Posted inଜାତୀୟ

ମୋଦି ସରକାରଙ୍କୁ ପୂରଣ ହେଲା ୯ ବର୍ଷ

ନୂଆଦିଲ୍ଲୀ,୨୬।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶାସନ କ୍ଷମତା ହାତେଇବାକୁ ୯ ବର୍ଷ ହୋଇଯାଇଛି। ୨୬ ମେ ୨୦୧୪ରେ ନରେନ୍ଦ୍ର ମୋଦି କେନ୍ଦ୍ର ସରକାରଙ୍କ ଶାସନ ଭାର ସମ୍ଭାଳିଥିଲେ। ୨୦୧୪ରେ ମୋଦି ଲହରରେ ବସି ଭାରତୀୟ ଜନତା ପାର୍ଟି(ଭାଜପା) ସଂଖ୍ୟା ଗରିଷ୍ଠତା ହାସଲ କରିଥିଲା। ପୁଣି ୨୦୧୯ରେ ଆସିଥିବା ମୋଦି ସୁନାମିରେ ବିରୋଧୀ ଦଳଙ୍କ ବହୁ ପୁରୁଣା ଗଡ଼ ବି ଭାଙ୍ଗି ଯାଇଥିଲା। ମୋଦିଙ୍କ ଚେହେରାକୁ ନେଇ ଭାଜପା ୩୦୩ ଲୋକ ସଭା ଆସନରେ ବିଜୟୀ ହୋଇଥିଲା।

୨୦୧୪ରେ କ୍ଷମତାର କେନ୍ଦ୍ରରେ ପ୍ରତିଷ୍ଠିତ ମୋଦି ସରକାର ଏହି ସମୟ ମଧ୍ୟରେ ଅନେକ ପ୍ରମୁଖ ନିଷ୍ପତ୍ତି ନେଇଥିଲେ। ସାଧାରଣ ଜନତାଙ୍କୁ ଉପକୃତ କରୁଥିବା ଯୋଜନା ଏବଂ ଭିତ୍ତିଭୂମି କ୍ଷେତ୍ରରେ ବିପୁଳ ପୁଞ୍ଜି ବିନିଯୋଗ ସହିତ ଅନେକ ନିଷ୍ପତ୍ତି ମୋଦି ସରକାରଙ୍କ ଗ୍ରହଣୀୟତାକୁ ବଢାଇ ଦେଇଛି। ଏହି ୯ ବର୍ଷ ମଧ୍ୟରେ ଭାରତ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତିରେ ପରିଣତ ହୋଇଛି।

ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ଯ୍ୟକାଳ ମଧ୍ୟରେ ଲୋକଙ୍କ ସ୍ବଚ୍ଛ ଭାରତ ଅଭିଆନ ଅଧୀନରେ ଥିବା ଗ୍ରାମ ଓ ସହରରେ ୧୨ କୋଟି ଶୌଚାଳୟ ନିର୍ମାଣ କରାଯାଇଥିଲା। ମୋଦି ସରକାରଙ୍କ ଜନ ଧନ ଯୋଜନା ଅଧୀନରେ ସାରା ଦେଶରେ ୪୮.୯୩ କୋଟି ଲୋକ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ ଖୋଲିଛନ୍ତି। ଏହି ଖାତା ଶୂନ୍ୟ ବାଲାନ୍ସରୁ ଆରମ୍ଭ ହୋଇଥାଏ। ପ୍ରଧାନମନ୍ତ୍ରୀ ମୋଦିଙ୍କ ମୁଦ୍ରା ଯୋଜନାରେ ଲୋକଙ୍କୁ କୌଣସି ଗ୍ୟାରେଣ୍ଟି ବିନା ଶସ୍ତା ଋଣ ଦିଆଯାଇଥିଲା। ଏହି ଯୋଜନା ଅଧୀନରେ ୪୦.୮୨ କୋଟି ଲୋକଙ୍କୁ ଏପର୍ଯ୍ୟନ୍ତ ୨୩.୨ ଲକ୍ଷ କୋଟି ଟଙ୍କା ଋଣ ଦିଆଯାଇଛି।

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ଯୋଗ୍ୟ ହିତାଧିକାରୀଙ୍କ ପାଇଁ ୩,୪୫ କୋଟି ଘର ର୍ନିମାଣ କରାଯାଇଥିଲା। ମୋଦୀ ସରକାରଙ୍କ ଉଜ୍ୱଳା ଯୋଜନା ଅନୁଯାୟୀ ୯.୫୯ କୋଟି ପରିବାର ଏଲପିଜି ସଂଯୋଗ ପାଇପାରିବେ। କେନ୍ଦ୍ର ସରକାରଙ୍କ ଜନ ଆରୋଗ୍ୟ ଯୋଜନା ଅଧୀନରେ୪.୪୪ କୋଟି ଲୋକ ଚିକିତ୍ସିତ ହୋଇଥିଲେ। ମୋଦି ସରକାରଙ୍କ କିସାନ ସମ୍ମାନ ନିଧି ଯୋଜନା ଅଧୀନରେ ସାରା ଦେଶରେ ୧୨ କୋଟି ଚାଷୀଙ୍କୁ ୬,୦୦୦ ଟଙ୍କା ସହାୟତା ଦିଆଯାଉଛି।

ମୋଦୀ ସରକାରଙ୍କ ହର ଘର ଜଳ ଯୋଜନା ଅଧୀନରେ ଏପର୍ଯ୍ୟନ୍ତ ୧୧.୬୬କୋଟି ପରିବାରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯାଇଛି। ଏଥି ସହିତ କରୋନା ମହାମାରୀ ସମୟରେ ଆରମ୍ଭ ହୋଇଥିବା କୋଭିଡ ଟୀକାକରଣରେ ଏପର୍ଯ୍ୟନ୍ତ ୨୨୦.୬୭ କୋଟି ଟିକା ଡୋଜ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବୋହୂଙ୍କୁ ଜାଣିଶୁଣି ମାଡ଼ି ବସିଲେ କରୋନା ଆକ୍ରାନ୍ତ ଶାଶୁ

ହାଇଦ୍ରାବାଦ,୬।୬ : କୋଭିଡ୍‌-୧୯ରେ ଆକ୍ରାନ୍ତ ହେବା ପରେ ଜଣେ ବୃଦ୍ଧା ଘରେ ଆଇସୋଲେଶନରେ ରହି ରହି ବିରକ୍ତ ହୋଇଯାଇଥିଲେ। ନିୟମ ଅନୁସାରେ ସମାଜିକ ଦୂରତା ପାଳନ...

୨୩ରେ ୪ ରାଜ୍ୟରେ ବିଧାନସଭା ଉପନିର୍ବାଚନ

ନୂଆଦିଲ୍ଲୀ,୨୬ା୮(ପି.ଟି.):ଉତ୍ତରପ୍ରଦେଶ, ତ୍ରିପୁରା, ଛତିଶଗଡ଼ ଓ କେରଳର ଗୋଟିଏ ଲେଖାଏ ବିଧାନସଭା ଆସନରେ ସେପ୍ଟେମ୍ବର ୨୩ରେ ଉପନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନ କମିଶନ ରବିବାର ଏନେଇ ଘୋଷଣା...

ବିଏସ୍‌ପି ମୁଖ୍ୟ ଭାବେ ମାୟାବତୀ ପୁନଃ ନିର୍ବାଚିତ

ଲକ୍ଷ୍ନୌ, ୨୯ା୮(ପି.ଟି.): ବହୁଜନ ସମାଜ ପାର୍ଟି(ବିଏସ୍‌ପି)ର ମୁଖ୍ୟ ଭାବେ ପୁଣି ଥରେ ମାୟାବତୀ ବୁଧବାର ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଛନ୍ତି। ଦଳର କେନ୍ଦ୍ରୀୟ କାର୍ଯ୍ୟକାରୀ କମିଟି...

ଗୋଆରେ ବୁଲା ଗାଈ ଖାଉଛନ୍ତି ମାଛ-ମାଂସ: ଅଭ୍ୟାସ ପରିବର୍ତ୍ତନ କରି ଶାକାହାରୀ କରିବାକୁ ମନ୍ତ୍ରୀ ଦେଲେ ପରାମର୍ଶ

ପଣଜୀ,୨୨।୧୦: ଗୋଆରେ ବୁଲା ଗାଈ ରାସ୍ତାରେ ପଡ଼ିଥିବା ମାଛ-ମାଂସ ଖାଉଛନ୍ତି। ଏହା ଦ୍ୱାରା ସେମାନଙ୍କଠାରେ ବିଭିନ୍ନ ରୋଗ ସୃଷ୍ଟି ହେବାର ଆଶଙ୍କା ରହିଛି। ତେବେ ସେମାନଙ୍କର...

୩ଦିନ ପର୍ଯ୍ୟନ୍ତ ସୁଶାସନର ଶିକ୍ଷା ନେବେ ଯୋଗୀଙ୍କ ମନ୍ତ୍ରୀ

ଲକ୍ଷ୍ନୌ,୮।୯: ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମନ୍ତ୍ରୀମାନେ ଲକ୍ଷ୍ନୌର ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍‌ ମ୍ୟାନେଜମେଣ୍ଟ(ଆଇଆଇଏମ୍‌)ରେ ରବିବାରଠାରୁ ୩ ଦିନିଆ ଟ୍ରେନିଂ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି।...

ମିଳିତ କୃଷକ ମୋର୍ଚ୍ଚାର ନୂଆ ରଣନୀତି

ନୂଆଦିଲ୍ଳୀ,୧୬।୨: ମିଳିତ କୃଷକ ମୋର୍ଚ୍ଚା ପକ୍ଷରୁ କୃଷି ଆଇନକୁ ବିରୋଧ କରାଯାଇ ଦିଲ୍ଲୀ ସୀମାରେ ଧାରଣା ଜାରି ରହିଛି। ତେବେ ଏବେ ମୋର୍ଚ୍ଚା ପକ୍ଷରୁ ଏହାର...

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ନିର୍ଦ୍ଦେଶକୁ ଫୁ: ସକାଳ ୯ଟା ସୁଦ୍ଧା କାର୍ଯ୍ୟାଳୟରେ କେହି ପହଞ୍ଚିଲେନି ସରକାରୀ କର୍ମଚାରୀ

ଲକ୍ଷ୍ନୌ,୨୮।୬: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କଡ଼ା ନିର୍ଦ୍ଦେଶ ସତ୍ତ୍ୱେ ମଧ୍ୟ ସରକାରୀ କର୍ମଚାରୀଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ିନାହିଁ। ଶୁକ୍ରବାର ସକାଳ ୯ଟା...

ଭାଜପା ନେତ୍ରୀଙ୍କ ପରଲୋକ

ପାଣାଜୀ,୨୩।୮: ଟିକଟକ ଷ୍ଟାର ତଥା ଭାଜପା ନେତ୍ରୀ ସୋନାଲି ଫୋଗଟଙ୍କ ହୃଦଘାତରେ ପରଲୋକ ଘଟିଛି। ଭାରତୀୟ ଜନତା ପାର୍ଟି ୨୦୧୯ରେ ତାଙ୍କୁ ହରିୟାଣାର ହିସାର ଜିଲାର...

Advertisement
Archives

Model This Week