ଗଜପତିରେ ଅର୍ନାମେଣ୍ଟାଲ ମାଛଚାଷ ଆରମ୍ଭ

ପାରଳାଖେମୁଣ୍ଡି,୮ା୮(ଡି.ଏନ୍‌.ଏ): ଗଜପତି ଜିଲା ପ୍ରଶାସନ ସୀମାନ୍ତ ଗଙ୍ଗାବାଡ଼ ପଞ୍ଚାୟତରେ ପହଞ୍ଚି ଲୋକଙ୍କ ଦୁଃଖସୁଖ ବୁଝିବା ସହ ସେମାନଙ୍କ ପାଇଁ ବିଭିନ୍ନ ପ୍ରକାର ରୋଜଗାରର ବ୍ୟବସ୍ଥା କରିଛି। ଲୋକେ କିପରି ରୋଜଗାରକ୍ଷମ ହେବେ ଏବଂ ପଡୋଶୀ ଆନ୍ଧ୍ରପ୍ରଦେଶ ଦ୍ୱାରା ପ୍ରଲୋଭିତ ହେବେ ନାହିଁ ତାହାକୁ ଦୃଷ୍ଟିରେ ରଖି ସ୍ଥାନୀୟ ମହିଳାଙ୍କୁ ରୋଜଗାରକ୍ଷମ କରିବାକୁ ଉଦ୍ୟମ କରିଛି ଜିଲା ପ୍ରଶାସନ। ଜିଲାରେ ପ୍ରଥମ ଥର ପାଇଁ ଅର୍ନାମେଣ୍ଟାଲ ମାଛ ଚାଷ ଆରମ୍ଭ କରାଯାଇଛି। ପ୍ରଥମ ଥର ପାଇଁ ୩ ଲକ୍ଷ ଟଙ୍କା ବ୍ୟୟରେ ଅର୍ନାମେଣ୍ଟାଲ ମାଛ ଚାଷ ପ୍ରକଳ୍ପ ଆରମ୍ଭ କରାଯାଇଛି। ଲୋକେ ରଙ୍ଗୀନ ମାଛ ଚାଷ ସହିତ ଆବଶ୍ୟକ ସ୍ଥଳେ ଆକ୍ବାରିୟମ ମଧ୍ୟ ତିଆରି କରିପାରିବେ। ବଜାରରେ ଏହି ରଙ୍ଗୀନ ମାଛର ଚାହିଦା ରହିଥିବାରୁ ମହିଳା ସ୍ବୟଂସହାୟକ ଗୋଷ୍ଠୀ ଏହାକୁ ବିକ୍ରି କରି ବେଶ ଲାଭବାନ ହୋଇପାରିବେ ବୋଲି ଜିଲାପାଳ କହିଛନ୍ତି। ଏଭଳି ଆଗକୁ ଆହୁରି ଅନେକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜିଲାପାଳ ପଣ୍ଡା ସୂଚନା ଦେଇଛନ୍ତି। ଆନ୍ଧ୍ର ସୀମାରେ ଥିବା ଗଜପତି ଜିଲା ରାୟଗଡ ବ୍ଲକ ଗଙ୍ଗାବାଡ ପଞ୍ଚାୟତର ବିଭିନ୍ନ ଗାଁକୁ ନିଜ ଅଧୀନକୁ ନେବା ପାଇଁ ଦୀର୍ଘ ବର୍ଷ ହେବ ଆନ୍ଧ୍ର ସରକାର ଚେଷ୍ଟା ଚଳାଇ ଲୋକଙ୍କୁ ରାସନ କାର୍ଡ ଠାରୁ ଆରମ୍ଭ କରି ଭୋଟର ପରିଚୟ ପତ୍ର ଯାଏଁ ସବୁ କିଛି ଯୋଗାଇ ସେମାନଙ୍କୁ ପ୍ରଲୋଭିତ କରିବାକୁ ପ୍ରୟାସ କରୁଛି। ଜିଲାପାଳ ପଣ୍ଡା କହିଛନ୍ତି ଯେ ଏହି ପଞ୍ଚାୟତ ଉପରେ ପ୍ରଶାସନର ସ୍ବତନ୍ତ୍ର ଦୃଷ୍ଟି ରହିଛି। ପଞ୍ଚାୟତକୁ ବର୍ତ୍ତମାନ ବାଲ୍ୟ ବିବାହ ମୁକ୍ତ ଘୋଷଣା କରାଯାଇଛି। ଏହି ଅଞ୍ଚଳର ଲୋକେ କିଭଳି ରୋଜଗାରକ୍ଷମ ହେବେ ଏବଂ ଆନ୍ଧ୍ର ଦ୍ବାରା ପ୍ରଲୋଭିତ ହେବେ ନାହିଁ ସେଥିପ୍ରତି ଧ୍ୟାନ ଦେଇଛି ପ୍ରଶାସନ। ଏଠାକାର ମହିଳା ସ୍ବୟଂସହାୟକ ଗୋଷ୍ଠୀମାନଙ୍କୁ ଓଡିଶା ଜୀବିକା ମିଶନ ପକ୍ଷରୁ ମହମବତୀ ତିଆରି, କୁକୁଡା ଚାଷ ଭଳି ଲାଭଜନକ ବ୍ୟବସାୟ ପାଇଁ ବ୍ୟବସ୍ଥା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ୟାପ୍‌ରେ ପାଣି ଆସୁନି, ଜଳକଷ୍ଟ ଭୋଗୁଛନ୍ତିି ଲୋକେ

ବୈପାରିଗୁଡ଼ା,୬।୩(ଡି.ଏନ୍‌.ଏ.): ଜନସାଧାରଣଙ୍କୁ ପାନୀୟଜଳ ଯୋଗାଣ ଲାଗି ସରକାର ବହୁ ଅର୍ଥ ଖର୍ଚ୍ଚ କରୁଛନ୍ତି। ମାତ୍ର ବିଭାଗୀୟ ଦାୟିତ୍ବହୀନତା ଓ ତଦାରଖ ଅଭାବରୁ ଯୋଜନା ଫସରଫାଟୁଛି। କୋରାପୁଟ...

ପ୍ରାଥମିକ ଶିକ୍ଷକ ପଦୋନ୍ନତି ପ୍ରକ୍ରିୟାରେ ତ୍ରୁଟି

ବାରିପଦା ଅଫିସ,୧୫ା୧୦: ମୟୂରଭଞ୍ଜ ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ପ୍ରାଥମିକ ଶିକ୍ଷକ ପଦୋନ୍ନତି ପ୍ରକ୍ରିୟାରେ ବ୍ୟାପକ ଅନିୟମିତା ହେଉଥିବା ନେଇ ଅଭିଯୋଗ ହୋଇଛି। ଜିଲାସ୍ତରୀୟ ପଦୋନ୍ନତି କମିଟି...

ପଞ୍ଚଭୂତରେ ଲୀନ ହେମାନନ୍ଦଙ୍କ ପାର୍ଥିବ ଶରୀର

ଝାରସୁଗୁଡ଼ା ଅଫିସ,୨୭।୨: ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଶୁକ୍ରବାର ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଥିଲା। ଶନିବାର ଝାରସୁଗୁଡ଼ା ସହରରେ ଏକ ମହାପ୍ରୟାଣ ଆମ୍ବୁଲାନ୍ସରେ...

ଗଞ୍ଜାମ ଜିଲା: ବଢ଼ୁଛି କୁଷ୍ଠ ଆକ୍ରାନ୍ତଙ୍କ ସଂଖ୍ୟା : ଗ୍ରାମାଞ୍ଚଳରୁ ୩୪୧ ରୋଗୀ ଚିହ୍ନଟ

ବ୍ରହ୍ମପୁର ଅଫିସ୍‌,୧୨ା୧୦-ଗଞ୍ଜାମ ଜିଲାରେ କୁଷ୍ଠ ରୋଗୀଙ୍କ ସଂଖ୍ୟା ବଢ଼ିଛି। ଜିଲାର କେବଳ ଗ୍ରାମାଞ୍ଚଳରେ ନିକଟରେ ଆୟୋଜିତ ହୋଇଥିବା କୁଷ୍ଠ ଚିହ୍ନଟ କାର୍ଯ୍ୟକ୍ରମରେ ୩୪୧ ନୂଆ ରୋଗୀ...

କଣିହାଁ କୋଇଲା ଖଣିରେ ଫାଟ

କଣିହାଁ, ୧୮ା୮(ଡି.ଏନ.ଏ.)  ଅନୁଗୋଳ ଜିଲା ସ୍ଥିତ ଏମସିଏଲର କଣିହାଁ କୋଇଲା ଖଣିର ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହୋଇଛି। ଫଳରେ ଯେ କୌଣସି ସମୟରେ ଦୁର୍ଘଟଣା...

ହସ୍ପିଟାଲରେ ଖତ ଖାଉଛି ମହାପ୍ରୟାଣ ଗାଡ଼ି

ଜି.ଉଦୟଗିରି,୧୭।୮(ଡି.ଏନ.ଏ.)-ଜି.ଉଦୟଗିରି ହସ୍ପିଟାଲରେ ଏକ ମୃତଦେହ ନେବାକୁ ନେଇ ମୃତକଙ୍କ ପରିବାର ଓ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଶୁକ୍ରବାର ଉତ୍ତେଜନା ଦେଖାଦେଇଥିଲା। ମୃତଦେହକୁ କୌଣସି ଯାନରେ ନେବାକୁ...

ଆଜି କେସିସିବି ଉପାଧ୍ୟକ୍ଷା ଲାଗି ନାମାଙ୍କନ ଦାଖଲ

ଖୋର୍ଦ୍ଧା ଅଫିସ,୨୧ା୧୦: ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ (କେସିସିବି) ପରିଚାଳନା ପରିଷଦ ଉପାଧ୍ୟକ୍ଷ ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ଏହି ପଦବୀ ପାଇଁ ସୋମବାର...

କରୋନାରୁ ଆରୋଗ୍ୟ ପାଇଁ ଆୟୁର୍ବେଦ ଔଷଧ ବ୍ୟବହାରକୁ ସ୍ବାଗତ

କଟକ ଅଫିସ୍‌,୯।୫: କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଡା. ହର୍ଷବର୍ଦ୍ଧନ, କେନ୍ଦ୍ର ଆୟୁଷ ବିଭାଗ ମନ୍ତ୍ରୀ ଶ୍ରୀପଦ ନାୟକ ଏବଂ ଆୟୁଷ ମନ୍ତ୍ରଣାଳୟର ସଚିବ ବୈଦ ରାଜେଶ...

Advertisement
Archives

Model This Week