ଅବାଧରେ ଚାଲିଛି ବାଲି ଚୋରାଚାଲାଣ

ଖଡ଼ିଆଳ,୮ା୮(ଡି.ଏନ୍‌.ଏ.): ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକରେ ଥିବା ସୁନ୍ଦରନଦୀର ଅନେକ ସ୍ଥାନରେ ସରକାରୀ ସ୍ବୀକୃତିପ୍ରାପ୍ତ ବାଲିଘାଟ ରହିଛି। ହେଲେ ସେହି ବାଲିଘାଟଗୁଡିକ ୨୦୨୧-୨୨ ମସିହା ପାଇଁ ନିଲାମ ହୋଇ ନ ଥିବାରୁ ଅବାଧରେ ବାଲି ଚୋରା ଚାଲାଣ ହେଉଛି। ଅସାଧୁ ବ୍ୟବସାୟୀମାନେ ବାଲି ଚୋରା ଚାଲାଣ କରି ମାଲେମାଲ ହେଉଥିବାବେଳେ ସରକାରଙ୍କ ରାଜସ୍ବହାନୀ ଘଟୁଛି। ଏହା ସହିତ ବାଲି ବ୍ୟବସାୟୀମାନେ ବାଲିକୁ ଅଧିକ ଦରରେ ବିକ୍ରୟ କରୁଥିବାରୁ ସାଧରଣରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ସରକାର ଗରିବ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରି ଘର ଖଣ୍ଡିଏ ତିଆରି କରିବାକୁ ଦେଉଥିବାବେଳେ ବାଲିର ଅଧିକ ଦର ଯୋଗୁ କିଣିବା ସେମାନଙ୍କ ପକ୍ଷେ କଷ୍ଟକର ହୋଇପଡ଼ୁଛି। ପ୍ରତି ଟ୍ରାକ୍ଟର ବା ପ୍ରତି ଗାଡି ପିଛା ୨୫୦୦ ରୁ ୩୦୦୦ ଟଙ୍କା ଥିବାରୁ ଗରିବ ଲୋକମାନେ ବାଲି କିଣି ନିଜ ଆବାସ ନିର୍ମାଣ କରି ପାରୁନାହାନ୍ତି। ଫଳରେ ସେମାନଙ୍କ ଘର କାର୍ଯ୍ୟ ଆଗେଇ ପାରୁନାହିଁ। ଅନ୍ୟପକ୍ଷରେ ପ୍ରଶାସନ ତୁରନ୍ତ ଆବାସ ନିର୍ମାଣ କରିବାକୁ ଚାପ ପକାଉଛନ୍ତି। ବର୍ତ୍ତମାନ ଖଡ଼ିଆଳ ସହରରେ କେତେଜଣ ବାଲି ବ୍ୟବସାୟୀ ପ୍ରଶାସନିକ ଦେଖାଣିଆ ଭାବରେ ଗୋଟିଏ ହାଇଓ୍ବା ଟ୍ରକ୍‌ରେ ବାଲି ରୟାଲିଟି ଦେଇ ଖଡ଼ିଆଳରେ ଆଣି ରଖୁଛନ୍ତି। ସେହି ଗୋଟିଏ ଟ୍ରିପ ହାଇଓ୍ବା ବାଲିକୁ ୫/୬ ଟ୍ରାକ୍ଟରରେ ଭର୍ତ୍ତିକରି ବିକ୍ରି କରୁଛନ୍ତି। ବାଲି ବ୍ୟବସାୟୀମାନେ ରାତିରେ ସୁନ୍ଦରନଦୀର ବିଭିନ୍ନ ବାଲିଘାଟରୁ ବାଲି ଉଠାଇ ଖଡ଼ିଆଳରେ ଆଣି ରଖୁଛନ୍ତି। ପରେ ସେମାନେ ପଡ଼ୋଶୀ ବଲାଙ୍ଗୀର ଜିଲାର ଯେଉଁଘାଟ ନିଲାମ ହୋଇଛି, ସେହିଘାଟରୁ ବାଲି ଆଣିଛନ୍ତି କହି ରୟାଲିଟି କାଟୁଛନ୍ତି। ବାଲି ବ୍ୟବସାୟୀମାନେ ସ୍ଥାନୀୟ ପ୍ରଶାସନକୁ ହାତକରି ନିଲାମ ହୋଇ ନ ଥିବା ସୁନ୍ଦର ନଦୀର ବିଭିନ୍ନ ବାଲିଘାଟରୁ ବାଲି ଉଠାଣ କରି ବିକ୍ରି କରୁଥିବା ଯୋଗୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ସୁନ୍ଦର ନଦୀର ବିଭିନ୍ନ ବାଲିଘାଟରୁ ଦିନ ଓ ରାତି ଶହ ଶହ ଟ୍ରାକ୍ଟରରେ ବାଲି ଚୋରା ଚାଲାଣ କରାଯାଉଥିବାବେଳେ କେବଳ ଲୋକ ଦେଖାଣିଆ ଭାବରେ ପ୍ରଶାସନ ସପ୍ତାହକୁ ଗୋଟିଏ କି ଦୁଇଟି ଟ୍ରାକ୍ଟର ଧରି ଜରିମାନା ଆଦାୟ କରି ନିରବ ରହୁଛି। ପ୍ରଶାସନର ଏହି ନିରବତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟ ପକ୍ଷରେ ଖଡ଼ିଆଳ ସହରର ଅନେକ ସ୍ଥାନରେ ଓ ପ୍ରତ୍ୟେକ ନଦୀ ପାର୍ଶ୍ୱବର୍ତ୍ତି ଗ୍ରାମ ନିକଟରେ ବାଲିବ୍ୟବସାୟୀମାନେ ଟ୍ରିପ ଟ୍ରିପ ବାଲି ରଖି ଅଧିକ ଦରରେ ବିକ୍ରି କରୁଛନ୍ତି। ସେହି ବାଲି ଆସିଲା କେଉଁଠୁ ବୋଲି ଲୋକେ ପ୍ରଶାସନକୁ ପ୍ରଶ୍ନ କରିଛନ୍ତି। ବିଶେଷ ସୂତ୍ରରୁ ଜଣାପଡ଼ିଛି ଯେ, ବିଗତ ବର୍ଷମାନଙ୍କରେ ସୁନ୍ଦରନଦୀର ବାଲିଘାଟ ନିଲାମ ନେଇଥିବା ଠିକାଦାରମାନେ ନିର୍ଦ୍ଧାରିତ ଦରଠାରୁ ଅଧିକ ଟଙ୍କା ରାଜସ୍ବ ବିଭାଗକୁ ପଇଠ କରି ନ ଥିବାବେଳେ ନଦୀଘାଟରୁ ଯେତିକି ବାଲି ଉଠାଇବା ନିୟମ ଅଛି ଠାରୁ ବହୁତ ଅଧିକ ବାଲି ଉଠାଇଛନ୍ତି। ଫଳରେ ସରକାର ଲକ୍ଷ ଲକ୍ଷ ଟଙ୍କାର ରାଜସ୍ବ ହରାଉଛନ୍ତି। ବାଲି ବ୍ୟବସାୟୀଙ୍କୁ ସହଯୋଗ କରୁଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି। ଏନେଇ ଖଡ଼ିଆଳ ଅତିରିକ୍ତ ତହସିଲଦାର ଭୂପେନ୍ଦ୍ର ସିଂଙ୍କୁ ପଚାରିବାରୁ ବାଲିଘାଟ ନିଲାମ ପାଇଁ କିଛି ଦିନ ମଧ୍ୟରେ ବିଜ୍ଞପ୍ତି ବାହାରିବ ପରେ ନିଲାମ ହେବ ବୋଲି ପ୍ରକାଶ କରିଥିଲେ। ଜିଲା ପ୍ରଶାସନ ଏହି ବାଲିଘାଟ ପ୍ରତି ଦୃଷ୍ଟି ଦେଇ କିପରି ବାଲି ଚୋରା ଚାଲାଣ ବନ୍ଦ ହେବ ପଦକ୍ଷେପ ନେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

ଖେଳିବା ବୟସରେ ହାତରେ ଭିକ୍ଷାଥାଳ

ରାଉରକେଲା,୨୫ା୪(ବିପ୍ଲବ ରଞ୍ଜନ ଦାଶ)ରାଉରକେଲାର ପ୍ରସିଦ୍ଧ ବେଦବ୍ୟାସ ପୀଠରେ କୋମଳମତି ପିଲାମାନେ ଭିକ୍ଷାଥାଳ ଧରି ଭିକ୍ଷାବୃତ୍ତି କରୁଛନ୍ତି। ଚିନ୍ତାର ବିଷୟ, ଯେଉଁ କୋମଳମତି ଶିଶୁମାନେ ଭିକ୍ଷାବୃତ୍ତି କରୁଛନ୍ତି...

ମେ ୧୦ରୁ ରବିଧାନ ସଂଗ୍ରହ

ସମ୍ବଲପୁର,୨୫ା୪(ପ୍ରମୋଦ ବହିଦାର)ଆସନ୍ତା ମେ ୧୦ରୁ ସମ୍ବଲପୁର ଜିଲାରେ ଚଳିତବର୍ଷ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ଧାନ ସଂଗ୍ରହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri