Posted inଜାତୀୟ

ରେଳ ମନ୍ତ୍ରୀ ଇସ୍ତଫା ଦିଅନ୍ତୁ: ଟ୍ରେନ ଦୁର୍ଘଟଣାକୁ ନେଇ ଟିଏମସି ନେତାଙ୍କ ଦାବି

କୋଲକାତା,୩।୬: ଓଡ଼ିଶାର ବାଲେଶ୍ୱରରେ ଘଟିଥିବା ଭୟଙ୍କର ଟ୍ରେନ ଦୁର୍ଘଟଣାକୁ ନେଇ ରାଜନୈତିକ ପ୍ରତିକ୍ରିୟା ମଧ୍ୟ ଆରମ୍ଭ ହୋଇଛି। ଏହି କ୍ରମରେ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗର ଶାସକ ଦଳ ତୃଳମୂଳ କଂଗ୍ରେସ (ଟିଏମସି) ଏହି ଟ୍ରେନ ଦୁର୍ଘଟଣା ସମ୍ପର୍କରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଇସ୍ତଫା ଦାବି କରିଛି।

ଟିଏମସି ଜାତୀୟ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ ଅଭିଯୋଗ କରିଛନ୍ତି ଯେ ଏଭଳି ଟ୍ରେନ ଦୁର୍ଘଟଣାକୁ ରୋକିବା ପାଇଁ ପଦକ୍ଷେପ ନେବା ପରିବର୍ତ୍ତେ କେନ୍ଦ୍ର ସରକାର ବିରୋଧୀ ଦଳର ନେତାଙ୍କ ଗୁପ୍ତଚର କାର୍ଯ୍ୟ କରିବାକୁ ସଫ୍ଟୱେୟାରରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ସରକାର କେବଳ ଗର୍ବ କରନ୍ତି। ଟିଏମସି ନେତା କହିଛନ୍ତି , କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ବନ୍ଦେ ଭାରତ ଏବଂ ନୂତନ ଭାବେ ନିର୍ମିତ ଷ୍ଟେଶନ ବିଷୟରେ ଜନସାଧାରଣଙ୍କୁ ବିଭ୍ରାନ୍ତ କରି ରାଜନୈତିକ ସମର୍ଥନ ହାସଲ କରିବାକୁ ଚାହୁଁଛନ୍ତି, କିନ୍ତୁ ସୁରକ୍ଷା ବ୍ୟବସ୍ଥା ପାଇଁ କିଛି କରୁନାହାଁନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହଟିବେ ହେଡ କୋଚ?କେଭିନ ପିଟରସନଙ୍କ ବଡ଼ ଦାବି, ମ୍ୟାକକୁଲମ ହେବେ KKRର ପ୍ରଶିକ୍ଷକ

ନୂଆଦିଲ୍ଲୀ,୧୮।୪: କୋଲକାତା ନାଇଟ ରାଇଡର୍ସ (କେକେଆର) ୨୦୨୬ ଆଇପିଏଲ ସିଜିନରେ ଏପର୍ଯ୍ୟନ୍ତ ସବୁଠାରୁ ବଡ ସଙ୍କଟର ସମ୍ମୁଖୀନ ହେଉଛି। ୧୭ ଏପ୍ରିଲ ଶୁକ୍ରବାର, ଦଳ ଗୁଜୁରାଟ ଟାଇଟାନ୍ସ…

ହଠାତ୍‌ ନୀତିଶଙ୍କ ପୁଅଙ୍କୁ ମିଳିଲା ଉପମୁଖ୍ୟମନ୍ତ୍ରୀଙ୍କ ଭଳି ‘Z’ ସୁରକ୍ଷା, ବିହାର ରାଜନୀତିରେ ହଲଚଲ

ନୂଆଦିଲ୍ଲୀ,୧୮।୪: ବିହାରରେ ସୁରକ୍ଷା ବ୍ୟବସ୍ଥାରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରାଯାଇଛି। ପୂର୍ୱତନ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ପୁଅ ନିଶାନ୍ତ ଏବଂ ପୂର୍ୱତନ ମନ୍ତ୍ରୀ ଶ୍ରବଣ କୁମାରଙ୍କ ସୁରକ୍ଷାକୁ ଆହୁରି…

ମହିଳା ସଂରକ୍ଷଣ ବିଲ୍‌ ପାସ୍‌ ନ ହେବାରୁ ରାଗିଗଲେ ମୋଦି, କହିଲେ ବିରୋଧୀଙ୍କୁ ଭୋଗିବାକୁ ପଡ଼ିବ…

ନୂଆଦିଲ୍ଲୀ,୧୮ା୪: ସଂସଦରେ ମହିଳା ସଂରକ୍ଷଣ ବିଲ୍‌ ପାସ ନ ହେବାରୁ ଶାସକ ଦଳ ରାଗି ପାଚି ଲାଲ୍‌। ଶନିବାର ମୋଦି କ୍ୟାବିନେଟ୍‌ର ଏକ ବୈଠକ ଅନୁଷ୍ଠିତ ହୋଇଥିଲା।…

ବିଶ୍ୱକପ ବିଜୟୀ ଅଧିନାୟକଙ୍କୁ ମିଳିଲା ପାକିସ୍ତାନ ଦାୟିତ୍ୱ; ବାଂଲାଦେଶ ଗସ୍ତ ପାଇଁ ଦଳ ଘୋଷଣା

ଇସଲାମାବାଦ,୧୮।୪: ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ମେ ମାସରେ ହେବାକୁ ଥିବା ବାଂଲାଦେଶ ଗସ୍ତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ବୋର୍ଡ ଟେଷ୍ଟ ଦଳର ନୂତନ…

ବଦଳିଲା ରାଜ୍ୟ ଯୋଜନା ବୋର୍ଡ, ଏହି ନୂଆ ନାମରେ ହେଲା ନାମିତ

ଭୁବନେଶ୍ୱର,୧୮ା୪: ରାଜ୍ୟ ଯୋଜନା ବୋର୍ଡର ନାମ ପରିବର୍ତ୍ତନ କରିଛନ୍ତି ମୋହନ ସରକାର। ନୀତି ଓ ବିକାଶର ଥିଙ୍କ୍‌ ଟ୍ୟାଙ୍କ ପାଲଟିଥିବା ଯୋଜନା ବୋର୍ଡ ଏବେ ଇତିହାସ ପାଲଟିଛି।…

ରାଜସାକ୍ଷୀ ହେବେ ଜାକ୍‌ଲିନ୍‌: ମନିଲଣ୍ଡରିଂ ମାମଲାରେ ନୂଆମୋଡ଼

ନୂଆଦିଲ୍ଲୀ,୧୮ା୪:ଠକ ସୁକେଶ ଚନ୍ଦ୍ରଶେଖରଙ୍କ ବିରୋଧରେ ମନିଲଣ୍ଡରିଂ ମାମଲା ଏକ ନୂଆ ମୋଡ଼ ନେଇଛି। ଅଭିନେତ୍ରୀ ଜାକ୍‌ଲିନ୍‌ ଫର୍ନାଣ୍ଡିଜ୍‌ ମାମଲାରେ ରାଜସାକ୍ଷୀ ହେବା ଲାଗି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ…

ବଡ଼ ଆତଙ୍କବାଦୀ ଷଡ଼ଯନ୍ତ୍ର ପଣ୍ଡ: ଓଡ଼ିଶା ସମେତ ଏହି ସବୁ ରାଜ୍ୟରୁ ଧରାପଡିଲେ…

ନୂଆଦିଲ୍ଲୀ/ଭୁବନେଶ୍ୱର,୧୮।୪: ଦେଶରେ ଏକ ବଡ଼ ଆତଙ୍କବାଦୀ ଷଡ଼ଯନ୍ତ୍ରକୁ ପଣ୍ଡ କରାଯାଇଛି। ଏକ ବଡ଼ କାର୍ଯ୍ୟାନୁଷ୍ଠାନରେ, ଦିଲ୍ଲୀ ପୋଲିସର ସ୍ବତନ୍ତ୍ର ସେଲ୍‌ ଦେଶରେ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ପ୍ରସ୍ତୁତ…

କେନ୍ଦ୍ରୀୟ କର୍ମଚାରୀ, ପେନସନଭୋଗୀଙ୍କ ପାଇଁ ବଡ଼ ଉପହାର: DA ବୃଦ୍ଧିକୁ ମଞ୍ଜୁରୀ ଦେଲେ ସରକାର, ଏଣିକି ଏତେ ବଢିବ ଦରମା

ନୂଆଦିଲ୍ଲୀ,୧୮।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଶନିବାର ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଲକ୍ଷ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କୁ ଆଶ୍ୱସ୍ତି ମିଳିଛି। ସରକାର ମହଙ୍ଗା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri