କୋଲକାତାର,୧୮ା୧୦: କୋଲକାତା ଦଳାଚକଟା ଘଟଣାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ସହାୟତା ଘୋଷଣା କରିଛନ୍ତି। ପ୍ରତ୍ୟେକ ମୃତକଙ୍କ ପରିବାରକୁ ୨୫ ଲକ୍ଷର ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ବଡ଼ ସହାୟତା ଘୋଷଣା ସହ ମୁଖ୍ୟମନ୍ତ୍ରୀ ପରିବାରର ଜଣଙ୍କୁ ଗ୍ରୁପ୍ ଡି’ ଚାକିରି ମିଳିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଅନ୍ୟପକ୍ଷରେ ଆହତଙ୍କ ସମସ୍ତ ଚିକିତ୍ସା ସରକାର ବହନ କରିବା ସହ ୫ ଲକ୍ଷ ଟଙ୍କା ପ୍ରଦାନ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଉତ୍ତର କୋଲକାତାର ଚୋରବାଗାନ ସାର୍ବଜନୀନ ଦୁର୍ଗାପୂଜା ପେଣ୍ଡାଲରେ ଶନିବାର ସନ୍ଧ୍ୟାରେ ପ୍ରବଳ ଭିଡ଼ରୁ ଦଳାଚକଟା ଘଟି ୧୯ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ୧୩ ଜଣ ମହିଳା ଓ ଜଣେ ପିଲା ଅଛନ୍ତି। ଏଥିସହିତ ୩୫ରୁ ଊର୍ଦ୍ଧ୍ୱ ଲୋକ ଆହତ ହୋଇଥିବାବେଳେ ସେମାନଙ୍କୁ କୋଲକାତା ମେଡିକାଲ କଲେଜ ଆଣ୍ଡ୍ ହସ୍ପିଟାଲରେ ଭର୍ତ୍ତିି କରାଯାଇଛି।

