ଧାନତଳି ବଞ୍ଚାଇବାକୁ ଯାଇ ନଦୀରେ ଫସିଗଲେ ୨ ଚାଷୀ

ଭବାନୀପାଟଣା,୮ା୮(ସ୍ବ.ପ୍ର.): କଳାହାଣ୍ଡି ଜିଲାରେ ସୋମବାର ଏକ ଅଭବାନୀୟ ଦୃଶ୍ୟ ସାମ୍ନାକୁ ଆସିଛି। ଧାନ ତଳିକୁ ବଞ୍ଚାଇବା ଯାଇ ନଦୀରେ ୨ ଚାଷୀ ଜଳବନ୍ଦୀ ହୋଇଥିଲେ। ଦୀର୍ଘ ସମୟ ଧରି ଜଳରେ ଫସିରହିବା ପରେ ଅଗ୍ନିଶମ ବିଭାଗ ସେମାନଙ୍କୁ ଉଦ୍ଧାର କରିଛି।

କଳାହାଣ୍ଡି ଜିଲା ଜୟପାଟଣା ବ୍ଲକରେ ରବିବାର ରାତିରେ ଜିଲାରେ ସବୁଠୁ ଅଧିକ ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଏପରିସ୍ଥଳେ ବ୍ଲକର କାଦୋପଦର ଗ୍ରାମର ଅର୍ଜୁନ ମାଝି ଓ ମଣିଧାର ରାଉତ ୨ ଚାଷୀ ନିଜ ଧାନ ତଳିକୁ ଚାଷଜମିରୁ ସୁରକ୍ଷିତ ସ୍ଥାନକୁ ନେବା ସମୟରେ ଦୁଇ ପାର୍ଶ୍ୱରେ ଥିବା ଗାଈଧାର ଓ ହାତୀ ନଦୀରେ ହଠାତ୍‌ ଜଳସ୍ତର ବୃଦ୍ଧି ପାଇଥିଲା। ଫଳରେ ଏହି ୨ଚାଷୀ ବାହାରକୁ ବାହାରି ନ ପାରି ଦୀର୍ଘ ସମୟ ଧରି ଦୁଇ ନଦୀ ମଧ୍ୟରେ ଜଳବନ୍ଦୀ ହୋଇ ରହିଥିଲେ। ସ୍ଥାନୀୟ ଲୋକେ ଜୟପାଟଣା ଅଗ୍ନିଶମ ବିଭାଗକୁ ଜଣାଇବା ପରେ ସେମାନଙ୍କୁ ପାଣିରୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲା ଅଗ୍ନିଶମ ବିଭାଗ।
ଫଳରେ ଅଳ୍ପକେ ମୃତ୍ୟୁମୁଖରୁ ବଞ୍ଚି ଯାଇଥିଲେ ୨ ଚାଷୀ। ଅନ୍ୟପଟେ,ବନ୍ୟା ଜଳରେ ଗୋଟିଏ ଗାଈ, ଗୋଟିଏ ପାଓ୍ବାରଟିଲର,ମୋଟର ପମ୍ପ ଭାସି ଯାଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

କାଳବୈଶାଖୀ: ମେଡିକାଲରେ ପଶିଲା ପାଣି

ପାଲଲହଡ଼ା/ଛେଣ୍ଡିପଦା/ ବଅଁରପାଳ/ମାଧପୁର/ କଣିହାଁ/ ଅନୁଗୋଳ ଅଫିସ, ୨୨।୪(ଡି.ଏନ.ଏ.) – ଅନୁଗୋଳ ଜିଲାରେ ମଙ୍ଗଳବାର କାଳବୈଶାଖୀ ବର୍ଷା ବ୍ୟାପକ କ୍ଷୟକ୍ଷତି ଘଟାଇଛି। ସନ୍ଧ୍ୟାରେ ହୋଇଥିବା ପବନ ସହ...

ମାଛ ଗାଲିସି ତଳୁ ବାହାରିଲା ୩୦ଗ୍ରାମ ବ୍ରାଉନ୍‌ସୁଗାର: ଯୁବକ ଅଟକ

ଜଳେଶ୍ୱର, ୮।୫(ସ୍ବ.ପ୍ର.)-ମହାମାରୀ କରୋନା ଭୂତାଣୁ ସଂକ୍ରମଣ ରୋକିବାରେ ପ୍ରଶାସନ ବ୍ୟସ୍ତ ଥିବା ବେଳେ ନିଶା ବ୍ୟବସାୟୀମାନେ ଏହାର ସୁଯୋଗ ନେଇ କାରବାର ଚଳାଇଛନ୍ତି। ସେମାନେ ପରିବା...

ସୁନାବେଶରେ ଦର୍ଶନ ଦେଲେ ମା’ ତାରିଣୀ

ଘଟଗାଁ, ୭।୧୦(ଡି.ଏନ.ଏ.)-କେନ୍ଦୁଝର ଜିଲାର ପ୍ରସିଦ୍ଧ ଘଟଗାଁ ପୀଠରେ ମା’ ତାରିଣୀଙ୍କ ଶାରଦୀୟ ପୂଜା ଉପଲକ୍ଷେ ରବିବାର ମହାଷ୍ଟମୀ ତିଥିରେ ସୁନାବେଶ ଅନୁଷ୍ଠିତ ହୋଇଥିଲା। ଶହ ଶହ...

କେନ୍ଦ୍ରାପଡ଼ା ଜିଲାର ୬୦ ଭାଗ ଗାଁରେ ମିଳୁନି ପାନୀୟଜଳ

କେନ୍ଦ୍ରାପଡ଼ା ଅଫିସ, ୨୮ା୭: କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଓ ମାର୍ଶାଘାଇ ବ୍ଲକ ଲୁଣାଞ୍ଚଳବାସୀଙ୍କ ପାଇଁ ଗତ ୨୦୧୮ ଡିସେମ୍ବର ୮ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବସୁଧା...

ପ୍ଲାଜମା ଦାନ କଲେ ଛତ୍ରପୁର ଏସ୍‌ଡିପିଓ: ପ୍ରଶଂସା କଲେ ଗଞ୍ଜାମ ଏସ୍‌ପି

ଛତ୍ରପୁର, ୨୮।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଏସ୍‌ଡିପିଓ ଗୌତମ କିଷାନ ଗତ କିଛି ଦିନ ତଲେ କରୋନାରେ ଆକ୍ରାନ୍ତ ହୋଇଥିଲେ। ଚିକିତ୍ସା ପରେ ସୁସ୍ଥ ହୋଇ...

ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ ଟିକାକରଣ ଅଭିଯାନ: ଟିକାନେବେ ୩ ଲକ୍ଷ ୮୧୮ ଶିଶୁ

ଅନୁଗୋଳ ଅଫିସ, ୧୫।୧୧-ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ ଭଳି ମାରାତ୍ମକ ରୋଗର ଟିକାକରଣ ଅଭିଯାନ ଶୁକ୍ରବାରଠାରୁ ଅନୁଗୋଳ ଜିଲାରେ ଆରମ୍ଭ ହେଉଛି। ଏହି ଅଭିଯାନ ୩ ସପ୍ତାହ ଧରି...

କାଳବୈଶାଖୀ ପ୍ରଭାବରେ କୁଆପଥର ବର୍ଷା

ପାଟଣା,୧୯ା୪(ସ୍ବ. ପ୍ର.): କେନ୍ଦୁଝର ଜିଲା ପାଟଣା ଓ ସାହାରପଡା ବ୍ଲକର ବିଭିନ୍ନ ସ୍ଥାନରେ ଶନିବାର ଅପରାହ୍ନରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ପବନ ସାଙ୍ଗକୁ କୁଆପଥର...

ଚାଷୀ ନଥାଇ ଧାନ କିଣା: ୭ ମହିଳା ସଂଘ ନାଁରେ ଅନିୟମିତତା ଅଭିଯୋଗ

ଛତ୍ରପୁର,୨୩।୬(ଡି.ଏନ୍‌.ଏ): ୨୦୨୦-୨୧ ଆର୍ଥିକ ବର୍ଷରେ ଗଞ୍ଜାମ ଜିଲାରେ ଧାନ କିଣାରେ ୭ ମହିଳା ସ୍ବଂୟ ସହାୟିକା ଗୋଷ୍ଠୀ ଅନିୟମିତତା କରିଥିବା ଯୋଗାଣ ବିଭାଗ ଚିହ୍ନଟ କରିଛି...

Advertisement
Archives

Model This Week