ପାଣି ନାହିଁ: ଜମି ଫାଟି ଆଁ କଲାଣି

ବଡ଼ଗାଁ, ୮ା୮(ଡି.ଏନ.ଏ.): ଜମି ଫାଟି ଆଁ କରିଛି। ଯାହା ବୁଣା ହୋଇଥିଲା ସେସବୁ ନଷ୍ଟ ହୋଇଗଲା। ରୁଆ ପାଇଁ ତଳି ପକାଇଥିବା ଚାଷୀ ବର୍ଷା ଅପେକ୍ଷାରେ ରହିଲା। ବିଳମ୍ବ ଯୋଗୁ ଧାନ ରୁଆ ମଧ୍ୟ ହୋଇପାରିଲାନି। ଚାଷୀ ଉପାୟ ଶୂନ୍ୟ ହୋଇ ଆକାଶକୁ ଚାତକ ଭଳି ଚାହିଁଛି। ଜୁଲାଇ ମାସ ସରି ଅଗଷ୍ଟ ପ୍ରଥମ ସପ୍ତାହ ଗଲାଣି । କିନ୍ତୁ ମେଘ ଲୁଚକାଳି ଖେଳୁଛି। ବର୍ଷାର ନାଁ ଗନ୍ଧ ନାହିଁ। ବର୍ଷା ଅଭାବରୁ ଚାଷ କ୍ଷତି ହେଲା। ଆଉ ବିନା ବର୍ଷରେ ଆମେ ଚାଷୀ କୁଳ ଭାସିଗଲୁ ବୋଲି କୋହଭରା କଣ୍ଠରେ ଚାଷୀ କହୁଛି। ଏ ସମସ୍ୟା ସୁନ୍ଦରଗଡ ଜିଲା ବଡ଼ଗାଁ ବ୍ଲକ ଅଞ୍ଚଳର। ଏହି ବ୍ଲକ ଅଧୀନ ଇତମା ପଞ୍ଚାୟତର ନକଟୀ, ତରାସଂଘା, ଇତମା ଗ୍ରାମରେ ଅଧିକାଂଶ ଜମିରେ ପାଣି ଅଭାବରୁ ଚାଷ ହୋଇପାରିନାହିଁ। ରଥ ବେହେରା, ବିନୋଦ ଜୟପୁରିଆ, କ୍ଲାରା ଚାମ୍ପିଆ, ଜନ ଚାମ୍ପିଆ, ହିରାବତୀ ପୃଷେଟ, ରୂପନ ଜୟପୁରିଆ,ଙ୍କ ସମେତ ଶତାଧିକ ଚାଷୀ ପାଣି ଅଭାବରୁ ଧାନ ତଳି ରୋଇପାରିନାହାନ୍ତି। ମନୋଜ ପୃଷେଟ, ଘନଶ୍ୟାମ ପୃଷେଟ, ଭିକାରୀ ପୃଷେଟ, ସୁବାଷ ଚନ୍ଦ୍ର ବେହେରା, ପ୍ରେମ ସାଗର ବେହେରାଙ୍କ ସମେତ ୪୦ ଜଣ ଚାଷୀଙ୍କ ବୁଣାଧାନ ଚାଷ ନଷ୍ଟ ହୋଇଯାଇଛି।
ଚାଷୀଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ନକଟୀ ଓ ତରାସଂଘା ଗ୍ରାମର ମୋଟ ୪୫୦ ଏକର ଚାଷ ଜମିରୁ ମାତ୍ର ୩୦ ଏକର ଜମିରେ ବୁଣାଧାନ ହୋଇଛି । ଅନ୍ୟ ସମସ୍ତ ଜମି ପଡିଆ ରହିଛି। ସେହିପରି ଇତମା ଗ୍ରାମର ପ୍ରାୟ ୧୪୦୦ ଏକର ଚାଷ ଜମିରୁ ୫ଶହ ଏକରରେ ରୁଆ କରାଯାଇଥାଏ। ଚଳିତ ବର୍ଷ ମାତ୍ର ୩ ଏକର ଜମିରେ ରୁଆଧାନ କରାଯାଇଛି। ଏକ ହଜାର ଏକର ଜମିରେ ବୁଣା କରାଯାଇଛି। କିନ୍ତୁ ବର୍ଷା ନ ହେବାରୁ ଜମି ଫାଟି ଆଁ କରିଛି। ବୁଣା ହୋଇଥିବା ଜମିରେ ପାଣି ଅଭାବରୁ ବିହୁଡା ହୋଇପାରିନାହିଁ। ଚାଷ ସମୟ ଅତିବାହିତ ହୋଇଯାଇଥିବାରୁ ମରୁଡି ଜଳଜଳ ଦେଖାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ…

ଛତ୍ରପୁର,୨୩ା୮(ଦିଲ୍ଲୀପ ସାମଲ): ବଢୁଥିବା ସାଇବର ଅପରାଧ ଓ ବିଶେଷକରି ଡିଜିଟାଲ ଆରେଷ୍ଟ ନାମରେ ହେଉଥିବା ଠକେଇରୁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଛତ୍ରପୁର ଥାନା ପକ୍ଷରୁ…

ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…

ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…

ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…

ଆସନ୍ତାକାଲି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା: ଏହି ଜିଲାରେ ସବୁ ସ୍କୁଲ ଛୁଟି

ନବରଙ୍ଗପୁର,୨୩ା୮(ସଦାଶିବ ପ୍ରହରାଜ): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନବରଙ୍ଗପୁର ଜିଲାରେ ଆସନ୍ତାକାଲି ଅର୍ଥାତ୍‌ ୨୪ ଅଗଷ୍ଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଓ ବଜ୍ରପାତର…

ମାଟି ଖୋଳିଲେ ମିଳୁଛି ସୁନା! ଏହି ଗାଁରେ ପ୍ରବଳ ଭିଡ଼, ଦିନକୁ ପହଞ୍ଚୁଛନ୍ତି ୧୦ ହଜାର ଲୋକ

ନୂଆଦିଲ୍ଲୀ,୨୩।୮: କେବେ ଚିନ୍ତା କରିଛନ୍ତି କି, ମାଟି ଖୋଳୁ ଖୋଳୁ ହଠାତ୍ ସୁନା ମିଳିଯିବ ? ପଶ୍ଚିମ କେନିଆର ଚେପୋରୋର ଗାଁରେ ଏବେ ଏଭଳି ଆଶା ନେଇ…

ମଦର ଗୁଣବତ୍ତା ନେଇ ସରକାରଙ୍କ ବଡ଼ ପଦକ୍ଷେପ, ଦେଲେ ଏହି ନିର୍ଦ୍ଦେଶ

ଚେନ୍ନାଇ,୨୩ା୮: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଜୋସେଫ ବିଜୟ ରାଜ୍ୟର ସମସ୍ତ ଡିଷ୍ଟିଲେରୀରେ ମଦର ଗୁଣବତ୍ତା ନେଇ କଡ଼ା ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। TASMAC ମାଧ୍ୟମରେ ବିକ୍ରି ହେଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri