Posted inଖେଳ

ଚାର୍ଲି ଚାପ୍‌ଲିନ୍‌ ବେଶରେ ଷ୍ଟାଡିୟମରେ ଉତ୍ତମ

ରାଉରକେଲା ଅଫିସ,୨୯ା୧: ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଶନିବାର ଭାରତ ଦଳ ତାର ଶେଷ ମ୍ୟାଚ ଦକ୍ଷିଣ ଆଫ୍ରିକା ସହିତ ଖେଳିଥିଲା। ଏହି ଖେଳ ସନ୍ଧ୍ୟା ୭ଟାରେ ଆରମ୍ଭ ହୋଇଥିଲା। ଏହି ଖେଳ ଆରମ୍ଭ ପୂର୍ବରୁ ରାଉରକେଲା ସରକାରୀ ସ୍ବୟଂ ଶାସିତ ମହାବିଦ୍ୟାଳୟରେ ହିନ୍ଦି ବିଷୟରେ ଡିଗ୍ରୀ କରୁଥିବା ଛାତ୍ର ଉତ୍ତମ ତାଣ୍ଡି ଚାର୍ଲି ଚାପଲିନଙ୍କ ବେଶରେ ଷ୍ଟାଡିୟମରେ ପହଞ୍ଚିଥିଲେ। ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମର ଗେଟ ନଂ.୬ ସମ୍ମୁଖରେ ଭାରତ ମ୍ୟାଚ ଦେଖିବା ପାଇଁ ଭିଡ଼ ଲାଗିଥିବା ଦର୍ଶକଙ୍କୁ ଭାରତର ଜାତୀୟ ପତାକା ହାତରେ ଧରି ଚାର୍ଲି ଚାପଲିନଙ୍କ ବିଭିନ୍ନ ହାସ୍ୟ ରଙ୍ଗଶୈଳୀ ପ୍ରଦର୍ଶନ କରି ଦର୍ଶକଙ୍କ ମନୋରଞ୍ଜନ କରିଥିଲେ। ଭାରତୀୟ ଦଳ ବିଶ୍ୱକପ କ୍ରସ୍‌ ଓଭରରୁ ବିଦା ହୋଇଥିଲେ ମଧ୍ୟ ହକିର ପ୍ରସାର ଓ ପ୍ରଚାର କିଭଳି ଅଧିକ ହୋଇପାରିବ ସେନେଇ ଉତ୍ତମ ଚାର୍ଲି ଚାପଲିନ ବେଶରେ ଷ୍ଟାଡିୟମ ବାହାରେ ହକି କ୍ରୀଡାପ୍ରେମୀଙ୍କୁ ଅବଗତ କରାଇଥିଲେ। ଏହା ପୂର୍ବରୁ ଉତ୍ତମ ପରିବେଶ ସୁରକ୍ଷା, ସଡକ ସୁରକ୍ଷା ସଚେତନତା ଉପରେ ଅମୀର ଖାନଙ୍କ ପି.କେ ବେଶରେ ବିଭିନ୍ନ ଜନହିତ ଦିଗରେ ଅବଗତ କରାଇଥିଲେ।

ଭାରତ ଅଭ୍ୟାସ ମ୍ୟାଚ ଖେଳିଲେ ବି ଦର୍ଶକ ଭିଡ଼ ହେବେ
ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ଶନିବାର ୪ଟି ମ୍ୟାଚ ଖେଳା ଯାଇଥିଲା। ଉକ୍ତ ସନ୍ଧ୍ୟାର ଶେଷ ମ୍ୟାଚ ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଭାରତୀୟ ଦଳ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଦୁଇଟି ମ୍ୟାଚ ଜିତିଥିବାବେଳେ ଇଂଲଣ୍ଡ ବିପକ୍ଷ ମ୍ୟାଚ ଡ୍ର ରଖିଥିଲା। ବିର୍ସା ମୁଣ୍ଡା ଷ୍ଟାଡିୟମରେ ଯେଉଁ ଦିନ ଭାରତର ମ୍ୟାଚ ଖେଳା ଯାଇଥିଲା ଉକ୍ତ ଦିନ ଆମର ବ୍ୟବସାୟରେ ଦୁଇଗୁଣା ଲାଭ ହୋଇଥିବା ଚିତ୍ରଶିଳ୍ପୀ ସୌରଭ ବାଗ ମତ ପ୍ରକାଶ କରିଥିଲେ। ସୌରଭ ଜଣେ ଚିତ୍ରଶିଳ୍ପୀ ହୋଇଥିବାବେଳେ ସେ ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମର ୫ ଓ ୬ ନମ୍ବର ଗେଟରେ ରହି ବିଭିନ୍ନ ଦର୍ଶକଙ୍କ ଗାଲରେ ତ୍ରିରଙ୍ଗା ଚିତ୍ର ଆଙ୍କୁଥିଲେ। ଏଥିସହ ବିଶ୍ୱକପ ସମ୍ବନ୍ଧୀୟ ବିଭିନ୍ନ ତଥ୍ୟର ଚିତ୍ର ଷ୍ଟାଡିୟମକୁ ଆସୁଥିବା ଅନେକ ଦର୍ଶକଙ୍କ ଶରୀରରେ ଚିତ୍ରଣ କରି ଭାରତୀୟ ଦଳକୁ ଉତ୍ସାହିତ କରୁଥିଲେ। ଏନେଇ ସୌରଭଙ୍କୁ ପଚାରିବାରୁ ସେ କହିଥିଲେ, ଯଦି ଏଫଆଇଏଚ ବା ହକି ଇଣ୍ଡିଆ ଭାରତର କୌଣସି ଅଭ୍ୟାସ ମ୍ୟାଚ ବିର୍ସା ମୁଣ୍ଡା ଷ୍ଟାଡିୟମରେ ଆୟୋଜନ କରେ ଜିଲାରେ ହକିର ଏତେ କ୍ରେଜ ଅଛି ଯେ ନିଶ୍ଚିତ ଷ୍ଟାଡିୟମ ଆଖପାଖରେ ବ୍ୟବସାୟ କରୁଥିବା ବହୁ ବ୍ୟବସାୟୀ ଲାଭବାନ ହେବ।
– ରିପୋର୍ଟ: ଦୀନେଶ ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

BCCIର ମାଷ୍ଟରଷ୍ଟ୍ରୋକ୍: ସ୍ମୃତି ମନ୍ଧାନାଙ୍କୁ କରାଗଲା ଅଧିନାୟକ, ଜାଣନ୍ତୁ କାହିଁକି ଏହି ନିଷ୍ପତ୍ତି ନେଲା…

ଗୁଆହାଟୀ,୬।୧୦: ଭାରତୀୟ ମହିଳା କ୍ରିକେଟ୍ ଦଳରେ ଏକ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି। ହରମନ୍‌ପ୍ରୀତ କୌରଙ୍କ ସ୍ଥାନରେ ଷ୍ଟାର୍ ବ୍ୟାଟର ସ୍ମୃତି ମନ୍ଧାନାଙ୍କୁ ଭାରତୀୟ ମହିଳା କ୍ରିକେଟ୍…

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

ଲାଉସାନେ, ୬ା୧୦: ଅଲିମ୍ପିକ୍‌ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…

ଟିମ୍ ଇଣ୍ଡିଆକୁ ବଡ଼ ଝଟ୍‌କା: ନ୍ୟୁଜିଲ୍ୟାଣ୍ଡ ସିରିଜ୍ ପୂର୍ବରୁ ଆହତ ହେଲେ ଷ୍ଟାର୍ ବୋଲର, CoEରେ ଚାଲିଛି…

ନୂଆଦିଲ୍ଲୀ,୬।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍ ପରେ ଭାରତୀୟ କ୍ରିକେଟ୍ ଦଳ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିବ, ଯେଉଁଠାରେ ତିନୋଟିଯାକ ଫର୍ମାଟ୍‌ରେ ସିରିଜ୍ ଖେଳାଯିବ। ତେବେ ଏହି ଗୁରୁତ୍ୱପୂର୍ଣ୍ଣ…

IPL 2027: ଦିଲ୍ଲୀ କ୍ୟାପିଟାଲ୍ସର ନୂଆ ହେଡ୍ କୋଚ୍ ହେଲେ ସୌରଭ ଗାଙ୍ଗୁଲି, ହେମାଙ୍ଗ ବଦାନୀଙ୍କ ସ୍ଥାନ ନେଲେ ଦାଦା

ନୂଆଦିଲ୍ଲୀ,୬।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସିଜନ୍ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ (DC) ସୌରଭ ଗାଙ୍ଗୁଲିଙ୍କୁ ଟିମ୍‌ର ନୂଆ ହେଡ୍ କୋଚ୍ ଭାବେ ନିଯୁକ୍ତ କରିଛି।…

ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମ ପରିଦର୍ଶନ କରିବା ପାଇଁ ବିରାଟ କୋହଲି ୫ କୋଟି ଟଙ୍କା ପାଇଥିଲେ? ଜାଣନ୍ତୁ ଏହା ପଛର ସତ୍ୟତା

ନୂଆଦିଲ୍ଲୀ,୬।୧୦: ଭାରତୀୟ କ୍ରିକେଟ ତାରକା ବିରାଟ କୋହଲି ଏବଂ ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କୁ ବୃନ୍ଦାବନରେ ପ୍ରେମାନନ୍ଦ ମହାରାଜଙ୍କୁ ଭେଟିବା ଓ ତାଙ୍କ ସହ ଆଲୋଚନା କରିବାର…

ଶୀର୍ଷରେ ହରମନପ୍ରୀତ; ଧୋନି, ବିରାଟ, ରୋହିତ ଏହାର ପାଖାପାଖି ମଧ୍ୟ ନାହାନ୍ତି, ଲିଷ୍ଟ ଦେଖିଲେ ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ,୬।୧୦: ହରମନପ୍ରୀତ କୌର ଭାରତୀୟ ଦଳର ଅଧିନାୟକ ପଦରୁ ଓହରି ଯାଇଛନ୍ତି। T20 କ୍ରିକେଟ ଇତିହାସରେ ସବୁଠାରୁ ସଫଳ ଅଧିନାୟକ ହେବା ପରେ ସେ ଏହି ନିଷ୍ପତ୍ତି…

ଆଉ କେବେ କ’ଣ ଟିମ ଇଣ୍ଡିଆ ପାଇଁ ଖେଳିବେ ନାହିଁ ହରମନପ୍ରୀତ? ଅଧିନାୟକ ପଦରୁ ଓହରିବା ସମୟରେ କହିଲେ…

ନୂଆଦିଲ୍ଲୀ,୬।୧୦: ଭାରତୀୟ ମହିଳା କ୍ରିକେଟ ଦଳ ଏକ ନୂତନ ଯୁଗରେ ପ୍ରବେଶ କରିବାକୁ ଯାଉଛି। ହରମନପ୍ରୀତ କୌର ସମସ୍ତ ଫର୍ମାଟରେ ଟିମ ଇଣ୍ଡିଆର ଅଧିନାୟକ ପଦରୁ ଓହରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?