ଖେଳ

୪୫ ବର୍ଷର କମେଣ୍ଟ୍ରି କ୍ୟାରିୟରକୁ ଅଲବିଦା କହିଲେ ଚାପେଲ

ମେଲବୋର୍ନ, ୧୬।୮: ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଇଆନ ଚାପେଲ କମେଣ୍ଟ୍ରି ଜଗତକୁ ଅଲବିଦା କହିଛନ୍ତି। ସେ ପ୍ରାୟ ୪୫ ବର୍ଷ ଧରି ସେ ଭାଷ୍ୟକାର ଭୂମିକାରେ ନଜର ଆସିଥିଲେ। ରିଚି ବେନୋ, ବିଲ ଲୋରି ଏବଂ ଟନି ଗ୍ରିଗଙ୍କ ସହ ମିଶି…

ଭାରତୀୟ ଫୁଟବଲ ମହାସଂଘକୁ ନିଲମ୍ବିତ କଲା ଫିଫା

ନୂଆଦିଲ୍ଲୀ,୧୬ ।୮: ବିଶ୍ୱ ଫୁଟବଲ ସଂଚାଳନ ସଂସ୍ଥା ଫିଫା ତୃତୀୟ ପକ୍ଷର ହସ୍ତକ୍ଷେପ କାରଣରୁ ଭାରତୀୟ ଫୁଟବଲ ମହାସଂଘ(ଏଆଇଏଫ)କୁ ତତ୍କାଳ ପ୍ରଭାବ ଅନୁଯାୟୀ ନିଲମ୍ବିତ କରିଛି । ଫିଫା ନିୟମର ଘୋର ଉଲ୍ଲଂଘନ କାରଣରୁ ଏହି ନିଷ୍ପତ୍ତି ନିଆଯାଇଛି । ଅନ୍ୟପଟେ…

ହାତରେ ତ୍ରିରଙ୍ଗା ଧରି ଶୁଭେଚ୍ଛା ଜଣାଇଲେ ଭାରତୀୟ ଖେଳାଳି

ଆଜି ଦେଶ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବାଧୀନତା ଦିବସରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇବା ପରେ ଲାଲକିଲ୍ଲାରେ ତ୍ରିରଙ୍ଗା ଉଡାଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ ଭାରତୀୟ ଖେଳାଳିମାନେ ମଧ୍ୟ ସ୍ବାଧୀନତାର ଅମୃତ ମହୋତ୍ସବଙ୍କ ଅବସରରେ ଶୁଭେଚ୍ଛା…

ରେକର୍ଡ ଭାଙ୍ଗିଲେ ପୂଜାରା

ଲଣ୍ଡନ,୧୫।୮: ଭାରତୀୟ କ୍ରିକେଟର୍‌ ଚେତେଶ୍ୱର ପୂଜାରା ତାଙ୍କ କ୍ୟାରିୟରର ସର୍ବଶ୍ରେଷ୍ଠ ଫର୍ମରେ ଅଛନ୍ତି। ଟେଷ୍ଟ ଦଳରୁ ଓହରିଯିବା ପରେ ସେ ଇଂଲଣ୍ଡରେ କାଉଣ୍ଟି କ୍ରିକେଟ ଖେଳିବାକୁ ନିଷ୍ପତ୍ତି ନେଇଥିଲେ। ସସେକ୍ସ ପାଇଁ ଖେଳି ସେ ୮ଟି ମ୍ୟାଚରେ ୫ ଶତକ ହାସଲ…

ଆଜିକୁ ପୂରିଲା ଦୁଇ ବର୍ଷ

ନୂଆଦିଲ୍ଲୀ,୧୫।୮: ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ୨୦୨୦ ଅଗଷ୍ଟ ୧୫ରେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ଘୋଷଣା କରିଥିଲେ। ସାରା ଦେଶ ସ୍ବାଧୀନତା ଦିବସ ପାଳନ କରୁଥିବା ବେଳେ ସନ୍ଧ୍ୟା ୭ଟା ୨୯ ମିନିଟ୍‌ରେ ସେ ଏନେଇ ଘୋଷଣା…

‘ପାକିସ୍ତାନରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପରି ନାହାଁନ୍ତି ଅଲରାଉଣ୍ଡର’

ଇସ୍‌ଲାମାବାଦ,୧୫।୮: ଆଇପିଏଲ ୨୦୨୨ରେ ଆଘାତ ହେବାପରେ ହାର୍ଦ୍ଦିକ ପାଣ୍ଡ୍ୟା ଦମ୍‌ଦାର ପ୍ରତ୍ୟାବର୍ତ୍ତନ କରିଛନ୍ତି। ସେ ବଡ଼ ଟୁର୍ନାମେଣ୍ଟରେ ଟିମ୍‌ ଇଣ୍ଡିଆର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶ ହେବାକୁ ଯାଉଛନ୍ତି। ୨୭ ଅଗଷ୍ଟରୁ ୟୁଏଇରେ ଟି-୨୦ ଏସିଆ କପ୍‌ ଅନୁଷ୍ଠିତ ହେବାକୁ ଯାଉଛି। ଅଗଷ୍ଟ…

ବିଶ୍ୱରେକର୍ଡ କଲେ ଏହି ବ୍ୟାଟ୍ସମ୍ୟାନ୍‌

ଜାମାଇକା,୧୫।୮: ନ୍ୟୁଜିଲାଣ୍ଡ ଦଳର ଓପନର୍‌ ମାର୍ଟିନ ଗୁପ୍ତିଲ ଭାରତୀୟ କ୍ରିକେଟ ଦଳର ଓପନର୍‌ ରୋହିତ ଶର୍ମାଙ୍କୁ ପଛରେ ପକାଇ ଅନ୍ତର୍ଜାତୀୟ ଟି-୨୦ ସର୍ବାଧିକ ରନ ସ୍କୋରର ହୋଇଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଶେଷ ମ୍ୟାଚରେ ଗୁପ୍ତିଲ…

ଦେଶର ନାଁ ପରିବର୍ତ୍ତନ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କଲେ ଏହି କ୍ରିକେଟର୍‌ଙ୍କ ସ୍ତ୍ରୀ

ନୂଆଦିଲ୍ଲୀ,୧୫।୮: ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ସ୍ତ୍ରୀ ହସିନ ଜାହାଁ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି। ସେ ଶାମିଙ୍କ ବିରୋଧରେ ଅନେକ ଗମ୍ଭୀର ଅଭିଯୋଗ ଆଣିଥିଲେ। ସେବେଠାରୁ ସେ ନିରନ୍ତର ବିବାଦରେ ରହିଆସୁଛନ୍ତି। ବର୍ତ୍ତମାନ ସେ ଦେଶର ନାମ ପରିବର୍ତ୍ତନ…

ଓଡ଼ିଶାର ୪ ଫୁଟ୍‌ବଲ କୋଚ୍‌ ଉତ୍ତୀର୍ଣ୍ଣ

ଭୁବନେଶ୍ୱର,୧୫ା୮ (ସ୍ପୋଟର୍‌ସ ବ୍ୟୁରୋ): ସମ୍ମାନଜନକ ଏଏଫ୍‌ସି ‘ବି’ ଡିପ୍ଲୋମା ଫୁଟ୍‌ବଲ କୋଚିଂ ପାଠ୍ୟକ୍ରମରେ ଓଡ଼ିଶାର ୪ ଫୁଟ୍‌ବଲ କୋଚ୍‌ କୃତିତ୍ୱର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି। ଭୁବନେଶ୍ୱରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶାରୁ ୭ ସମେତ ସମଗ୍ର ଦେଶରୁ ୨୪ ଜଣ କୋଚ୍‌…

ଦକ୍ଷିଣ ଆଫ୍ରିକାକୁ ବଡ଼ ଝଟକା

ଲଣ୍ଡନ,୧୪ା୮: ଇଂଲଣ୍ଡ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ୍‌ ପୂର୍ବରୁ ଦକ୍ଷିଣ ଆଫ୍ରିକାକୁ ଲାଗିଛି ବଡ଼ ଝଟକା। ହାର୍ମଷ୍ଟ୍ରିଙ୍ଗ୍‌ ଆଘାତ କାରଣରୁ ସିରିଜରୁ ବାଦ୍‌ ପଡ଼ିଛନ୍ତି ଦ୍ରୁତ ବୋଲର ଡୁନାନ୍‌ ଓଲିଭର। ଇଂଲଣ୍ଡ ଲାୟନ୍ସ ବିପକ୍ଷ ଅଭ୍ୟାସ ମ୍ୟାଚ୍‌ ବେଳେ…

‘ବିଶ୍ୱରେ ୪୦୦୦ ବାଘ ଥିବେ, କିନ୍ତୁ ରାହୁଲ ଦ୍ରାବିଡ ଗୋଟିଏ’

ନୂଆଦିଲ୍ଲୀ,୧୪।୮: ନ୍ୟୁଜିଲାଣ୍ଡର ପୂର୍ବତନ ଖେଳାଳି ରସ ଟେଲର ଏବେ ନିଜ ଆତ୍ମଜୀବନୀ ‘ବ୍ଲାକ୍‌ ଆଣ୍ଡ୍‌ ହ୍ବାଇଟ୍‌’ ପାଇଁ ଚର୍ଚ୍ଚାରେ ଅଛନ୍ତି। ଏହି ପୁସ୍ତକରେ ସେ ନିଜ କ୍ରିକେଟ୍‌ ଜୀବନରେ ଘଟିଥିବା ଅନେକ କାହାଣୀ ଉଲ୍ଲେଖ କରିଛନ୍ତି। ଏହି ପୁସ୍ତକରେ ସେ ଭାରତୀୟ…

ଭାରତ-ପାକିସ୍ତାନ ମ୍ୟାଚ୍‌କୁ ନେଇ ବଡ଼ ଭବିଷ୍ୟବାଣୀ

ନୂଆଦିଲ୍ଲୀ, ୧୪ା୮: ଏସିଆ କପ ଟି-୨୦ ଟୁର୍ନାମେଣ୍ଟ ଅଗଷ୍ଟ ୨୭ରୁ ଆରମ୍ଭ ହେଉଛି। ଭାରତ ଏବଂ ପାକିସ୍ତାନ ମଧ୍ୟରେ ଐତିହାସିକ ମ୍ୟାଚ ଅଗଷ୍ଟ ୨୮ରେ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବ। ପ୍ରଶଂସକମାନେ ଉତ୍ସାହର ସହିତ ଏହି ମ୍ୟାଚ ପାଇଁ ଅପେକ୍ଷା କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?