Posted inଜାତୀୟ

ଯୌନ ଅନୁଗ୍ରହ ମାଗୁଥିଲେ ବ୍ରିଜ୍‌ଭୂଷଣ

ନୂଆଦିଲ୍ଲୀ/କୁରୁକ୍ଷେତ୍ର,୩ା୬: ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ) ମୁଖ୍ୟ ବ୍ରିଜ୍‌ଭୂଷଣ ଶରଣ ସିଂ ମହିଳା କୁସ୍ତିଯୋଦ୍ଧାମାନଙ୍କୁ ଅଣ୍ଡାଳୁଥିଲେ। ସେମାନଙ୍କୁ ଅନୁପଯୁକ୍ତ ବ୍ୟକ୍ତିଗତ ପ୍ରଶ୍ନ ପଚାରୁଥିଲେ। କ୍ୟାରିୟର ପାଇଁ ସୁଯୋଗ ଦେବା ବଦଳରେ ଯୌନ ଅନୁଗ୍ରହ ଦାବି କରୁଥିଲେ। ଏପରି କି ଜଣେ ନାବାଳିକା କୁସ୍ତିଯୋଦ୍ଧାଙ୍କ ବକ୍ଷକୁ ସେ ସ୍ପର୍ଶ କରୁଥିଲେ। ସେ ତାଙ୍କ ପିଛା ମଧ୍ୟ କରୁଥିଲେ ବୋଲି ବ୍ରିଜ୍‌ଭୂଷଣଙ୍କ ବିରୋଧରେ ହୋଇଥିବା ଦୁଇଟି ଏଫ୍‌ଆଇଆର୍‌ରେ ଉଲ୍ଲେଖ କରାଯାଇଛି। ଯେଉଁମାନେ ଯୌନ ସୁବିଧା ଦେବାକୁ ମନା କରୁଥିଲେ ସେମାନଙ୍କୁ ବୃତ୍ତିଗତ ସୁଯୋଗରୁ ବଞ୍ଚତ୍ତ କରାଯାଉଥିଲା। ୭ ମହିଳା କୁସ୍ତିଯୋଦ୍ଧାଙ୍କ ଏହି ଅଭିଯୋଗ ଆଧାରରେ ଦିଲ୍ଲୀର କନ୍ନଟ ପ୍ଲେସ୍‌ ଥାନାରେ ୨ଟି ଏଫ୍‌ଆଇଆର୍‌ ହୋଇଛି। ଗୋଟିଏ ଏଫ୍‌ଆଇଆର୍‌ ୬ ବୟସ୍କା ରେସଲରଙ୍କ ଅଭିଯୋଗ ଆଧାରରେ ହୋଇଥିବାବେଳେ ଅନ୍ୟଟି ଜଣେ ନାବାଳିକାଙ୍କ ବାପାଙ୍କ ଅଭିଯୋଗକ୍ରମେ ହୋଇଛି। ୨୦୧୨ରୁ ୨୦୨୨ ମଧ୍ୟରେ ଭାରତ ଓ ବିଦେଶରେ ବ୍ରିଜ୍‌ଭୂଷଣଙ୍କ ଏହି କୁକାର୍ଯ୍ୟକୁ ନେଇ ଗତ ଏପ୍ରିଲ ୨୧ରେ ଅଭିଯୋଗ ହୋଇଥିବାବେଳେ ୨୮ ତାରିଖରେ ପୋଲିସ ମାମଲା ରୁଜୁ କରିଛି। ଅନ୍ୟପକ୍ଷେ ବ୍ରିଜ୍‌ଭୂଷଣ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କ ତେଲ କିଣିବାକୁ ନେଇ ରୋକ୍‌ ଭିତରେ ଭାରତକୁ ବଡ଼ ଅଫର୍‌ ଦେଲା ରୁଷିଆ, ଏଣିକି ପେଟ୍ରୋଲ-ଏଲପିଜିରେ…

ନୂଆଦିଲ୍ଲୀ,୧୬।୪: ଭାରତରେ ରୁଷର ରାଷ୍ଟ୍ରଦୂତ ଡେନିସ ଆଲିପୋଭ ସମ୍ପ୍ରତି ଭାରତ-ରୁଷ ସମ୍ପର୍କ, ପ୍ରତିରକ୍ଷା ସହଯୋଗ, ଶକ୍ତି ଯୋଗାଣ ଏବଂ ପରିବର୍ତ୍ତନଶୀଳ ବିଶ୍ୱ ଭୂ-ରାଜନୈତିକ ଦୃଶ୍ୟପଟ ସମ୍ପର୍କରେ ସ୍ପଷ୍ଟ…

IMFର ଚେତାବନୀ; ଯଦି ତୈଳ ମୂଲ୍ୟ ଅଧିକ ରୁହେ, ବିଶ୍ୱ ଉପରେ ପଡ଼ିବ ଏହି ସଙ୍କଟ

ନୂଆଦିଲ୍ଲୀ,୧୬।୪: ଇଣ୍ଟରନ୍ୟାସନାଲ ମୋନିଟାରୀ ଫଣ୍ଡ(IMF) ମୁଖ୍ୟ କ୍ରିଷ୍ଟାଲିନା ଜର୍ଜିଭା ବିଶ୍ୱ ଅର୍ଥନୀତି ସମ୍ପର୍କରେ ଚିନ୍ତା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ଯଦି ମଧ୍ୟପ୍ରାଚ୍ୟରେ ସଂଘର୍ଷ…

ଏଆରଏସଏସ ରାସ୍ତା କାମରେ ଠକେଇ: ଉଠିଯାଉଛି ପିଚୁ

କୃଷ୍ଣପ୍ରସାଦ,୧୬।୪(କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକର ଗଞ୍ଜାମ ଜିଲା ସୀମାଠାରୁ କୃଷ୍ଣପ୍ରସାଦ ଗଡ଼ ଯାଏ ପକ୍କା ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଛି। ୨୩ କୋଟି…

ନିଶାମୁକ୍ତ ଅଞ୍ଚଳ ପାଇଁ ଜୋରଦାର ପଦକ୍ଷେପ: ଶତାଧିକ ଲୋକ ହେଲେ ଏକାଠି

ଦାରିଙ୍ଗବାଡି, ୧୬।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଡବେରୀ ଅଞ୍ଚଳରେ ନିଶାମୁକ୍ତ ଅଞ୍ଚଳ ପାଇଁ ଜୋରଦାର ପଦକ୍ଷେପ ନେଲେ ଅଞ୍ଚଳବାସୀ। ଶତାଧିକ ମହିଳା ଓ…

ଅକ୍ଷୟ ତୃତୀୟାରେ ୨ ଲକ୍ଷ ଧରିବ ସୁନାଦର! ସୁନାପ୍ରେମୀଙ୍କୁ ଝଟ୍‌କା

ନୂଆଦିଲ୍ଲୀ,୧୬।୪: ଅକ୍ଷୟ ତୃତୀୟା ରବିବାର ପଡୁଛି। କିନ୍ତୁ, ଯଦି ଆପଣ ସୁନା କିଣିବାକୁ ଯୋଜନା କରୁଛନ୍ତି, ତେବେ ବଜାରରେ ସାମ୍ପ୍ରତିକ ମୂଲ୍ୟ ବୃଦ୍ଧି ଆପଣଙ୍କୁ ଚିନ୍ତାରେ ପକାଇପାରେ।…

ଐତିହାସିକ ପଦକ୍ଷେପ ନେବା ପୂର୍ବରୁ ମହିଳାମାନଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି: ମା’-ଭଉଣୀମାନଙ୍କ…

ନୂଆଦିଲ୍ଲୀ,୧୬।୪: ଦେଶର ସମସ୍ତ ମହିଳାଙ୍କୁ ଗୁରୁବାର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସଂସଦର ସ୍ବତନ୍ତ୍ର ଅଧିବେଶନରେ ମହିଳା ସଂରକ୍ଷଣ ବିଲ ଆଲୋଚନା ପୂର୍ବରୁ ସୋସିଆଲ ମିଡିଆ…

ବଢିଗଲା ସାବୁନ-ସାମ୍ପୁର ଦାମ୍‌, ସାଧାରଣ ଲୋକଙ୍କୁ ମହଙ୍ଗା ମାଡ଼

ନୂଆଦିଲ୍ଲୀ,୧୬।୪: ଖୁଚୁରା ଏବଂ ପାଇକାରୀ ମୁଦ୍ରାସ୍ଫୀତି ବୃଦ୍ଧିର ରିପୋର୍ଟ ପରେ, ଆଉ ଏକ ଖବର ସାମ୍ନାକୁ ଆସିଛି ଯାହା ମଧ୍ୟବିତ୍ତ ପରିବାର ପାଇଁ ସାମାନ୍ୟ ଝଟକା ଆଣିପାରେ।…

ଦୂରଦୃଷ୍ଟି ଅଭାବ,ସରକାରୀ ଅର୍ଥ ବରବାଦ୍‌: ମାଟିରେ ମିଶିଲା ଦୋକାନ ଗୃହ

ବରଗଡ଼,୧6।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରକୁ ବିକଶିତ କରିବା ଲକ୍ଷ୍ୟ ନେଇ ପୌର ପ୍ରଶାସନ ପକ୍ଷରୁ ପର୍ଯ୍ୟାୟକ୍ରମେ ଉଚ୍ଛେଦ ପ୍ରକ୍ରିୟା ଚାଲିଛି। ଉଚ୍ଛେଦ ଅଭିଯାନ ଗୋଟିଏ ଅଞ୍ଚଳରୁ ଅନ୍ୟ ଅଞ୍ଚଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri