ମୁମ୍ବାଇ,୨୬ା୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଗୁରୁବାର ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍ସିପି) ମୁଖ୍ୟ ଶରଦ ପାଓ୍ବାରଙ୍କୁ ଭେଟିଛନ୍ତି। ଦିଲ୍ଲୀର ଅମଲାତନ୍ତ୍ରୀମାନଙ୍କ ଉପରେ ନିୟନ୍ତ୍ରଣ ଛଡ଼ାଇନେବା ପାଇଁ କେନ୍ଦ୍ର ସରକାର ଆଣିଥିବା ଅଧ୍ୟାଦେଶକୁ ବିରୋଧ କରିବା ଲାଗି କେଜ୍ରିଓ୍ବାଲ ତାଙ୍କ ସହଯୋଗ ଲୋଡ଼ିଛନ୍ତି। ଏହି ଅବସରରେ ଆମ୍ ଆଦ୍ମୀ ପାର୍ଟି (ଏଏପି) ଆବାହକ କେଜ୍ରିଓ୍ବାଲ କହିଛନ୍ତି, ଭାଜପାର ଗେମ୍ପ୍ଲାନ୍ ଭାରତରେ ବିପଜ୍ଜନକ ସ୍ଥିତି ସୃଷ୍ଟି କରିଛି। ଏହା କେବଳ ବିରୋଧୀଙ୍କ ନୁହେଁ, ବରଂ ଦେଶର ପ୍ରସଙ୍ଗ।
ଦିଲ୍ଲୀର ସର୍ଭିସେସ୍ (ସେବା) ଉପରେ କେନ୍ଦ୍ରଶାସିତ ଅଞ୍ଚଳର ସରକାରଙ୍କ କର୍ତ୍ତୃତ୍ୱ ରହିବ ବୋଲି ସୁପ୍ରିମକୋର୍ଟ ରାୟ ଦେବାର ସପ୍ତାହେ ପରେ କେନ୍ଦ୍ର ସରକାର ଶୁକ୍ରବାର ଗ୍ରୁପ୍-ଏ ଅଧିକାରୀମାନଙ୍କ ନିଯୁକ୍ତି ଓ ବଦଳି ଲାଗି ଏକ ସଂସ୍ଥା ଗଠନ କରିଛନ୍ତି। ଏହା ଉପରେ ଅଣାଯାଇଥିବା ଅଧ୍ୟାଦେଶକୁ ରାଜ୍ୟ ସଭାରେ ଗୃହୀତ କରାଇ ନ ଦେବା ପାଇଁ କେଜ୍ରିଓ୍ବାଲ ରବିବାର ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ମଙ୍ଗଳବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ବୁଧବାର ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେଙ୍କୁ ଭେଟି ସହଯୋଗ ଲୋଡ଼ିଥିଲେ। ଉଭୟଙ୍କଠାରୁ ସହାୟତାର ପ୍ରତିଶ୍ରୁତି ମିଳିବା ପରେ ସେ ଗୁରୁବାର ମୁମ୍ବାଇରେ ପାଓ୍ବାରଙ୍କୁ ଭେଟିଛନ୍ତି। ଦେଶର ଅନ୍ୟତମ ସମ୍ମାନିତ ନେତା ପାଓ୍ବାର ତାଙ୍କୁ ସହଯୋଗର ପ୍ରତିଶ୍ରୁତି ଦେଇଥିବା କେଜ୍ରିଓ୍ବାଲ କହିଛନ୍ତି। ରାଜ୍ୟ ସଭାରେ କେନ୍ଦ୍ରର ଅଧ୍ୟାଦେଶକୁ ବିରୋଧ କରିବା ପାଇଁ କଂଗ୍ରେସକୁ ପାଓ୍ବାର ବୁଝାଇପାରନ୍ତି ବୋଲି କୁହାଯାଉଛି। ଉଚ୍ଚ ସଦନରେ ଏଏପିର ୧୦ ସଦସ୍ୟ ଥିବାରୁ ଏହି ଯୁଦ୍ଧ ଜିତିବାକୁ ହେଲେ କଂଗ୍ରେସକୁ ସାଙ୍ଗରେ ନେଇ ଚାଲିବାକୁ ପଡ଼ିବ। ରାଜ୍ୟ ସଭାରେ କଂଗ୍ରେସର ୩୧, ଟିଏମ୍ସିର ୧୨, ଏନ୍ସିପିର ୪ ଏବଂ ଶିବସେନା ୟୁବିଟିର ୩ ସଦସ୍ୟ ଅଛନ୍ତି। ମୌସୁମୀ ଅଧିବେଶନରେ ଉକ୍ତ ବିଲ୍ ଆଗତ କରାଯାଇପାରେ। ଏହା ଉଭୟ ଗୃହରେ ଗୃହୀତ ହେବା ନେଇ ଭାଜପା ଆଶାବାଦୀ। କାରଣ ରାଜ୍ୟ ସଭାରେ ସଂଖ୍ୟାଗରିଷ୍ଠତା ପାଇଁ ୧୧୯ ସଦସ୍ୟଙ୍କ ସମର୍ଥନ ଲୋଡ଼ା ଥିବାବେଳେ ଏନ୍ଡିଏର ୧୧୦ ସଦସ୍ୟ ଅଛନ୍ତି। ବିରୋଧୀଙ୍କ ସଦସ୍ୟ ସଂଖ୍ୟା ମଧ୍ୟ ୧୧୦। ଅର୍ଥାତ୍ ସବୁ ଦଳ ଏକାଠି ହେଲେ ଓଡ଼ିଶାର ବିଜେଡି ଏବଂ ଆନ୍ଧ୍ରପ୍ରଦେଶର ଶାସକ ଓ୍ବାଇଏସ୍ଆର୍ କଂଗ୍ରେସ ପାର୍ଟିର ଭୂମିକା ବିଶେଷ ଗୁରୁତ୍ୱ ବହନ କରିବ। ତେଣୁ ସମସ୍ତ ଅଣଭାଜପା ଦଳ ଏକାଠି ହେଲେ କେନ୍ଦ୍ରର ଅଧ୍ୟାଦେଶକୁ ରୋକି ହେବ ବୋଲି କେଜ୍ରିଓ୍ବାଲ କହିଛନ୍ତି।

ଡ୍ୟୁଟି ସାରି ମାସ୍କ ତିଆରି କରୁଛନ୍ତି ମହିଳା ପୋଲିସ
ଭୋପାଳ,୪।୪: କରୋନା ଭାଇରସ ସହ ଲଢ଼ିବାକୁ ଏବେ ମାସ୍କ ଓ ସାନିଟାଇଜରର ଆବଶ୍ୟକତା ବଢିଯାଇଛି। ଏହାକୁ ଦୃଷ୍ଟିରେ ରଖି ଏବେ ବିଭିନ୍ନ ସଂସ୍ଥା ପକ୍ଷରୁ ମାସ୍କ...

ଶିକ୍ଷକଙ୍କୁ କମଲ ନାଥଙ୍କ ଦୀପାବଳି ଉପହାର
ଭୋପାଳ,୨୭।୧୦: ଦୀପାବଳି ଅବସରରେ ମଧ୍ୟ ପ୍ରଦେଶର କମଲ ନାଥ ସରକାର ଶିକ୍ଷକମାନଙ୍କୁ ଏକ ଭେଟି ଦେଇଛନ୍ତି। ରାଜ୍ୟର ପ୍ରାୟ ୧ଲକ୍ଷ ୭୮ ହଜାର ଶିକ୍ଷକଙ୍କୁ ସପ୍ତମ...

ଆସାମର ନୂଆ ମନ୍ତ୍ରୀ ହେବେ ହିମନ୍ତ ବିଶ୍ୱ
ଗୁଆହାଟି,୯।୫: ଆସାମର ନୂତନ ମୁଖ୍ୟମନ୍ତ୍ରୀ ଭାବରେ ହିମନ୍ତ ବିଶ୍ବ ଶର୍ମାଙ୍କ ନାମ ରବିବାର ଘୋଷଣା କରାଯାଇଛି। ଶନିବାରଠାରୁ ଭାଜପାର ଏକ ବୈଠକ ପରେ ଆଜି ହିମନ୍ତ...

ଡିଏମ୍କେ ଯୁବଶାଖାର ସମ୍ପାଦକ ହେଲେ ଷ୍ଟାଲିନଙ୍କ ପୁଅ ଉଦୟନିଧି
ଚେନ୍ନାଇ,୪।୭: ଡିଏମ୍କେ ମୁଖ୍ୟ ଏମ୍ କେ ଷ୍ଟାଲିନଙ୍କ ପୁଅ ତଥା ଅଭିନେତା ଉଦୟନିଧି ଡିଏମ୍କେର ଯୁବଶାଖା ସମ୍ପାଦକ ଭାବେ ନିଯୁକ୍ତ ହୋଇଛନ୍ତି। ୪୨ ବର୍ଷୀୟ ଉଦୟନିଧି...

ସାକ୍ଷୀ ମହାରାଜଙ୍କ ବିବାଦୀୟ ମନ୍ତବ୍ୟ: ନେତାଜୀଙ୍କ ହତ୍ୟା ପଛରେ କଂଗ୍ରେସ ହାତ
ଉନ୍ନାଓ, ୨୪।୧: ସବୁବେଳେ ନିଜ ମନ୍ତବ୍ୟକୁ ନେଇ ଚର୍ଚ୍ଚାରେ ରହୁଥିବା ଭାଜପା ଏମ୍ପି ସାକ୍ଷୀ ମହାରାଜଙ୍କୁ ନେଇ ଏବେ ଦେଶର ରାଜନୈତିକ ମହଲରେ ଉଷ୍ଣତା ବଢ଼ିବାରେ...

ସିବିଆଇ ପକ୍ଷରୁ ନିଜର ୧୯ ଉଚ୍ଚ ଅଧିକାରୀଙ୍କ ବିରୋଧରେ ଅଣାଯାଇଛି ଦୁର୍ନୀତି ଅଭିଯୋଗ: ସରକାର
ନୂଆଦିଲ୍ଲୀ,୨୪।୭: ସିବିଆଇ ପକ୍ଷରୁ ନିଜ ଉଚ୍ଚ ଅଧିକାରୀଙ୍କ ବିରୋଧରେ ମଧ୍ୟ ଦୁର୍ନୀତି ଅଭିଯୋଗ ଅଣାଯାଇଛି। ଗତ ୩ ବର୍ଷ ମଧ୍ୟରେ ୧୯ ଜଣ ଅଧିକାରୀଙ୍କ ବିରୋଧରେ...

ଗୁଜରାଟ କଂଗ୍ରେସକୁ ଝଟ୍କା, ୩୦୦ ମୁସଲମାନ ନେତା ଭାଜପାରେ ସାମିଲ…
ଅହମଦାବାଦ, ୨୧।୯ : ବିଧାନସଭା ନିର୍ବାଚନ ପୂର୍ବରୁ ଗୁଜରାଟ କଂଗ୍ରେସକୁ ଝଟ୍କା ଲାଗିଛି। ବୁଧବାର ଭାରୁଚ ଅଞ୍ଚଳ ବିଭିନ୍ନ ଗାଁର କଂଗ୍ରେସ କର୍ମୀଙ୍କ ସମେତ ୩୦୦ରୁ...

୧୦୦ କୋଟିର ବ୍ରାଉନ୍ ସୁଗାର ଜବତ
ଇମ୍ଫାଲ,୧ା୭:ମଣିପୁରର ଥୋଉବାଲ ଜିଲାରୁ ୧୧୧.୨ କେ.ଜି.ର ବ୍ରାଉନ୍ ସୁଗାର ଜବତ ହୋଇଛି। ଲିଲୋଙ୍ଗ ଗ୍ରାମରେ ବ୍ରାଉନ୍ ସୁଗାର ପ୍ରସ୍ତୁତି ଚାଲିଥିବାବେଳେ ନାର୍କୋଟିକ୍ସ ଆଣ୍ଡ ଆଫେୟାର୍ସ ଅଫ୍...