ପୁଣି ଚିନ୍ତା ବଢ଼ାଇଲା କରୋନା: ମୁମ୍ବାଇ ହସ୍ପିଟାଲରେ ଖୋଲିଲା କୋଭିଡ୍ ଓ୍ବାର୍ଡ
ମୁମ୍ବାଇ, ୨୭ା୩: ମହାରାଷ୍ଟ୍ରରେ କୋଭିଡ୍ ସଂକ୍ରମଣ ବଢ଼ୁଥିବାରୁ ମୁମ୍ବାଇର କେତେକ ଘରୋଇ ହସ୍ପିଟାଲରେ ସ୍ବତନ୍ତ୍ର କୋଭିଡ୍ ଓ୍ବାର୍ଡ ଖୋଲିଛି। କେତେକ ହସ୍ପିଟାଲରେ ମାସ୍କ ବ୍ୟବହାର ଏବଂ କୋଭିଡ୍ ପରୀକ୍ଷା ବଢ଼ାଇ ଦିଆଯାଇଛି। ଗତ ଶନିବାର ମହାରାଷ୍ଟ୍ରରେ ୪୩୭ ସଂକ୍ରମିତ ଚିହ୍ନଟ ହୋଇଥିବା…
ଇଡି ସମନ ବିରୋଧରେ କବିତାଙ୍କ ଆବେଦନ ଖାରଜ
ନୂଆଦିଲ୍ଲୀ,୨୭ା୩: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା ସହ ସମ୍ପୃକ୍ତ ମନିଲଣ୍ଡରିଂ ଅଭିଯୋଗର ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ସମନକୁ ଚ୍ୟାଲେଞ୍ଜ କରି ଭାରତ ରାଷ୍ଟ୍ର ସମିତି (ବିଆର୍ଏସ୍) ନେତ୍ରୀ କେ. କବିତା ଦାଏର କରିଥିବା ପିଟିଶନକୁ ସୁପ୍ରିମକୋର୍ଟ ସୋମବାର ଖାରଜ କରିଦେଇଛନ୍ତି।…
ଲାଞ୍ଚ ନେବା ମାମଲାରେ କର୍ନାଟକ ଭାଜପା ବିଧାୟକ ଗିରଫ
ବେଙ୍ଗାଲୁରୁ,୨୭।୩: କନର୍ର୍ାଟକ ହାଇକୋର୍ଟ ଅନ୍ତରୀଣ ଜାମିନ ଆବେଦନକୁ ଖାରଜ କରିବା ପରେ ଲାଞ୍ଚ ନେବା ମାମଲାରେ ଭାଜପା ବିଧାୟକ ମଦଲ ବିରୁପକ୍ଷପ୍ପାଙ୍କୁ ଗିରଫ କରାଯାଇଛି। ସୋମବାର ତୁମକୁରୁରେ କ୍ୟାଥାସନ୍ଦ୍ର ଟୋଲ ପ୍ଲାଜା ନିକଟରେ ମଦଲ ବିରୁପକ୍ଷପ୍ପାଙ୍କୁ ପୋଲିସ ଗିରଫ କରିଛି। ଗତ…
କର୍ନାଟକ ନିର୍ବାଚନ: ଏକାକୀ ଲଢ଼ିବ ବିଏସ୍ପି
ବେଙ୍ଗାଲୁରୁ,୨୭।୩: କର୍ନାଟକ ରାଜ୍ୟରେ ବିଧାନସଭା ନିର୍ବାଚନ ବିଏସ୍ପି ଏକାକୀ ନିଜ ବଳରେ ଲଢ଼ିିବ। ଏନେଇ ବିଏସ୍ପି ସୁପ୍ରିମୋ ମାୟାବତୀ ସୋମବାର ଘୋଷଣା କରିଛନ୍ତି। କର୍ନାଟକ ନିର୍ବାଚନ ପାଇଁ ପ୍ରସ୍ତୁତି ସମ୍ପର୍କରେ ରାଜ୍ୟର ବରିଷ୍ଠ ତଥା ଦାୟିତ୍ୱବାନ ବ୍ୟକ୍ତିଙ୍କ ସହ ସୋମବାର ଦିଲ୍ଲୀରେ…
ନାମିବିୟାରୁ ଆସିଥିବା ଚିତାର ମୃତ୍ୟୁ, ଦୀର୍ଘଦିନ ଧରି ଥିଲା ଅସୁସ୍ଥ
ଭୋପାଳ,୨୭।୩: ମଧ୍ୟପ୍ରଦେଶର କୁନୋ ନ୍ୟାଶନାଲ ପାର୍କରେ ସୋମବାର ଏକ ଚିତା ବାଘର ମୃତ୍ୟୁ ଘଟିଛି। ନାମିବିୟାରୁ ଆସିଥିବା ଏହି ଚିତା ଦୀର୍ଘଦିନ ଧରି ଅସୁସ୍ଥ ଥିଲା। ଚିକିତ୍ସା ସତ୍ତ୍ୱେ ବୃକକ ବିଫଳତା ହେତୁ ସୋମବାର ସକାଳେ ଶସା ନାମ୍ନୀ ଚିତାର ମୃତ୍ୟୁ…
୨୪ଘଣ୍ଟାରେ ୧୩୦୦କି.ମି. ଅତିକ୍ରମ କରି ପ୍ରୟାଗରାଜର ସେଣ୍ଟ୍ରାଲ ଜେଲ୍ରେ ପହଞ୍ଚିଲା ଅତିକଙ୍କ କନ୍ଭେ
ପୟାଗରାଜ,୨୭।୩: ମାଫିଆରୁ ବାହୁବଳୀ ବିଧାୟକ ହୋଇଥିବା ଅତିକ ଅହମ୍ମଦଙ୍କୁ ଗୁଜରାଟର ଅହମ୍ମଦାବାଦର ସାବରମତୀ ଜେଲ୍ରୁ ଉତ୍ତରପ୍ରଦେଶ ପ୍ରୟାଗରାଜକୁ ଅଣାଯାଇଛି। କଡ଼ା ସୁରକ୍ଷା ବଳୟରେ ତାଙ୍କ କନ୍ଭେ ପ୍ରୟାଗରାଜର ନୈନି ସେଣ୍ଟ୍ରାଲ ଜେଲ୍ରେ ପହଞ୍ଚିଛି। ଜେଲ୍ରେ ଅତିକଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି।…
ବାଜା ବଜାଇ ରାଷ୍ଟ୍ରପତିଙ୍କୁ ସ୍ବାଗତ କଲେ ମମତା
କୋଲକାତା,୨୭।୩: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୨ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଯାଇଛନ୍ତି। ଏହି ଅବସରରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଦିବାସୀ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ବାଗତ କରିଛନ୍ତି। ଏହି ସମୟରେ ମମତା ବାନାର୍ଜୀ ନିଜେ ଆଦିବାସୀ ବାଜା…
ରାହୁଲଙ୍କୁ ଖାଲି କରିବାକୁ ପଡ଼ିବ ସରକାରୀ ବଙ୍ଗଳା: ଜାରି ହେଲା ନୋଟିସ୍
ନୂଆଦିଲ୍ଲୀ,୨୭।୩: ସଂସଦରୁ ସଦସ୍ୟତା ପଦ ଯିବା ପରେ ଏବେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନିଜର ସରକାରୀ ବଙ୍ଗଳା ଛାଡ଼ିବାକୁ ପଡ଼ିବ। ସୋମବାର ଏଥିପାଇଁ ଲୋକ ସଭାର ଗୃହ କମିଟି ଏକ ବିଜ୍ଞପ୍ତି ଜାରି କରିଛି। ବର୍ତ୍ତମାନ ରାହୁଲ ଦିଲ୍ଲୀର ୧୨ତୁଗଲକ…
କର୍ନାଟକ ନିର୍ବାଚନ ପୂର୍ବରୁ କଂଗ୍ରେସରେ ସାମିଲ ହେଲେ ଭାଜପା ନେତା
ବେଙ୍ଗାଲୁରୁ,୨୭।୩: କର୍ନାଟକରେ ବିଧାନସଭା ନିର୍ବାଚନ ମେ’ରେ ହେବ ବୋଲି ଆଶା କରାଯାଉଛି। ଏହାପୂର୍ବରୁ ରାଜ୍ୟରେ ନେତାଙ୍କ ଦଳ ଅଦଳବଦଳ କାର୍ଯ୍ୟ ଆରମ୍ଭ ହୋଇଯାଇଛି। ଏହି କ୍ରମରେ ସୋମବାର ଭାଜପାର ପୂର୍ବତନ ଏମ୍ପି ମଞ୍ଜୁନାଥ କୁନ୍ନୁର ଏବଂ ବରିଷ୍ଠ ଭାଜପା ନେତା ଦେବରାଜ…
ୟେଦୁରପ୍ପାଙ୍କ ବାସଭବନ ଉପରକୁ ପଥରମାଡ
ବେଙ୍ଗାଲୁରୁ,୨୭।୩: ବରିଷ୍ଠ ଭାଜପା ନେତା ତଥା କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦୁରପ୍ପାଙ୍କ ଶିବାମୋଗର ଶିକରିପୁରସ୍ଥିତ ବାସଭବନରେ ଆକ୍ରମଣ କରାଯାଇଛି। ସଂରକ୍ଷଣ ପ୍ରସଙ୍ଗକୁ ବିରୋଧ କରୁଥିବା ବଞ୍ଜରା ସମ୍ପ୍ରଦାୟର କେତେକ ଲୋକ ତାଙ୍କ ଘର ଉପରକୁ ସୋମବାର ପଥରମାଡ କରିଥିବା ଜଣାପଡିଛି।…
ରାହୁଲଙ୍କ ବୟାନକୁ ନେଇ ନାରାଜ ଉଦ୍ଧବ, ଯୋଗ ଦେବେନାହିଁ ମଲ୍ଲିକାର୍ଜୁନଙ୍କ ଡିନର ପାର୍ଟିରେ
ମୁମ୍ବାଇ,୨୭ ।୩: କଂଗ୍ରେସ ଏମପି ରାହୁଲ ଗାନ୍ଧୀ ବୀର ସାୱରକରଙ୍କୁ ନେଇ ଦେଇଥିବା ବୟାନ ଉପରେ ଏହାର ସହଯୋଗୀ ଦଳ ବି ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି । ରାହୁଲ ଗାନ୍ଧୀଙ୍କ ବୟାନକୁ ନେଇ ଶିବସେନାର ଉଦ୍ଧବ ଠାକରେ ଗୋଷ୍ଠୀ ପକ୍ଷରୁ କଡା…
କର୍ନାଟକରେ ମୁସଲମାନଙ୍କୁ ମିଳୁଥିବା ୪ ପ୍ରତିଶତ ସଂରକ୍ଷଣ ଶେଷ
ବେଙ୍ଗାଲୁରୁ,୨୭ ।୩: କର୍ନାଟକର ଭାରତୀୟ ଜନତା ପାର୍ଟି(ଭାଜପା) ସରକାର ରାଜ୍ୟରେ ମୁସଲମାନଙ୍କୁ ଦିଆଯାଉଥିବା ୪ ପ୍ରତିଶତ ସଂରକ୍ଷଣକୁ ଶେଷ କରିଛନ୍ତି । ସରକାର ଏହି ସଂରକ୍ଷଣକୁ ରଦ୍ଦ କରି ଏହାକୁ ଦୁଇ ପ୍ରମୁଖ ସମ୍ପ୍ରଦାୟ ଭିରଶୈବ-ଲିଙ୍ଗାୟତ ଓ ଭୋକାଲଗା ମଧ୍ୟରେ ବାଣ୍ଟି…
Archives


