Posted inଜାତୀୟ

ସତ୍ୟେନ୍ଦ୍ର ଜୈନଙ୍କୁ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୬।୫: ମନି ଲଣ୍ଡରିଂ ମାମଲାରେ ଗତ ଏକ ବର୍ଷ ଜେଲରେ ଥିବା ଦିଲ୍ଲୀର ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନାଙ୍କୁ ସୁପ୍ରିମକୋର୍ଟ ୬ସପ୍ତାହ ପାଇଁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି। ସ୍ବାସ୍ଥ୍ୟାବସ୍ଥା ଖରାପ ଥିବାରୁ ତାଙ୍କୁ ଏହି ଜାମିନ ପ୍ରଦାନ କରାଯାଇଛି। ଗତ କିଛି ଦିନ ହେବ ଜୈନଙ୍କ ସ୍ବାସ୍ଥ୍ୟ ଖରାପ ଥିଲା। ଗୁରୁବାର ସେ ଜେଲର ୱାଶରୁମରେ ପଡି ଯାଇଥିଲେ, ପରେ ତାଙ୍କୁ ଏଲଏନଜେପି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ତାଙ୍କ ଜାମିନ ସମ୍ପର୍କରେ ସୁପ୍ରିମକୋର୍ଟରେ ଶୁଣାଣିକୁ ଇଡି ବିରୋଧ କରିଛି। ଇଡିରେ ହାଜର ହୋଇଥିବା ଓକିଲ କହିଛନ୍ତି ଯେ ସତ୍ୟେନ୍ଦ୍ର ଜୈନ ଦିଲ୍ଲୀ ସରକାରରେ ଜେଲ ଏବଂ ସ୍ବାସ୍ଥ୍ୟ ମନ୍ତ୍ରୀ ରହି ସାରିଛନ୍ତି, ତେଣୁ ଏଲଏନଜେପି ହସ୍ପିଟାଲର ରିପୋର୍ଟକୁ ବିଶ୍ୱାସ କରାଯାଇପାରିବ ନାହିଁ। ଆମେ ଦାବି କରୁଛୁ ଯେ ଏମ୍ସର ଡାକ୍ତରମାନଙ୍କର ଏକ ସ୍ବତନ୍ତ୍ର ମେଡିକାଲ ବୋର୍ଡ ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରନ୍ତୁ ଏବଂ ସେହି ଆଧାରରେ ଯଦି ତାଙ୍କୁ ଜାମିନ ପ୍ରଦାନ କରାଯିବା ଅନୁଭବ ହୁଏ, ତେବେ କୋର୍ଟ ଏହାର ନିଷ୍ପତ୍ତି ନେବାକୁ ସ୍ବାଧିନ ଅଟନ୍ତି।

ଇଡି ପକ୍ଷରୁ ହାଜର ହେବାକୁ ଥିବା ପରାମର୍ଶ ଶୁଣିବା ପରେ କୋର୍ଟ ସତ୍ୟେନ୍ଦ୍ର ଜୈନଙ୍କୁ ୬ସପ୍ତାହ ପାଇଁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି। କୋର୍ଟ ତାଙ୍କୁ ସର୍ତ୍ତମୂଳକ ଜାମିନ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହାଲ୍‌ ଯୋଗାଇବ ୮୩ ତେଜସ୍‌ ଯୁଦ୍ଧ ବିମାନ

ବେଙ୍ଗାଲୁରୁ, ୩।୨: କର୍ନାଟକର ବେଙ୍ଗାଲୁରୁରେ ଜାରି ରହିଥିବା ଏରୋ ଇଣ୍ଡିଆ ଇଣ୍ଟରନ୍ୟାଶନାଲ ଏୟାର ଶୋରେ ହିନ୍ଦୁସ୍ଥାନ ଏରୋନ୍ୟୁଟିକ୍ସ୍‌ ଲିମିଟେଡ୍‌(ହାଲ୍‌)କୁ ୮୩ ତେଜସ୍‌ ଯୁଦ୍ଧ ବିମାନ ଯୋଗାଇବା...

କରୋନା ମହାମାରୀର ପରିବର୍ତ୍ତନ ଚକ୍ରକୁ ଭାଙ୍ଗିବା ଜରୁରୀ: ସ୍ବାସ୍ଥ୍ୟମନ୍ତ୍ରୀ…

ନୂଆଦିଲ୍ଲୀ,୧୮।୪ : ଜି-୨୦ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ଗୋଷ୍ଠୀର ଦ୍ୱିତୀୟ ବୈଠକର ଶେଷ ଅଧିବେଶନରେ ମଙ୍ଗଳବାର ଭାରତର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ କରୋନାଭାଇରସ ପରିସ୍ଥିତି ବିରୋଧରେ ଦେଶର...

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ: ୫ଟା ସୁଦ୍ଧା ୟୁପିରେ ୬୦% ମତଦାନ

ଲକ୍ଷ୍ନୌ,୧୪।୨: ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ୫୫ଟି ଆସନ ପାଇଁ ସୋମବାର ମତଦାନ ଅନୁଷ୍ଠିତ ହୋଇଥିଲା। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ...

ଗୁଜରାଟରେ ପେପର୍‌ ଲିକ୍‌ ମାମଲା: ୧୫ ଗିରଫ

ଗାନ୍ଧୀନଗର,୨୯।୧: ଗୁଜରାଟରେ ପୁଣି ଥରେ ପେପର୍‌ ଲିକ୍‌ ହେବା ଖବର ସାମ୍ନାକୁ ଆସିଛି। ଏହାକୁ ଦୃଷ୍ଟିରେ ରଖି ଜାନୁୟାରୀ ୨୯ ଅର୍ଥାତ ରବିବାର ହେବାକୁ ଥିବା...

କରୋନା ସଂକ୍ରମଣରେ ୩୨ ବର୍ଷ ପୁଅର ମୃତ୍ୟୁ ଖବର ଶୁଣି ଆଖି ବୁଜିଲେ ମା’

ହାଇଦ୍ରାବାଦ,୧୪।୮: କରୋନା ଭାଇରସ ସଂକ୍ରମଣ ଏବେ ଅନେକ ଘରର ଆଲୋକକୁ ଅନ୍ଧାରରେ ପରିବର୍ତ୍ତନ କରିଛି କହିଲେ ଚଳେ। ଶୁକ୍ରବାର ତେଲେଙ୍ଗାନାର ନାରାୟଣଖେଡ ଅଞ୍ଚଳରେ ରହୁଥିବା ଏକ...

ବିଶ୍ୱବିଦ୍ୟାଳୟ ଖୋଲିବା ଲାଗି ଗାଇଡ୍‌ଲାଇନ

ନୂଆଦିଲ୍ଲୀ, ୫।୧୧: ସାରା ଦେଶରେ କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବା ଲାଗି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଗୁରୁବାର ଗାଇଡ୍‌ଲାଇନ ଜାରି କରିଛନ୍ତି। ନୂଆ ଗାଇଡ୍‌ଲାଇନ...

ଏନସିସିଏସଏ ଅର୍ଡିନାନ୍ସ ରାଜନୈତିକ ଯୁଦ୍ଧ, ୨୦୨୪ର ସେମିଫାଇନାଲ: କେଜରିଓ୍ବାଲ…

ନୂଆଦିଲ୍ଲୀ,୨୧।୫ : ଦିଲ୍ଲୀର ସେବା ଉପରେ ନିୟନ୍ତ୍ରଣ ପାଇଁ ଦାବି ବର୍ତ୍ତମାନ ସୁପ୍ରିମକୋର୍ଟ ଛାଡିବା ପରେ ଏବେ ସଂସଦରେ ପହଞ୍ଚିବାକୁ ଯାଉଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ...

ଶ୍ରଦ୍ଧା ହତ୍ୟାକାଣ୍ଡ ମାମଲାରେ ୬ହଜାରରୁ ଉର୍ଦ୍ଧ୍ୱ ଚାର୍ଜଶିଟ୍‌ ଦାଖଲ କଲା ପୋଲିସ: ଅଫତାବ କହିଲେ…

ନୂଆଦିଲ୍ଲୀ,୨୪।୧: ଦିଲ୍ଲୀର ଶ୍ରଦ୍ଧା ହତ୍ୟାକାଣ୍ଡ ମାମଲାରେ ପୋଲିସ ପକ୍ଷରୁ ଚାର୍ଜଶିଟ୍‌ ଦାଖଲ କରାଯାଇଛି। ମଙ୍ଗଳବାର ଦିଲ୍ଲୀ ପୋଲିସ ୬ହଜାର ୬୨୯ ପୃଷ୍ଠାର ଏକ ଚାର୍ଜଶିଟ୍‌ ଦାଖଲ...

Advertisement
Archives

Model This Week