Posted inଖେଳ

ଭାରତ-ଇଂଲଣ୍ଡ ଫାଇନାଲ ଆଜି

ପୋଶ୍ଚେଫଷ୍ଟ୍ରୁମ୍‌, ୨୯ା୧: ଚଳିତ ୧୯ ବର୍ଷରୁ କମ୍‌ ମହିଳା ଆଇସିସି ଟି୨୦ କ୍ରିକେଟ ବିଶ୍ୱକପ୍‌ର ଫାଇନାଲ ମ୍ୟାଚ ରବିବାର ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବ। ଟାଇଟଲ ଜିତି ଇତିହାସ ସୃଷ୍ଟିକରିବା ଲାଗି ବ୍ୟାଟିଂ ସେନ୍‌ସେସନ ଶେଫାଳି ବର୍ମାଙ୍କ ପାଇଁ ଏହା ଏକ ସୁଯୋଗ। ଭାରତୀୟ ମହିଳା କ୍ରିକେଟ ଦଳ ଏପର୍ଯ୍ୟନ୍ତ କୌଣସି ସ୍ତରରେ ଏକ ବିଶ୍ୱକପ୍‌ ଜିତିପାରି ନାହିଁ। ଶେଫାଳି ସିନିୟର ଦଳ ସହ ଦୁଇଟି ବିଶ୍ୱକପ୍‌ ଏବଂ ଗୋଟିଏ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଫାଇନାଲ ଖେଳିଛନ୍ତି। ଦେଶକୁ ସେ ଟାଇଟଲ ସହ ଫେରିବା ଲକ୍ଷ୍ୟରେ ଥିଲେ। ସିନିୟର ଦଳ ସମସ୍ତ ଫର୍ମାଟରେ ଏ ପର୍ଯ୍ୟନ୍ତ ୩ଥର ବିଶ୍ୱକପ୍‌ ଫାଇନାଲରେ ପ୍ରବେଶ କରିଛନ୍ତି ଏବଂ ଦୁଃଖଦ ଅନୁଭୂତି ନେଇ ଫେରିଛନ୍ତି। ସେମାନେ ୨୦୦୫ ଦିନିକିଆ ବିଶ୍ୱକପ୍‌ରେ ଅଷ୍ଟ୍ରେଲିଆଠାରୁ ୯୮ରନରେ ଏବଂ ୨୦୧୭ରେ ଇଂଲଣ୍ଡ ନିକଟରୁ ୯ ରନରେ ପରାଜିତ ହୋଇଛନ୍ତି। ପୁନଶ୍ଚ ଟି୨୦ରେ ସେମାନେ ୨୦୨୦ ଫାଇନାଲରେ ଅଷ୍ଟ୍ରେଲିଆଠାରୁ ୮୫ ରନରେ ହାରିଛନ୍ତି। ଶେଫାଳି ଏଥର ସୁଯୋଗ ହାତଛଡ଼ା କରିବାକୁ ଚାହିଁବେ ନାହିଁ। ଟୁର୍ନାମେଣ୍ଟର ସୁପର ସିକ୍ସ ଲିଗ୍‌ ପର୍ଯ୍ୟାୟରେ ଭାରତ କେବଳ ଅଷ୍ଟ୍ରେଲିଆ ନିକଟରୁ ପରାସ୍ତ ହୋଇଛି। ତେବେ ଦଳ ଅଷ୍ଟ୍ରେଲିଆକୁ ମାତ୍ର ୮୭ ରନରେ ଅଲଆଉଟ କରିଦେଇଥିଲା। ଅନ୍ୟପକ୍ଷରେ ଭାରତର ଫାଇନାଲ ପ୍ରତିଦ୍ୱନ୍ଦ୍ୱୀ ଇଂଲଣ୍ଡ ଶକ୍ତିଶାଳୀ ମନେ ହେଉଛି। ସୁପର ସିକ୍ସ ଗ୍ରୁପ୍‌ ପର୍ଯ୍ୟାୟରେ ଦଳ ଏହାର ସମସ୍ତ ମ୍ୟାଚରେ ବିଜୟ ଲାଭ କରିଛି। ଅଷ୍ଟ୍ରେଲିଆ ବିପକ୍ଷ ସେମିଫାଇନାଲରେ ସେମାନେ ୧୯.୫ ଓଭରରେ ୯୯ରନ କରି ଅଲଆଉଟ ହୋଇଯାଇଥିଲେ। ମାତ୍ର ଇଂଲଣ୍ଡ ପରେ ଅଷ୍ଟ୍ରେଲିଆକୁ ୧୮.୪ ଓଭରରେ ୯୬ ରନ ସ୍କୋରରେ ଅଲଆଉଟ କରିଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହକି କିମ୍ବଦନ୍ତୀ କେଶବ ଦତ୍ତଙ୍କ ପରଲୋକ

ନୂଆଦିଲ୍ଲୀ, ୮।୭(ପି.ଟି.)- ଦୁଇଥର ଅଲିମ୍ପିକ୍‌ ସ୍ବର୍ଣ୍ଣ ପଦକ ବିଜେତା ଭାରତୀୟ ଦଳର ସଦସ୍ୟ ହକି କିମ୍ବଦନ୍ତୀ କେଶବ ଦତ୍ତଙ୍କର ବୁଧବାର ପରଲୋକ ଘଟିଛି। ବାର୍ଦ୍ଧକ୍ୟଜନିତ କାରଣରୁ...

ଭାରତ ବିପକ୍ଷ ମୁକାବିଲା ପୂର୍ବରୁ ପାକିସ୍ତାନକୁ ବଡ ଝଟ୍‌କା

ମେଲବୋର୍ନ,୨୧।୧୦: ଟି୨୦ ବିଶ୍ୱକପ୍‌ ୨୦୨୨ ସିଜନ୍‌ରେ ନିଜର ଯାତ୍ରା ଆରମ୍ଭ କରିବା ପୂର୍ବରୁ ପାକିସ୍ତାନ ଟିମ୍‌କୁ ବଡ ଝଟ୍‌କା ଲାଗିଛି। ଷ୍ଟାର ବ୍ୟାଟ୍ସମ୍ୟାନ୍‌ ଶାନ ମାସୁଦ...

ଦଶନ୍ଧି ପରେ ପାକିସ୍ତାନକୁ ଫେରିଲା ଟେଷ୍ଟ କ୍ରିକେଟ: ଶ୍ରୀଲଙ୍କା ୨୦୨/୫

ରାଓ୍ବଲପିଣ୍ଡି,୧୧।୧୨(ଏଏଫ୍‌ପି)- ପାଖାପାଖି ଏକ ଦଶନ୍ଧି ପରେ ପାକିସ୍ତାନରେ ପୁଣି ଥରେ ଟେଷ୍ଟ କ୍ରିକେଟ ଖେଳାଯାଇଛି। ସ୍ଥାନୀୟ ରାଓ୍ବଲପିଣ୍ଡି କ୍ରିକେଟ ଷ୍ଟାଡିୟମରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ...

ଯୁବରାଜଙ୍କୁ ୩୯ : ୬ ବଲରେ ୬ଟି ଛକ୍କା ମାରି ରଚିଥିଲେ ଇତିହାସ

ନୂଆଦିଲ୍ଲୀ, ୧୨।୧୨: ଭାରତୀୟ କ୍ରିକେଟର ଯୁବରାଜ ସିଂ ଶନିବାର ୩୯ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୮୧ ଡିସେମ୍ବର ୧୨ରେ ଚଣ୍ଡିଗଡ଼ଠାରେ ଜନ୍ମଗ୍ରହଣ କରିଥିଲେ। ଯୁବରାଜଙ୍କୁ...

ବର୍ଷର ଶେଷ ମ୍ୟାଚ ପାଇଁ ପ୍ରସ୍ତୁତି

କଟକ ଅଫିସ,୨୨ା୧୨-  ଭାରତୀୟ ଦଳ ବାରବାଟୀ ଷ୍ଟାଡିୟମରେ ରବିବାର ‘୨୦୧୯’ର ଶେଷ ମ୍ୟାଚ୍‌ ଖେଳିବ। ଚଳିତବର୍ଷ ଭାରତୀୟ କ୍ରିକେଟ ନିମନ୍ତେ ଏହା ‘ସୁପର-ସଣ୍ଡେ’ ବୋଲି କୁହାଯାଉଛି।...

ଶୋପିଆନ୍‌ରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର: ୩ ହିଜବୁଲ୍‌ ଆତଙ୍କବାଦୀ ନିହତ

ଶ୍ରୀନଗର,୨୮।୩: ଜମ୍ମୁ-କଶ୍ମୀର ଶୋପିଆନ୍‌ରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ଗୁରୁବାର ୩ ହିଜ୍‌ବୁଲ୍‌ ମୁଜାହିଦ୍ଦିନ୍‌ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ମୃତ ଆତଙ୍କବାଦୀମାନେ ହେଉଛନ୍ତି ଆକିବ୍‌ ଅହମ୍ମଦ, ବଶରତ୍‌ ଅହମ୍ମଦ...

ଜାତୀୟ ଏକାଡେମୀ ମହିଳା ହକି : ସାଇ ଏକାଡେମୀ ଚାମ୍ପିୟନ

ଭୁବନେଶ୍ୱର, ୨୬।୩(କ୍ରୀଡ଼ା ପ୍ରତିନିଧି)-ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ସର୍ବପ୍ରଥମ ହକି ଇଣ୍ଡିଆ ଜାତୀୟ ଏକାଡେମୀ ମହିଳା ହକି ଟୁର୍ନାମେଣ୍ଟର ସବ୍‌ଜୁନିୟର ବିଭାଗରେ ସାଇ ଏକାଡେମୀ ଚାମ୍ପିୟନ...

କୋହଲିଙ୍କ ମଜାକ୍‌ ଉଡାଇଲେ ଇଂଲଣ୍ଡ କ୍ରିକେଟର୍‌

ଲଣ୍ଡନ, ୧୨।୭: ଇଂଲଣ୍ଡରେ ବିଶ୍ୱକପ ଚାଲିଥିବାବେଳେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ତା’ର ଟୁଇଟର ପେଜରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ସମ୍ରାଟ ଭାବରେ...

Advertisement
Archives

Model This Week