Posted inଖେଳ

ମ୍ୟାଚ୍‌ ଓ୍ବାଶିଂଟନ ବନାମ ନ୍ୟୁଜିଲାଣ୍ଡ ହୋଇଯାଇଥିଲା: ହାର୍ଦ୍ଦିକ

ରାଞ୍ଚି,୨୮।୧: ଭାରତୀୟ କ୍ରିକେଟ ଟିମ୍‌ ରାଞ୍ଚିରେ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟି୨୦ ମୁକାବିଲାରେ ପରାଜିତ ହୋଇଥିଲା। ଟସ୍‌ ହାରି ପ୍ରଥମେ ବ୍ୟାଟିଂ ନିମନ୍ତ୍ରଣ ପାଇଥିବା ନ୍ୟୁଜିଲାଣ୍ଡ ୨୦ ଓଭରରେ ୧୭୬ ରନ୍‌ କରିଥିଲା। ଜବାବରେ ଭାରତ ୨୦ ଓଭରରେ ୯ ଉଇକେଟ ହରାଇ ୧୫୫ ରନ୍‌ କରିବାରେ ସଫଳ ହୋଇଥିଲା।

ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ପରାଜୟ ପରେ କହିଥିଲେ, ପିଚ୍‌ ଏଭଳି ଆଚରଣ କରିବ ବୋଲି କେହି ଭାବି ନ ଥିଲେ।ଉଭୟ ଟିମ୍‌ ଏଥିରେ ଆଶ୍ଚର୍ଯ୍ୟ ହୋଇଥିଲେ। ହେଲେ ନ୍ୟୁଜିଲାଣ୍ଡ ଆମ ଅପେକ୍ଷା ଭଲ ପ୍ରଦର୍ଶନ କରିଛି। ପୁରୁଣା ବଲ୍‌ ଅପେକ୍ଷା ନୂଆ ବଲ୍‌ ଅଧିକ ସ୍ପିନ ହେଉଥିଲା। ଏହାସତ୍ତ୍ୱେ ସୂର୍ଯ୍ୟକୁମାର ଏବଂ ମୁଁ ଖେଳିବା ସମୟରେ ଆମେ ପ୍ରତ୍ୟାବର୍ତ୍ତନ କରିବୁ ବୋଲି ଭାବୁଥିଲୁ। ହେଲେ ତାହା ହେଲା ନାହିଁ।

ଏହାଛଡ଼ା ୧୭୬ ରନ୍‌ ସ୍କୋରକୁ ଅଧିକ ବୋଲି କହି ହାର୍ଦ୍ଦିକ କହିଛନ୍ତି, ଆମେ ବୋଲିଂ ସମୟରେ ୨୫ ରନ୍‌ ଅଧିକ ଦେଇଦେଇଥିଲୁ। ଓ୍ବାଶିଂଟନ ସୁନ୍ଦର ଯେଉଁଭଳି ବୋଲିଂ, ବ୍ୟାଟିଂ ଏବଂ ଫିଲ୍ଡିଂ କଲେ, ତାକୁ ଦେଖି ଲାଗୁଥିଲା ଯେ ଏହି ମ୍ୟାଚ୍‌ ଭାରତ ବନାମ ନ୍ୟୁଜିଲାଣ୍ଡରୁ ଅଧିକ ଓ୍ବାଶିଂଟନ ବନାମ ନ୍ୟୁଜିଲାଣ୍ଡ ହୋଇଯାଇଥିଲା। ଯଦି ସେ ଏବଂ ଅକ୍ଷର ପଟେଲ ଏଭଳି ପ୍ରଦର୍ଶନ ଜାରି ରଖିବେ ତେବେ ଏହା ଭାରତୀୟ କ୍ରିକେଟ ଟିମ୍‌ ପାଇଁ ଆଗକୁ ଶୁଭଙ୍କର ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଖେଳରନ୍ନ ପାଇଁ ପ୍ରମୋଦଙ୍କ ନାମ ସୁପାରିସ

ଭୁବନେଶ୍ୱର, ୬।୭(କ୍ରୀଡ଼ା ପ୍ରତିନିଧି)-ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଜାତୀୟ କ୍ରୀଡ଼ା ପୁରସ୍କାର ପାଇଁ ଆଉ ୨ ଓଡ଼ିଆ ଖେଳାଳିଙ୍କ ନାମ ସୁପାରିସ...

୫ କୋଟି ଟଙ୍କାରେ ବିକ୍ରି ହୋଇଥିଲା ଏହି କ୍ରିକେଟର୍‌ଙ୍କ ଟୋପି

ଅଷ୍ଟ୍ରେଲିଆ କ୍ରିକେଟ ମହାନ ଖେଳାଳି ତାଲିକାରେ ସେନ୍‌ ୱାର୍ଣ୍ଣ ଅନ୍ୟତମ। ଅନେକ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ପାଇଁ ୱାର୍ଣ୍ଣ ଚମତ୍କାର ପ୍ରଦର୍ଶନ କରିଥିଲେ। ଆଜି ୱାର୍ଣ୍ଣଙ୍କ ଜନ୍ମବାର୍ଷିକୀ।...

ରାଜ୍ୟପାଳ ହୋଇପାରନ୍ତି ଏହି ପ୍ରସିଦ୍ଧ କ୍ରିକେଟର୍‌

କଲମ୍ବୋ,୨୧।୧୧:ଶ୍ରୀଲଙ୍କାର ପୂର୍ବତନ କ୍ରିକେଟର ମୂଥୟା ମୁରଲିଧରନଙ୍କୁ ନେଇ ଏବେ ଚର୍ଚ୍ଚା। ଏବେ ସେ ଆଉ ଏକ ଇନିଂଶ ଖେଲିବାକୁ ଯାଉଛନ୍ତି। କ୍ରିକେଟରେ ନୁହେଁ ଏଥର ରାଜନୈତିକ...

ଏହି ଶିଶୁ କ୍ରିକେଟରଙ୍କୁ ଦେଖି ସଚିନଙ୍କ ଆଖିରେ ଆସିଲା ଲୁହ

କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ନୂଆବର୍ଷକୁ ଏକ ଭାବୁକ ଏବଂ ପ୍ରେରଣାଦାୟୀ ଭିଡିଓ ଶେୟାର କରି ଆରମ୍ଭ କରିଛନ୍ତି। ନିଜ ବ୍ୟାଟିଂ ଦ୍ୱାରା କୋଟି...

କ୍ୟାରିୟରର ପ୍ରଥମ ବଲ୍‌ରେ ସାଙ୍ଗାକାରାଙ୍କ ଉଇକେଟ ନେଇଥିଲେ ଏହି ସ୍ପିନର: ବ୍ରିସ୍‌ବେନ୍‌ ମ୍ୟାଚ୍‌ରେ କରିପାରନ୍ତି ରେକର୍ଡ

ବ୍ରିସବେନ୍‌,୧୫।୧: ବର୍ତ୍ତମାନ ସମୟରେ ଅଷ୍ଟ୍ରେଲିଆର ସଫଳ ବୋଲରଙ୍କ ମଧ୍ୟରୁ ନାଥନ ଲାୟନ ଅନ୍ୟତମ। ଶୁକ୍ରବାର ଭାରତ ବିପକ୍ଷ ନିର୍ଣ୍ଣାୟକ ଟେଷ୍ଟରେ ସେ ନିଜର ୧୦୦ତମ ମ୍ୟାଚ୍‌...

‘କୋହଲିଙ୍କୁ ବିଶ୍ରାମ ଦରକାର’

ମୁମ୍ବାଇ,୨୦।୪: ଭାରତୀୟ କ୍ରିକେଟର୍‌ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି କେବେ ଏକ ଶତକ ସ୍କୋର କରିବେ, ଏହି ପ୍ରଶ୍ନ ଏବେ ପୁରୁଣା ହୋଇଯାଇଛି। ଏବେ...

ଅଲିମ୍ପିକ୍‌ ଜ୍ୟୋତି ପ୍ରଦର୍ଶନକୁ ବାତିଲ କଲା ଜାପାନ

ଟୋକିଓ, ୭।୪ (ପି.ଟି.)- କୋଭିଡ୍‌-୧୯ ସାରା ବିଶ୍ୱ ମହାମାରୀର ରୂପ ନେଇଥିବା ବେଳେ ଅଲିମ୍ପିକ୍ସ ଆୟୋଜକ ଦେଶ ଜାପାନ ଏକ ଗୁରୁତ୍ୱପୂର୍ଣ୍ଣ ନଷ୍ପତ୍ତି ନେଇଛି। ଜାପାନ...

୩ବର୍ଷ ପରେ କୋହଲିଙ୍କ ଶତକ

ଦୁବାଇ,୮।୯: ଦୀର୍ଘ ଦିନର ବିଫଳତା ପରେ ଏସିଆ କପର ଗୁରୁବାର ଭାରତ-ଆଫଗାନିସ୍ତାନ ଶେଷ ମ୍ୟାଚରେ ବିରାଟ କୋହଲିିଙ୍କ ଦମ୍‌ଦାର ଶତକୀୟ ଇନିଂସ ଦେଖିବାକୁ ମିଳିଛି। ଏହି...

Advertisement
Archives

Model This Week