Advertisement
Posted inଖେଳ

ଭାରତ-ଅଷ୍ଟ୍ରେଲିଆ ଫାଇନାଲ

ଜୋହର (ମାଲେସିଆ),୨୯ା୧୦ (ପି.ଟି.): ସୁଲ୍‌ତାନ ଅଫ୍‌ ଜୋହର କପ୍‌ ହକି ଟୁର୍ନାମେଣ୍ଟର ଫାଇନାଲ ଶନିବାର ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ। ରାଉଣ୍ଡ ରବିନ ଲିଗ୍‌ ପର୍ଯ୍ୟାୟ ଶେଷ ପରେ ଟେବୁଲରେ ଅଷ୍ଟ୍ରେଲିଆ ପ୍ରଥମ ଏବଂ ଭାରତ ଦ୍ୱିତୀୟ ସ୍ଥାନରେ ରହି ଫାଇନାଲ ପାଇଁ ଯୋଗ୍ୟତା ହାସଲ କରିଛନ୍ତି। ଭାରତୀୟ ଜୁନିୟର ପୁରୁଷ ହକି ଟିମ୍‌ ଶୁକ୍ରବାର ଏହାର ଅନ୍ତିମ ରାଉଣ୍ଡ ରବିନ ଲିଗ୍‌ ମ୍ୟାଚ୍‌କୁ ୫-୫ ଗୋଲ୍‌ରେ ଡ୍ର ରଖି ଥିଲା। ଦଳ ତରଫରୁ ପୁଭାନା ସି.ବି (୭ମ ମିନିଟ), ଅମନଦୀପ (୫୦ତମ), ଅରାଇଜିତ୍‌ ସିଂ ହୁଣ୍ଡାଲ (୫୩ତମ) ଓ ଶାରଦା ନନ୍ଦ ତିଓ୍ବାରୀ (୫୬ ଓ ୫୮ତମ) ପ୍ରମୁଖ ଗୋଲ ଦେଇଥିଲେ। ଗ୍ରେଟ୍‌ ବ୍ରିଟେନ ତରଫରୁ ମାକ୍ସ ଆଣ୍ଡରସନ (୧ମ, ୪୦ତମ), ହାରିସନ ଷ୍ଟୋନ୍‌ (୪୨ତମ) ଓ ଜାମି ଗୋଲେ୍‌ଡନ (୫୪ତମ ଓ ୫୬ତମ) ଗୋଲ ସ୍କୋର କରିଥିଲେ। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ଶୁକ୍ରବାର ଦକ୍ଷିଣ ଆଫ୍ରିକାକୁ ୬-୧ ଗୋଲରେ ହରାଇ ଦେଇଛି। ରାଉଣ୍ଡ ରବିନ ଲିଗ୍‌ରେ ଭାରତ ୫ ମ୍ୟାଚରୁ ୮ ପଏଣ୍ଟ ଅର୍ଜନ କରିଥିବା ବେଳେ ଅଷ୍ଟ୍ରେଲିଆ ୫ଟି ଗେମ୍‌ରୁ ୧୩ ପଏଣ୍ଟଅର୍ଜନ କରିଛି। ଗ୍ରେଟ୍‌ ବ୍ରିଟେନ ଓ ଜାପାନ ପ୍ରତ୍ୟେକ ୭ ପଏଣ୍ଟ ସହ ସେମାନଙ୍କ ଅଭିଯାନ ଶେଷ କରିଥିବା ବେଳେ ଦକ୍ଷିଣ ଆଫ୍ରିକା ୬ ପଏଣ୍ଟ ସଂଗ୍ରହ କରିଥିଲା। ୬ଟି ଦଳକୁ ନେଇ ଟେବୁଲରେ ମାଲେସିଆ ଏକ ପଏଣ୍ଟ ସହ ଅନ୍ତିମ ସ୍ଥାନରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପିଙ୍କ୍‌ ବଲ୍‌ ଟେଷ୍ଟ: ଭାରତର ରେକର୍ଡ କ୍ରମାଗତ ଦ୍ୱାଦଶ ଘରୋଇ ସିରିଜ ବିଜୟ

କୋଲକାତା,୨୪।୧୧(ପି.ଟି.)- ତୃତୀୟ ଦିବସରେ ଆଉ ମାତ୍ର ୪୭ ମିନିଟ୍‌ରେ ଭାରତ ଔପଚାରିକତା ପୂରଣ କରିଥିଲା। ପିଙ୍କ୍‌ ବଲ୍‌ରେ ଐତିହାସିକ ଇଡେନ ଗାର୍ଡେନ୍ସରେ ଖେଳାଯାଇଥିବା ଦିବାରାତ୍ର ଭିତ୍ତିକ...

ଲିଭରପୁଲ୍‌କୁ ୬ଷ୍ଠ ଚାମ୍ପିୟନ୍ସ ଲିଗ୍‌ ଟାଇଟଲ

ମାଡ୍ରିଡ୍‌,୨ା୬- ମହମ୍ମଦ ସାଲା ଚାମ୍ପିୟନ୍ସ ଲିଗ୍‌ ଫାଇନାଲର ଅନ୍ୟତମ ଦ୍ରୁତତମ ଗୋଲ ଓ ଡିଭୋକ ଓରିଗିଙ୍କ ଗୋଲ ବଳରେ ଲିଭରପୁଲ ଦଳ ୨-୦ ଗୋଲରେ ଟୋଟେନହାମକୁ...

ଖୁସିରେ ଗଦଗଦ ହିଟ୍‌ମ୍ୟାନ୍‌

ସାଉଥମ୍ପଟନ୍‌,୮।୭: ପ୍ରଥମ ଟି-୨୦ ମ୍ୟାଚରେ ଭାରତୀୟ ଦଳ ଇଂଲଣ୍ଡକୁ ୫୦ ରନରେ ପରାସ୍ତ କରିଛି। ଏହା ସହ ଭାରତ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ...

ସ୍ମିଥ୍‌ଙ୍କୁ ତୃତୀୟ ଆଲାନ ବର୍ଡର ପଦକ

ମେଲବୋର୍ନ, ୭ା୨(ପି.ଟି.)-ପୂର୍ବତନ ଅଧିନାୟକ ଷ୍ଟିଭ୍‌ ସ୍ମିଥ୍‌ ତୃତୀୟ ଥର ଆଲାନ ବର୍ଡର ପଦକ ଜିତିଛନ୍ତି। ଅନ୍ୟପକ୍ଷରେ ମହିଳା ବିଭାଗରେ ବେଥ୍‌ ମୁନି ପ୍ରଥମ ଥର ପାଇଁ...

‘ଏକା କୋହଲି ୧୧ ଜଣଙ୍କ ସହ ସମାନ’

କୋଲକାତା, ୧୩।୬(ପି.ଟି.): ସମ୍ପୂର୍ଣ୍ଣ ଭାରତୀୟ ଦଳକୁ ଆଉଟ କରିବା ପାଇଁ ଯେପରି ବୁଦ୍ଧି ଖଟାଇବା କଥା କେବଳ ଅଧିନାୟକ ବିରାଟ କୋହଲିଙ୍କ କ୍ଷେତ୍ରରେ ତାହା ପ୍ରୟୋଗ...

କୋହଲି, ଗେଲ୍‌ ଯାହା କରିପାରି ନ ଥିଲେ, ତାହା କରି ଦେଖାଇଲେ

କରାଚୀ,୧୬।୧୨: ବିଶ୍ୱର ପ୍ରଥମ କ୍ରିକେଟର ଭାବେ ଗୋଟିଏ ବର୍ଷରେ ଟି୨୦ ଫର୍ମାଟରେ ଦୁଇ ହଜାରରୁ ଊଦ୍ଦର୍‌ବ ରନ୍‌ କରିବାର ରେକର୍ଡ ନିଜ ନାମରେ କରିଛନ୍ତି ପାକିସ୍ତାନର...

ଭାରତୀୟ କ୍ରିକେଟର୍‌ଙ୍କ ଅଭିଯୋଗ: ପଶୁଙ୍କ ଭଳି ଆମ ସହ ବ୍ୟବହାର ନ କରାଯାଉ

ସିଡନୀ,୪।୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଲାଯାଉଥିବା ବର୍ଡର-ଗାର୍ଭସ୍କର ଟ୍ରଫିର ତୃତୀୟ ମ୍ୟାଚ୍‌ ଜାନୁଆରୀ ୭ରୁ ଆରମ୍ଭ ହେବାକୁ ଯାଉଛି। ଏହି ଟେଷ୍ଟ ମ୍ୟାଚ୍‌ ପୂର୍ବରୁ...

ମ୍ୟାନେଜର୍‌ଙ୍କୁ କରିଛନ୍ତି ଜୀବନସାଥୀ: ବେଶ୍‌ ରୋମାଣ୍ଟିକ୍‌ ହିଟ୍‌ମ୍ୟାନ୍‌ଙ୍କ ଲଭ୍‌ଷ୍ଟୋରୀ

ଇଂଲଣ୍ଡ ବିପକ୍ଷ ଟେଷ୍ଟରେ ଶତକୀୟ ପାଳି ଖେଳି ପ୍ରଶଂସକଙ୍କ ହୃଦୟ ଜିତିଥିବା ରୋହିତଙ୍କ ଜୀବନସାଥୀ ହେଲେ ରିତିକା ସଜଦେହ। ଉଭୟଙ୍କ ଲଭ୍‌ଷ୍ଟୋରୀ ବେଶ୍‌ ରୋମାଣ୍ଟିକ୍‌। ପ୍ରଥମେ...

Advertisement
Archives

Model This Week