Posted inଖେଳ

ବର୍ଷା ଲାଗି ବାତିଲ ହେଲା ୨ ମ୍ୟାଚ୍‌

ମେଲବୋର୍ନ,୨୮ା୧୦: ଅଷ୍ଟ୍ରେଲିଆରେ ଅନୁଷ୍ଠିତ ଟି ୨୦ ବିଶ୍ୱକପ୍‌ର ଦୁଇଟି ମ୍ୟାଚ ବର୍ଷା ପାଇଁ ବାଧାପ୍ରାପ୍ତ ହୋଇଛି। ଶୁକ୍ରବାର ଖେଳାଯିବାକୁ ଥିବା ଅଷ୍ଟ୍ରେଲିଆ-ଇଂଲଣ୍ଡ ଏବଂ ଆୟର୍ଲାଣ୍ଡ-ଆଫଗାନିସ୍ତାନ ମ୍ୟାଚ୍‌ ବାତିଲ ହୋଇଯାଇଛି। ଉଭୟ ମ୍ୟାଚ ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ଖେଳିବା ନେଇ ସ୍ଥିର ହୋଇଥିଲା। ତେବେ ଲଗାଣ ବର୍ଷା ଯୋଗୁ ଟସ୍‌ ମଧ୍ୟ ହୋଇ ନ ଥିଲା। ଏହା ସହିତ ଆୟୋଜକ ଅଷ୍ଟ୍ରେଲିଆର ସେମିଫାଇନାଲ ରାସ୍ତା ମଧ୍ୟ ସଙ୍କୀର୍ଣ୍ଣ ହେବାରେ ଲାଗିଛି। ପ୍ରତି ଗ୍ରୁପରୁ ଦୁଇଟି ଦଳ ସେମି ଫାଇନାଲ ମୁକାବିଲା ଖେଳିବେ। ତେବେ ବର୍ଷାରେ ଆଜିର ମୁକାବିଲା ଧୋଇ ଯାଇଥିବା ବେଳେ ଏହା ଅଷ୍ଟ୍ରେଲିଆ ପାଇଁ ସଙ୍କଟ ବଢାଇଛି। ଅଦ୍ୟାବଧି ୩ ମ୍ୟାଚ ଖେଳି ସାରିଥିବା ଅଷ୍ଟ୍ରେଲିଆ ମାତ୍ର ଗୋଟିଏ ବିଜୟ ସହିତ ପଏଣ୍ଟ ଟେବଲର ୪ ନମ୍ବର ସ୍ଥାନରେ ରହିଛି। ଅନ୍ୟ ପକ୍ଷରେ ଇଂଲଣ୍ଡ ଓ ଆୟାର୍ଲାଣ୍ଡ ମଧ୍ୟ ସମାନ ସଂଖ୍ୟକ ବିଜୟ ହାସଲ କରିଛନ୍ତି। ଏହା ସହିତ ନେଟ୍‌ ରନରେଟ୍‌ ଆଧାରରେ ଉଭୟ ଦଳ ଅଷ୍ଟ୍ରେଲିଆ ଉପରେ ରହିଛନ୍ତି। ସେହିପରି ଆଫଗାନିସ୍ତାନ ଓ ଆୟାର୍ଲାଣ୍ଡ ମଧ୍ୟରେ ଥିବା ମ୍ୟାଚ୍‌ ବାତିଲ ହେବା କାରଣରୁ ଉଭୟ ଦଳ ନିରାଶ ହୋଇଛନ୍ତି। ଆଫଗାନିସ୍ତାନର ୩ ମ୍ୟାଚ ଖେଳିଥିବା ବେଳେ ଏଥିରୁ ୨ ମ୍ୟାଚ ବର୍ଷାରେ ବାତିଲ ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଓଡ଼ିଶାକୁ ଆସିଲା ଆଉ ଏକ ବଡ଼ ଟୁର୍ଣ୍ଣାମେଣ୍ଟ, ଜାନୁୟାରୀ ୯ରୁ କଳିଙ୍ଗ ସୁପର୍‌ କପ୍‌

ନୂଆଦିଲ୍ଲୀ,୨୮ା୧୧: ସର୍ବଭାରତୀୟ ଫୁଟବଲ ମହାସଂଘ(ଏଆଇଏଫ୍‌ଏଫ୍‌) ପକ୍ଷରୁ ସୁପର କପ୍‌ର ନାମ ପରିବର୍ତ୍ତନ କରାଯାଇଛି। ଓଡ଼ିଶାର ଦୁଇଟି ଭେନ୍ୟୁରେ ଆସନ୍ତା ଜାନୁୟାରୀ ୯ ତାରିଖରେ ଏହି ଟୁର୍ନାମେଣ୍ଟ...

ଫାଇନାଲରେ ଅଷ୍ଟ୍ରେଲିଆଠାରୁ ପରାଜୟ ଦୁର୍ଭାଗ୍ୟଜନକ: ପିଟରସେନ

ଜମ୍ମୁ,୨୯।୧୧: ବିଶ୍ୱକପ୍‌ ଫାଇନାଲରେ ଅଷ୍ଟ୍ରେଲିଆଠାରୁ ଭାରତର ପରାଜୟକୁ ଦୁର୍ଭାଗ୍ୟର କଥା ବୋଲି କହିଛନ୍ତି ଇଂଲଣ୍ଡର ପୂର୍ବତନ ଅଧିନାୟକ କେଭିନ ପିଟରସେନ। ସେହିଭଳି ନିଜ ଟିମ୍‌ର ପ୍ରଦର୍ଶନକୁ...

ବିଜୟ ହଜାରେ ଟ୍ରଫିରେ ଓଡ଼ିଶାର କ୍ରମାଗତ ତୃତୀୟ ପରାଜୟ, ସୌରାଷ୍ଟ୍ର ବିପକ୍ଷରେ ୯୯ ରନରେ ଅଲ୍‌ଆଉଟ

ଭୁବନେଶ୍ୱର,୨୯।୧୧: ବ୍ୟାଟିଂ ବିଫଳତା କାରଣରୁ ଚଳିତ ବିଜୟ ହଜାରେ ଟ୍ରଫି ଘରୋଇ ଦିନିକିଆ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଓଡ଼ିଶା ବୁଧବାର ସୌରାଷ୍ଟ୍ରଠାରୁ ୪ ଉଇକେଟରେ ହାରି ଯାଇଛି।...

ଅଶ୍ୱିନଙ୍କ ଭବିଷ୍ୟବାଣୀ: ୧୨-୧୩ କୋଟି ଟଙ୍କାରେ ବିକ୍ରି ହୋଇପାରନ୍ତି ଏହି ଖେଳାଳି

ନୂଆଦିଲ୍ଲୀ,୨୯।୧୧: ଆଇପିଏଲ୍‌ ୨୦୨୪ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଆଇପିଏଲ ୨୦୨୩ରେ ରାଜସ୍ଥାନ ରୟାଲ୍ସ ପାଇଁ ଖେଳିଥିବା ରବିଚନ୍ଦ୍ରନ ଅଶ୍ୱିନ ତାଙ୍କର ଏକ ନୂତନ ଭିଡିଓରେ...

ବିଶ୍ୱକପ ଆଉ ନୁହେଁ, ରାହୁଲ କୋଚ ହେବା ନେଇ ପ୍ରଶଂସକଙ୍କ ମନ୍ତବ୍ୟ ପରେ ଗମ୍ଭୀରଙ୍କ ପ୍ରତିକ୍ରିୟା, ସୋସିଆଲ ମିଡିଆରେ ଭାଇରାଲ…

କୋଲକାତା,୨୯।୧୧ : ଇଣ୍ଡିଆନ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପୁନର୍ବାର ରାହୁଲ ଦ୍ରାବିଡଙ୍କୁ ଟିମ ଇଣ୍ଡିଆର କୋଚ ଭାବରେ ନିଯୁକ୍ତ କରିଛି। ବିଶ୍ୱକପ ୨୦୨୩ ପରେ...

ଆସିଲା ଟିମ୍‌ ଇଣ୍ଡିଆର ନୂଆ କାର୍ଯ୍ୟସୂଚୀ

ନୂଆଦିଲ୍ଲୀ,୨୯।୧୧:ଭାରତୀୟ ଦଳ ୨୦୨୪ରେ ଶ୍ରୀଲଙ୍କା ଗସ୍ତ କରିବ। ସେଠାରେ ଦଳକୁ ୬ଟି ହ୍ବାଇଟ୍‌ ବଲ ମ୍ୟାଚ ଖେଳିବାକୁ ପଡିବ। ଏଥିରେ ୩ଟି ଦିନିକିଆଏବଂ ୩ ଟି-୨୦...

ରାହୁଲ ଦ୍ରାବିଡ ହିଁ ରହିବେ ଟିମ ଇଣ୍ଡିଆର କୋଚ୍‌, ଘୋଷଣା କଲା ବିସିସିଆଇ

ନୂଆଦିଲ୍ଲୀ,୨୯।୧୧: ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ରାହୁଲ ଦ୍ରାବିଡ ଟିମ ଇଣ୍ଡିଆର କୋଚ୍‌ ରହିବେ ବୋଲି ଘୋଷଣା କରିଛି।...

ବିରାଟ ଅବସର ନେବା ଉଚିତ କି ? ଉତ୍ତର ଦେଲେ ସଚିନ,ଭିଡିଓ ଭାଇରାଲ…

ମୁମ୍ବାଇ,୨୯।୧୧ : ଆଇସିସି ବିଶ୍ୱକପ ୨୦୨୩ ଶେଷ ହେବା ପରଠାରୁ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ଭବିଷ୍ୟତ କ୍ୟାରିୟର ଉପରେ ସସପେନ୍ସ ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri