Home Left

ଟାଇଟଲ ଜିତିଲେ ଜିଏମ୍‌ ଗୁକେଶ

କାଷ୍ଟିଲା ଲା ମାଞ୍ଚା(ସ୍ପେନ),୧୮।୪: ଭାରତୀୟ ଯୁବ ଗ୍ରାଣ୍ଡମାଷ୍ଟର ଡି ଗୁକେଶ ୪୮ତମ ଲା ରୋଡା ଅନ୍ତର୍ଜାତୀୟ ଓପନ ଚେସ୍‌ ଟୁର୍ନାମେଣ୍ଟରେ ଚାମ୍ପିୟନ ହୋଇଛନ୍ତି। ୯ ରାଉଣ୍ଡ ବିଶିଷ୍ଟ ପ୍ରତିଯୋଗିତାରେ ସେ ସର୍ବାଧିକ ୮ ପଏଣ୍ଟ ସ୍କୋର କରିଥିଲେ। ପୂରା ପ୍ରତିଯୋଗିତାରେ ଅପରାଜିତ…

ଘୁଞ୍ଚିଲା ମହାନଦୀ ଜଳ ବିବାଦ ଶୁଣାଣି ତାରିଖ

ନୂଆଦିଲ୍ଲୀ ୧୮।୦୪: ମହାନଦୀ ଜଳ ବିବାଦ ଶୁଣାଣି ତାରିଖ ଘୁଞ୍ଚିଛି । ପୂର୍ବରୁ ଏପ୍ରିଲ ୩୦ରେ ହେବାକୁ ଥିବା ଶୁଣାଣି ନିଷ୍ପତ୍ତିକୁ ଘୁଞ୍ଚାଇ ଦିଆଯାଇଛି। ମେ ୧୪ ପୂର୍ବାହ୍ନ୧୧ଟାରେ ଶୁଣାଣି ନେଇ ସମୟ ଧାର୍ଯ୍ୟ ହୋଇଛି । ମହାନଦୀ ଜଳ ବିବାଦକୁ…

ସ୍ବର୍ଣ୍ଣ ଜିତିଲେ ବେଦାନ୍ତ ମାଧବନ

ନୂଆଦିଲ୍ଲୀ,୧୮।୪: ଉଦୀୟମାନ ସନ୍ତରଣକାରୀ ବେଦାନ୍ତ ମାଧବନ ଚଳିତ ଦାନିଶ ଓପନରେ ଚମତ୍କାର ପ୍ରଦର୍ଶନ ଜାରି ରଖି ଦ୍ୱିତୀୟ ସ୍ବର୍ଣ୍ଣ ପଦକ ଜିତିଛନ୍ତି। କୋପେନହେଗେନଠାରେ ଚାଲିଥିବା ପ୍ରତିଯୋଗିତାର ପୁରୁଷ ୮୦୦ ମିଟର ଫ୍ରିଷ୍ଟାଇଲରେ ଶୀର୍ଷ ସଫଳତା ପାଇଛନ୍ତି। ୧୬ ବର୍ଷୀୟ ସୁଇମର ରେସ୍‌କୁ…

ରାଜ୍ୟରୁ ସୁସ୍ଥ ହେଲେ ଆଉ ୧୨ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧୮ା୪(ବ୍ୟୁରୋ): ରାଜ୍ୟରୁ ସୋମବାର ଆଉ ୧୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ୧୨,୭୮,୬୬୪ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି। ଏ ନେଇ ଟୁଇଟ୍‌ ଯୋଗେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ…

ମହଙ୍ଗା ପଡ଼ିଲା ବିନା ଅନୁମତିରେ ଶୋଭାଯାତ୍ରା ବାହାର କରିବା: ଭିଏଚ୍‌ପି-ବଜରଙ୍ଗ ଦଳ ନାଁରେ ଏଫ୍‌ଆଇଆର ରୁଜୁ

ନୂଆଦିଲ୍ଲୀ,୧୮।୪:ହନୁମାନ ଜୟନ୍ତୀ ଅବସରରେ ରାଜଧାନୀ ଦିଲ୍ଲୀର ଜାହାଙ୍ଗୀରପୁରୀରେ ହୋଇଥିବା ହିଂସା ମାମଲାରେ ଦିଲ୍ଲୀ ପୋଲିସ ବଜରଙ୍ଗ ଦଳ ଏବଂ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍‌ପି) ବିରୋଧରେ ଏଫ୍‌ଆଇଆର ରୁଜୁ କରିଛି। ବିନା ଅନୁମତିରେ ଭିଏଚ୍‌ପି ଏବଂ ବଜରଙ୍ଗ ଦଳ ଶୋଭାଯାତ୍ରା ବାହାର…

ବଡ଼ବିଲରେ ଫାଙ୍କା ଗୁଳିଚାଳନା: ୨.୭ ଲକ୍ଷ ଟଙ୍କା ଲୁଟି ଦୁର୍ବୃତ୍ତ ଫେରାର

ବଡବିଲ,୧୮।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ଠାକୁରାଣୀସ୍ଥିତ ଲୌହ ଖଣିର ମୁଖ୍ୟ ଫାଟକ ନିକଟରେ ଥିବା ଏକ ଖଣିଜ ପରିବହନକାରୀ ସଂସ୍ଥାର ଅସ୍ଥାୟୀ କାର୍ଯ୍ୟାଳୟରୁ ସୋମବାର ପୂର୍ବାହ୍ନରେ ଲୁଟ୍‌ ହୋଇଛି। ସୂଚନାନୁଯାୟୀ, ପୂର୍ବାହ୍ନରେ ଏକ କଳାରଙ୍ଗର ବାଇକ୍‌ରେ ୩ ଜଣ ଦୁର୍ବୃତ୍ତ…

ଏମ୍‌ପିଙ୍କୁ ଦାବିପତ୍ର ଦେଲେ ଗ୍ରାମବାସୀ

କୋକସରା,୧୮।୪(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ନେଗୀଗୁଡାରୁ ବେହେରା ପର୍ଯ୍ୟନ୍ତ ରାସ୍ତାକୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ସାମିଲ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏନେଇ ଗ୍ରାମବାସୀ କଳାହାଣ୍ଡି ଏମ୍‌ପି ବସନ୍ତ କୁମାର ପଣ୍ଡାଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ସୂଚନା…

ଏପ୍ରିଲ ୨୧ରେ ତାତିରୁ ମିଳିପାରେ ଆଶ୍ୱସ୍ତି

ନୂଆଦିଲ୍ଲୀ,୧୮।୪: ଦିଲ୍ଲୀରେ ଏପ୍ରିଲ ୨୧ରେ ହାଲୁକା ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏନେଇ ଭାରତ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ସୂଚନା ଦିଆଯାଇଛି। ସମତଳ ଅଞ୍ଚଳରେ ଆଗାମୀ ବର୍ଷା ଏବଂ ବଜ୍ରପାତ ହେତୁ ୪ଡିଗ୍ରୀ ସେଲସିୟସ ହ୍ରାସ ହେବାର…

ଜନଜାତି କମିଶନଙ୍କ ହାଜର ନିର୍ଦ୍ଦେଶ ଉପରେ ରହିତାଦେଶ ଲଗାଇଲେ ହାଇକୋର୍ଟ

କଟକ ଅଫିସ,୧୮।୪(ବ୍ୟୁରୋ): କେନ୍ଦୁଝର ଜିଲାପାଳଙ୍କୁ ଜାତୀୟ ଜନଜାତି କମିଶନଙ୍କ ହାଜର ନିର୍ଦ୍ଦେଶ ଉପରେ ରହିତାଦେଶ ଲାଗିଛି । କମିଶନଙ୍କ ନିର୍ଦ୍ଦେଶ ଉପରେ ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି । ଜିଲାପାଳଙ୍କ ପ୍ରତିନିଧିଙ୍କ ଉପସ୍ଥିତିରେ କମିଶନ ମାମଲା ଆଗକୁ ନେଇ ପାରିବେ ବୋଲି…

ପଞ୍ଚଭୂତରେ ବିଲୀନ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କର

ଭୁବନେଶ୍ୱର,୧୮।୪(ବ୍ୟୁରୋ): ପଞ୍ଚଭୂତରେ ବିଲୀନ ହେଲେ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କର। ପୁରୀ ସ୍ବର୍ଗଦ୍ବାରରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ବଡ଼ ପୁଅ ମହାଦୀପ କର ମୁଖାଗ୍ନି ଦେଇଥିଲେ । ଶେଷକୃତ୍ୟ ସମୟରେ ରାଜ୍ୟ ସରକାରଙ୍କ ତରଫରୁ ମନ୍ତ୍ରୀ ପ୍ରତାପ…

ଏପ୍ରିଲ ୨୧ରେ ରାଷ୍ଟ୍ରକୁ ସମ୍ବୋଧିତ କରିବେ ମୋଦି

ନୂଆଦିଲ୍ଲୀ,୧୮।୪: ଶିଖ୍‌ ଗୁରୁ ତେଗ ବାହାଦୂର ସାହିବଙ୍କ ୪୦୦ତମ ପ୍ରକାଶ ପର୍ବ ତଥା ଜନ୍ମ ବାର୍ଷିକୀ ଅବସରରେ ଏପ୍ରିଲ ୨୧ରେ ଲାଲ କିଲାରୁ ଦେଶକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନବମ ଶିଖ୍‌ ଗୁରୁ ଶ୍ରୀ ଗୁରୁ ତେଗ ବାହାଦୂର…

ମାସ୍କ ବାଧ୍ୟତାମୂଳକ କଲେ ଯୋଗୀ ସରକାର

ଲକ୍ଷ୍ନୌ,୧୮।୪: କିଛି ମାସ ହେଲା କରୋନା ସଂକ୍ରମଣ ତଳମୁହଁା ଥିବା ବେଳେ ୧୫ ଦିନ ହେଲା କେତେକ ରାଜ୍ୟରେ ସଂକ୍ରମଣ ପୁଣି ବଢିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶ ସରକାର ରାଜଧାନୀ ଲକ୍ଷ୍ନୌ ଏବଂ ଏନ୍‌ସିଆର୍‌ର ୬ଟି ଜିଲାର ସର୍ବସାଧାରଣ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri