ଇଣ୍ଟରନେଟ୍‌ ବ୍ୟବହାରକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ: କହିଲେ ପିଲାଙ୍କ ସମେତ ସବୁବର୍ଗର…

ନୂଆଦିଲ୍ଲୀ,୧୭ା୧୦: ଇଣ୍ଟରନେଟ୍‌ ଉପଲବ୍ଧ ଓ ବ୍ୟବହାର ନେଇ ସୁପ୍ରିମକୋର୍ଟ ଶନିବାର ଏକ ବଡ଼ ରାୟ ଦେଇଛନ୍ତି। ସୁପ୍ରିମକୋର୍ଟ ଇଣ୍ଟରନେଟ୍ ବ୍ୟବହାରକୁ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଏକ ମୌଳିକ ଅଧିକାର ଭାବେ ଘୋଷଣା କରିଛନ୍ତି। କୋର୍ଟ କହିଛନ୍ତି ଯେ, ପିଲାମାନଙ୍କର ମଧ୍ୟ ଏହି ଅଧିକାର ରହିଛି, ଏବଂ ସେମାନଙ୍କୁ ଏଥିରୁ ସମ୍ପୂର୍ଣ୍ଣ ଭାବରେ ବଞ୍ଚିତ କରିବା ଅନୁଚିତ। ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି ଯେ, ପିଲାମାନଙ୍କ ସୁରକ୍ଷା ଏବଂ ସେମାନଙ୍କର ସ୍ୱାଧୀନତା ପରସ୍ପର ବିରୋଧୀ ନୁହନ୍ତି, ପିଲାମାନଙ୍କର ଉଭୟ ଅଧିକାର ରହିଛି।

ସୋସିଆଲ୍ ମିଡିଆ ଏବଂ ଅନ୍ୟାନ୍ୟ ଅନଲାଇନ୍ ପ୍ଲାଟଫର୍ମରେ ଶିଶୁ ଯୌନ ନିର୍ଯାତନା ବା ସୋଷଣ ସମ୍ବନ୍ଧୀୟ ବିଷୟବସ୍ତୁ (CSEAM) ନେଇ ପ୍ରକାଶ ପାଇଥିବା ଚିନ୍ତାଜନକ ଆବେଦନର ଶୁଣାଣି କରି କୋର୍ଟ ଏହି ନିଷ୍ପତ୍ତି ଶୁଣାଇଛନ୍ତି। ବିଚାରପତି ଜେ.ବି. ପାର୍ଦିୱାଲା ଏବଂ ଜଷ୍ଟିସ୍ କେ. ବିନୋଦ ଚନ୍ଦ୍ରନଙ୍କୁ ନେଇ ଗଠିତ ଖଣ୍ଡପୀଠ ଏଭଳି ଆପତ୍ତିଜନକ ବିଷୟବସ୍ତୁକୁ ଚିହ୍ନଟ କରିବା ଏବଂ ସେଗୁଡ଼ିକୁ ହଟାଇବା ପାଇଁ ବ୍ୟବସ୍ଥାକୁ ଅଧିକ ମଜଭୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସୁପ୍ରିମକୋର୍ଟ ସ୍ୱୀକାର କରିଛନ୍ତି ଯେ, ପିଲାମାନଙ୍କ ଇଣ୍ଟରନେଟ୍ ବ୍ୟବହାର ଉପରେ କଟକଣା  ଲଗାଇବା ଦ୍ୱାରା ପ୍ରତିକୂଳ ପରିଣାମ ଦେଖାଯାଇପାରେ। ପ୍ରତିବନ୍ଧକ ସତ୍ତ୍ୱେ ପିଲାମାନେ ଲୁଚିଛପି ଇଣ୍ଟରନେଟ୍ ବ୍ୟବହାର କରିପାରନ୍ତି ଏବଂ ଅନିୟନ୍ତ୍ରିତ ବା ସୁରକ୍ଷିତ ନଥିବା ପ୍ଲାଟଫର୍ମଗୁଡ଼ିକୁ ପ୍ରବେଶ କରିପାରନ୍ତି, ଯାହା ଅଧିକ ବିପଦ ସୃଷ୍ଟି କରିଥାଏ। ଏହାସହିତ କଠୋର ପ୍ରତିବନ୍ଧକ ଯୋଗୁଁ ପିଲାମାନେ ଅନଲାଇନ୍ ଧମକ କିମ୍ବା ଶୋଷଣ ବିଷୟରେ ନିଜ ପିତାମାତା କିମ୍ବା ବିଶ୍ୱସ୍ତ ବ୍ୟକ୍ତିଙ୍କୁ ଜଣାଇବାକୁ ଭୟ କରିପାରନ୍ତି।

ଖଣ୍ଡପୀଠ ଉଲ୍ଲେଖ କରିଛନ୍ତି ଯେ, ଇଣ୍ଟରନେଟ୍ ହେଉଛି ନୂତନ ଚିନ୍ତାଧାରା, ସୃଜନଶୀଳ ପ୍ରକାଶନ ଏବଂ ସୂଚନା ଆଦାନପ୍ରଦାନର ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ। ଦୂରବର୍ତ୍ତୀ ଅଞ୍ଚଳରେ ରହୁଥିବା ଅନେକ ପିଲାଙ୍କ ପାଇଁ ଏହା ଶିକ୍ଷା ଏବଂ ସୂଚନାର ପ୍ରମୁଖ କିମ୍ବା ଏକମାତ୍ର ମାଧ୍ୟମ ହୋଇପାରେ। ବିଶେଷ ଆବଶ୍ୟକତା ଥିବା (ଦିବ୍ୟାଙ୍ଗ) ପିଲାମାନେ ମଧ୍ୟ ଇଣ୍ଟରନେଟ୍ ମାଧ୍ୟମରେ ସେମାନଙ୍କ ଭଳି ଅନ୍ୟମାନଙ୍କ ସହିତ ଯୋଗାଯୋଗ ସ୍ଥାପନ କରିବାର ସୁଯୋଗ ପାଆନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?