ଜାତୀୟ

ଟ୍ରେନ୍‌ ଅଗ୍ନିକାଣ୍ଡରେ ପୋଲିସ ଜାରି କଲା ଅଭିଯୁକ୍ତଙ୍କ ସ୍କେଚ୍‌: ଏସ୍‌ଆଇଟି ଗଠନ

କୋଝିକୋଡ୍‌, ୩ା୪: କେରଳର କୋଝିକୋଡ୍‌ ଜିଲାରେ ଏକ ଏକ୍ସପ୍ରେସ୍‌ ଟ୍ରେନ୍‌ର ଯାତ୍ରୀଙ୍କୁ ଜଣେ ବ୍ୟକ୍ତି ନିଆଁ ଲଗାଇଦେଇଥିଲେ। ରବିବାର ରାତି ୯ଟା ୪୫ରେ ଏହି ମର୍ମନ୍ତୁଦ ଘଟଣା ଘଟିଥିବା ବେଳେ ଏଥିରେ ୩ ଜଣଙ୍କ ମୃତ୍ୟୁ ହେବା ସହ ଅନ୍ୟ ୮ଯାତ୍ରୀ…

ଷ୍ଟାଟସ୍‌ ଦେଇ ଜୀବନ ହାରିଲେ ଛାତ୍ର

ଚେନ୍ନାଇ,୩।୪: ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ (ଆଇଆଇଟି) ମାଡ୍ରାସ୍‌ରେ ୩୨ ବର୍ଷୀୟ ପିଏଚ୍‌ଡି ଛାତ୍ର ସଚିନ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା କରିବା ପୂର୍ବରୁ ସେ ‘ଆଇ ଆମ୍‌ ସରି ନଟ୍‌ ଗୁଡ୍‌ ଏନଫ୍‌’ ଲେଖି ହ୍ବାଟର୍‌ସଆପ୍‌ରେ ଷ୍ଟାଟସ୍‌ ଦେଇଥିଲେ। ଷ୍ଟାଟସ୍‌ ଦେଖି…

ଜେଲରୁ ମୁକୁଳିବା ପରେ କମିଲା ସିଦ୍ଧୁଙ୍କ ସୁରକ୍ଷା

ଚଣ୍ଡିଗଡ଼,୩।୪: ଜେଲରୁ ବାହାରିବା ପରେ ନବଜୋତ ସିଂ ସିଦ୍ଧୁଙ୍କ ସୁରକ୍ଷା ହ୍ରାସ ପାଇଛି। କେନ୍ଦ୍ର ଓ ରାଜ୍ୟ ସରକାର ତାଙ୍କ ସୁରକ୍ଷାକୁ କମାଇ ଦେଇଛନ୍ତି। ପୂର୍ବରୁ ସିଦ୍ଧୁଙ୍କୁ ଜେଡ୍‌ ପ୍ଲସ୍‌ ସୁରକ୍ଷା ଦିଆଯାଉଥିବା ବେଳେ ବର୍ତ୍ତମାନ ଏହାକୁ ହ୍ରାସ କରାଯାଇ ଓ୍ବାଇ…

ହନୁମାନ ଜୟନ୍ତୀରେ ରାମ ନବମୀ ଘଟଣାର ପୁନରାବୃତ୍ତି ନ ହେଉ: ମମତା

କୋଲକାତା,୩।୪: ପଶ୍ଚିମବଙ୍ଗରେ ରାମ ନବମୀ ଉତ୍ସବରେ ହୋଇଥିବା ହିଂସାକାଣ୍ଡ ପରେ ସୋମବାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ହନୁମାନ ଜୟନ୍ତୀ ଉତ୍ସବରେ ଯେପରି କୌଣସି ହିଂସାକାଣ୍ଡ ନ ହୁଏ ସେଥିପାଇଁ ଚେତାବନୀ ଦେଇଛନ୍ତି। ପୂର୍ବ ମେଦିନାପୁର ଖେଜୁରୀରେ ଏକ ବୈଠକରେ ସେ କହିଛନ୍ତି,…

ହରିୟାଣାରେ ଜାରି ହେଲା କୋଭିଡ ଗାଇଡ୍‌ଲାଇନ୍‌

ହରିୟାଣା,୩।୪: ଦେଶରେ ପୁଣି ଥରେ କରୋନା ଭାଇରସ୍‌ ସଂକ୍ରମଣ ମାମଲା ବୃଦ୍ଧି ପାଇବାରେ ଲାଗିଛି। ଇତିମଧ୍ୟରେ ହରିୟାଣାରେ ବର୍ଦ୍ଧିତ କରୋନା ମାମଲା ସରକାରଙ୍କ ଚିନ୍ତା ବଢ଼ାଇଛି। ଏହାକୁ ନେଇ ହରିୟାଣା ଗୃହମନ୍ତ୍ରୀ ଅନିଲ ବିଜ୍‌ ସୋମବାର ଏକ ବଡ଼ ଘୋଷଣା କରିଛନ୍ତି।…

ବସ୍‌-ଟ୍ରକ ମୁହାଁମୁହିଁ ଧକ୍କା: ୩ ମୃତ, ୭ ଆହତ

ଚେନ୍ନାଇ,୩।୪: ତାମିଲନାଡୁର ଶିବଗଙ୍ଗା ଜିଲାର ତିରୁମଞ୍ଜଲାଇ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବସ୍‌-ଟ୍ରକ ସହିତ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଆହତ ହୋଇଛନ୍ତି। ତେବେ ମୃତକଙ୍କ ମଧ୍ୟରେ ସମସ୍ତେ ମହିଳା…

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଖୁବଶୀଘ୍ର ଆରମ୍ଭ ହେବ ଫ୍ରି ଯୋଗ କ୍ଲାସ

ଚଣ୍ଡିଗଡ଼,୩।୪: ପଞ୍ଜାବବାସୀଙ୍କ ପାଇଁ ଖୁସି ଖବର। ଏବେ ପଞ୍ଜାବର କିଛିି ଜିଲାରେ ମିଳିବ ମାଗଣା ଯୋଗ ଶିକ୍ଷା। ମୁଖ୍ୟମନ୍ତ୍ରୀ ଯୋଗଶାଳା ମାଧ୍ୟମରେ ରାଜ୍ୟର ଲୋକଙ୍କୁ ମାଗଣା ଯୋଗ ଶିକ୍ଷା ଦିଆଯିବ। ଏହାର ସୂଚନା ନିଜେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବତ ମାନ ଦେଇଛନ୍ତି।…

ମୁସେଓ୍ବାଲାଙ୍କ ପରିବାରକୁ ଭେଟିଲେ ସିଦ୍ଧୁ

ଚଣ୍ଡିଗଡ଼,୩।୪: ପଞ୍ଜାବର ଜେଲ୍‌ରୁ ମୁକୁଳିବା ପରେ କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ସୋମବାର ପଞ୍ଜାବୀ ଗାୟକ ମୃତ ସିଦ୍ଧୁ ମୁସେଓ୍ବାଲାଙ୍କ ପରିବାରଲୋକଙ୍କୁ ମନସାରେ ଭେଟିଛନ୍ତି। ପଟିଆଲା ସ୍ଥିତ ନିଜ ବାସଭବନରୁ ଦ୍ୱିପ୍ରହର ପ୍ରାୟ ୨ଟା ୧୫ରେ ବାହାରିବା ପରେ ସିଦ୍ଧୁ…

ରାହୁଲଙ୍କ ପରବର୍ତ୍ତି ଶୁଣାଣି ଏପ୍ରିଲ ୧୩ରେ

ନୂଆଦିଲ୍ଲୀ,୩।୪: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ମାନହାନି ମାମଲାରେ ସୋମବାର ଜାମିନ ମିଳିଯାଇଛି। ସୁରଟ କୋର୍ଟରେ ତାଙ୍କର ପରବର୍ତ୍ତି ଶୁଣାଣି ୧୩ ଏପ୍ରିଲରେ ହେବ। ଜାମିନ ମିଳିବା ପରେ ରାହୁଲ ତାଙ୍କର ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି। ସେ ଟୁଇଟ କରି…

ଜାମିନ ମିଳିବା ପରେ ସାମ୍ନାକୁ ଆସିଲା ରାହୁଲଙ୍କ ପ୍ରଥମ ପ୍ରତିକ୍ରିୟା

ନୂଆଦିଲ୍ଲୀ,୩।୪: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମାନହାନୀ ମାମଲାରେ ସୋମବାର ତାଙ୍କୁ ଜାମିନ ମିଳିଛି। ସୁରଟ କୋର୍ଟରେ ତାଙ୍କ ଆବେଦନ ଉପରେ ପରବର୍ତ୍ତୀ ଶୁଣାଣି ଏପ୍ରିଲ ୧୩ରେ ହେବ। ଜାମିନ ପାଇବା ପରେ ରାହୁଲ ଗାନ୍ଧୀ ଟୁଇଟ କରି କହିଛନ୍ତି, ଏହା…

ଭାଜପାକୁ ଆଇନା ଦେଖାଇଲା ଜେଡିୟୁ

ପାଟନା,୩।୪: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ବିହାର ଗସ୍ତ ପରେ ଏବେ ରାଜ୍ୟରେ ରାଜନୀତି ହୋଇଛି ସରଗରମ। ଅମିତ ଶାହା ଜେଡିୟୁ ଉପରେ ଯେଉଁ ଅଭିଯୋଗ ଆଣିଥିଲେ ଏବେ ଏହାର ପାଲଟା ଜବାବ ଦେଇଛି ଜେଡିୟୁ। ଅର୍ଥମନ୍ତ୍ରୀ ବିଜୟ ଚୌଧୁରୀ ସୋମବାର…

ରାହୁଲ ଗାନ୍ଧୀଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ,୩।୪: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମାନହାନି ମାମଲାରେ ସୁରଟ କୋର୍ଟ ସୋମବାର ଜାମିନ ପ୍ରଦାନ କରିଛନ୍ତି। ଏପ୍ରିଲ ୧୩ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ସୂଚନା ମିଳିଛି। ଅନ୍ୟପଟେ, ରାହୁଲ ଗାନ୍ଧୀ ଏବଂ ତାଙ୍କ ଭଉଣୀ ତଥା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri