ରହସ୍ୟମୟ ଆଣ୍ଟାର୍କଟିକା

ନୈସର୍ଗିକ ଶୋଭାର ଭଣ୍ଡାର ହେଉଛି ଆଣ୍ଟାର୍କଟିକା। ପୃଥିବୀର ଦକ୍ଷିଣ ଭାଗକୁ ନେଇ ଏହି ବରଫାବୃତ୍ତ ଅଞ୍ଚଳ ଗଠିତ ଏବଂ ଏହା ହେଉଛି ସ୍ଥାୟୀ ଜନବସତିହୀନ ମହାଦେଶ। ଏଥିରେ ଭୌଗୋଳିକ ଦକ୍ଷିଣ ମେରୁ ଅଛି। ଏହାର ୯୮ ପ୍ରତିଶତ ଅଂଶ ବରଫରେ ଆଚ୍ଛାଦିତ। ଏଠାରେ ବରଫର ହାରାହାରି ଗଭୀରତା ହେଉଛି ଦୁଇ କି.ମି.। ପୃଥିବୀର ମୋଟ ମଧୁର ଜଳର ୭୦ ପ୍ରତିଶତ ଏହି ବରଫରେ ଅଛି। ଏହାର ସମସ୍ତ ବରଫ ତରଳିଗଲେ ପୃଥିବୀର ସମୁଦ୍ର ପତନ ୬୦ ମିଟର ବଢ଼ିଯିବ। ଏହା ହେଉଛି ସମସ୍ତ ମହାଦେଶ ମଧ୍ୟରେ ଅଧିକ ଥଣ୍ଡା ଓ ଶୁଷ୍କ ଏବଂ ଏଠାରେ ପ୍ରବଳ ବେଗରେ ପବନ ମଧ୍ୟ ପ୍ରବାହିତ ହୁଏ। ପୃଥିବୀର ନିମ୍ନତମ ତାପମାତ୍ର ବିଯୁକ୍ତ ୮୯.୨ ଡିଗ୍ରୀ ସେଲ୍‌ସିୟସର ରେକର୍ଡ ଏଠାରେ ଅଛି।
୬୬.୫ ଡିଗ୍ରୀ ଦକ୍ଷିଣ ଅକ୍ଷାଂଶକୁ ଆଣ୍ଟାର୍କଟିକା ବୃତ୍ତ କୁହାଯାଏ। ସେଠାରେ ଦକ୍ଷିଣ ମେରୁ ପର୍ଯ୍ୟନ୍ତ ଆଣ୍ଟାର୍କଟିକା ମହାଦେଶ ବ୍ୟାପ୍ତ। ଏହି ଅକ୍ଷାଂଶର ଦକ୍ଷିଣକୁ ଖରାଦିନେ ଅତିକମ୍‌ରେ ଗୋଟିଏ ଦିନ ସୂର୍ଯ୍ୟାସ୍ତ ହୁଏ ନାହିଁ (ଅର୍ଥାତ୍‌ ୨୪ ଘଣ୍ଟା ଦିନ) ଏବଂ ଶୀତଦିନେ ଅତିକମ୍‌ରେ ଗୋଟିଏ ଦିନ ସୂର୍ଯ୍ୟୋଦୟ ହୁଏ ନାହିଁ (ଅର୍ଥାତ୍‌ ୨୪ ଘଣ୍ଟା ରାତି)।
ଇଂରେଜୀ ନାବିକ କ୍ୟାପଟେନ୍‌ ଜେମ୍‌ସ କୁକ୍‌ ୧୭୭୨ ମସିହାରେ ପ୍ରଥମେ ଏହି ଅକ୍ଷାଂଶକୁ ଅତିକ୍ରମ କରି ଦକ୍ଷିଣକୁ ଯାଇଥିଲେ। ଅନେକ ଅଭିଯାନକାରୀ ଆଣ୍ଟାର୍କଟିକା ଅଭିଯାନରେ ଯାଇ ଏହାର ବିଭିନ୍ନ ସ୍ଥାନକୁ ଆବିଷ୍କାର କରିଥିଲେ। ନର୍‌ଓ୍ବେର ରୋଲଡ୍‌ ଆମଣ୍ଡସନ୍‌ ଦକ୍ଷିଣ ମେରୁରେ ପହଞ୍ଚତ୍ବାରେ ପ୍ରଥମ ବ୍ୟକ୍ତି ଥିଲେ। ସେ ୪ ଜଣ ସହଯୋଗୀଙ୍କ ସହିତ ୧୯୧୧ ମସିହା ଡିସେମ୍ବର ୧୪ ତାରିଖରେ ସେଠାରେ ପହଞ୍ଚତ୍ଥିଲେ। ଏହାର ଏକମାସ ପରେ ୧୯୧୨ ମସିହା ଜାନୁୟାରୀ ୧୭ ତାରିଖରେ ଇଂଲଣ୍ଡର କ୍ୟାପଟେନ୍‌ ରବର୍ଟ ସ୍କଟ୍‌ ନିଜର ୪ ଜଣ ସହଯୋଗୀଙ୍କ ସହିତ ଦକ୍ଷିଣ ମେରୁରେ ପହଞ୍ଚତ୍ଥିଲେ। କିନ୍ତୁ ଫେରିବା ସମୟରେ ସେମାନେ ସମସ୍ତେ ବରଫ ଝଡ଼ରେ ପ୍ରାଣ ହରାଇଥିଲେ।
ନିକଟରେ ୬୦ ଡିଗ୍ରୀ ଅକ୍ଷାଂଶରୁ ଦକ୍ଷିଣକୁ ଥିବା ଏବଂ ଆଣ୍ଟାର୍କଟିକାକୁ ଘେରି ବଢ଼ିଥିବା ଜଳ ଅଂଶକୁ ନେଇ ଗୋଟିଏ ନୂତନ ମହାସାଗରର ନାମକରଣ କରାଯାଇଛି। ଏହାର ନାମ ହେଉଛି ଦକ୍ଷିଣ ମହାସାଗର କିମ୍ବା ଆଣ୍ଟାର୍କଟିକା ମହାସାଗର। ପୂର୍ବରୁ ଏହାକୁ ଘେରି କରି ଥିବା ପ୍ରଶାନ୍ତ ମହାସାଗର, ଆଟଲାଣ୍ଟିକ ମହାସାଗର ଓ ଭାରତ ମହାସାଗରରୁ କିଛି ଅଂଶକୁ ନେଇ ଏହି ନୂତନ ମହାସାଗରର ସୃଷ୍ଟି କରାଯାଇଛି।
ଅନେକ ବର୍ଷ ପୂର୍ବେ ଆଜିର ଦକ୍ଷିଣ ଆମେରିକା, ଆଫ୍ରିକା, ମାଡାଗାସ୍କାର ଦ୍ୱୀପ, ଭାରତ, ଅଷ୍ଟ୍ରେଲିଆ ଓ ଆଣ୍ଟାର୍କଟିକା ମିଶି ଗୋଟିଏ ବିରାଗ ସ୍ଥଳ ଭାଗ ଥିଲା। ଏହାକୁ ଗୋଣ୍ଡୋଓ୍ବାନଲାଣ୍ଡ କୁହାଯାଏ। କିନ୍ତୁ ଅନ୍ତଃମହାଦେଶୀୟ ଚଳନ ଫଳରେ ଏହି ଦେଶଗୁଡିକ ପରସ୍ପରଠାରୁ ଅଲଗା ହୋଇଯାଇଛି। ଏହି ସବୁ ଅଞ୍ଚଳରେ ସମାନ ପ୍ରକାର ଶିଳା ସ୍ତର ରହିଛି। ଜର୍ମାନୀ ଭୂତତ୍ତ୍ୱ ବିଜ୍ଞାନୀ ଆଲଫ୍ରେଡ୍‌ ଓ୍ବେଗନର୍‌ ହେଉଛନ୍ତି ଏହି ଭୂଚଳନ ମତବାଦର ସ୍ରଷ୍ଟା।
ପୃଥିବୀର ୯୫ ପ୍ରତିଶତ ଅମ୍ଳଜାନ ଆଣ୍ଟାର୍କଟିକାର ଥଣ୍ଡା ଜଳରେ ରହିଛି। ଆଣ୍ଟାର୍କଟିକା ସାଗରର ସମଗ୍ର ପୃଥିବୀକୁ ପୁଷ୍ଟିସାର, ସ୍ନେହସାର, ଶ୍ୱେତସାର ଓ ଗ୍ଲୁକୋଜ୍‌ ଯୋଗାଇ ପାରିବାର କ୍ଷମତା ଥିବାର ଜୀବବିଜ୍ଞାନୀମାନେ କହିଥାଆନ୍ତି। ଏହାର ଜୀବ ମଧ୍ୟରେ ସିଲ୍‌ ମାଛ, ତିମି ଓ ପେଙ୍ଗୁଇନ୍‌ ପକ୍ଷୀ ଅନ୍ୟତମ।
ବର୍ଷରେ ୧୦-୧୫ ଥର ରାତିରେ ଆଣ୍ଟାର୍କଟିକା ପୃଷ୍ଠରୁ ୬୫କିମିରୁ ୯୦୦ କିମି ପର୍ଯ୍ୟନ୍ତ ନାରଙ୍ଗୀ, ହଳଦିଆ, ସବୁଜ ଓ ବାଇଗଣୀ ରଙ୍ଗ ଆଲୋକର ଏକ ତରଙ୍ଗ ଦେଖାଯାଏ। ଏହାକୁ ‘କୁମେରୁ ପ୍ରଭା’ ବା ଦକ୍ଷିଣାଲୋକ କୁହାଯାଏ। ବିଭିନ୍ନ ବର୍ଣ୍ଣର ସମାବେଶ ଏହାକୁ ସୁନ୍ଦର କରି ଦେଖାଏ। ବାସ୍ତବରେ ସୂର୍ଯ୍ୟରୁ ନିର୍ଗତ ଚାର୍ଜଯୁକ୍ତ କଣିକା (ପ୍ରୋଟନ୍‌) ପୃଥିବୀର ଚୁମ୍ବକ ବଳୟ ସହିତ ପ୍ରତିକ୍ରିୟା କରିବା ଫଳରେ ଏହି ଆଲୋକମାଳା ସୃଷ୍ଟି ହୋଇଥାଏ।
ଆଣ୍ଟାର୍କଟିକା ଉପରିସ୍ଥ ଓଜୋନ୍‌ ସ୍ତରରେ ଛିଦ୍ର ସୃଷ୍ଟି ଯୋଗୁ ଏହା ବୈଜ୍ଞାନିକମାନଙ୍କର ଦୃଷ୍ଟିଆକର୍ଷଣ କରିଛି। ପୃଥିବୀ ପୃଷ୍ଠରୁ ୧୫-୩୦ କିମି ଉଚ୍ଚରେ ଷ୍ଟ୍ରାଟୋସ୍ପିୟର ମଧ୍ୟରେ ପତଳା ସ୍ତରର ଓଜୋନ୍‌ ସ୍ତର ଅଛି, ଯାହା ପୃଥିବୀର ଜୀବଜଗତକୁ ସୂର୍ଯ୍ୟଠାରୁ ଆସୁଥିବା ଅତିବାଇଗଣୀ ରଶ୍ମି-ଖ ଠାରୁ ରକ୍ଷା କରେ। ଶୀତଦିନେ ଆଣ୍ଟାର୍କଟିକା ଉପରେ ଥିବା ଓଜୋନ୍‌ ସ୍ତରର ସ୍ଥୂଳତା ଅତିମାତ୍ରାରେ ହ୍ରାସ ପାଇ ଛିଦ୍ର ସଦୃଶ ହୋଇଯାଏ। ଏହାକୁ ଅନୁଧ୍ୟାନ କରି ଓଜୋନ୍‌ ସ୍ତରର ରକ୍ଷା ପାଇଁ ଅନ୍ତର୍ଜାତୀୟ ସ୍ତରରେ ଚେଷ୍ଟା କରାଯାଉଛି ଏବଂ ଏହାକୁ କ୍ଷୟ କରୁଥିବା ରାସାୟନିକ ପଦାର୍ଥର ଉତ୍ପାଦନକୁ ବନ୍ଦ କରାଯାଇଛି।
ଆଣ୍ଟାର୍କଟିକାରେ ୪୨ଟି ଦେଶ ସ୍ଥାୟୀ ଗବେଷଣା କେନ୍ଦ୍ର ସ୍ଥାପନ କରି ବର୍ଷସାରା ଗବେଷଣା କରୁଛନ୍ତି। ଭାରତ ଏଠାରେ ୧୯୮୪ରେ ‘ଦକ୍ଷିଣ ଗଙ୍ଗୋତ୍ରୀ’, ୧୯୮୯ରେ ‘ମୈତ୍ରୀ’ ଏବଂ ୨୦୧୨ରେ ଭାରତୀ ଗବେଷଣା କେନ୍ଦ୍ର ସ୍ଥାପନ କରିଛି। ଏଠାରେ ମୁଖ୍ୟତଃ ଭୂତତ୍ତ୍ୱ ବିଜ୍ଞାନ, ମହାକାଶ ବିଜ୍ଞାନ ଓ ପାଣିପାଗ ବିଜ୍ଞାନ ଉପରେ ଗବେଷଣା କରାଯାଉଛି।
୧୯୫୯ ମସିହାରୁ ଆଣ୍ଟାର୍କଟିକା ଚୁକ୍ତି କାମ କରୁଛି। ଏହି ଅନୁଯାୟୀ ସେଠାରେ ସାମରିକ କାର୍ଯ୍ୟକଳାପ, ଖଣିଜ ଉତ୍ତୋଳନ, ପରମାଣୁ ବିସ୍ଫୋରଣ ଏବଂ ପରମାଣୁ ଅବଶେଷକୁ ପକାଇବା ନିଷେଧ କରାଯାଇଛି। ଏହି ଚୁକ୍ତିରେ ୫୪ଟି ଦେଶ ସ୍ବାକ୍ଷର କରିଛନ୍ତି। ଭାରତ ୧୯୮୩ରେ ସ୍ବାକ୍ଷର କରିଛି। ଏଠାରେ କେବଳ ଗବେଷଣା କରିବା ଓ ମାଛ ଧରିବା ହେଉଛି ମାନବିକ କାର୍ଯ୍ୟକଳାପ। ଖରାଦିନେ ଗବେଷଣା କେନ୍ଦ୍ରଗୁଡ଼ିକରେ ପ୍ରାୟ ୫୦୦୦ ଲୋକ ରହୁଥିବା ବେଳେ ଶୀତଦିନେ ଏହା ପ୍ରାୟ ୧୦୦୦କୁ କମିଯାଏ।
ଆଣ୍ଟାର୍କଟିକାର କେତେକ ଅଞ୍ଚଳ ଉପରେ ସାତଟି ଦେଶ ଯଥା-ଫ୍ରାନ୍ସ, ବ୍ରିଟେନ୍‌, ନ୍ୟୁଜିଲାଣ୍ଡ, ନର୍‌ଓ୍ବେ, ଅଷ୍ଟ୍ରେଲିଆ, ଚିଲି ଓ ଆର୍ଜେଣ୍ଟିନା ନିଜର ସାର୍ଭଭୌମତ୍ୱ ଘୋଷଣା କରିଛନ୍ତି। ତା’ସହ ଏଥିପାଇଁ ସେମାନଙ୍କ ଭିତରେ ବିବାଦ ସୃଷ୍ଟି ହୋଇଛି। କିନ୍ତୁ ସାମଗ୍ରିକ ଭାବେ ଆଣ୍ଟାର୍କଟିକାରେ କୌଣସି ଦେଶର ସାର୍ବଭୌମତ୍ୱକୁ ସ୍ବୀକୃତି ଦିଆଯାଇନାହିଁ।
ଆମ ଦେଶର ଲୋକ ସଭାରେ ‘ଭାରତୀୟ ଆଣ୍ଟାର୍କଟିକା ଆଇନ ୨୦୨୨’ ଏହି ବର୍ଷ ଜୁଲାଇ ୨୨ରେ ପାରିତ ହୋଇଛି। ଏଥିରେ ଆଣ୍ଟାର୍କଟିକା ଚୁକ୍ତି, ଆଣ୍ଟାର୍କଟିକା ସାମୁଦ୍ରିକ ସମ୍ପଦ ସୁରକ୍ଷା କନ୍‌ଭେନ୍‌ସନ ଏବଂ ପରିବେଶ ସୁରକ୍ଷା ପ୍ରୋଟକଲ୍‌କୁ କାର୍ଯ୍ୟକାରୀ କରିବା ପାଇଁ ନିୟମ ରହିଛି। ଆଣ୍ଟାର୍କଟିକା ଅଭିଯାନରେ ଯାଉଥିବା ଭାରତର ପ୍ରତ୍ୟେକ ବ୍ୟକ୍ତି, ଜାହାଜ କିମ୍ବା ବିମାନ ପାଇଁ ଏହା ପ୍ରଯୁଜ୍ୟ ହେବ। ବହୁ ବର୍ଷ ଧରି ଅକ୍ଷତ ଥିବା ଆଣ୍ଟାର୍କଟିକା ମଧ୍ୟ ଏବେ ପ୍ରଦୂଷଣର ଶିକାର ହେଲାଣି। ଗବେଷଣା କେନ୍ଦ୍ରଗୁଡିକରୁ ନିର୍ଗତ ରାସାୟନିକ ପଦାର୍ଥ ଏହାକୁ ପ୍ରଦୂଷିତ କରୁଛି। ପରୀକ୍ଷାରୁ ପେଙ୍ଗୁଇନ୍‌ ଓ ସିଲ୍‌ ତନ୍ତୁରେ ଡିଡିଟି ଥିବା ଜଣାପଡିଛି। ପୁନଶ୍ଚ ଜାଗତିକ ଉଷ୍ମତା ବୃଦ୍ଧି ଯୋଗୁ ଏହାର ବରଫ କ୍ରମେ ତରଳିବାକୁ ଲାଗିଲାଣି। ଏହାକୁ ରକ୍ଷା କରିବା ହେଉଛି ମାନବ ସମାଜର କର୍ତ୍ତବ୍ୟ।

ଇଂ. ମାୟାଧର ସ୍ବାଇଁ
-୭୦, ଲକ୍ଷ୍ମୀବିହାର, ଫେଜ୍‌-୧ ଭୁବନେଶ୍ୱର-୧୮
ମୋ: ୯୪୩୮୬୯୩୭୨୪


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?