ଚାଷକୁ ପାଣି ଅଭାବ, ମରୁଡ଼ି ଆଶଙ୍କା

ଲହୁଣୀପଡ଼ା,୮।୮(ଡି.ଏନ.ଏ.): ସୁନ୍ଦରଗଡ ଜିଲା ଲହୁଣୀପଡା ବ୍ଲକ ଅଞ୍ଚଳରେ ମରୁଡ଼ି ଆଶଙ୍କା ପ୍ରକାଶ ପାଇିଛି। ଚଳିତ ବର୍ଷ ସ୍ବଳ୍ପ ବୃଷ୍ଟିପାତ ଯୋଗୁ ଧାନଚାଷ ବ୍ୟାହତ ହୋଇଛି। ପାଣି ଅଭାବରୁ ଜମି ଫାଟି ଯାଇ ଆଁ କରିଥିବା ବେଳେ ଚାଷୀକୁଳ ହତାଶ ହୋଇ ବର୍ଷାକୁ ଅପେକ୍ଷା କରିଛନ୍ତି। ଅନ୍ୟପକ୍ଷେ ସ୍ବଳ୍ପ ବୃଷ୍ଟିପାତ ଯୋଗୁ ଧାରା ଶ୍ରାବଣ ମାସରେ ପ୍ରଚଣ୍ଡ ଖରା ତାତି ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି। ଆଗକୁ ବର୍ଷା ନ ହେଲେ ପିଲ ମାରିଥିବା ତଳି ଗୁଡିକ ରୁଆ ଯାଇପାରିବ ନାହିଁ ବୋଲି ଚାଷୀମାନେ କହିଛନ୍ତି।
ଲହୁଣୀପଡ଼ା ବ୍ଲକ ଅଞ୍ଚଳରେ ପ୍ରାୟ ୭୦ରୁ ୮୦ ଭାଗ ଲୋକ ଚାଷ ଉପରେ ନିର୍ଭର କରିଥାନ୍ତି। ଚଳିତବର୍ଷ ବର୍ଷା ଅଭାବରୁ ଚାଷକାମ ବାଧାପ୍ରାପ୍ତ ହୋଇଥିବା ବେଳେ ଏ ଅଞ୍ଚଳ ଦେଇ ଯାଇଥିବା କେତେକ କେନାଲ ମଧ୍ୟ ଶୁଖିଲା ପଡିଛି। କେତେକ ସ୍ଥାନରେ ଡ୍ୟାମ୍‌ ଓ ଚେକ୍‌ ଡ୍ୟାମ୍‌ ନିର୍ମାଣ କରାଯାଇଥିଲେ ମଧ୍ୟ ସେଥିରେ ପାଣି ନାହିଁ । ଲହୁଣୀପଡା ଅଞ୍ଚଳରେ ଗତ ଜାନୁଆରୀ ମାସରେ ମାତ୍ର ୪ ଦିନରେ ୬୫ ମିଲିମିଟର ବର୍ଷା ହୋଇଥିବା ବେଳେ ଫେବୃଆରୀରେ ୪ ଦିନରେ ୨୮ ମିଲିମିଟର, ମାର୍ଚ୍ଚରେ ଗୋଟିଏ ଦିନରେ ୧୨ ମିଲିମିଟର ଓ ଏପ୍ରିଲ ମାସରେ ଗୋଟିଏ ଦିନରେ ୮.୮ ମିଲିମିଟର ବର୍ଷା ହୋଇଛି। ମେ ମାସରେ ୯ ଦିନରେ ୮୨ ମିଲିମିଟର, ଜୁନରେ ୧୭୦ ମିଲିମିଟର ଏବଂ ଜୁଲାଇରେ ୧୮ ଦିନରେ ୨୨୯ ମିଲିମିଟର ବର୍ଷା ହେଇଥିବା ରେକର୍ଡ କରାଯାଇଛି । ଯାହାକି ଧାନ ଚାଷ ପାଇଁ ଯଥେଷ୍ଟ ନୁହେଁ।
ସୂଚନାଥାଉକି, ଉକ୍ତ ଅଞ୍ଚଳରେ ୨୦୨୦ରେ ସମୁଦାୟ ୧୬୦୦. ୭୫ ମିଲିମିଟର ଓ ୨୦୨ରେ ୧୬୬୩.ମିଲିମିଟର ବର୍ଷା ହୋଇଥିବା ବେଳେ ଚଳିତ ବର୍ଷ ଜୁଲାଇ ଶେଷ ସୁଦ୍ଧା ୫୯୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଅନ୍ୟ ୨ବର୍ଷ ତୁଳନାରେ ଚଳିତ ବର୍ଷ ଜୁଲାଇ ଶେଷ ପର୍ଯ୍ୟନ୍ତ ତିନି ଭାଗରୁ ଏକ ଭାଗ ବର୍ଷା ହୋଇଥିବାରୁ ମରୁଡି ସୁନିଶ୍ଚିତ ବୋଲି ଚାଷୀମାନେ ଆଶଙ୍କା କରୁଛନ୍ତି। ଅନ୍ୟପକ୍ଷେ ଧାନଚାଷ ପାଇଁ ଚାଷୀମାନେ ବିଭିନ୍ନ ବ୍ୟାଙ୍କ, ଲ୍ୟାମ୍ପ୍ସ ଓ ଘରୋଇ ସଂସ୍ଥାରୁ ଋଣ ନେଇ ଚାଷ କରିଥିବାରୁ ତାର ପରିଶୋଧ କରିବା ଚିନ୍ତା ସେମାନଙ୍କୁ ଘାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାତି ପାହିଲେ ଦେବସ୍ନାନ ପୂର୍ଣ୍ଣିମା, ଭୋର୍‌ ୪ଟାରୁ ୬ଟା ମଧ୍ୟରେ ପହଣ୍ଡି

ପୁରୀ ଅଫିସ,୧୩।୬: ରାତି ପାହିଲେ ଦେବସ୍ନାନ ପୂର୍ଣ୍ଣିମା। ଗତ ୨ ବର୍ଷ ପରେ ଗଜାନନ ବେଶରେ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତି। ସ୍ନାନବେଦୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦେଖିବା ପାଇଁ...

ଆଜିଠୁ ଆରମ୍ଭ ହେଲା ମା’ ତାରିଣୀଙ୍କ ଚଇତି ପର୍ବ

ଘଟଗାଁ,୯।୪(ସ୍ବ.ପ୍ର.): ଆଜିଠୁ ଆରମ୍ଭ ହୋଇଛି ପ୍ରସିଦ୍ଧ କେନ୍ଦୁଝର ଘଟଗାଁ ମା’ ତାରିଣୀଙ୍କ ଚଇତି ପର୍ବ । କରୋନା କଟକଣା ଭିତରେ ଚଳିତବର୍ଷ ଏହି ପର୍ବ ପାଳନ...

ମାଲିକଙ୍କ ଜୀବନ ବଞ୍ଚାଇଲା କୁକୁର: ସାପକୁ ମାରି ଜୀବନ ହାରିଲା

ଗୋପାଳପୁର,୨୦ା୧୨- ନିଜ ଜୀବନକୁ ବଳି ଦେଇ ମାଲିକଙ୍କୁ ବଞ୍ଚାଇଛି ପୋଷା କୁକୁର। ଏଭଳି ଘଟଣା ଘଟିଛି ରଙ୍ଗେଇଲୁଣ୍ଡା ବ୍ଲକ ରଣ୍ଢା ପଞ୍ଚମା ରୋଡରେ। ଶୁକ୍ରବାର ମଧ୍ୟାହ୍ନ...

ବେପରୁଆ ଗାଡି ଚାଳନା ଉପରେ ଲାଗିବ କଟକଣା

ବାଲେଶ୍ୱର ଅଫିସ, ୩୧।୭-ବଲେଶ୍ୱର ଜିଲା ପ୍ରକଳ୍ପ ଉନ୍ନୟନ ଅଧିକାରୀଙ୍କ ସଭାଗୃହରେ ମଙ୍ଗଳବାର ସଡକ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତା...

୧୪ଦିନରେ ମା’ ତାରାଦେବୀ ଠାକୁରାଣୀ ଯାତ୍ରା : ମନମୋହୁଛି ବିଭିନ୍ନ ସାହି ରଥ, କଳାକୁଞ୍ଜ

ବ୍ରହ୍ମପୁର ଅଫିସ,୨ା୬-ବ୍ରହ୍ମପୁରର ଅନ୍ୟତମ ପ୍ରସିଦ୍ଧ ମା’ ତାରାଦେବୀଙ୍କ ଦ୍ୱିବାର୍ଷିକ ଯାତ୍ରା ଶନିବାର ୧୪ ଦିନରେ ପହଞ୍ଚିଛି ା ଏହା ଆଉ ୯ ଦିନ ଯାତ୍ରା ବାକି...

ପ୍ରାୟ ସମୟରେ ଅଫିସ୍‌ରେ ଝୁଲୁଛି ତାଲା

ଜୁନାଗଡ,୨୯।୧୦(ଡି.ଏନ.ଏ.): କଳାହାଣ୍ଡି ଜିଲା ଜୁନାଗଡ ସହର ଇନ୍ଧାରା ଗାନ୍ଧୀ ଛକ ନିକଟରେ ଥିବା ବୈଧମାପ ନିରୀକ୍ଷକ ବିଜ୍ଞାନଙ୍କ କାର୍ଯ୍ୟାଳୟ ଅବ୍ୟବସ୍ଥାରେ ଚାଲିଥିବା ଦେଖିବାକୁ ମିଳିଛି। ଏଠାରେ...

କ୍ୱାରାଣ୍ଟାଇନ୍‌ କେନ୍ଦ୍ରରେ କାର୍ଯ୍ୟ କରୁଥିବା ଶିକ୍ଷକଙ୍କ ସୁରକ୍ଷାକୁ ନେଇ ବିଡ଼ିଓଙ୍କୁ ଭେଟିଲେ ଶିକ୍ଷକ ସଂଘ କର୍ମକର୍ତ୍ତା

ଶେରଗଡ଼,୨୬।୫(ଡି.ଏନ.ଏ.): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକର ଶିକ୍ଷକ ସଙ୍ଘର କର୍ମକର୍ତ୍ତାମାନେ ମଙ୍ଗଳବାର ଏକ ଦାବି ପତ୍ର ବିଡ଼ିଓ ସୁରଞ୍ଜନ କୁମାର ସାହୁ ଓ ବିଇଓ ଭାସ୍କର...

୨୨ ଓଏଏସ୍‌ ଅଧିକାରୀଙ୍କ ବଦଳି

ଯାଜପୁର ଅଫିସ,୭ା୪: ଓଡ଼ିଶା ପ୍ରଶାସନିକ ସେବା(ଓଏଏସ-ଏ)(ଜେବି) ପାହ୍ୟାର ୨୨ ଅଧିକାରୀଙ୍କ ବଦଳି ନିର୍ଦ୍ଦେଶ ହୋଇଛି। ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ସଚିବ ମନୋଜ...

Advertisement
Archives

Model This Week