିଲ୍ଲୀ,୧୪।୯: ଆଫଗାନିସ୍ତାନ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚରେ ଭାରତ ୭ ଉଇକେଟ୍‌ରେ ଜିତିଛି। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଭାରତ ସମ୍ମୁଖରେ ୧୫୭ ରନର ବିଜୟ ଲକ୍ଷ୍ୟ…

ଟିମ ଇଣ୍ଡିଆ କାହିଁକି ଗ୍ରହଣ କଲା ନାହିଁ ଟ୍ରଫି? ଜବାବ ରଖିଲା BCCI

ନୂଆଦିଲ୍ଲୀ,୧୪।୯: ମୋହସିନ ନକଭିଙ୍କ ଠାରୁ ଟ୍ରଫି ଗ୍ରହଣ ନ କରିବାକୁ ନେଇ ଟିମ ଇଣ୍ଡିଆ ନେଇଥିବା ନିଷ୍ପତ୍ତି ଉପରେ BCCI ପ୍ରତିକ୍ରିୟା ରଖିଛି। BCCI ସମ୍ପାଦକ ଦେବଜିତ…

‘ନକଭିଙ୍କ ଖେଳ…’ ‘ଚୋର’ ବୋଲି ସ୍ଲୋଗାନରେ ପାକିସ୍ତାନ କ୍ଷୁବ୍ଧ; ଭାରତ ଗ୍ରହଣ କଲା ନାହିଁ ଟ୍ରଫି

ନୂଆଦିଲ୍ଲୀ,୧୪।୯: ଭାରତୀୟ ମହିଳା କ୍ରିକେଟ ଦଳ ଶ୍ରୀଲଙ୍କାକୁ ୭୨ ରନରେ ପରାସ୍ତ କରି ୨୦୨୬ ମହିଳା ଏସିଆ କପ ଟାଇଟଲ ଜିତିଥିଲା, କିନ୍ତୁ ମ୍ୟାଚ ପରବର୍ତ୍ତୀ ଟ୍ରଫି…

ପୁଣି ସର୍ବସାଧାରଣରେ ଅପମାନ ପାଇଲା ପାକିସ୍ତାନ, ଟିମ ଇଣ୍ଡିଆ କଲା ଏମିତି କାମ

ନୂଆଦିଲ୍ଲୀ,୧୪।୯: ଭାରତୀୟ ଦଳ ଶ୍ରୀଲଙ୍କାକୁ ପରାସ୍ତ କରି ମହିଳା ଏସିଆ କପ ୨୦୨୬ର ଟାଇଟଲ ଜିତିଛି। ଫାଇନାଲ ମ୍ୟାଚରେ ଭାରତୀୟ ଦଳ ୭୨ ରନରେ ବିଜୟୀ ହୋଇଥିଲା,…

ସଚିନଙ୍କ ବିଶାଳ ଟେଷ୍ଟ ରେକର୍ଡ ଭାଙ୍ଗିଲେ ଜୋ ରୁଟ୍‌, ଜାଣନ୍ତୁ…

ଏଜବାଷ୍ଟନ,୧୩ା୯: ଇଂଲଣ୍ଡର ଭେଟେରାନ ବ୍ୟାଟର ଜୋ ରୁଟ୍‌ ତାଙ୍କ କ୍ୟାରିୟରରେ ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ୧୪୭ ବର୍ଷର ଟେଷ୍ଟ କ୍ରିକେଟ ଇତିହାସରେ ନିର୍ଦ୍ଦିଷ୍ଟ…

Video: ସତରେ ସେମାନେ ହିରୋ! ଭାରତୀୟ କ୍ରିକେଟରଙ୍କର ୮୦ ଦଶକର ଲୁକ (look) ଦେଖନ୍ତୁ, ବୈଭବଙ୍କ ଲୁକ୍ସ ତ…

ନୂଆଦିଲ୍ଲୀ,୧୩।୯: ୧୯୮୦ ଦଶକ ବହୁତ ଆଗରୁ ବିତିଯାଇଥିଲେ ମଧ୍ୟ, ଟିମ ଇଣ୍ଡିଆର ଖେଳାଳିମାନଙ୍କୁ ହଠାତ ସେହି ସମୟର ଲୁକ ବା ବେଶଭୂଷାରେ ଦେଖିବାକୁ ମିଳିଥିଲା। ଆଫଗାନିସ୍ତାନ ବିପକ୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?