Advertisement
Posted inଖେଳ

ପାନ୍ଥର୍ସ ବିପକ୍ଷରେ ଥାଲାଇଭାସ୍‌ ବିଜୟୀ

ବେଙ୍ଗାଲୁରୁ,୨୯ା୧୦: ପ୍ରୋ କବାଡି ଲିଗ୍‌ରେ ଶୁକ୍ରବାର ଜୟପୁର ପିଙ୍କ ପାନ୍ଥର୍ସକୁ ପରାସ୍ତ କରିଛି ତାମିଲ ଥାଲାଇଭାସ୍‌। ରେଡର୍‌ ନରେନ୍ଦରଙ୍କ ଉଲ୍ଲେଖନୀୟ ପ୍ରଦର୍ଶନ ବଳରେ ୩୮-୨୭ରେ ମ୍ୟାଚକୁ ଜିତି ନେଇଛି ଥାଲାଇଭାସ୍‌। ଏହା ସହିତ ଚଳିତ ଟୁର୍ନାମେଣ୍ଟରେ ନିଜର ଦ୍ୱିତୀୟ ବିଜୟ ହାସଲ କରିଛି ଦଳ। ଥାଲାଇଭାସ୍‌ ପକ୍ଷରୁ ରେଡର୍‌ ନରେନ୍ଦର ଏକାକୀ ୧୩ ପଏଣ୍ଟ ସ୍କୋର କରି ମ୍ୟାଚର ହିରୋ ରହିଥିଲେ। ଅନ୍ୟତମ ରେଡର ଅଜିଙ୍କ୍ୟ ପଓ୍ବାର ମଧ୍ୟ ୬ ପଏଣ୍ଟ ସ୍କୋର କରିଥିଲେ। ପାନ୍ଥର୍ସ ପକ୍ଷରୁ ଅର୍ଜୁନ୍‌ ଦେଶଓ୍ବାଲ ସର୍ବାଧିକ ୯ ପଏଣ୍ଟ ସ୍କୋର କରିଥିବା ବେଳେ ଭବାନୀ ରାଜପୁତ ୪ ଓ ଷ୍ଟାର ରେଡର ରାହୁଲ ଚୌଧୁରୀ ଫେଲ ମାରିଥିଲେ। ପରାଜୟ ସହିତ ୮ ମ୍ୟାଚରୁ ୨୬ ପଏଣ୍ଟ ପାଇ ଜୟପୁର ପିଙ୍କ ପାନ୍ଥର୍ସ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ଥାଲାଇଭାସ୍‌ ଦଶମ ସ୍ଥାନରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଫାଇନାଲ ପାଇଁ ୭୫ ହଜାର ଟିକେଟ୍ ବିକ୍ରି

ମୁମ୍ବାଇ,୭।୩- ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡ (ଏମ୍ସିଜି)ରେ ରବିବାର ଆୟୋଜକ ତଥା ୪ ଥରର ଚାମ୍ପିୟନ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ମହିଳା ଟି୨୦ ବିଶ୍ୱକପ୍ ଫାଇନାଲ...

ଅର୍ଜୁନ ପୁରସ୍କାର: ମୀରାବାଈ, ସାକ୍ଷୀଙ୍କ ନାମ ବାଦ୍‌ ଦିଆଗଲା

ନୂଆଦିଲ୍ଲୀ, ୨୨।୮(ପି.ଟି.)-ଚଳିତ ବର୍ଷର ଜାତୀୟ କ୍ରୀଡ଼ା ପୁରସ୍କାର ପାଇଁ ମନୋନୀତ କ୍ରୀଡ଼ାବିତ୍‌ଙ୍କ ନାମକୁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ଶୁକ୍ରବାର ଆନୁଷ୍ଠାନିକ ଭାବେ ଅନୁମୋଦନ କରିଛି। ଅବସରପ୍ରାପ୍ତ...

ବିନା ପରିବର୍ତ୍ତନରେ ଓହ୍ଲାଇଲେ ଦୁଇ ଦଳ

ଶାରଜା,୧୧।୧୦: ସ୍ଥାନୀୟ ଶାରଜା କ୍ରିକେଟ ଗ୍ରାଉଣ୍ଡରେ ସୋମବାର ସନ୍ଧ୍ୟାରେ ଖେଳାଯିବାକୁ ଥିବା ପ୍ରଥମ ଏଲିମିନେଟର ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ଅଧିନାୟକ ଟସ୍‌ ଜିତି...

ଟେଷ୍ଟ ଖେଳାଳିଙ୍କ ର଼୍ୟାଙ୍କିଙ୍ଗ୍‌ରେ ବଡ଼ ପରିବର୍ତ୍ତନ

ଦୁବାଇ,୫।୧: ସେଞ୍ଚୁରିଆନ ଟେଷ୍ଟର ବିଜୟ ପରେ ଭାରତୀୟ ଖେଳାଳିଙ୍କ ମାନ୍ୟତାରେ ଉଲ୍ଲେଖନୀୟ ପରିବର୍ତ୍ତନ ହୋଇଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ୧୨୩ ରନ୍‌ ଇନିଂସ...

ଅଭ୍ୟାସ ମ୍ୟାଚ୍‌ ଆଜିଠାରୁ; ଇନିଂସ ଓପନ୍‌ କରିବେ ରୋହିତ

ବିଜୟନଗରମ, ୨୬।୯(ପି.ଟି.)- ସ୍ଥାନୀୟ ଡ. ପିଭିଜି ରାଜୁ ଏସିଏ ସ୍ପୋଟର୍‌ସ କମ୍ପ୍ଲେକ୍ସରେ ଭାରତୀୟ ବୋର୍ଡ ସଭାପତି ଏକାଦଶ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ ଦିନିଆ...

ଧୋନୀଙ୍କ ସହ ପ୍ରଥମ ସାକ୍ଷାତ୍‌କୁ ମନେ ପକାଇଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ, ୨୬।୭: ଦକ୍ଷିଣ ଆଫ୍ରିକା କ୍ରିକେଟ୍‌ ଦଳର ଲେଗ୍‌ ସ୍ପିନର ଇମ୍ରାନ ତାହିର ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ସହ ପ୍ରଥମ ସାକ୍ଷାତ୍‌କାରକୁ...

ଭାରତୀୟ ଦଳକୁ ପୁଣି ଲାଗିଲା ଝଟ୍‌କା

କଲମ୍ବୋ,୩୦।୭: ଶ୍ରୀଲଙ୍କା ଗସ୍ତରେ ଥିବା ଭାରତୀୟ ଦଳକୁ ଆଉ ଏକ ଝଟ୍‌କା ଲାଗିଛି। ଅଲରାଉଣ୍ଡର କ୍ରୁନାଲ ପାଣ୍ଡ୍ୟାଙ୍କ ପରେ ଦଳର ଆଉ ୨ ଖେଳାଳି କରୋନା...

ଏହି ଟିମ୍‌ର ବ୍ରାଣ୍ଡ୍‌ ଆମ୍ବାସାଡର ହେଲେ ସନି ଲିଓନି

ଦୁବାଇ,୩୧।୧୦: ଟି-୨୦ କ୍ରିକେଟ ପରେ ଏବେ ଟି-୧୦ ଲିଗ୍‌ ଆରମ୍ଭ ହେବାକୁ ଯାଉଛି। ନଭେମ୍ବର ୧୪ରୁ ଦୁବାଇରେ ହେବାକୁ ଥିବା ଏହି ଲିଗ୍‌ ପାଇଁ ସମସ୍ତ...

Advertisement
Archives

Model This Week