ଜାତୀୟ

ବ୍ରିଜ ଭୂଷଣଙ୍କ ବିରୋଧରେ ଦୁଇଟି ଏଫଆଇଆର, ନିର୍ଯ୍ୟାତନା, ବ୍ୟାଡ ଟଚ ସମେତ ୧୦ ଅଭିଯୋଗ

ନୂଆଦିଲ୍ଲୀ,୨।୬: ଭାରତୀୟ କୁସ୍ତି ମହାସଂଘର ଅଧ୍ୟକ୍ଷ ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ଦୁଇଟି ଏଫଆଇଆର ଦିଆଯାଇଛି। ଏଫଆଇଆରରେ ବ୍ରିଜ ଭୂଷଣଙ୍କ ବିରୋଧରେ ନିର୍ଯ୍ୟାତନା, ଯୌନ ଉତ୍ପିଡନର ଏକ କି ଦୁଇ ନୁହେଁ ବରଂ ୧୦ଟି ମାମଲା ଉଲ୍ଲେଖ କରାଯାଇଛି। ଏଥିରେ…

ଜମ୍ମୁର ରାଜୌରୀରେ ଏନକାଉଣ୍ଟର: ଜଣେ ଆତଙ୍କବାଦୀ ନିହତ

ଶ୍ରୀନଗର,୨।୬: ଜମ୍ମୁର ରାଜୌରୀ ଜିଲାର ଦସଲ ଅଞ୍ଚଳରେ ସୁରକ୍ଷାବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଛି। ଏହି ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହି ଅପରେଶନ ଶୁକ୍ରବାର ଆରମ୍ଭ ହୋଇଥିଲା। ଏହାପୂର୍ବରୁ ମେ’ରେ ମଧ୍ୟ ଏଠାରେ ସୁରକ୍ଷାବାହିନୀ ଏବଂ ଆତଙ୍କବାଦୀ…

୨୦୨୪ରେ ବିରୋଧୀ ଭାଜପାକୁ ହରାଇବ: ରାହୁଲ

ୱାଶିଂଟନ/ନୂଆଦିଲ୍ଲୀ,୨।୬: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆମେରିକା ଗସ୍ତରେ ଅଛନ୍ତି। ଏହି ସମୟରେ ସେ ଲଗାତାର ଭାଜପା ଉପରେ ଆକ୍ରମଣ କରୁଥିବା ଦେଖାଯାଉଛି। ୱାଶିଂଟନର ନ୍ୟାଶନାଲ ପ୍ରେସ କ୍ଲବରେ ରାହୁଲ ଗାନ୍ଧୀ ଅନେକ ପ୍ରଶ୍ନର ଉତ୍ତର ଦେଇଛନ୍ତି ଏବଂ ଆସନ୍ତା ବର୍ଷ…

ପିଏମ୍‌ଓ ଅଫିସର ପରିଚୟ ଦେଇ ଠକୁଥିଲେ: କ୍ରାଇମ୍‌ ବ୍ରାଞ୍ଚ ହାତରେ ପଡ଼ିଲେ ଧରା

ପୁଣେ, ୨ା୬: ନିଜକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ)ର ଅଫିସର ଭାବେ ପରିଚୟ ଦେଇ ଅନ୍ୟମାନଙ୍କୁ ଠକୁଥିବା ଜଣେ ବ୍ୟକ୍ତିଙ୍କୁ ପୁଣେର କ୍ରାଇମ୍‌ ବ୍ରାଞ୍ଚ୍‌ ପୋଲିସ ଗିରଫ କରିଛି। ବାସୁଦେବ ନିଭ୍ରୁତି ତାୟାଡ଼େ(୫୪) ଗତ ୨୯ ତାରିଖରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିବାବେଳେ…

ଏନ୍‌ସିଇଆର୍‌ଟି ପାଠ୍ୟପୁସ୍ତକରୁ ପର୍ଯ୍ୟାୟ ସାରଣୀ ବାଦ୍‌

ନୂଆଦିଲ୍ଲୀ,୨ା୬: ଏନ୍‌ସିଇଆର୍‌ଟି ଦଶମ ଶ୍ରେଣୀ ପାଠ୍ୟପୁସ୍ତକରୁ ଗୋଟିଏ ପରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ବିଷୟ ବାଦ୍‌ ଦେଇ ଚାଲିଛି। ସରକାରୀ ପାଠ୍ୟପୁସ୍ତକରେ ଦଶମ ଶ୍ରେଣୀ ଛାତ୍ରୀଛାତ୍ର ପର୍ଯ୍ୟାୟ ସାରଣୀ, ଗଣତନ୍ତ୍ର ଓ ଶକ୍ତିର ଉତ୍ସ ବିଷୟ ଆଉ ପଢ଼ିବାକୁ ପାଇବେ ନାହିଁ। ପିଲାଙ୍କ…

ଭଲ ପୋଷାକ, ଚଷମା ପିନ୍ଧିବାରୁ ଦଳିତ ଯୁବକଙ୍କୁ ମାଡ଼

ପାଲାନପୁର,୨ା୬: ଗୁଜରାଟର ବନସ୍‌କଣ୍ଠା ଜିଲାର ମୋଟା ଗ୍ରାମରେ ଜଣେ ଦଳିତ ଯୁବକ ଭଲ ପୋଷାକ ଓ ଚଷମା (ସନ୍‌ଗ୍ଲାସ୍‌) ପିନ୍ଧିବାରୁ ଉଚ୍ଚ ବର୍ଗର ଲୋକେ କ୍ରୋଧାନ୍ବିତ ହୋଇ ତାଙ୍କୁ ମାଡ଼ ମାରିଛନ୍ତି। ମଙ୍ଗଳବାର ରାତିରେ ଏହି ଘଟଣା ଘଟିଥିବା ପୋଲିସ କହିଛି।…

ଲୋକ ସଭା ସଦସ୍ୟତା ରଦ୍ଦ ବିପୁଳ ସୁଯୋଗ ଦେଇଛି: ରାହୁଲ

ଷ୍ଟାନ୍‌ଫୋର୍ଡ, ୨ା୬: ରାଜନୀତିରେ ଯେତେବେଳେ ଯୋଗଦେଲି, ଲୋକ ସଭାରୁ ଅଯୋଗ୍ୟ ଘୋଷଣା କରାଯିବା ସମ୍ଭବ, ଏହା କେବେ କଳ୍ପନା କରି ନ ଥିଲି ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି। ତେବେ ତାଙ୍କ ଲୋକ ସଭା ସଭ୍ୟ ପଦ ଯିବା…

ସମ୍ପର୍କକୁ ହିମାଳୟ ଉଚ୍ଚତାକୁ ନେବା ଲାଗି ପ୍ରୟାସ କରିବୁ: ମୋଦି

ନୂଆଦିଲ୍ଲୀ, ୨ା୬: ଭାରତ ଓ ନେପାଳ ମଧ୍ୟରେ ରହିଥିବା ସୀମା ପ୍ରସଙ୍ଗ ସମେତ ସବୁ ବିଷୟର ସମାଧାନ କରି ଦ୍ୱିପାକ୍ଷିକ ସମ୍ପର୍କକୁ ହିମାଳୟ ଉଚ୍ଚତାକୁ ନେଇଯିବା ଲାଗି ଉଭୟ ଦେଶ ପ୍ରୟାସ କରିବେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର କହିଛନ୍ତି।…

ସଙ୍କଟର ସମାଧାନ ପାଇଁ ଗଠନ ହେବ ଶାନ୍ତି କମିଟି: ଶାହା

ଇମ୍ଫାଲ, ୨ା୬: ମଣିପୁର ହିଂସା ଘଟଣାର ବିଚାରବିଭାଗୀୟ ତଦନ୍ତ ଜଣେ ଅବସରପ୍ରାପ୍ତ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ତତ୍ତ୍ୱାବଧାନରେ କରାଯିବ ବୋଲି ଗୁରୁବାର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା କହିଛନ୍ତି। ଏନେଇ ଖୁବ୍‌ଶୀଘ୍ର ଘୋଷଣା କରାଯିବ। ହିଂସାର ସମାଧାନ ପାଇଁ ମଣିପୁର ରାଜ୍ୟପାଳ ଅନସୂୟା…

ପୀଡ଼ିତାଙ୍କ ସଂଘର୍ଷ ସରିନି

ମୁଜାଫରନଗର,୨ା୬: ୨୦୧୩ରେ ଉତ୍ତର ପ୍ରଦେଶର ମୁଜାଫରନଗର ଦଙ୍ଗାବେଳେ ଜଣେ ମହିଳାଙ୍କୁ ବଳାତ୍କାର କରିବା ଅଭିଯୋଗରେ ୩ ସପ୍ତାହ ତଳେ ୨ ଜଣଙ୍କୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି। ୩୫ ବର୍ଷୀୟା ପୀଡ଼ିତା ଆଫ୍ରିନ୍‌ଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।…

ମୃତ୍ୟୁଞ୍ଜୟ ମହାପାତ୍ର ଡବ୍ଲ୍ୟୁଏମ୍‌ଓ ଉପାଧ୍ୟକ୍ଷ ନିର୍ବାଚିତ

ନୂଆଦିଲ୍ଲୀ, ୨ା୬(ପି.ଟି.): ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)ର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ବିଶ୍ୱ ପାଣିପାଗ ସଂଗଠନ (ଡବ୍ଲ୍ୟୁଏମ୍‌ଓ)ର ତୃତୀୟ ଉପାଧ୍ୟକ୍ଷ ଭାବେ ଗୁରୁବାର ନିର୍ବାଚିତ ହୋଇଛନ୍ତି। ଜାତିସଂଘର ଏହି ସଂସ୍ଥା ଜଳବାୟୁ ପରିବର୍ତ୍ତନ ଉପରେ ନଜର ରଖିବା ସହ ଆଗୁଆ ସତର୍କ…

ଦିଲ୍ଲୀ ମନ୍ତ୍ରୀ ଅତିଶୀଙ୍କୁ ମିଳିଲା ଏହି ବିଭାଗର ଅତିରିକ୍ତ ଦାୟିତ୍ୱ

ନୂଆଦିଲ୍ଲୀ,୧।୬: ଦିଲ୍ଲୀ ସରକାରଙ୍କ କ୍ୟାବିନେଟରେ କିଛି ଅଦଳବଦଳ କରାଯାଇଛି। ଦିଲ୍ଲୀ ସରକାରରେ ମନ୍ତ୍ରୀ ଅତିଶୀଙ୍କୁ ବର୍ତ୍ତମାନ ଲୋକସମ୍ପର୍କ ବିଭାଗର ଦାୟିତ୍ୱ ଦିଆଯାଇଛି। ଏହାକୁ ମିଶାଇ ଅତିଶୀଙ୍କ ପାଖେ ବର୍ତ୍ତମାନ ମୋଟ ୯ଟି ବିଭାଗ ଅଛି। ଏହା ବ୍ୟତୀତ ଅନ୍ୟ ମନ୍ତ୍ରୀଙ୍କ ବିଭାଗରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?