ମୁମ୍ବାଇ,୨୬ା୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଗୁରୁବାର ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍ସିପି) ମୁଖ୍ୟ ଶରଦ ପାଓ୍ବାରଙ୍କୁ ଭେଟିଛନ୍ତି। ଦିଲ୍ଲୀର ଅମଲାତନ୍ତ୍ରୀମାନଙ୍କ ଉପରେ ନିୟନ୍ତ୍ରଣ ଛଡ଼ାଇନେବା ପାଇଁ କେନ୍ଦ୍ର ସରକାର ଆଣିଥିବା ଅଧ୍ୟାଦେଶକୁ ବିରୋଧ କରିବା ଲାଗି କେଜ୍ରିଓ୍ବାଲ ତାଙ୍କ ସହଯୋଗ ଲୋଡ଼ିଛନ୍ତି। ଏହି ଅବସରରେ ଆମ୍ ଆଦ୍ମୀ ପାର୍ଟି (ଏଏପି) ଆବାହକ କେଜ୍ରିଓ୍ବାଲ କହିଛନ୍ତି, ଭାଜପାର ଗେମ୍ପ୍ଲାନ୍ ଭାରତରେ ବିପଜ୍ଜନକ ସ୍ଥିତି ସୃଷ୍ଟି କରିଛି। ଏହା କେବଳ ବିରୋଧୀଙ୍କ ନୁହେଁ, ବରଂ ଦେଶର ପ୍ରସଙ୍ଗ।
ଦିଲ୍ଲୀର ସର୍ଭିସେସ୍ (ସେବା) ଉପରେ କେନ୍ଦ୍ରଶାସିତ ଅଞ୍ଚଳର ସରକାରଙ୍କ କର୍ତ୍ତୃତ୍ୱ ରହିବ ବୋଲି ସୁପ୍ରିମକୋର୍ଟ ରାୟ ଦେବାର ସପ୍ତାହେ ପରେ କେନ୍ଦ୍ର ସରକାର ଶୁକ୍ରବାର ଗ୍ରୁପ୍-ଏ ଅଧିକାରୀମାନଙ୍କ ନିଯୁକ୍ତି ଓ ବଦଳି ଲାଗି ଏକ ସଂସ୍ଥା ଗଠନ କରିଛନ୍ତି। ଏହା ଉପରେ ଅଣାଯାଇଥିବା ଅଧ୍ୟାଦେଶକୁ ରାଜ୍ୟ ସଭାରେ ଗୃହୀତ କରାଇ ନ ଦେବା ପାଇଁ କେଜ୍ରିଓ୍ବାଲ ରବିବାର ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ମଙ୍ଗଳବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ବୁଧବାର ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେଙ୍କୁ ଭେଟି ସହଯୋଗ ଲୋଡ଼ିଥିଲେ। ଉଭୟଙ୍କଠାରୁ ସହାୟତାର ପ୍ରତିଶ୍ରୁତି ମିଳିବା ପରେ ସେ ଗୁରୁବାର ମୁମ୍ବାଇରେ ପାଓ୍ବାରଙ୍କୁ ଭେଟିଛନ୍ତି। ଦେଶର ଅନ୍ୟତମ ସମ୍ମାନିତ ନେତା ପାଓ୍ବାର ତାଙ୍କୁ ସହଯୋଗର ପ୍ରତିଶ୍ରୁତି ଦେଇଥିବା କେଜ୍ରିଓ୍ବାଲ କହିଛନ୍ତି। ରାଜ୍ୟ ସଭାରେ କେନ୍ଦ୍ରର ଅଧ୍ୟାଦେଶକୁ ବିରୋଧ କରିବା ପାଇଁ କଂଗ୍ରେସକୁ ପାଓ୍ବାର ବୁଝାଇପାରନ୍ତି ବୋଲି କୁହାଯାଉଛି। ଉଚ୍ଚ ସଦନରେ ଏଏପିର ୧୦ ସଦସ୍ୟ ଥିବାରୁ ଏହି ଯୁଦ୍ଧ ଜିତିବାକୁ ହେଲେ କଂଗ୍ରେସକୁ ସାଙ୍ଗରେ ନେଇ ଚାଲିବାକୁ ପଡ଼ିବ। ରାଜ୍ୟ ସଭାରେ କଂଗ୍ରେସର ୩୧, ଟିଏମ୍ସିର ୧୨, ଏନ୍ସିପିର ୪ ଏବଂ ଶିବସେନା ୟୁବିଟିର ୩ ସଦସ୍ୟ ଅଛନ୍ତି। ମୌସୁମୀ ଅଧିବେଶନରେ ଉକ୍ତ ବିଲ୍ ଆଗତ କରାଯାଇପାରେ। ଏହା ଉଭୟ ଗୃହରେ ଗୃହୀତ ହେବା ନେଇ ଭାଜପା ଆଶାବାଦୀ। କାରଣ ରାଜ୍ୟ ସଭାରେ ସଂଖ୍ୟାଗରିଷ୍ଠତା ପାଇଁ ୧୧୯ ସଦସ୍ୟଙ୍କ ସମର୍ଥନ ଲୋଡ଼ା ଥିବାବେଳେ ଏନ୍ଡିଏର ୧୧୦ ସଦସ୍ୟ ଅଛନ୍ତି। ବିରୋଧୀଙ୍କ ସଦସ୍ୟ ସଂଖ୍ୟା ମଧ୍ୟ ୧୧୦। ଅର୍ଥାତ୍ ସବୁ ଦଳ ଏକାଠି ହେଲେ ଓଡ଼ିଶାର ବିଜେଡି ଏବଂ ଆନ୍ଧ୍ରପ୍ରଦେଶର ଶାସକ ଓ୍ବାଇଏସ୍ଆର୍ କଂଗ୍ରେସ ପାର୍ଟିର ଭୂମିକା ବିଶେଷ ଗୁରୁତ୍ୱ ବହନ କରିବ। ତେଣୁ ସମସ୍ତ ଅଣଭାଜପା ଦଳ ଏକାଠି ହେଲେ କେନ୍ଦ୍ରର ଅଧ୍ୟାଦେଶକୁ ରୋକି ହେବ ବୋଲି କେଜ୍ରିଓ୍ବାଲ କହିଛନ୍ତି।
ଆଜିଠୁ ବଦଳିଲା ଏହିସବୁ ନିୟମ: ବ୍ୟାଙ୍କ, LPG, UPI, ଟ୍ରେନ ଯାତ୍ରାରେ ପଡ଼ିବ ପ୍ରଭାବ
ନୂଆଦିଲ୍ଲୀ,୧।୧୦:ଅକ୍ଟୋବର ମାସ ଆରମ୍ଭ ସହ ଦେଶରେ ବ୍ୟାଙ୍କିଂ, LPG, UPI, NPS, ଇନକମ ଟ୍ୟାକ୍ସ ଏବଂ ରେଳଯାତ୍ରା ସହ ଜଡ଼ିତ କିଛି ନିୟମରେ ପରିବର୍ତ୍ତନ ହୋଇଛି। ଏଥିରୁ…
ଗିଲ୍ଙ୍କୁ ମିଳିଲା ଏତିକି ଟଙ୍କାର ପୁରସ୍କାର: ଜାଣିଲେ ହେବେ ଆଶ୍ଚର୍ଯ୍ୟ
ଗୁଆହାଟୀ,୧।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ ଧମାକାଦାର ଦ୍ୱିଶତକ ହାସଲ କରି ଦଳକୁ ଐତିହାସିକ ବିଜୟ ଦେବାରେ ବଡ଼ ଭୂମିକା ନେଇଛନ୍ତି।…
ରାଜସ୍ବ ମନ୍ତ୍ରୀଙ୍କ ବଡ଼ ଘୋଷଣା: ଦଶହରା ପୂର୍ବରୁ ମିଳିବ…
ଭୁବନେଶ୍ୱର,୧।୧୦(ସୁନିତ୍ ମିଶ୍ର):ରାଜୀବ ଭବନଠାରେ ବୁଧବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଜପତି,…
ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?
ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…
ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….
ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…
ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ
ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…
କାଗଜପତ୍ରରେ ବଦଳିଲା, ନାମଫଳକରେ ନାହିଁ: ବରଗଡ଼ର ଇଂରାଜୀ ବନାନକୁ ନେଇ ଦ୍ୱନ୍ଦ୍ୱରେ ଜିଲାବାସୀ
ବରଗଡ଼, ୩୦ା୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ ଜିଲା, ଉପଖଣ୍ଡ, ତହସିଲ, ବ୍ଲକ ଏବଂ ସହରାଞ୍ଚଳଗୁଡ଼ିକର ଅଶୁଦ୍ଧ ତଥା ଅପଭ୍ରଂଶ ଇଂରାଜୀ ବନାନକୁ ସଂଶୋଧନ କରି ଓଡ଼ିଶାର ଭାଷାଗତ…
ବିଶ୍ୱ ରେକର୍ଡ ଭାଙ୍ଗିଲେ ଗିଲ୍, ଏହି ଖେଳାଳିଙ୍କୁ ପଛରେ ପକାଇ କଲେ…
ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ୍ ନିଜ ନାମରେ ଆଉ ଏକ ବଡ଼ ବିଶ୍ୱ ରେକର୍ଡ ଯୋଡ଼ିଛନ୍ତି । ଗୁଆହାଟୀର ବାରସାପାରା…

