Posted inଜାତୀୟ

ଓଟିଟିରେ ପ୍ରସାରିତ ହେବ ତମାଖୁ ସତର୍କ ସୂଚନା

ନୂଆଦିଲ୍ଲୀ, ୨୬ା୫: ଚଳଚ୍ଚିତ୍ର ଏବଂ ଟେଲିଭିଜନ ପ୍ରୋଗ୍ରାମ ଭଳି ଓଟିଟି ପ୍ଲାଟ୍‌ଫର୍ମଗୁଡ଼ିକରେ ଖୁବ୍‌ଶୀଘ୍ର ତମାଖୁ ନିରୋଧୀ ସତର୍କ ସୂଚନା ପ୍ରସାରଣ କରାଯିବ। ଏଥିପାଇଁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଆନୁଷଙ୍ଗିକ ନିୟମାବଳୀରେ ସଂଶୋଧନ କରିବାକୁ ଯାଉଥିବା ଏକ ସୂତ୍ରରୁ ଜଣାପଡ଼ିଛି। ସିଗାରେଟ୍‌ ଓ ଅନ୍ୟାନ୍ୟ ତମାଖୁ ସାମଗ୍ରୀ ( ଉତ୍ପାଦନ, ବ୍ୟବସାୟ ଓ ଯୋଗାଣ ନିୟମାବଳୀ ଓ ବିଜ୍ଞାପନ ନିଷେଧ) ନିୟମ, ୨୦୦୪ର ସଂଶୋଧନ ପାଇଁ ମନ୍ତ୍ରଣାଳୟ ବିଚାର କରୁଛି। ଏନେଇ ଖୁବ୍‌ଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇପାରେ। ଚିଠା ବିଜ୍ଞପ୍ତି ଅନୁଯାୟୀ ତମାଖୁ ସାମଗ୍ରୀ କିମ୍ବା ତାହାର ବ୍ୟବହାର ସମ୍ପର୍କରେ ଅନ୍‌ଲାଇନ୍‌ରେ ପ୍ରସାର କରୁଥିବା ପ୍ରକାଶକମାନେ ଏହାର କ୍ଷତିକାରକ ପ୍ରଭାବ ସମ୍ପର୍କରେ କାର୍ଯ୍ୟକ୍ରମ ଆରମ୍ଭରୁ ଏବଂ ମଝିରେ ୩୦ ସେକେଣ୍ଡ ଲେଖାଏ ଦେଖାଇବେ। ଏଥିସହ ତମାଖୁ ବିରୋଧୀ ସ୍ବାସ୍ଥ୍ୟ ସଚେତନତା ସ୍କ୍ରିନ୍‌ର ତଳଭାଗରେ ସ୍ପଷ୍ଟ ଭାବରେ ଲେଖିବା ଲାଗି କୁହାଯିବ। ସେହିପରି ତମାଖୁ ସେବନ ନ କରିବା ପାଇଁ ଅନୂ୍ୟନ ୨୦ ସେକେଣ୍ଡର ଏକ ଅଡିଓ ଭିଜୁଆଲ୍‌ ମଧ୍ୟ ପ୍ରୋଗ୍ରାମ ଆରମ୍ଭ ଓ ମଝିରେ ପ୍ରଦର୍ଶନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ହାଇକୋର୍ଟରୁ ଜାମିନ ଖାରଜ ପରେ ସୁପ୍ରିମକୋର୍ଟ ଯିବେ ସିସୋଡିଆ

ନୂଆଦିଲ୍ଲୀ,୩୦।୫: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଜେଲରେ ଥିବା ଆମ ଆଦମୀ ପାର୍ଟି (ଏଏପି)ନେତା ମନୀଷ ସିସୋଡିଆଙ୍କ ଜାମିନ ଆବେଦନକୁ ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟ ଖାରଜ...

ମନମୋହନଙ୍କ ଏସ୍‌ପିଜି ସୁରକ୍ଷା ପ୍ରତ୍ୟାହୃତ

ନୂଆଦିଲ୍ଲୀ,୨୭ା୮: କେନ୍ଦ୍ର ସରକାର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ସୁରକ୍ଷା ହ୍ରାସ କରିଛନ୍ତି। ତାଙ୍କୁ ଯୋଗାଇଦିଆଯାଇଥିତ୍ବା ସ୍ବତନ୍ତ୍ର ସୁରକ୍ଷା ଗ୍ରୁପ୍‌ (ଏସ୍‌ପିଜି) ପ୍ରତ୍ୟାହାର କରିନିଆଯାଇ ଜେଡ୍‌...

ପରାଜୟର କାରଣ ଜାଣିବା ଲାଗି ବୁଥ୍‌ସ୍ତରୀୟ ରିପୋର୍ଟ ଲୋଡିଲେ ରାହୁଲ

ନୂଆଦିଲ୍ଲୀ, ୬।୬: ଚଳିତ ଲୋକ ସଭା ନିର୍ବାଚନରେ କଂଗ୍ରେସ ଦଳର ପରାଜୟ ନେଇ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବେଶ୍‌ ମର୍ମାହତ ହୋଇଛନ୍ତି। ପରାଜୟର ପ୍ରକୃତ...

ସ୍ବାମୀ କରୁଥିଲେ ଦ୍ୱିତୀୟ ବିବାହ, ମଣ୍ଡପରେ ପହଞ୍ଚିଲେ ପ୍ରଥମ ସ୍ତ୍ରୀ

ମୁଜାଫରନଗର, ୧୬।୭: ଛାଡପତ୍ର ନ ଦେଇ ଦ୍ୱିତୀୟ ବିବାହ କରୁଥିବା ସ୍ବାମୀଙ୍କୁ ହାଜତକୁ ନେଇଛନ୍ତି ପ୍ରଥମ ସ୍ତ୍ରୀ। ସ୍ବାମୀ ମଣ୍ଡପରେ ଦ୍ୱିତୀୟ ବିବାହ କରୁଥିବା ଜାଣି...

ପ୍ରେମିକଙ୍କ ସହ ଫୋନ୍‌ରେ କଥା ହେଉଥିଲେ ଝିଅ, ବାପା ମନା କରିବାରୁ ଘଟାଇଲେ ଏମିତି କାଣ୍ଡ

ଭୋପାଳ,୧୭।୧: ମଧ୍ୟପ୍ରଦେଶର ବୈତୁଲରୁ ଏକ ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି। ପ୍ରେମିକ ସହ କଥା ନ ହେବା ପାଇଁ ଝିଅକୁ ବାପା ମନା କରିବାରୁ ନାବାଳିକା...

ଉପରାଷ୍ଟ୍ରପତିଙ୍କୁ ଆଙ୍ଗୁଠି ଦେଖାଇ ଚର୍ଚ୍ଚାରେ ଜୟା

ନୂଆଦିଲ୍ଲୀ,୧୨।୨: ବଲିଉଡର ଭେଟେରାନ ଅଭିନେତ୍ରୀ ତଥା ରାଜ୍ୟ ସଭା ଏମ୍‌ପି ଜୟା ବଚ୍ଚନ ସୋସିଆଲ ମିଡିଆରେ ନିଜ ରାଗ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ରହିଛନ୍ତି।...

ସୁପ୍ରିମକୋର୍ଟରେ ରାମଲାଲା ଓକିଲଙ୍କ ଯୁକ୍ତି: ଆସ୍ଥା ହିଁ ଜନ୍ମସ୍ଥାନର ପ୍ରମାଣ

ନୂଆଦିଲ୍ଲୀ,୮ା୮(ପି.ଟି.): ବିବାଦୀୟ ଅଯୋଧ୍ୟା ଜମି ଭଗବାନ ଶ୍ରୀରାମଙ୍କ ଜନ୍ମସ୍ଥାନ। ହିନ୍ଦୁ ଧର୍ମାବଲମ୍ବୀମାନଙ୍କ ଅତୁଟ ବିଶ୍ୱାସ ହିଁ ଏହାର ପ୍ରମାଣ ବୋଲି ସୁପ୍ରିମକୋର୍ଟରେ ମାମଲାର ଅନ୍ୟତମ ପକ୍ଷ...

ଜମ୍ମୁ ଶାନ୍ତି ସମ୍ମିଳନୀରେ ରାଜ ବବର କହିଲେ ଆମେ ଜି ୨୩ ନୁହେଁ ଗାନ୍ଧୀ ୨୩

ଜମ୍ମୁ,୨୭ ।୨: ଜମ୍ମୁରେ ଆୟୋଜିତ ଶାନ୍ତି ସମ୍ମିଳନୀରେ ଯୋଗ ଦେଇଥବା କଂଗ୍ରେସ ନେତା ରାଜ ବବର କହିଛନ୍ତି ଆମକୁ ଜି-୨୩ କହୁଛନ୍ତି ହେଲେ ମୁଁ କହୁଛି...

Advertisement
Archives

Model This Week