Posted inଖେଳ

ଆଜି ଦ୍ୱିତୀୟ ଟି୨୦: ଜାଣନ୍ତୁ କେବେ, କେଉଁଠି, କେତେବେଳେ ଦେଖିବେ ମ୍ୟାଚ୍‌…

ଲକ୍ଷ୍ନୌ,୨୯ା୧: ନ୍ୟୁଜିଲାଣ୍ଡ ବିପକ୍ଷ ଟି୨୦ ସିରିଜର ପ୍ରଥମ ଟି୨୦ ମ୍ୟାଚ ପରାଜିତ ହେବା ପରେ ଦ୍ୱିତୀୟ ଟି୨୦ରେ ଭାରତ ପାଇଁ କର ବା ମର ସ୍ଥିତି ସୃଷ୍ଟି ହୋଇଛି। ସିରିଜରେ ଜୀବନ୍ତ ରହିବା ପାଇଁ ଭାରତକୁ ନିଶ୍ଚିତ ବିଜୟ ଆବଶ୍ୟକ ଥିବାବେଳେ ରବିବାର ଲକ୍ଷ୍ନୌରେ ଉଭୟ ଦଳ ସାମ୍ନାସାମ୍ନି ହେବେ। ରାଞ୍ଚତ୍ରେ ଖେଳାଯାଇଥିବା ପ୍ରଥମ ମ୍ୟାଚରେ ସ୍ପିନରଙ୍କ ପ୍ରାଧାନ୍ୟ ଦେଖିବାକୁ ମିଳିଥିଲା। ଭାରତୀୟ ପେସ୍‌ ବୋଲର ଅତ୍ୟଧିକ ରନ୍‌ ବ୍ୟୟ କରିଥିବା ବେଳେ ଏହା ପରାଜୟର ମୁଖ୍ୟ କାରଣ ରହିଥିଲା। ଉମ୍ରାନ୍‌ ମଲିକ୍‌ ଗୋଟିଏ ଓଭରରେ ୧୬ ରନ ବ୍ୟୟ କରିଥିବା ବେଳେ ଅର୍ଶଦୀପ ସିଂ ଇନିଂସର ଅନ୍ତିମ ଓଭରରେ ଦେଇଥିଲେ ୨୭ ରନ। ଭାରତୀୟ ଟପ୍‌ ଅର୍ଡର ଫେଲ୍‌ ମାରିଥିବା ବେଳେ ଦଳ ୧୫ ରନରେ ୩ ଉଇକେଟ ହରାଇଥିଲା। ମଧ୍ୟକ୍ରମରେ ସୂର୍ଯ୍ୟକୁମାର ଓ ପାଣ୍ଡ୍ୟା ଭଲ ବ୍ୟାଟିଂ କରିଥିବା ବେଳେ ନିମ୍ନକ୍ରମରେ ଓ୍ବାଶିଂଟନ୍‌ ସୁନ୍ଦର ସମସ୍ତଙ୍କୁ ପ୍ରଭାବିତ କରିଥିଲେ। ତେବେ ଟପ୍‌ ଅର୍ଡରରେ ଇଶାନ କିଶନ ଏବଂ ମିଡିଲ ଅର୍ଡରରେ ଦୀପକ ହୁଦାଙ୍କ ବ୍ୟାଟିଂ ଉପରେ ଭାରତୀୟ ମ୍ୟାନେଜମେଣ୍ଟର ନଜର ରହିବ। ଉଭୟ ଖେଳାଳି ବିଗତ କିଛି ମ୍ୟାଚରେ ବିଫଳ ହୋଇଥିବା ବେଳେ ଉଭୟଙ୍କ ବ୍ୟାଟିଂ ଆଭିମୁଖ୍ୟ ସାମାନ୍ୟ ଧିମା ରହିଛି। ଉଭୟ ଖେଳାଳି ଷ୍ଟ୍ରାଇକ ରୋଟେଟ କରିବାରେ ବିଫଳ ହୋଇଥିବା ବେଳେ ବଡ ଶଟ୍‌ ମଧ୍ୟ ଖେଳିପାରୁନାହାନ୍ତି। ଅନ୍ୟତମ ଓପନର ଭାବରେ ଦଳରେ ଥିବା ଶୁବମନ ଗିଲ୍‌ ମାତ୍ର ୪ ଟି୨୦ ମ୍ୟାଚ ଖେଳିଥିବା ବେଳେ ଫର୍ମକୁ ଦେଖିଲେ ସେ ହିଁ ଦଳରେ ସ୍ଥାନ ପାଇବେ। ମାତ୍ର ବାଂଲାଦେଶ ବିପକ୍ଷ ଦ୍ୱିଶତକ ପରଠାରୁ ଇଶାନଙ୍କ ବ୍ୟାଟ ନୀରବ ରହିଛି। ସେହିପରି ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟି୨୦ ପରେ ହୁଦା ମଧ୍ୟ ଭଲ ବ୍ୟାଟିଂ କରିନାହାନ୍ତି। ଶୁକ୍ରବାର ହୁଦା ୧୦ ବଲରୁ ୧୦ ରନ୍‌ କରିଥିବା ବେଳେ ସ୍ପିନରଙ୍କ ଆଗରେ ଅସହଜ ମନେ ହୋଇଥିଲେ। ଇଶାନ କିଶନଙ୍କ ସ୍ଥାନରେ ମ୍ୟାନେଜମେଣ୍ଟ ଜିତେଶ ଶର୍ମାଙ୍କୁ ସୁଯୋଗ ଦେଇପାରେ। ଏପରି ହେଲେ ରାହୁଲ ତ୍ରିପାଠୀ କିମ୍ବା ସୂର୍ଯ୍ୟକୁମାର ଯାଦବ ଇନିଂସ ଓପନ୍‌ କରିବେ।

 

ମ୍ୟାଚ ସ୍ଥାନ: ଲକ୍ଷ୍ନୌ
ମ୍ୟାଚ ସମୟ: ସନ୍ଧ୍ୟା ୭.୦୦
ପ୍ରସାରଣ: ଷ୍ଟାର ସ୍ପୋଟର୍‌ସ


Enter your email to get our daily news in your inbox.

All Right Reserved By Dharitri.Com

ବିବାଦ ପରେ ବି ନିଷ୍ପତ୍ତିରେ ଅଟଳ ସନରାଇଜର୍ସ! କାବ୍ୟା ମାରନ୍‌ଙ୍କ ଦଳରେ ଖେଳିବେ ପାକ୍ ସ୍ପିନର; ପିସିବି ଦେଲା…

ଲାହୋର,୩।୭: ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ବିଭିନ୍ନ ଦେଶରେ ଆୟୋଜିତ ହେବାକୁ ଥିବା ଟି-୨୦ ଏବଂ ସର୍ଟ-ଫର୍ମାଟ୍ ଲିଗ୍‌ରେ ଖେଳିବା ପାଇଁ ନିଜର ଅନେକ ପ୍ରମୁଖ ଖେଳାଳିଙ୍କୁ…

ଏଟିଏମ୍ କାର୍ଡ ବଦଳାଇ ଅବସରପ୍ରାପ୍ତ ଶିକ୍ଷକଙ୍କଠାରୁ ଲୁଟ୍; ୯ ଥରରେ ଆକାଉଣ୍ଟରୁ କଟିଲା ଲକ୍ଷେରୁ ଅଧିକ ଟଙ୍କା, ସପିଙ୍ଗ୍ ମଧ୍ୟ…

ବୈଶିଙ୍ଗା,୩।୭(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡ଼ଦେଉଳିଆ ସ୍ଥିତ ଷ୍ଟେଟ୍ ବ୍ୟାଙ୍କ (SBI) ଏଟିଏମରେ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ସହ ଏକ ଚାଞ୍ଚଲ୍ୟକର ଏଟିଏମ…

କେତନଙ୍କୁ ହତ୍ୟା କରିବା ପରେ ଅନୁତାପର ପ୍ରଶ୍ନ ନାହିଁ, ଗଣମାଧ୍ୟମକୁ ଅଶ୍ଳୀଳ ଇଙ୍ଗିତ କରି ଚର୍ଚ୍ଚାରେ ସିୟା…Video ଭାଇରାଲ ପରେ… 

ପୁଣେ,୩।୭: ପୁଣେର ପ୍ରସିଦ୍ଧ ବ୍ୟବସାୟୀ ବିଶାଲ ଅଗ୍ରୱାଲଙ୍କ ପୁଅ କେତନ ଅଗ୍ରୱାଲ ହତ୍ୟା ମାମଲାରେ ପ୍ରତିଦିନ ଏଭଳି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସୁଛି, ଯାହା ସମାଜକୁ ସ୍ତବ୍ଧ…

ଗାଁ ନିକଟରୁ ମଦ ଦୋକାନ ସ୍ଥାନାନ୍ତର ଦାବି:ଏକଜୁଟ ହେଲେ ମହିଳା

ପାଟଣା,୩ା୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୁଖ୍ୟାଳୟ ବଡ଼ ପାଟଣା ପଞ୍ଚାୟତ ସାଧୁପଡ଼ା ଗାଁ ନିକଟରେ ଶୁକ୍ରବାର ନୂତନ କରି ଖୋଲିଥିବା ସରକାରୀ ମଦ…

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ନୂତନ କୁଳପତି ଡ. ଅଜିତ କୁମାର ଶାସନୀ

କୋରାପୁଟ/ସୁନାବେଡ଼ା,୩ା୭(ଅମିତାଭ ବେହେରା/କୃତ୍ତିବାସ ପ୍ରଧାନ)-କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ(ସିୟୁଓ)ର ନୂତନ କୁଳପତି ଭାବେ ଡ. ଅଜିତ କୁମାର ଶାସନୀଙ୍କୁ ନିଯୁକ୍ତ କରାଯାଇଥିବା ଜଣାପଡିଛି। ଭାରତର ରାଷ୍ଟ୍ରପତି…

ମୃତ ଯୁବକଙ୍କ ମିଳିଲା ପରିଚୟ: ସେଲଫି ନେବା ହେଲା କାଳ

କୋକସରା,୩।୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ବ୍ଲକର ପର୍ଯ୍ୟଟନସ୍ଥଳୀ ଗୁଡହାଣ୍ଡି ଡୋକରୀଚଞ୍ଚରାର ଡୋକରୀଦର ଝରଣା ନିକଟରେ ଗୁରୁବାର ଜଣେ ଯୁବକଙ୍କ ମୃତଦେହ ଦେଖିବାକୁ ମିଳିଥିଲା। ଶୁକ୍ରବାର ସକାଳୁ…

ସମୁଦ୍ର କୂଳ ଲଙ୍ଘିବା ଘଟଣା: ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ପୋଡ଼ମପେଟାକୁ ନିଷିଦ୍ଧାଞ୍ଚଳ ଘୋଷଣା

ଗଞ୍ଜାମ/ ଛତ୍ରପୁର,୩।୭ (/ଅନାଥ ତରାଇ/ଦିଲ୍ଲୀପି ସାମଲ/ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକର ପୋଡମପେଟାରେ ସମୁଦ୍ର କୂଳ କ୍ଷୟ ଦିନକୁ ଦିନ ଉଦ୍‌ବେଗଜନକ ରୂପ ନେବାରେ ଲାଗିଛି। ସମୁଦ୍ର ଦ୍ରୁତ…

ଦାଦନ ଖଟି ଯାଇଥିଲେ, ଫେରିଲା ମୃତଦେହ: ତେଲେଙ୍ଗାନାରେ ବିଦ୍ୟୁତ ଆଘାତରେ ଗଜପତିର ଶ୍ରମିକଙ୍କ ମୃତ୍ୟୁ

ପାରଳାଖେମୁଣ୍ଡି,୩।୭(ଗିରିଧାରୀ ପରିଛା): ଗଜପତି ଜିଲାରେ ଦାଦନ ଦୁଃଖର କରୁଣ ଚିତ୍ର ପୁଣି ସାମ୍ନାକୁ ଆସିଛି। ସ୍ଥାନୀୟ ଅଞ୍ଚଳରେ କାମର ଅଭାବ ଯୋଗୁ ଜୀବିକା ଅନ୍ୱେଷଣରେ ବାହାର ରାଜ୍ୟକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri