Posted inଖେଳ

କ୍ୱାରାଣ୍ଟାଇନ୍‌ ପିରିୟଡ ହ୍ରାସ ପାଇଁ ନିବେଦନ

ନୂଆଦିଲ୍ଲୀ, ୧୬ା୯ (ପି.ଟି.)- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଖେଳିବାକୁ ଥିବା ଅଷ୍ଟ୍ରେଲିଆ ଓ ଇଂଲିଶ ଷ୍ଟାର ଖେଳାଳିମାନେ କ୍ୱାରାଣ୍ଟାଇନ୍‌ ପିରିୟଡ ହ୍ରାସ କରିବା ଲାଗି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)କୁ ନିବେଦନ କରିଛନ୍ତି। ୬ ଦିନ ପରିବର୍ତ୍ତେ ୩ ଦିନ କରାଗଲେ ସେମାନେ ଟୁର୍ନାମେଣ୍ଟ ଆରମ୍ଭରୁ ଖେଳିପାରିବେ ବୋଲି କହିଛନ୍ତି। ବର୍ତ୍ତମାନ ଇଂଲଣ୍ଡ-ଅଷ୍ଟ୍ରେଲିଆ ହ୍ବାଇଟ୍‌ ବଲ୍‌ ସିରିଜରେ ସାମିଲ ଥିବା ୨୧ଜଣ ଖେଳାଳି ଏକ ସ୍ବତନ୍ତ୍ର ବିମାନରେ ମାଞ୍ଚେଷ୍ଟରରୁ ଆସି ସେପ୍ଟେମ୍ବର ୧୭ରେ ଦୁବାଇରେ ପହଞ୍ଚତ୍ବାକୁ ଥିବାବେଳେ ଟୁର୍ନାମେଣ୍ଟ ସେପ୍ଟେମ୍ବର ୧୯ରୁ ଆରମ୍ଭ ହେଉଛି। ଖେଳାଳିମାନେ ଗୋଟିଏ ହେଲେ ମ୍ୟାଚ୍‌ ମିସ୍‌ କରିବାକୁ ଚାହୁଁନାହାନ୍ତି। କ୍ୱାରାଣ୍ଟାଇନ୍‌ ପିରିୟଡ ୩ ଦିନକୁ ହ୍ରାସ କରିବା ଲାଗି ଉଭୟ ଦେଶର ଖେଳାଳିଙ୍କ ତରଫରୁ ଜଣେ ବିଗ୍‌ ହିଟିଂ ଷ୍ଟାର ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କୁ ଅନୁରୋଧ କରିଛନ୍ତି। ଟୁର୍ନାମେଣ୍ଟର ପ୍ରସ୍ତୁତି କାର୍ଯ୍ୟ ତଦାରଖ ପାଇଁ ଗାଙ୍ଗୁଲି ଅନ୍ୟକର୍ମକର୍ତ୍ତାଙ୍କ ସହ ଏବେ ୟୁଏଇରେ ଅଛନ୍ତି। ସେ କିନ୍ତୁ ଏହା ଉପରେ କୌଣସି ମନ୍ତବ୍ୟ ଦେଇ ନାହାନ୍ତି। ଖେଳାଳିମାନଙ୍କ ଯୁକ୍ତି ହେଲା ସେମାନେ ପ୍ରଥମେ ଅଷ୍ଟ୍ରେଲିଆ ଏବଂ ପରେ ୟୁକେରେ ଏକ ବାୟୋ-ବବଲ ମଧ୍ୟରେ ରହି ଆସିଛନ୍ତି। ସେମାନେ ବହୁଦିନ ହେଲା ବାହାର ସଂସ୍ପର୍ଶରେ ଆସି ନ ଥିବାରୁ ଗୋଟିଏ ବାୟୋ-ବବଲରୁ ଅନ୍ୟଟିରେ ପ୍ରବେଶ ପାଇଁ ଅନୁମତି ଦିଆଯିବା ଉଚିତ୍‌। ଉଭୟ ସାଉଥାମ୍ପଟନ ଓ ମାଞ୍ଚେଷ୍ଟରରେ ସେମାନଙ୍କୁ ହିଲ୍‌ଟନ ହୋଟେଲରେ ଅବସ୍ଥାନ କରିବାକୁ ହୋଇଥିଲା, ଯାହାକି ଷ୍ଟାଡିୟମର ଅଂଶବିଶେଷ ଥିଲା। ପ୍ରତି ୫ମ ଦିବସରେ ସେମାନଙ୍କର ଟେଷ୍ଟ ହେଉଥିଲା। ଏପରିକି ୟୁକେ ଛାଡ଼ିବା ପୂର୍ବରୁ ସେମାନଙ୍କର କରୋନା ଟେଷ୍ଟ ହେବ। ୟୁଏଇରେ ପହଞ୍ଚତ୍ବାର ପ୍ରଥମ ଓ ତୃତୀୟ ଦିବସରେ ମଧ୍ୟ ସେମାନଙ୍କର ଟେଷ୍ଟ ହେବ। ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ଦ୍ୱାରା ସୃଷ୍ଟି ହୋଇଥିବା ସେଫ୍ଟି ବବଲରେ ଖେଳାଳିମାନଙ୍କ ରୁମ୍‌କୁ ଏପରିକି ହାଉସ୍‌କିପିଂଙ୍କୁ ଅନୁମତି ନ ଥିଲା। ସେମାନେ କମର୍ସିଆଲ ବିମାନ ପରିବର୍ତ୍ତେ ଚାର୍ଟାର୍ଡ ବିମାନରେ ୟୁଏଇ ଯିବେ। ୬ଦିନିଆ କ୍ୱାରାଣ୍ଟାଇନ୍‌ରେ ପ୍ରଭାବିତ ହେବାକୁ ନ ଥିବା ଏକମାତ୍ର ଦଳ ହେଲା କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌)। କାରଣ ଏହି ଦଳ ସେପ୍ଟେମ୍ବର ୨୩ରେ ଏହାର ଉଦ୍‌ଘାଟନୀ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଖେଳିବ। କେକେଆର୍‌ର ରୋଷ୍ଟରରେ ଟମ୍‌ ବାଣ୍ଟନ, ଇଅନ ମୋର୍ଗାନ ଓ ପ୍ୟାଟ୍‌ କୁମିନ୍ସ ରହିଛନ୍ତି। ତେବେ ଦଳର ପ୍ରଥମ ଏକାଦଶରେ ଅତି କମ୍‌ରେ ଦୁଇ ଖେଳାଳି ସ୍ଥାନ ପାଇବେ। ସେମାନେ ହେଲେ ଆନ୍ଦ୍ରେ ରସେଲ ଓ ସୁନିଲ ନାରିନ୍‌। ତେବେ ଓପନିଂ ଗେମ୍‌ ପାଇଁ ଯଦି ଜୋଫ୍ରା ଆର୍ଚର, ଜୋସ୍‌ ବଟଲର ଓ ଷ୍ଟିଭ୍‌ ସ୍ମିଥ୍‌ଙ୍କ ଭଳି ଖେଳାଳିଙ୍କ ଅନୁପସ୍ଥିତି ଦ୍ୱାରା ରାଜସ୍ଥାନ ରୟାଲ୍ସ କ୍ଷତିଗ୍ରସ୍ତ ହେବ। ପିତାଙ୍କ ଅସୁୁସ୍ଥତା ଯୋଗ ବେନ୍‌ ଷ୍ଟୋକ୍ସ ଅତିକମ୍‌ରେ ଟୁର୍ନାମେଣ୍ଟର ପ୍ରଥମାର୍ଦ୍ଧ ଖେଳିପାରିବେ ନାହିଁ। ସନରାଇଜର୍ସ ହାଇଦ୍ରାବାଦ ଏହାର ଅଧିନାୟକ ଡେଭିଡ୍‌ ଓ୍ବାର୍ନର ଏବଂ ତାଙ୍କ ଓପନିଂ ପାର୍ଟନର ଜନି ବେୟାରଷ୍ଟୋ ଅତିକମ୍‌ରେ ପ୍ରଥମ ଗେମ୍‌ ମିସ୍‌ କରିବେ। ନିୟମାନୁସାରେ ୬ ଦିନ କ୍ୱାରାଣ୍ଟାଇନ୍‌ରେ ରହିଲେ ଚେନ୍ନାଇ ସୁପର କିଙ୍ଗ୍ସ ଏହାର ପ୍ରଥମ ଦୁଇଟି ଗେମ୍‌ ଜୋସ୍‌ ହାଜ୍‌ଲେଉଡ୍‌ ଓ ସାମ୍‌ କୁରାନ୍‌ଙ୍କ ବିନା ଖେଳିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଶ୍ୱକପ୍‌ ଜିତିବା ସ୍ବପ୍ନ ଧୂଳିସାତ୍‌! ଆର୍ଜେଣ୍ଟିନାଠାରୁ ଲଜ୍ଜାଜନକ ପରାଜୟ ପରେ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ,୨୪।୮: ଭାରତୀୟ ଦଳ ୨୦୨୬ ହକି ବିଶ୍ୱକପ୍‌ରେ ସୋମବାର (୨୪ ଅଗଷ୍ଟ) ଆର୍ଜେଣ୍ଟିନା ବିପକ୍ଷ ମ୍ୟାଚରେ ୫-୩ ଗୋଲ୍‌ରେ ଲଜ୍ଜାଜନକ ପରାଜୟର ସାମ୍ନା କରିଛି। ଆମ୍ସଟେଲଭିନର ୱାଗନର୍‌…

କଲମ୍ବୋ ଟେଷ୍ଟରେ ଜୁରେଲଙ୍କ ଅପରାଜିତ ଶତକ, ଦୃଢ଼ ସ୍ଥିତିରେ ଟିମ୍‌ ଇଣ୍ଡିଆ

କଲମ୍ବୋ,୨୪ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଦ୍ୱିତୀୟ ଦିନ ଶେଷ ସୁଦ୍ଧା ଭାରତ ଦୃଢ଼ ସ୍ଥିତିରେ ରହିଛି। ମ୍ୟାଚ୍‌ର ପ୍ରଥମ ଦିନ ଦେବଦତ୍ତ…

କାନିଜ୍‌ସା ଓପନ୍‌ ଚେସ୍‌ ଟାଇଟଲ ହାସଲ କଲେ ପ୍ରଣେଶ

କାନିଜ୍‌ସା(ହଙ୍ଗେରୀ),୨୪ା୮: ଜର୍ମାନୀର ଭାଦିମ ପେତ୍ରୋଭସ୍କିଙ୍କ ବିପକ୍ଷରେ ଏକ ରୋମାଞ୍ଚକ ବିଜୟ ହାସଲ କରି ଭାରତୀୟ ଗ୍ରାଣ୍ଡମାଷ୍ଟର ପ୍ରଣେଶ ଏମ୍‌ ସମ୍ମାନଜନକ କାନିଜ୍‌ସା ଓପନ ଚେସ୍‌ ଟାଇଟଲ ହାସଲ…

ଧୋନୀଙ୍କ ଐତିହାସିକ ରେକର୍ଡ ଭାଙ୍ଗିଲେ ରିଷଭ ପନ୍ତ: ଭାରତର ସବୁଠୁ ସଫଳ…

ନୂଆଦିଲ୍ଲୀ,୨୪।୮: ଭାରତର ଉଇକେଟକିପର-ବ୍ୟାଟସମ୍ୟାନ ରିଷଭ ପନ୍ତ ଏବେ ଚମତ୍କାର ଫର୍ମରେ ଅଛନ୍ତି। ତାଙ୍କର ଶେଷ ଚାରୋଟି ଟେଷ୍ଟ ଇନିଂସରେ ତିନୋଟି ଅର୍ଦ୍ଧଶତକ ମାରିଛନ୍ତି। ସେ କଲମ୍ବୋ ଟେଷ୍ଟରେ…

ଯଶସ୍ବୀ ଜୟସ୍ବାଲଙ୍କୁ ବଡ଼ ଝଟ୍‌କା: ICC ଦେଲା ଏମିତି ଦଣ୍ଡ

ନୂଆଦିଲ୍ଲୀ,୨୪।୮: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଭାରତୀୟ କ୍ରିକେଟ ଦଳର ଷ୍ଟାର ଓପନିଂ ବ୍ୟାଟ୍ସମ୍ୟାନ ଯଶସ୍ବୀ ଜୟସ୍ବାଲଙ୍କୁ ଏକ ଝଗଡ଼ା ପାଇଁ ଦଣ୍ଡିତ କରିଛି। ଶ୍ରୀଲଙ୍କା ବୋଲର…

ପଡିକଲଙ୍କ କ୍ରମାଗତ ଦ୍ୱିତୀୟ ଶତକ, ଭାରତ ୩୦୦/୫

କଲମ୍ବୋ, ୨୩ା୮- ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ରବିବାରଠାରୁ ଦ୍ୱିତୀୟ ଟେଷ୍ଟ କ୍ରିକେଟ ମ୍ୟାଚ୍‌ ଆରମ୍ଭ ହୋଇଯାଇଛି। ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ ପ୍ରଥମ ଦିନ…

ଇମ୍ରାନ୍ ଖାନଙ୍କ ପାଇଁ ଆଗକୁ ଆସିଲେ ଗାଭାସ୍କର-କପିଲ ଦେବ, ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି

ଇସଲାମବାଦ,୨୩।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଆନ୍ତର୍ଜାତୀୟ କ୍ରିକେଟର ୨୨ ଜଣ ପୂର୍ବତନ ଅଧିନାୟକ। ଇମ୍ରାନ ଖାନଙ୍କୁ ଉନ୍ନତ ଚିକିତ୍ସା ସୁବିଧା…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri