Posted inଖେଳ

ଅଷ୍ଟ୍ରେଲିଆ ପାଇଁ ବଢ଼ିଲା ସଙ୍କଟ

ମେଲବୋର୍ନ,୨୯ା୧୦(ପି.ଟି.): ଅଷ୍ଟ୍ରେଲିଆରେ ଅନୁଷ୍ଠିତ ଟି୨୦ ବିଶ୍ୱକପ୍‌ର ଦୁଇଟି ମ୍ୟାଚ୍‌ ବର୍ଷା ପାଇଁ ବାଧାପ୍ରାପ୍ତ ହୋଇଛି। ଶୁକ୍ରବାର ଖେଳାଯିବାକୁ ଥିବା ଅଷ୍ଟ୍ରେଲିଆ ବନାମ ଇଂଲଣ୍ଡ ଓ ଆୟର୍ଲାଣ୍ଡ ବନାମ ଆଫଗାନିସ୍ତାନ ମ୍ୟାଚ୍‌ ବାତିଲ ହୋଇଯାଇଛି। ଉଭୟ ମ୍ୟାଚ୍‌ ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବାର ଥିଲା। ତେବେ ନିରନ୍ତର ବର୍ଷା କାରଣରୁ ଟସ୍‌ ମଧ୍ୟ ପଡ଼ିବା ସମ୍ଭବ ହୋଇ ନ ଥିଲା। ଏହାସହିତ ଆୟୋଜକ ଅଷ୍ଟ୍ରେଲିଆର ସେମିଫାଇନାଲ ରାସ୍ତା ମଧ୍ୟ ସଙ୍କୀର୍ଣ୍ଣ ହେବାରେ ଲାଗିଛି। ପ୍ରତି ଗ୍ରୁପ୍‌ରୁ ଦୁଇଟି ଦଳ ସେମିଫାଇନାଲ ମୁକାବିଲା ଖେଳିବେ। ତେବେ ବର୍ଷା ଯୋଗୁ ଶୁକ୍ରବାର ମୁକାବିଲା ଧୋଇଯାଇଥିବା ବେଳେ ଏହା ଅଷ୍ଟ୍ରେଲିଆ ପାଇଁ ସଙ୍କଟ ବଢ଼ାଇଛି। ଅଦ୍ୟାବଧି ୩ ମ୍ୟାଚ୍‌ ଖେଳିସାରିଥିବା ଅଷ୍ଟ୍ରେଲିଆ ମାତ୍ର ଗୋଟିଏ ବିଜୟ ସହିତ ପଏଣ୍ଟ ଟେବୁଲର ୪ ନମ୍ବର ସ୍ଥାନରେ ରହିଛି। ଅନ୍ୟପକ୍ଷରେ ଇଂଲଣ୍ଡ ଓ ଆୟର୍ଲାଣ୍ଡ ମଧ୍ୟ ସମାନ ସଂଖ୍ୟକ ବିଜୟ ହାସଲ କରିଛନ୍ତି। ଏହାସହିତ ନେଟ୍‌ ରନ୍‌ରେଟ୍‌ ଆଧାରରେ ଉଭୟ ଦଳ ଅଷ୍ଟ୍ରେଲିଆ ଉପରେ ରହିଛନ୍ତି। ସେହିପରି ଆଫଗାନିସ୍ତାନ ଓ ଆୟର୍ଲାଣ୍ଡ ମଧ୍ୟରେ ଥିବା ମ୍ୟାଚ୍‌ ବାତିଲ ହେବା କାରଣରୁ ଉଭୟ ଦଳ ନିରାଶ ହୋଇଛନ୍ତି। ଆଫଗାନିସ୍ତାନ ୩ ମ୍ୟାଚ୍‌ ଖେଳିଥିବା ବେଳେ ଏଥିରୁ ୨ଟି ମ୍ୟାଚ୍‌ ବର୍ଷାରେ ବାତିଲ ହୋଇଯାଇଛି। ଶନିବାର ନ୍ୟୁଜିଲାଣ୍ଡ ଓ ଶ୍ରୀଲଙ୍କା ମଧ୍ୟରେ ସିଡ୍‌ନୀ କ୍ରିକେଟ ଗ୍ରାଉଣ୍ଡରେ ପରବର୍ତ୍ତୀ ମ୍ୟାଚ୍‌ ଖେଳାଯିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଶେଷ ସୁପର-୮ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି

ଗ୍ରସ ଆଇସ୍ଲେଟ, ୨୪।୬: ଗ୍ରସ ଆଇସ୍ଲେଟ, ସେଣ୍ଟ ଲୁସିଆସ୍ଥିତ ଡାରେନ ସାମି ଜାତୀୟ କ୍ରିକେଟ ଷ୍ଟାଡିୟମରେ ସୋମବାର ଖେଳାଯାଉଥିବା ଶେଷ ସୁପର-୮ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଟସ୍‌...

ଜିମ୍ବାୱେ ବିପକ୍ଷ ଟି-୨୦ ସିରିଜ୍‌ ପାଇଁ ଭାରତୀୟ ଦଳ ଘୋଷଣା: ପ୍ରଥମ ଥର ଏହି ୪ ଖେଳାଳିଙ୍କୁ ମିଳିଲା ସୁଯୋଗ

ନୂଆଦିଲ୍ଲୀ,୨୪।୬: ଜିମ୍ବାୱେ ବିପକ୍ଷ ଟି-୨୦ ସିରିଜ୍‌ ପାଇଁ ବିସିସିଆଇ ଟିମ ଇଣ୍ଡିଆ ଘୋଷଣା କରିଛି। ଟି -୨୦ ବିଶ୍ୱକପ ୨୦୨୪ର ଖେଳୁଥିବା ସମସ୍ତ ଖେଳାଳିଙ୍କୁ ବିଶ୍ରାମ...

ବର୍ଷା ଯୋଗୁ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ ରଦ୍ଦ ହୋଇଗଲେ କ’ଣ ହେବ ଟିମ୍‌ ଇଣ୍ଡିଆର ଅବସ୍ଥା

ନୂଆଦିଲ୍ଲୀ,୨୪।୬: ଟି-୨୦ ବିଶ୍ୱକପ୍‌ରେ ଭାରତ ଏବଂ ଅଷ୍ଟ୍ରେଲିଆର ଦଳ ଆଜି ମୁହାଁମୁହିଁ ହେବେ। ଉଭୟଙ୍କ ମଧ୍ୟରେ ଏହି ମ୍ୟାଚ ସେଣ୍ଟ ଲୁସିଆର ଡାରେନ ସାମି ଜାତୀୟ...

ଆଶଙ୍କାରେ ଭାରତ, ସେମିଫାଇନାଲ୍‌ରୁ ହୋଇପାରେ ବିଦା

ନୂଆଦିଲ୍ଲୀ, ୨୪।୬: ଟି-୨୦ ବିଶ଼୍ବକପ୍‌ର ସୁପର ୮ରେ ଭାରତୀୟ ଟିମ୍‌ ଲଗାତାର ଦୁଇଟି ମ୍ୟାଚ୍‌ ଜିତି ପଏଣ୍ଟ୍‌ ଟେବୁଲର ଟପ୍‌ରେ ରହିଛି । ଟିମ୍‌ ୪...

ଆୟୋଜକ ୱେଷ୍ଟଇଣ୍ଡିଜକୁ ହରାଇ ସେମିଫାଇନାଲରେ ଦକ୍ଷିଣ ଆଫ୍ରିକା

ନୂଆଦିଲ୍ଲୀ,୨୪।୬: ଏକ ରୋମାଞ୍ଚକର ମ୍ୟାଚରେ ଆୟୋଜକ ୱେଷ୍ଟଇଣ୍ଡିଜକୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି ଦକ୍ଷିଣ ଆଫ୍ରିକା। ସୋମବାର ନର୍ଥ ସାଉଣ୍ଡର ସାର୍ ଭିଭିଆନ୍ ରିଚାର୍ଡସ୍...

ଗୌତମ ଗମ୍ଭୀର ଭାରତର କୋଚ୍ ହେଲେ ଦଳରେ ବିରାଟ-ରୋହିତଙ୍କ ପାଇଁ ଶେଷ ସୁଯୋଗ: ରିପୋର୍ଟ

ମୁମ୍ବାଇ,୨୪।୬: କ୍ରିକେଟ ଦଳର ଭାବି କୋଚ୍ ଗୌତମ ଗମ୍ଭୀର ତାଙ୍କର ସାକ୍ଷାତକାର ସମୟରେ ବିସିସିଆଇର କ୍ରିକେଟ୍ ପରାମର୍ଶଦାତା କମିଟି (ସିଏସି) ଆଗରେ ପାଞ୍ଚ ସର୍ତ୍ତ ରଖିଥିଲେ।...

ଭାରତ ଆଜି ଅଷ୍ଟ୍ରେଲିଆକୁ ଭେଟିବ:ଜାଣନ୍ତୁ କେତେବେଳେ କେଉଁଠି ଦେଖିପାରିବେ ମ୍ୟାଚ୍‌..

ଗ୍ରସ୍‌ ଆଇସ୍‌ଲେଟ୍‌, ୨୩।୬(ପି.ଟି.):ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଭାରତ ଏହାର ଶେଷ ସୁପର-୮ ମ୍ୟାଚ୍‌ ସୋମବାର ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବ। ଭାରତ ଏପର୍ଯ୍ୟନ୍ତ ଖେଳିଥିବା ୨ଟିଯାକ...

ଜୋର୍ଡାନଙ୍କ ହାଟ୍ରିକ୍‌, ପ୍ରଥମ ଦଳଭାବେ ସେମିରେ ଇଂଲଣ୍ଡ

ବାର୍ବାଡୋସ, ୨୪।୬: କ୍ରିସ୍‌ ଜୋର୍ଡାନଙ୍କ ହାଟ୍ରିକ ଏବଂ ଜୋଶ୍‌ ବଟ୍‌ଲରଙ୍କ ଧୂଆଁଧାର ବ୍ୟାଟିଂ ସହାୟତାରେ ଡିଫେଣ୍ଡିଂ ଚାମ୍ପିୟନ ଇଂଲଣ୍ଡ ପ୍ରଥମ ଦଳଭାବେ ଚଳିତ ଟି୨୦ କ୍ରିକେଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri