Posted inଜାତୀୟ

ମୋଦି ସରକାରଙ୍କ ୯ ବର୍ଷ କାର୍ଯ୍ୟକାଳକୁ ନେଇ ବର୍ଷିଲା ବିରୋଧୀ

ନୂଆଦିଲ୍ଲୀ,୨୬।୫: କେନ୍ଦ୍ରରେ ମୋଦି ସରକାରଙ୍କୁ ଶୁକ୍ରବାର ୯ ବର୍ଷ ପୂରଣ ହୋଇଛି। ଏହି ଅବସରରେ ସରକାର ତା’ର ଉପଲବ୍ଧିକୁ ଗଣାଇବାରେ ଲାଗିଛି। କୁହାଯାଉଛି କି ୯ ବର୍ଷ ମଧ୍ୟରେ ସରକାର କେତେ ବଡ ବଡ ନିଷ୍ପତ୍ତି ନେଇଛନ୍ତି ଓ ଲୋକଙ୍କ ପାଇଁ କ’ଣ କ’ଣ କରିଛନ୍ତି। ଏପଟେ କିନ୍ତୁ ବିରୋଧି କଂଗ୍ରେସ କହିଛି ମୋଦି ସରକାରଙ୍କର ଏହା ହେଉଛି ବିଫଳତାର ୯ ବର୍ଷ। କଂଗ୍ରେସର ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରେ ଏହାକୁ ନେଇ ଏକ ଟୁଇଟ କରାଯାଇଛି। ଯେଉଁଥିରେ ମୋଦି ସରକାରଙ୍କ ୯ ବର୍ଷର କଥା ଉଲ୍ଲେଖ କରାଯାଇଛି। କଂଗ୍ରେସ ବେକାରୀ ସମସ୍ୟାଠାରୁ ଆରମ୍ଭ କରି ମହଙ୍ଗା ମାଡ ପର୍ଯ୍ୟନ୍ତ ପ୍ରାୟ ସମସ୍ତ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିଛି ଓ କହିଛି ବିଫଳତାର ୯ ବର୍ଷ ପୂରଣ ହୋଇଛି।

କଂଗ୍ରେସର ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରେ ଏହାକୁ ନେଇ ଏକ ଟୁଇଟ କରାଯାଇଛି। ଯେଉଁଥିରେ ମୋଦି ସରକାରଙ୍କ ୯ ବର୍ଷର କଥା ଉଲ୍ଲେଖ କରାଯାଇଛି। କଂଗ୍ରେସ ବେକାରୀ ସମସ୍ୟାଠାରୁ ଆରମ୍ଭ କରି ମହଙ୍ଗା ମାଡ ପର୍ଯ୍ୟନ୍ତ ପ୍ରାୟ ସମସ୍ତ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିଛି ଓ କହିଛି ବିଫଳତାର ୯ ବର୍ଷ ପୂରଣ ହୋଇଛି।
କଂଗ୍ରେସ ପକ୍ଷରୁ କରାଯାଇଥିବା ଟୁଇଟରେ ଲେଖାଯାଇଛି, ‘ଆଜି ମୋଦି ସରକାର ୯ ବର୍ଷ ପୂରଣ କରିଛନ୍ତି। ଏଗୁଡ଼ିକ ହେଉଛି ୯ ବର୍ଷର ବିଫଳତା। ଦେଶରେ ୯ ବର୍ଷର ଦୁଃଖ ଅଛି। ଏହି ୯ ବର୍ଷରେ ଲୋକଙ୍କୁ ମୁଦ୍ରାସ୍ଫିତିର ସାମ୍ନା କରିବାକୁ ପଡିଛି। ବେରୋଜଗାରୀ ଏବଂ ଏକଛତ୍ରବାଦୀ ଶାସନ ୨୦୨୨ ସୁଦ୍ଧା କୃଷକଙ୍କ ଆୟ ଦ୍ୱିଗୁଣିତ କରିବା,
୨୦୨୨ ସୁଦ୍ଧା ସମସ୍ତଙ୍କୁ ଘର ଯୋଗାଇବାର ପ୍ରତିଶ୍ରୁତି, କଳା ଟଙ୍କା ଫେରାଇ ୧୫ଲକ୍ଷ ଦେବାର ପ୍ରତିଶ୍ରୁତି, ପ୍ରତିବର୍ଷ ୨ କୋଟି ଚାକିରିର ପ୍ରତିଶ୍ରୁତି ଏମିତି ଗଣିଲେ ଆହୁରି ବର୍ଷ ବର୍ଷ ଲାଗିଯିବ। ସର୍ବମୋଟ କଂଗ୍ରେସ କହିଛି ମୋଦି ସରକାରଙ୍କ ଏହି ୯ ବର୍ଷ ହେଉଛି ବିଫଳତାର ବର୍ଷ।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଆଜି ୭୪ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୨୧।୨: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୭୪ ନୂଆ କରୋନା...

‘ପାଦ ଛୁଇଁବା ମନା’ ବୋର୍ଡ ବାସଭବନରେ ଲଗାଇଲେ ମନ୍ତ୍ରୀ

ଲକ୍ଷ୍ନୌ,୧୩।୧୦: ରାଜନୀତିରେ ପାଦ ଛୁଇଁବା ପରମ୍ପରା ବନ୍ଦ କରିବା ଲାଗି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥଙ୍କ ଜଣେ ମନ୍ତ୍ରୀ ଅଣ୍ଟା ଭିଡ଼ିଛନ୍ତି। ରାଜ୍ୟ ସାଧାରଣ ପ୍ରଶାସନ ଏବଂ...

ହାଇବ୍ରିଡ୍‌ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ବାୟୁସେନା ମୁଖ୍ୟଙ୍କ ଚେତାବନୀ…

ନୂଆଦିଲ୍ଲୀ, ୨୦।୯ : ଆମର ପଡୋଶୀ ଦେଶଗୁଡିକରେ ସୁରକ୍ଷା ପରିବେଶ ନାହିଁ। ଏଭଳି ପରିସ୍ଥିତିରେ ଆମେ ସବୁବେଳେ ହାଇବ୍ରିଡ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବା ଉଚିତ...

‘ମୋ କାନ୍ଧରେ ବନ୍ଧୁକ ଫୁଟାଅ ନାହିଁ’

ନୂଆଦିଲ୍ଲୀ,୨୪।୧: ବିଚାରପତି ନିଯୁକ୍ତି ବ୍ୟବସ୍ଥାକୁ ନେଇ କେନ୍ଦ୍ର ସରକାର ଏବଂ ନ୍ୟାୟପାଳିକା ମଧ୍ୟରେ ବିବାଦ ଲାଗିରହିଥିବାବେଳେ ତାଙ୍କ କାନ୍ଧରେ ବନ୍ଧୁକ ନ ଫୁଟାଇବାକୁ ଦିଲ୍ଲୀ ହାଇକୋର୍ଟର...

୨୨ରେ ନାରାୟଣସ୍ବାମୀଙ୍କ ଶକ୍ତିପରୀକ୍ଷା

ପୁଡୁଚେରୀ,୧୯ା୨(ପି.ଟି.)::ତେଲଙ୍ଗାନା ରାଜ୍ୟପାଳ ତାମିଲିସାଇ ସୌନ୍ଦରରାଜନ ତେଲଙ୍ଗାନା ଗୁରୁବାର ଉପରାଜ୍ୟପାଳ ଭାବେ ଶପଥ ନେଇଛନ୍ତି। ଏହି ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିବା ପରେ ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଭି....

ଚେନ୍ନାଇ ପୋଲିସର ଆଉ ଏକ ରୂପ

ଚେନ୍ନାଇ,୧୩।୮: କରୋନା ଭାଇରସ ଏବେ ସାଧାରଣ ଜୀବନକୁ ଅସ୍ତବ୍ୟସ୍ତ କରି ଦେଇଛି। ଧନୀଠାରୁ ଗରିବ ସମସ୍ତେ ଏବେ ଏହାସହ ଲଢି ଚାଲିଛନ୍ତି। ଏହି ଅଦୃଶ୍ୟ ଯୁଦ୍ଧରେ...

ସର୍ବଦଳୀୟ ବୈଠକ ଡାକିଲେ ମୋଦି: ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ଉପରେ ହେବ ଚର୍ଚ୍ଚା

ନୂଆଦିଲ୍ଲୀ, ୧୬।୬: ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ମୁଦ୍ଦାକୁ ନେଇ ସର୍ବଦଳୀୟ ବୈଠକ ଡାକିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜୁନ୍‌ ୧୯ତାରିଖରେ ସଂସଦ ଭବନରେ ହେବାକୁ...

ବିମାନ ଯାତ୍ରା ସମୟରେ ପରଷାଯିବ ଖାଦ୍ୟ

ନୂଆଦିଲ୍ଲୀ,୨୮।୮: କରୋନା କାଳରେ ଘରୋଇ ତଥା ଅନ୍ତର୍ଜାତୀୟ ବିମାନ ଉଡାଣକୁ ନେଇ ଜାରି ହୋଇଥିବା ଏସ୍‌ଓପିରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ କିଛିଟା ପରିବର୍ତ୍ତନ...

Advertisement
Archives

Model This Week