ଖେଳ

ଇରାନର ପ୍ରଥମ ବିଜୟ

ଅଲ୍‌ ରାୟାନ, ୨୬।୧୧ (ଏପି): ଚଳିତ ଫିଫା ବିଶ୍ୱକପ୍‌ରେ ପ୍ରଥମ ବିଜୟ ହାସଲ କରିଛି ଇରାନ। ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ଏହି ଦଳ ୨-୦ ଗୋଲରେ ଓ୍ବେଲ୍ସକୁ ପରାସ୍ତ କରିଛି। ପ୍ରଥମ ମ୍ୟାଚରେ ଇରାନ ଶକ୍ତିଶାଳୀ ଇଂଲଣ୍ଡଠାରୁ ୨-୬ ଗୋଲରେ ହାରି…

ଇରାନ ଶାସକ-ବିରୋଧୀ ସମର୍ଥକ ମୁହାଁମୁହିଁ

ଅଲ୍‌ ରାୟାନ (କାତାର), ୨୬।୧୧(ଏପି): ଚଳିତ ବିଶ୍ୱକପ୍‌ରେ ଶୁକ୍ରବାର ଇରାନର ଦ୍ୱିତୀୟ ମ୍ୟାଚ ବେଳେ ଇରାନରେ ଦେଖାଦେଇଥିବା ରାଜନୈତିକ ଅସ୍ଥିରତାର ଏକ ଛାପ ଦେଖିବାକୁ ମିଳିଥିଲା। ଓ୍ବେଲ୍ସ ବିପକ୍ଷ ମ୍ୟାଚ ପୂର୍ବରୁ ଷ୍ଟାଡିୟମ ବାହାରେ ସରକାରୀ ସମର୍ଥକ ବିରୋଧୀଙ୍କୁ ହଇରାଣ କରିଥିଲେ।…

ଭାରତ-ଅଷ୍ଟ୍ରେଲିଆ ହକି ସିରିଜ ଆଜିଠାରୁ

ଆଡିଲେଡ,୨୬।୧୧: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ହକି ସିରିଜର ପ୍ରଥମ ମ୍ୟାଚ ଶନିବାର ଏଠାରେ ଅନୁଷ୍ଠିତ ହେବ। ୨୦୨୩ ହକି ବିଶ୍ୱକପ କ୍ରମେ ପାଖେଇ ଆସିଥିବାବେଳେ ବିଶ୍ୱର ନମ୍ବରଓ୍ବାନ ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ମ୍ୟାଚ ଭାରତ ପାଇଁ…

ଦକ୍ଷିଣ ଏସିଆ କରାଟେରେ ଭାଗନେବେ ଭାଲେଣ୍ଟିନା, ବ୍ରତତୀ, ମଧୁପ୍ରିୟା

ଭୁବନେଶ୍ୱର, ୨୬।୧୧(ସ୍ପୋଟର୍‌ସ ବ୍ୟୁରୋ): ଶ୍ରୀଲଙ୍କାର କଲମ୍ବୋଠାରେ ଦକ୍ଷିଣ ଏସିଆ କରାଟେ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି। ଏଥିରେ ଅଂଶଗ୍ରହଣ କରିବା ଲାଗି ଓଡ଼ିଶାର ଭାଲେନା ଭାଲେଣ୍ଟିନା, ବ୍ରତତି ବିଶ୍ୱପ୍ରଭା ପତି ଓ ମଧୁପ୍ରିୟା କଲମ୍ବୋ ଯାତ୍ରା କରିଛନ୍ତି। ଜାତୀୟ ପ୍ରତିଯୋଗିତାର ଫଳାଫଳ ଭିତ୍ତିରେ…

କାତାରକୁ ଏଲିମିନେଟ କଲା ସେନେଗାଲ

ଦୋହା, ୨୬।୧୧: ଚଳିତ ଫିଫା ବିଶ୍ୱକପରେ ପ୍ରଥମ ଦଳଭାବେ ଆୟୋଜକ କାତାର ଏଲିମିନେଟ ହୋଇଛି। ଅଲ ଥୁମାମା ଷ୍ଟାଡିୟମରେ ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ଏହି ଦଳ ସେନେଗାଲ ନିକଟରୁ ପରାଜିତ ହୋଇଛି। ୨ ମ୍ୟାଚରୁ କାତାରର ଏହା ଦ୍ୱିତୀୟ ପରାଜୟ। ପୂର୍ବ…

ରାସ୍ତାରେ ଚପଲ ବିକ୍ରି କରୁଛନ୍ତି କୋହଲିଙ୍କ ନକଲ, ଦେଖିବା ପରେ ଏଭଳି ପ୍ରତିକ୍ରିୟା ରଖିଲେ କ୍ରିକେଟର

ନୂଆଦିଲ୍ଲୀ,୨୫।୧୧: ଟିମ୍‌ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବିରାଟ କୋହଲିଙ୍କର ଦେଶବିଦେଶରେ କୋଟି କୋଟି ପ୍ରଶଂସକ ରହିଛନ୍ତି। ଏହି ଲୋକପ୍ରିୟତାର ଲାଭ ଉଠାଇବାକୁ ତାଙ୍କ ପରି ଦେଖାଯାଉଥିବା ଜଣେ ବ୍ୟକ୍ତି ବମ୍ବେର ରାସ୍ତାରେ ଜୋତା ବିକ୍ରି କରିବା ଆରମ୍ଭ କରିଛନ୍ତି। ଭାରତୀୟ ଟିମ୍‌…

ଗତ ୮ ଇନିଂସରେ କରିଛନ୍ତି ମାତ୍ର ୮୬ ରନ୍‌

ନୂଆଦିଲ୍ଲୀ,୨୫।୧୧: ଅନ୍ତର୍ଜାତୀୟ କ୍ରିକେଟରେ ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ଋଷଭ ପନ୍ତ ଖରାପ ଫର୍ମ ଦେଇ ଗତି କରୁଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷରେ ଶୁକ୍ରବାର ଖେଳାଯାଇଥିବା ଦିନିକିଆ ମୁକାବିଳାରେ ପନ୍ତ ୧୫ ରନ୍‌ କରି ପ୍ୟାଭିଲିୟନ ଫେରିଛନ୍ତି। ଏହାକୁ ମିଶାଇ ଗତ ୮ ଇନିଂସରେ ପନ୍ତ…

ଲାଥାମ, ୱିଲିୟମ୍ସନଙ୍କ ବିସ୍ଫୋରକ ବ୍ୟାଟିଂ: ପ୍ରଥମ ଦିନିକିଆ ଜିତିଲା ନ୍ୟୁଜିଲାଣ୍ଡ

ଅକଲାଣ୍ଡ,୨୫।୧୧: ଟମ୍‌ ଲାଥାମଙ୍କ ୧୪୫ ରନ୍‌ର ବିସ୍ଫୋରକ ବ୍ୟାଟିଂ ଏବଂ କେନ ୱିଲିୟମ୍ସନଙ୍କ ୯୪ ରନ୍‌ର ଅପରାଜିତ ଇନିଂସ୍‌ ବଲରେ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ଅକଲାଣ୍ଡର ଇଡେନ ପାର୍କରେ ଶୁକ୍ରବାର ଖେଳାଯାଇଥିବା ପ୍ରଥମ ମ୍ୟାଚକୁ ନ୍ୟୁଜିଲାଣ୍ଡ ୭ ଉଇକେଟରେ…

ନ୍ୟୁଜିଲାଣ୍ଡକୁ ୩୦୭ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ଭାରତ

ଅକଲାଣ୍ଡ,୨୫।୧୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଆଜିଠାରୁ ଆରମ୍ଭ ହୋଇଛି। ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ନ୍ୟୁଜିଲାଣ୍ଡ ସମ୍ମୁଖରେ ୩୦୭ ରନ ଲକ୍ଷ୍ୟ ରଖିଛି। ଶେଷ ଓଭରରେ ୱାଶିଂଟନ ସୁନ୍ଦର ଦ୍ରୁତ ଗତିରେ…

ଟସ୍‌ ଜିତିଲା ନ୍ୟୁଜିଲାଣ୍ଡ

ଅକଲାଣ୍ଡ,୨୫।୧୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଆଜିଠାରୁ ଆରମ୍ଭ ହେଉଛି। ଏହି ମ୍ୟାଚ୍‌ରେ ଟସ ଜିତିବା ପରେ ନ୍ୟୁଜିଲାଣ୍ଡର ଅଧିନାୟକ କେନ ୱିଲିୟମସନ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଟିମ ଇଣ୍ଡିଆ…

ଇତିହାସ ରଚିଲେ ରୋନାଲ୍ଡୋ

କାତାର,୨୫।୧୧: ପର୍ତ୍ତୁଗାଲର ତାରକା ଷ୍ଟ୍ରାଇକର ତଥା ଅଧିନାୟକ କ୍ରିଷ୍ଟିଆନୋ ରୋନାଲ୍ଡୋ ଇତିହାସ ସୃଷ୍ଟି କରିଛନ୍ତି। ସେ ଫିଫା ବିଶ୍ୱକପର ପାଞ୍ଚଟି ସଂସ୍କରଣରେ ଗୋଲ ସ୍କୋର କରିବାରେ ଦୁନିଆର ପ୍ରଥମ ଖେଳାଳି ହୋଇଛନ୍ତି। ଘାନା ବିପକ୍ଷ ମ୍ୟାଚ୍‌ରେ ସେ ଏହି କୀର୍ତ୍ତିମାନ ହାସଲ…

ସୁଇଜରଲାଣ୍ଡର ବିଜୟୀରେ ଖୁସି ମନାଇପାରି ନ ଥିଲେ ଇମ୍ବୋଲା

କାତାର, ୨୪।୧୧: ବ୍ରିଲ ଇମ୍ବୋଲାଙ୍କ ଗୋଲ ବଳରେ ସୁଇଜରଲାଣ୍ଡ ଚଳିତ ଫିଫା ବିଶ୍ୱକପ୍‌ରେ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ଗୁରୁବାର ଅନୁଷ୍ଠିତ ଗ୍ରୁପ୍‌ ‘ଜି’ ମ୍ୟାଚରେ ସୁଇଜରଲାଣ୍ଡ ୧-୦ ଗୋଲରେ କାମେରୁନକୁ ପରାସ୍ତ କରିଛି। ମ୍ୟାଚର ୪୮ତମ ମିନିଟରେ ଇମ୍ବୋଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?