Posted inଖେଳ

ବିଶ୍ୱକପ୍‌ ପାଇଁ ଭାରତୀୟ ଟିମ୍‌କୁ ଗୁୁରୁମନ୍ତ୍ର ଦେଲେ ଗାଙ୍ଗୁଲି

ନୂଆଦିଲ୍ଲୀ,୨୯।୧: ୨୦୨୩ ଦିନିକିଆ ବିଶ୍ୱକପ୍‌ ଭାରତରେ ଖେଳାଯିବ। ୧୦ ବର୍ଷ ପରେ ଆଇସିସି ଟ୍ରଫି ଜିତିବା ଉପରେ ଭାରତୀୟ ଟିମ୍‌ର ନଜର ରହିଛି। ଏହାକୁ ନେଇ ପୂର୍ବତନ ଅଧିନାୟକ ଏବଂ ପୂର୍ବତନ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଦଳକୁ ଗୁରୁମନ୍ତ୍ର ଦେଇଛନ୍ତି।

ଗାଙ୍ଗୁଲି କହିଛନ୍ତି, ଭାରତୀୟ ଟିମ୍‌ କଦାପି ଦୁର୍ବଳ ନୁହେଁ। କାରଣ ଆମ ପାଖରେ ବହୁତ ପ୍ରତିଭା ଅଛନ୍ତି। ଅଧାରୁ ଅଧିକ ଖେଳାଳିଙ୍କୁ ଦଳରେ ଖେଳିବାର ସୁଯୋଗ ପାଆନ୍ତି ନାହିଁ। ରାହୁଲ ଦ୍ରାବିଡ, ରୋହିତ ଶର୍ମା ଏବଂ ଚୟନକର୍ତ୍ତାମାନେ ବିଶ୍ୱକପ୍‌ ପର୍ଯ୍ୟନ୍ତ ଏହି ଦଳ ସହ ଖେଳିବା ଜାରି ରଖନ୍ତୁ ବୋଲି ଚାହୁଁଥିବା ଗାଙ୍ଗୁଲି କହିଛନ୍ତି।

ଏହାଛଡ଼ା ଯେତେବେଳେ ଟିମ୍‌ ଇଣ୍ଡିଆ ବିଶ୍ୱକପ୍‌କୁ ଯାଏ, ସେତେବେଳେ ସେମାନେ କୌଣସି ପ୍ରକାର ବୋଝ ରଖିବା ଉଚିତ ନୁହେଁ। ଟ୍ରଫି ଜିତନ୍ତୁ ଅବା ନଜିତନ୍ତୁ, ଭୟଭୀତ ନ ହୋଇ କ୍ରିକେଟ ଖେଳିବା ଉଚିତ। ଯେଉଁ ଟିମ୍‌ ପାଖରେ ଶୁଭମନ ଗିଲ, ରୋହିତ ଶର୍ମା, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଜସପ୍ରିତ ବୁମ୍‌ରା, ମହମ୍ମଦ ଶାମି ଏବଂ ରବିନ୍ଦ୍ର ଜାଡେଜା ଭଳି ଖେଳାଳି ଅଛନ୍ତି, ସେ କେବେ ବି ଦୁର୍ବଳ ନୁହେଁ ବୋଲି ଗାଙ୍ଗୁଲି ମଧ୍ୟ କହିଛନ୍ତି।

କହିରଖୁଛୁ, ଟିମ୍‌ ଇଣ୍ଡିଆ ବିଶ୍ୱକପ୍‌ର ପ୍ରସ୍ତୁତି ଆରମ୍ଭ କରିଛି। ପ୍ରଥମେ ଶ୍ରୀଲଙ୍କା ଏବଂ ପରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଦିନିକିଆ ସିରିଜରେ ଟିମ୍‌ ଇଣ୍ଡିଆ କବ୍ଜା କରିଛି। ଅଧିନାୟକ ରୋହିତ ଶର୍ମା ନେତୃତ୍ୱାଧୀନ ଭାରତୀୟ ଟିମ୍‌ ଲଗାତାର ଭାବେ ଆଗକୁ ବଢ଼ୁଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନର ପରାଜୟ ପରେ ରାଗିଗଲେ ପିସିବି ସଭାପତି, ଭାରତୀୟ ଖବରଦାତାଙ୍କ ଫୋନ ଛଡାଇନେଲେ

ଦୁବାଇ,୧୨।୯: ଏସିଆ କପ୍‌ ୨୦୨୨ ଫାଇନାଲ୍‌ରେ ପାକିସ୍ତାନକୁ ୨୩ ରନ୍‌ରେ ପରାସ୍ତ କରି ଚାମ୍ପିଅନ ହୋଇଛି ଶ୍ରୀଲଙ୍କା। ଏହି ମ୍ୟାଚ ଦେଖିବାକୁ ପାକିସ୍ତାନ କ୍ରିକେଟ ବୋର୍ଡ...

ସ୍ବର୍ଣ୍ଣ ପଦକ ବିଜୟିନୀଙ୍କୁ ସମ୍ବର୍ଦ୍ଧନା

ପୁରୁଣା ଭୁବନେଶ୍ୱର, ୩୧ା୮(ଡ଼ି.ଏନ୍‌.ଏ.): ଅଗଷ୍ଟ ୨୬ରୁ୨୮ ୩ଦିନ ଧରି ପଞ୍ଜାବ ଅମୃତସରର ଗୁରୁନାନକ ଦେବ ୟୁନିଭର୍ସିଟିଠାରେ ୧୩ତମ ଥାଇବକ୍ସିଂ ଚମ୍ପିୟନଶିପ୍‌ ଅନୁଷ୍ଠିତ ହୋଇଥିଲା ଏଥିରେ ଓଡ଼ିଶାରୁ...

ଦ୍ରାଭିଡଙ୍କୁ ଆମେରିକାର ନିମନ୍ତ୍ରଣ: ଜାଣନ୍ତୁ କାହିଁକି

ବେଙ୍ଗାଲୁରୁ,୭।୪: ଭାରତର ମହାନ କ୍ରିକେଟର ରାହୁଲ ଦ୍ରାଭିଡଙ୍କୁ ଆମେରିକାରେ ଏମଆଇଟି ସ୍ପୋର୍ଟସ ଆନାଲିସିସ ସମ୍ମିଳନୀରେ ଯୋଗଦେବାକୁ ନିମନ୍ତ୍ରଣ କରାଯାଇଛି। ପ୍ରଥମ ଥର ପାଇଁ ଏଠାରେ କ୍ରିକେଟ...

ଆଇସିସି ଟି୨୦ ମହିଳା ବିଶ୍ୱକପ୍‌: ପ୍ରତିଶୋଧ ଲକ୍ଷ୍ୟରେ ଭାରତ

ସିଡନୀ, ୪।୩(ପି.ଟି.): ଅଷ୍ଟ୍ରେଲିଆରେ ଚାଲିଥିବା ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ମହିଳା ଟି୨୦ ବିଶ୍ୱକପ୍‌ ଏବେ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଗୁରୁବାର ଟାଇଟଲ ଫେଭରାଇଟ୍‌ ଭାରତ...

ଡେଥ୍‌ ଓଭରରେ ପାରିଲେନି ବୋଲର, ଦକ୍ଷିଣ ଆଫ୍ରିକା ଛିଡ଼ା କଲା ୨୯୭ ରନ୍‌ ଟାଗେର୍ଟ

ପାର୍ଲ,୧୯।୧: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଡେଥ୍‌ ଓଭରରେ ଭାରତୀୟ ବୋଲର ଉଇକେଟ ନେବାରେ ବିଫଳ ହୋଇଛନ୍ତି। ଯଶପ୍ରୀତ ବୁମରା, ଭୁବନେଶ୍ୱର କୁମାର,...

ବାଂଲାଦେଶ- ଶ୍ରୀଲଙ୍କା ଟକ୍କର: ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଲା ଶ୍ରୀଲଙ୍କା

ଦୁବାଇ,୧।୯: ଏସିଆ କପ୍‌ ପାଇଁ ଆଜି ମୁହାଁମୁହିଁ ହୋଇଛନ୍ତି ବାଂଲାଦେଶ- ଶ୍ରୀଲଙ୍କା। ତେବେ ଆଜିର ଏହି ମ୍ୟାଚ୍‌ରେ ଶ୍ରୀଲଙ୍କା ଅଧିନାୟକ ଦସୁନ ଶଣକା ଟସ୍‌ ଜିତି...

ଅର୍ଜୁନ ତେନ୍ଦୁଲକରଙ୍କୁ କିଣିପାରନ୍ତି ଏହି ୩ ଟିମ୍‌, ଦେଖିବାକୁ ମିଳିପାରେ…

ନୂଆଦିଲ୍ଲୀ,୬।୨: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୧୪ ସଂସ୍କରଣରେ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ଖେଳିବାକୁ ଯାଉଛନ୍ତି। ସେ ୨୦୨୧ ଆଇପିଏଲ୍‌ ପାଇଁ ନାମ ପଞ୍ଜୀକୃତ...

ନିଶାମଙ୍କ ଛକା ସମୟରେ ଚାଲିଗଲା କୋଚ୍‌ଙ୍କ ଜୀବନ

ଅକ୍‌ଲାଣ୍ଡ, ୧୮।୭ (ପି.ଟି.)- ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ଆଇସିସି ବିଶ୍ୱକପ୍‌ର ରୋମାଞ୍ଚକଭରା ଫାଇନାଲରେ ଉଭୟ ମ୍ୟାଚ୍‌ ଓ ସୁପର ଓଭର ଟାଇ ରହିବା ପରେ ଅଧିକ...

Advertisement
Archives

Model This Week