ରେଳବାଇ ପରେ ଡାକ କର୍ମଚାରୀଙ୍କ ବଲ୍ଲେ ବଲ୍ଲେ; ୬୦ ଦିନର ବୋନସ ଘୋଷଣା କଲେ କେନ୍ଦ୍ର ସରକାର, ଜାଣନ୍ତୁ କେତେ…

ନୂଆଦିଲ୍‌ଲୀ,୧୭।୧୦: ପାର୍ବଣର ଏହି ଋତୁରେ କେନ୍ଦ୍ର ସରକାର ସରକାରୀ କର୍ମଚାରୀଙ୍କ ଖୁସିକୁ ଦ୍ୱିଗୁଣିତ କରିଦେଇଛନ୍ତି। ନିକଟରେ ଭାରତୀୟ ରେଳବାଇର ପ୍ରାୟ ୧୧.୪ ଲକ୍ଷ କର୍ମଚାରୀଙ୍କୁ ୭୮ ଦିନର ବୋନସ ଦେବା ପାଇଁ ଏକ ବଡ଼ ଘୋଷଣା କରାଯାଇଥିଲା। ଏବେ ଠିକ ସେହି ଢାଞ୍ଚାରେ ଇଣ୍ଡିଆ ପୋଷ୍ଟ (India Post) ମଧ୍ୟ ନିଜର ଲକ୍ଷ ଲକ୍ଷ କର୍ମଚାରୀଙ୍କ ପାଇଁ ବୋନସର ଆନୁଷ୍ଠାନିକ ଘୋଷଣା କରିଛି। ଡାକ ବିଭାଗର ଏହି ନିଷ୍ପତ୍ତି ଯୋଗୁଁ ଡାକପିଅନ (Postman), ମଲ୍ଟି-ଟାସ୍କିଂ ଷ୍ଟାଫ (MTS) ଠାରୁ ଆରମ୍ଭ କରି ଗ୍ରାମୀଣ ଡାକ ସେବକ (GDS)ଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ମୁହଁରେ ହସ ଫୁଟିଉଠିଛି।

ଡାକ ବିଭାଗ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶ ଅନୁଯାୟୀ, ବୋନସର ଲାଭ ମୁଖ୍ୟତଃ ତିନୋଟି ଶ୍ରେଣୀର କର୍ମଚାରୀଙ୍କୁ ପ୍ରଦାନ କରାଯିବ:

ନିୟମିତ କର୍ମଚାରୀ (Regular Employees): ମଲ୍ଟି-ଟାସ୍କିଂ ଷ୍ଟାଫ (MTS), ଗ୍ରୁପ ସି (Group C) ଏବଂ ଅଣ-ଗେଜେଟେଡ ଗ୍ରୁପ ବି (Non-Gazetted Group B) କର୍ମଚାରୀମାନଙ୍କୁ ୬୦ ଦିନର ଦରମା ସହ ସମାନ ପ୍ରଡକ୍ଟିଭିଟି ଲିଙ୍କ୍ଡ ବୋନସ (PLB) ମିଳିବ।

ଗ୍ରାମୀଣ ଡାକ ସେବକ (GDS): ନିୟମିତ ଭାବେ ନିଜର ସେବା ଯୋଗାଇ ଆସୁଥିବା ସମସ୍ତ ଗ୍ରାମୀଣ ଡାକ ସେବକଙ୍କୁ ଏକ୍ସ-ଗ୍ରେସିଆ (Ex-gratia) ବୋନସ ପ୍ରଦାନ କରାଯିବ।

କାଜୁଆଲ କର୍ମଚାରୀ (Casual Labourers): ଯୋଗ୍ୟତା ପୂରଣ କରୁଥିବା ଫୁଲ-ଟାଇମ କାଜୁଆଲ କର୍ମଚାରୀ ଏବଂ ଅସ୍ଥାୟୀ ମାନ୍ୟତା (Temporary Status) ପ୍ରାପ୍ତ କର୍ମଚାରୀମାନଙ୍କୁ ଆଡହକ (Ad-hoc) ବୋନସ ଦିଆଯିବ।

ଯଦି ଆପଣ ଭାବୁଛନ୍ତି ଯେ ବୋନସ ଟଙ୍କା କିପରି ର୍ନିଦ୍ଧାରଣ ହେବ, ତେବେ ଏହାର ଗଣିତ ବହୁତ ସହଜ। ବୋନସ ଗଣନା ପାଇଁ ସର୍ୱାଧିକ ମାସିକ ଦରମାର ସୀମା ୭,୦୦୦ ଟଙ୍କା ଧାର୍ଯ୍ୟ କରାଯାଇଛି। ଏହାର ଅର୍ଥ ହେଉଛି ଯଦି କୌଣସି କର୍ମଚାରୀଙ୍କ ମୂଳ ଦରମା (Basic Salary) ୭,୦୦୦ ଟଙ୍କାରୁ ଅଧିକ ମଧ୍ୟ ହୋଇଥାଏ, ତଥାପି ବୋନସ ହିସାବ ୭,୦୦୦ ଟଙ୍କାକୁ ହିଁ ଆଧାର କରି କରାଯିବ।

ମାସିକ ଦରମା (ସର୍ୱାଧିକ ୭,୦୦୦ ଟଙ୍କା)କୁ ବୋନସ ଦିନ (୬୦ ଦିନ) ସହିତ ଗୁଣନ କରି ୩୦.୪ ଦ୍ୱାରା ଭାଗ କରାଯିବ। ଏହି ନିୟମ ଗ୍ରାମୀଣ ଡାକ ସେବକ (GDS)ଙ୍କ କ୍ଷେତ୍ରରେ ମଧ୍ୟ ଲାଗୁ ହେବ। ଯେଉଁ କର୍ମଚାରୀମାନେ ୧ ଏପ୍ରିଲ ୨୦୨୫ରୁ ୩୧ ମାର୍ଚ୍ଚ ୨୦୨୬ ମଧ୍ୟରେ ଅବସର ନେଇଛନ୍ତି, ଇସ୍ତଫା ଦେଇଛନ୍ତି କିମ୍ୱା ଡେପୁଟେସନରେ ଯାଇଛନ୍ତି, ସେମାନେ ମଧ୍ୟ ର୍ନିଦ୍ଧାରିତ ନିୟମ ଅନୁସାରେ ଏହି ବୋନସ ପାଇବାକୁ ଯୋଗ୍ୟ ବିବେଚିତ ହେବେ।

ଆପଣଙ୍କ ସୂଚନା ପାଇଁ ଜଣାଇଦେଉଛୁ ଯେ ପୂର୍ୱରୁ କେନ୍ଦ୍ର ସରକାର ରେଳବାଇର ପ୍ରାୟ ୧୧.୪ ଲକ୍ଷ ଅଣ-ଗେଜେଟେଡ କର୍ମଚାରୀଙ୍କ ପାଇଁ ୭୮ ଦିନର ବୋନସ ମଞ୍ଜୁର କରିଥିଲେ। ଏଥିପାଇଁ ସରକାର ୨,୦୦୯.୬୧ କୋଟି ଟଙ୍କାର ଏକ ବଡ଼ ଅର୍ଥରାଶି ଧାର୍ଯ୍ୟ କରିଛନ୍ତି। ରେଳବାଇରେ କର୍ମଚାରୀ ପିଛା ସର୍ୱାଧିକ ୧୭,୯୫୧ ଟଙ୍କା ପର୍ଯ୍ୟନ୍ତ ବୋନସ ଦିଆଯାଉଛି, ଯାହାର ଲାଭ ଟ୍ରାକ ମେଣ୍ଟେନର୍‌, ଲୋକୋ ପାଇଲଟ, ଷ୍ଟେସନ ମାଷ୍ଟର, ଟ୍ରେନ ମ୍ୟାନେଜର ଏବଂ ପଏଣ୍ଟସମ୍ୟାନ ଭଳି ଫ୍ରଣ୍ଟଲାଇନ କର୍ମଚାରୀମାନଙ୍କୁ ମିଳୁଛି।

ପାର୍ୱଣ ସମୟରେ ମିଳିଥିବା ଏହି ବୋନସ ଡାକ ବିଭାଗ ଏବଂ ରେଳ କର୍ମଚାରୀମାନଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତି ଆଣିଦେଇଛି। ଏହା କେବଳ କର୍ମଚାରୀଙ୍କ ଉତ୍ସାହ ବଢ଼ାଇବ ତାହା ନୁହେଁ, ବରଂ ପାର୍ୱଣ ବଜାର କିଣାକିଣିରେ ମଧ୍ୟ ଚଳଚଞ୍ଚଳତା ଆଣିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?