Advertisement
Posted inଖେଳ

ଟସ୍‌ ଜିତି ନ୍ୟୁଜିଲାଣ୍ଡର ବ୍ୟାଟିଂ ଜାରି, ଶ୍ରୀଲଙ୍କା ପାଇଁ ‘କର ବା ମର’ ସ୍ଥିତି

ସିଡନୀ,୨୯।୧୦ : ଟି-୨୦ ବିଶ୍ୱକପ୍‌ ସୁପର-୧୨ ଶନିବାର ନ୍ୟୁଜିଲାଣ୍ଡ-ଶ୍ରୀଲଙ୍କା ମ୍ୟାଚରେ ନ୍ୟୁଜିଲାଣ୍ଡ ଅଧିନାୟକ କେନ୍‌ ୱିଲିୟମସନ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି। ଅନ୍ୟପକ୍ଷେ ନ୍ୟୁଜିଲାଣ୍ଡ ୪ ଓଭର ଖେଳ ସୁଦ୍ଧା ୨ ଉଇକେଟ ହରାଇ ୧୫ ରନ୍‌ କରିଛି। ଅଧିନାୟକ କେନ୍‌ ୱିଲିୟମସନ ୫ ରନ୍‌ କରି କ୍ରିଜ୍‌ରେ ରହିଛନ୍ତି।

ଏହି ମ୍ୟାଚ ଶ୍ରୀଲଙ୍କା ପାଇଁ କର ବା ମର’ ପରିସ୍ଥିତି ସୃଷ୍ଟି କରିଛି। ତେଣୁ ନ୍ୟୁଜିଲାଣ୍ଡକୁ ହରାଇ ସେମିରେ ପ୍ରବେଶ କରିବାକୁ ଆଶା ଉଜ୍ଜୀବିତ ରଖିଥିବା ଶ୍ରୀଲଙ୍କା ସବୁ ଶକ୍ତି ଏହି ମ୍ୟାଚ୍‌ରେ ଲଗାଇବ। ଅନ୍ୟପକ୍ଷେ ନ୍ୟୁଜିଲାଣ୍ଡ ମ୍ୟାଚ୍‌ ଜିତି ବିଶ୍ୱପକରେ ନିଜ ସ୍ଥିତି ସୁରକ୍ଷିତ ରଖିବାକୁ ଚେଷ୍ଟା କରିବ।

ସୂଚନାଯୋଗ୍ୟ, ନ୍ୟୁଜିଲାଣ୍ଡ ପ୍ରଥମ ମ୍ୟାଚ୍‌ ଡିଫେଣ୍ଡିଂ ଚାମ୍ପିୟନ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା। ଆଫଗାନିସ୍ତାନ ବିପକ୍ଷ ଦ୍ୱିତୀୟ ମ୍ୟାଚ ବର୍ଷା ଯୋଗୁ ବାତିଲ ହେବାରୁ ପଏଣ୍ଟ ଭାଗ ହୋଇଥିଲା ଏନେଇ ନ୍ୟୁଜିଲାଣ୍ଡ ଗ୍ରୁପ-୧ ପଏଣ୍ଟ ତାଲିକାର ଶୀର୍ଷରେ ରହିଛି।

ଶ୍ରୀଲଙ୍କା ପ୍ରଥମ ମ୍ୟାଚ୍‌ ଆୟର୍ଲାଣ୍ଡକୁ ହରାଇଥିଲେ ହେଁ ପରବର୍ତ୍ତୀ ମ୍ୟାଚ୍‌ରେ ଅଷ୍ଟ୍ରେଲିଆଠାରୁ ପରାଜିତ ହୋଇଥିଲା। ମୋଟ ୨ ପଏଣ୍ଟ ସହ ଶ୍ରୀଲଙ୍କା ପଞ୍ଚମ ସ୍ଥାନରେ ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଉ ଗୋଟିଏ ଶତକ ମାରିଲେ ବିଶ୍ୱ ରେକର୍ଡ ଭାଙ୍ଗିବେ କୋହଲି

ଅହମ୍ମଦାବାଦ,୨।୩: ମାର୍ଚ୍ଚ ୪ରୁ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ଏବଂ ଇଂଳଣ୍ଡ ମଧ୍ୟରେ ୪ର୍ଥ ଟେଷ୍ଟ ଖେଳାଯିବ। ଏହି ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ବିରାଟ...

ମୁମ୍ବାଇ ସିଟି ଏଫ୍‌ସିକୁ ରୋକିଲା ଏଟିକେ

ମୁମ୍ବାଇ, ୫ା୧ (ପି.ଟି.)- ଚଳିତ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ କ୍ରମାଗତ ୬ଟି ମ୍ୟାଚରେ ବିଜୟ ପରେ ମୁମ୍ବାଇ ସିଟି ଏଫ୍‌ସି ପରାଜୟ ବରଣ କରିଛି।...

ଏହି ପୂର୍ବତନ ଭାରତୀୟ କ୍ରିକେଟର୍‌ଙ୍କ ସ୍ତ୍ରୀଙ୍କୁ କରୋନା

କୋଲକାତା, ୧୧।୭- ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଲ୍‌ରାଉଣ୍ଡର ଲକ୍ଷ୍ମୀରତନ ଶୁକ୍ଳାଙ୍କ ସ୍ତ୍ରୀ ସ୍ମିତା ସନ୍ୟାଲ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ସ୍ମିତା ବର୍ତ୍ତମାନ ପଶ୍ଚିମବଙ୍ଗ...

‘ଜାଡେଜା ସବୁକିଛି ସୁନା କରିଦେଉଛନ୍ତି’

ମୁମ୍ବାଇ,୭।୩: ଭାରତୀୟ କ୍ରିକେଟ ଦଳର ତାରକା ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ମୋହାଲିରେ ଶ୍ରୀଲଙ୍କା ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଚମତ୍କାର ପ୍ରଦର୍ଶନ କରିଥିଲେ। ଜାଡେଜାଙ୍କ ସ୍ମରଣୀୟ...

ଆଇସିସି ଦିନିକିଆ, ଟେଷ୍ଟ ଦଳ: କୋହଲି ଅଧିନାୟକ

ଦୁବାଇ,୧୫।୧(ପି.ଟି.): ବ୍ୟାଟିଂ ସୁପରଷ୍ଟାର ତଥା ଭାରତୀୟ ଅଧିନାୟକ ବିରାଟ କୋହଲି ୨୦୧୯ ବର୍ଷର ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଦିନିକିଆ ଓ ଟେଷ୍ଟ ଦଳର ଅଧିନାୟକ...

ବୀରଙ୍କୁ ୧୯ ବର୍ଷରୁ କମ୍‌ ସ୍କ୍ବାଶ ଟାଇଟଲ

ନୂଆଦିଲ୍ଲୀ,୨୯।୬(ପିଟି)- ଭାରତୀୟ ଖେଳାଳି ବୀର ଛୋଟ୍ରାନି ସାଥି ଖେଳାଳି ଯଶ ଫାଡତେଙ୍କୁ ହରାଇ ୧୯ ବର୍ଷରୁ କମ୍‌ ଏସିଆନ୍‌ ଜୁନିୟର ସ୍କ୍ବାଶ ଚାମ୍ପିୟନଶିପ୍‌ ଟାଇଟଲ ଜିତିଛନ୍ତି।...

କରିନାଙ୍କ ପୁଅ ହେବ ନା ଝିଅ: ଜ୍ୟୋତିଷ କଲେ ଭବିଷ୍ୟବାଣୀ

ବଲିଉଡ ଅଭିନେତ୍ରୀ କରିନା କପୁର ଖାନ ଦ୍ୱିତୀୟ ଥର ପାଇଁ ମା’ ହେବାକୁ ଯାଉଛନ୍ତି। ପରିବାର ସଦସ୍ୟଙ୍କ ସହିତ ତାଙ୍କର ପ୍ରଶଂସକମାନେ ମଧ୍ୟ ନୂଆ ଅତିଥିଙ୍କ...

ବାଂଲାଦେଶ ସିରିଜ ବିଜୟୀ

ଢାକା, ୨୬।୫-ମୁଶ୍‌ଫିକର ରହିମଙ୍କ ଶତକ ପରେ ବୋଲରଙ୍କ ପ୍ରଭାବୀ ପ୍ରଦର୍ଶନ ବଳରେ ବାଂଲାଦେଶ ମଙ୍ଗଳବାର ଅନୁଷ୍ଠିତ ବର୍ଷା ବାଧାପ୍ରାପ୍ତ ଦ୍ୱିତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଶ୍ରୀଲଙ୍କାକୁ...

Advertisement
Archives

Model This Week