ଛତିଶଗଡରେ ‘ଦ କେରଲା ଷ୍ଟୋରି’କୁ ଟିକସମୁକ୍ତ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଦାବି କଲା ଭାଜପା
ରାୟପୁର,୧୦।୫: ଫିଲ୍ମ ‘ଦ କେରଲା ଷ୍ଟୋରି’ କୁ ନେଇ ସାରା ଦେଶରେ ରାଜନୀତି ଚାଲିଛି। ଅନେକ ରାଜ୍ୟରେ ଏହି ଫିଲ୍ମକୁ ବ୍ୟାନ କରାଯାଉଥିବା ବେଳେ କେତେକ ରାଜ୍ୟରେ ଏହାକୁ ସମର୍ଥନ କରୁଛନ୍ତି। ତେବେ ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ଫିଲ୍ମ…
କରୋନା ମହାମାରୀର ପ୍ରଥମ ବର୍ଷରେ ୩୦ ଲକ୍ଷରୁ ଅଧିକ ଭାରତୀୟ ଶିଶୁ ସମୟ ପୂର୍ବରୁ ହୋଇଛନ୍ତି ଜନ୍ମ…
ନୂଆଦିଲ୍ଲୀ/ଜେନେଭା,୧୦।୫ : କରୋନାର ପ୍ରଥମ ବର୍ଷରେ ଭାରତରେ ୩୦ ଲକ୍ଷରୁ ଅଧିକ ଶିଶୁ ସମୟ ପୂର୍ବରୁ ଜନ୍ମ ହୋଇଥିଲେ। ୨୦୨୦ ମସିହାରେ, ସମଗ୍ର ବିଶ୍ୱରେ ପ୍ରାୟ ୧୩.୪୦ କୋଟି ପିଲା ସମୟ ପୂର୍ବରୁ ଜନ୍ମ ହୋଇଥିଲେ। ସେମାନଙ୍କୁ ଅପରିପକ୍ୱ ଶିଶୁ କୁହାଯାଏ…
ଉଗ୍ରରୂପ ନେଇପାରେ ମୋଚା ବାତ୍ୟା, ଘଣ୍ଟାକୁ ୬୦-୭୦ କିଲୋମିଟର ବେଗରେ ପବନ ବହିବା ସମ୍ଭାବନା…
ନୂଆଦିଲ୍ଲୀ,୧୦।୫ : ଆଣ୍ଡାମାନ ସାଗରକୁ ଲାଗିଥିବା ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ ଅଞ୍ଚଳ ଏକ ଝଡ଼ରେ ପରିଣତ ହୋଇଛି। ‘ମୋଚା’ ନାମକ ଏହି ବାତ୍ୟା ଭାରତ ମୁହାଁ ହେବ ନାହିଁ। ବର୍ତ୍ତମାନ ଏହା ବାଂଲାଦେଶ ଏବଂ ମ୍ୟାନମାର ଉପକୂଳରେ ପହଞ୍ଚିପାରେ…
ଆଜି ହେମନ୍ତ ସୋରେନଙ୍କୁ ଭେଟିବେ ନୀତୀଶ
ପାଟନା,୧୦।୫: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବର୍ତ୍ତମାନ କେନ୍ଦ୍ରରେ ଭାଜପା ସରକାର ବିରୋଧରେ ବିରୋଧୀ ଦଳକୁ ଏକଜୁଟ କରିବାକୁ ଉଦ୍ୟମ ଚଳାଇଛନ୍ତି। ଏହି ମେଣ୍ଟକୁ ସଫଳ କରିବାକୁ ବୁଧବାର ନୀତୀଶ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଭେଟିବେ ବୋଲି ସୂଚନା ମିଳିଛି।…
ବିପୁଳ ସଂଖ୍ୟାରେ ଭୋଟ ଦେବାକୁ କର୍ନାଟକବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅପିଲ
ବେଙ୍ଗାଲୁରୁ,୧୦।୫: କର୍ନାଟକ ବିଧାନସଭା ନିର୍ବାଚନ ପାଇଁ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କନ୍ନଡରେ ଟୁଇଟ୍ କରି କର୍ନାଟକବାସୀଙ୍କୁ ବିଶେଷକରି ଯୁବକମାନଙ୍କୁ ବହୁ ସଂଖ୍ୟାରେ ଭୋଟ ଦେବାକୁ ନିବେଦନ କରିଛନ୍ତି। ପ୍ରଧାମନ୍ତ୍ରୀ କହିଛନ୍ତି, ମୁଁ…
କର୍ନାଟକ ନିର୍ବାଚନ: ଭୋଟ ଦେଲେ ୟେଦୁରପ୍ପା, ସୀତାରମଣ
ବେଙ୍ଗାଲୁରୁ,୧୦।୫: କର୍ନାଟକ ବିଧାନସଭା ନିର୍ବାଚନ ପାଇଁ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାଜପା ନେତା ବିଏସ ୟେଦୁରପ୍ପା ଶିକାରୀପୁରାର ଶିବାମୋଗାରେ ଭୋଟ ଦେଇଛନ୍ତି। ତାଙ୍କ ପୁଅ ବିଜୟେନ୍ଦ୍ର ଏବଂ ପରିବାରର ଅନ୍ୟ ସଦସ୍ୟମାନେ ମଧ୍ୟ…
ଆଜି ରାଜସ୍ଥାନରେ ୫ ହଜାର କୋଟି ଉର୍ଦ୍ଧ୍ୱ ମୂଲ୍ୟ ପ୍ରକଳ୍ପର ମୂଳଦୁଆ ପକାଇବେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୧୦।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ରାଜସ୍ଥାନ ଗସ୍ତ କରିବେ। ଏହି ସମୟରେ ସେ ରାଜସ୍ଥାନରେ ୫ ହଜାର କୋଟିରୁ ଅଧିକ ମୂଲ୍ୟର ଭିତ୍ତିଭୂମି ପ୍ରକଳ୍ପର ମୂଳଦୁଆ ପକାଇବେ। ପ୍ରଧାନମନ୍ତ୍ରୀ ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ନାଥଦ୍ୱାରସ୍ଥିତ ଶ୍ରୀନଥଜୀ ମନ୍ଦିରକୁ ଯିବାର…
୮ ଜଣଙ୍କୁ କୀର୍ତ୍ତିଚକ୍ର, ୨୯ଙ୍କୁ ଶୌର୍ଯ୍ୟଚକ୍ର ମିଳିଲା
ନୂଆଦିଲ୍ଲୀ,୧୦।୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ସେନା, ଅର୍ଦ୍ଧ ସାମରିକ ବଳ ଏବଂ ପୋଲିସ ବିଭାଗର ୮ ଜଣଙ୍କୁ କୀର୍ତ୍ତିଚକ୍ର ପୁରସ୍କାର ପ୍ରଦାନ କରିଛନ୍ତି। କୀର୍ତ୍ତିଚକ୍ର ଦେଶର ଦ୍ୱିତୀୟ ବୃହତ୍ତମ ସମ୍ମାନ। ସଶସ୍ତ୍ର ବଳର ସୁପ୍ରିମ କମାଣ୍ଡର ଦ୍ରୌପଦୀ ମୁର୍ମୁ ୨୯…
କର୍ନାଟକ ବିଧାନସଭା ନିର୍ବାଚନ: ମତଦାନ ଆରମ୍ଭ
ବେଙ୍ଗାଲୁରୁ,୧୦।୫: କର୍ନାଟକ ବିଧାନସଭା ନିର୍ବାଚନ ପାଇଁ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଏହା ସନ୍ଧ୍ୟା ୬ଟା ଯାଏ ଚାଲିବ। ରାଜ୍ୟର ୫.୩ କୋଟି ଭୋଟର ନିର୍ବାଚନୀ ମଇଦାନରେ ଥିବା ୨୬୧୫ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧରଣ କରିବେ । ୨୨୪ ଆସନ…
ବ୍ରିଜ୍ରୁ ବସ୍ ଖସିବା ଘଟଣା: ମୃତ୍ୟୁ ସଂଖ୍ୟା ୨୨କୁ ବୃଦ୍ଧି
ଖର୍ଗୋନ୍, ୧୦ା୫: ମଧ୍ୟପ୍ରଦେଶର ଖର୍ଗୋନ୍ ଜିଲାରେ ମଙ୍ଗଳବାର ସକାଳେ ଏକ ବସ୍ ବ୍ରିଜ୍ରୁ ନଦୀକୁ ଖସିପଡ଼ିବାରୁ ୨୨ ଜଣଙ୍କ ମୃତ୍ୟୁ ଘଟିବା ସହ ୨୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୩ ଶିଶୁ ଓ ୧୦ ମହିଳା ଯାତ୍ରୀ ଅଛନ୍ତି।…
ଡିଆର୍ଡିଓ ବୈଜ୍ଞାନିକଙ୍କ ହାଜତ ମିଆଦ ୧୫ ଯାଏ ବଢ଼ିଲା
ନୂଆଦିଲ୍ଲୀ, ୧୦ା୫: ପାକିସ୍ତାନକୁ ଗୁପ୍ତ ତଥ୍ୟ ଯୋଗାଉଥିବା ଅଭିଯୋଗରେ ଗତ ୩ ତାରିଖରେ ପୁଣେରୁ ଗିରଫ ହୋଇଥିବା ଡିଆର୍ଡିଓ ବୈଜ୍ଞାନିକ ପ୍ରଦୀପ କୁରୁଲ୍କର(୫୯)ଙ୍କ ହାଜତ ମିଆଦକୁ ମେ’ ୧୫ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ନଭେମ୍ବରରେ ଅବସର ନେବାକୁ ଥିବା ପ୍ରଦୀପ ହନିଟ୍ରାପ୍ରେ…
କର୍ନାଟକ ନିର୍ବାଚନ: ୩୭୫ କୋଟି ଟଙ୍କା ଜବତ
ନୂଆଦିଲ୍ଲୀ, ୧୦ା୫: କର୍ନାଟକ ବିଧାନସଭା ନିର୍ବାଚନ ବୁଧବାର ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଉକ୍ତ ରାଜ୍ୟରୁ ଏପର୍ଯ୍ୟନ୍ତ ମୋଟ ୩୭୫ କୋଟି ଟଙ୍କା ଜବତ ହୋଇଥିବା ନିର୍ବାଚନ କମିଶନ ମଙ୍ଗଳବାର ସୂଚନା ଦେଇଛନ୍ତି। ରାଜ୍ୟରେ ଆଦର୍ଶ ଆଚରଣ ବିଧି ଲାଗୁ ହେବା ପରେ…
Archives


