ଅବାଧରେ ଚାଲିଛି ବାଲି ଚୋରାଚାଲାଣ

ଖଡ଼ିଆଳ,୮ା୮(ଡି.ଏନ୍‌.ଏ.): ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକରେ ଥିବା ସୁନ୍ଦରନଦୀର ଅନେକ ସ୍ଥାନରେ ସରକାରୀ ସ୍ବୀକୃତିପ୍ରାପ୍ତ ବାଲିଘାଟ ରହିଛି। ହେଲେ ସେହି ବାଲିଘାଟଗୁଡିକ ୨୦୨୧-୨୨ ମସିହା ପାଇଁ ନିଲାମ ହୋଇ ନ ଥିବାରୁ ଅବାଧରେ ବାଲି ଚୋରା ଚାଲାଣ ହେଉଛି। ଅସାଧୁ ବ୍ୟବସାୟୀମାନେ ବାଲି ଚୋରା ଚାଲାଣ କରି ମାଲେମାଲ ହେଉଥିବାବେଳେ ସରକାରଙ୍କ ରାଜସ୍ବହାନୀ ଘଟୁଛି। ଏହା ସହିତ ବାଲି ବ୍ୟବସାୟୀମାନେ ବାଲିକୁ ଅଧିକ ଦରରେ ବିକ୍ରୟ କରୁଥିବାରୁ ସାଧରଣରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ସରକାର ଗରିବ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରି ଘର ଖଣ୍ଡିଏ ତିଆରି କରିବାକୁ ଦେଉଥିବାବେଳେ ବାଲିର ଅଧିକ ଦର ଯୋଗୁ କିଣିବା ସେମାନଙ୍କ ପକ୍ଷେ କଷ୍ଟକର ହୋଇପଡ଼ୁଛି। ପ୍ରତି ଟ୍ରାକ୍ଟର ବା ପ୍ରତି ଗାଡି ପିଛା ୨୫୦୦ ରୁ ୩୦୦୦ ଟଙ୍କା ଥିବାରୁ ଗରିବ ଲୋକମାନେ ବାଲି କିଣି ନିଜ ଆବାସ ନିର୍ମାଣ କରି ପାରୁନାହାନ୍ତି। ଫଳରେ ସେମାନଙ୍କ ଘର କାର୍ଯ୍ୟ ଆଗେଇ ପାରୁନାହିଁ। ଅନ୍ୟପକ୍ଷରେ ପ୍ରଶାସନ ତୁରନ୍ତ ଆବାସ ନିର୍ମାଣ କରିବାକୁ ଚାପ ପକାଉଛନ୍ତି। ବର୍ତ୍ତମାନ ଖଡ଼ିଆଳ ସହରରେ କେତେଜଣ ବାଲି ବ୍ୟବସାୟୀ ପ୍ରଶାସନିକ ଦେଖାଣିଆ ଭାବରେ ଗୋଟିଏ ହାଇଓ୍ବା ଟ୍ରକ୍‌ରେ ବାଲି ରୟାଲିଟି ଦେଇ ଖଡ଼ିଆଳରେ ଆଣି ରଖୁଛନ୍ତି। ସେହି ଗୋଟିଏ ଟ୍ରିପ ହାଇଓ୍ବା ବାଲିକୁ ୫/୬ ଟ୍ରାକ୍ଟରରେ ଭର୍ତ୍ତିକରି ବିକ୍ରି କରୁଛନ୍ତି। ବାଲି ବ୍ୟବସାୟୀମାନେ ରାତିରେ ସୁନ୍ଦରନଦୀର ବିଭିନ୍ନ ବାଲିଘାଟରୁ ବାଲି ଉଠାଇ ଖଡ଼ିଆଳରେ ଆଣି ରଖୁଛନ୍ତି। ପରେ ସେମାନେ ପଡ଼ୋଶୀ ବଲାଙ୍ଗୀର ଜିଲାର ଯେଉଁଘାଟ ନିଲାମ ହୋଇଛି, ସେହିଘାଟରୁ ବାଲି ଆଣିଛନ୍ତି କହି ରୟାଲିଟି କାଟୁଛନ୍ତି। ବାଲି ବ୍ୟବସାୟୀମାନେ ସ୍ଥାନୀୟ ପ୍ରଶାସନକୁ ହାତକରି ନିଲାମ ହୋଇ ନ ଥିବା ସୁନ୍ଦର ନଦୀର ବିଭିନ୍ନ ବାଲିଘାଟରୁ ବାଲି ଉଠାଣ କରି ବିକ୍ରି କରୁଥିବା ଯୋଗୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ସୁନ୍ଦର ନଦୀର ବିଭିନ୍ନ ବାଲିଘାଟରୁ ଦିନ ଓ ରାତି ଶହ ଶହ ଟ୍ରାକ୍ଟରରେ ବାଲି ଚୋରା ଚାଲାଣ କରାଯାଉଥିବାବେଳେ କେବଳ ଲୋକ ଦେଖାଣିଆ ଭାବରେ ପ୍ରଶାସନ ସପ୍ତାହକୁ ଗୋଟିଏ କି ଦୁଇଟି ଟ୍ରାକ୍ଟର ଧରି ଜରିମାନା ଆଦାୟ କରି ନିରବ ରହୁଛି। ପ୍ରଶାସନର ଏହି ନିରବତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟ ପକ୍ଷରେ ଖଡ଼ିଆଳ ସହରର ଅନେକ ସ୍ଥାନରେ ଓ ପ୍ରତ୍ୟେକ ନଦୀ ପାର୍ଶ୍ୱବର୍ତ୍ତି ଗ୍ରାମ ନିକଟରେ ବାଲିବ୍ୟବସାୟୀମାନେ ଟ୍ରିପ ଟ୍ରିପ ବାଲି ରଖି ଅଧିକ ଦରରେ ବିକ୍ରି କରୁଛନ୍ତି। ସେହି ବାଲି ଆସିଲା କେଉଁଠୁ ବୋଲି ଲୋକେ ପ୍ରଶାସନକୁ ପ୍ରଶ୍ନ କରିଛନ୍ତି। ବିଶେଷ ସୂତ୍ରରୁ ଜଣାପଡ଼ିଛି ଯେ, ବିଗତ ବର୍ଷମାନଙ୍କରେ ସୁନ୍ଦରନଦୀର ବାଲିଘାଟ ନିଲାମ ନେଇଥିବା ଠିକାଦାରମାନେ ନିର୍ଦ୍ଧାରିତ ଦରଠାରୁ ଅଧିକ ଟଙ୍କା ରାଜସ୍ବ ବିଭାଗକୁ ପଇଠ କରି ନ ଥିବାବେଳେ ନଦୀଘାଟରୁ ଯେତିକି ବାଲି ଉଠାଇବା ନିୟମ ଅଛି ଠାରୁ ବହୁତ ଅଧିକ ବାଲି ଉଠାଇଛନ୍ତି। ଫଳରେ ସରକାର ଲକ୍ଷ ଲକ୍ଷ ଟଙ୍କାର ରାଜସ୍ବ ହରାଉଛନ୍ତି। ବାଲି ବ୍ୟବସାୟୀଙ୍କୁ ସହଯୋଗ କରୁଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି। ଏନେଇ ଖଡ଼ିଆଳ ଅତିରିକ୍ତ ତହସିଲଦାର ଭୂପେନ୍ଦ୍ର ସିଂଙ୍କୁ ପଚାରିବାରୁ ବାଲିଘାଟ ନିଲାମ ପାଇଁ କିଛି ଦିନ ମଧ୍ୟରେ ବିଜ୍ଞପ୍ତି ବାହାରିବ ପରେ ନିଲାମ ହେବ ବୋଲି ପ୍ରକାଶ କରିଥିଲେ। ଜିଲା ପ୍ରଶାସନ ଏହି ବାଲିଘାଟ ପ୍ରତି ଦୃଷ୍ଟି ଦେଇ କିପରି ବାଲି ଚୋରା ଚାଲାଣ ବନ୍ଦ ହେବ ପଦକ୍ଷେପ ନେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପିଏମ ମୋଦିଙ୍କ ସ୍ବାଗତ ପୂର୍ବରୁ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା: ସାରା ବିଶ୍ୱରେ ପଡିଗଲା ଚହଳ

ୱେଲିଂଟନ,୯।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ୩ଟି ଦେଶ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଏବେ ଅଷ୍ଟ୍ରେଲିଆରେ ପହଞ୍ଚିଛନ୍ତି। ଅଷ୍ଟ୍ରେଲିଆ ଗସ୍ତ ଶେଷ କରି ସେ ସେଠାରୁ ସିଧାସଳଖ…

ଜନ୍ମଦିନରେ ଘରକୁ ଫେରିଲା ଖେଳାଳିଙ୍କ ପାର୍ଥିବ ଶରୀର, କାନ୍ଦୁଛି ପୂରା ପରିବାର; ଆଖି ଭିଜାଇ ଦେବ ଏହି ଦୃଶ୍ୟ

କାବୁଲ: ଯେଉଁ ଦିନ ଜନ୍ମଦିନର ଖୁସି ମନାଯାଇଥାନ୍ତା, ସେହି ଦିନ ଘରକୁ ଫେରିଲା ପାର୍ଥିବ ଶରୀର। ଆଫଗାନିସ୍ତାନର ପୂର୍ବତନ ଦ୍ରୁତ ବୋଲର ଶାପୁର ଜାଦ୍ରନଙ୍କ ଦେହାନ୍ତ ପରେ…

ଇଟାର ଜବାବ ପଥରରେ ଦେବୁ: ଆମେରିକାକୁ ଚେତାବନୀ ଦେଲା ଇରାନ

ଓ୍ବାଶିଂଟନ୍‌,୯।୭: ଆମେରିକା ପୁଣିଥରେ ଇରାନର ଅନେକ ସ୍ଥାନକୁ ଟାର୍ଗେଟ କରିଛି। ଇରାନ ଜୋରଦାର ପ୍ରତିକ୍ରିୟା ଦେଇ ବାହାରିନ ଏବଂ କୁଏତରେ ଥିବା ସ୍ଥାନଗୁଡ଼ିକୁ ଆକ୍ରମଣ କରିଛି। ଏହା…

ପତ୍ନୀ ଗୌରୀଙ୍କୁ ଏଭଳି ଉପହାର ଦେଲେ ଆମିର, ଯାହାକୁ ୧୩୧ ଜଣ କାରିଗର ମିଶି ୨୫୬ ଘଣ୍ଟାରେ କରିଛନ୍ତି ପ୍ରସ୍ତୁତ

ମୁମ୍ବାଇ: ବଲିଉଡର ସୁପରଷ୍ଟାର ଆମିର ଖାନ ଏବଂ ଗୌରୀ ସ୍ପ୍ରାଟ୍‌ ପରସ୍ପର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ନିକଟରେ ବାନ୍ଦ୍ରାସ୍ଥିତ ନିଜ ବାସଭବନରେ ପରିବାର ଏବଂ କିଛି…

ଲୋୟର ସୁକ୍‌ତେଲ ଜଳଭଣ୍ଡାର: ବଢୁଛି ଜଳସ୍ତର, ଲୋକେ ଅଟଳ

ବଲାଙ୍ଗୀର,୯ା୭(ବୀରେନ୍ଦ୍ର କୁମାର ଝାଙ୍କର):ଗତ କିଛି ଦିନର ଲଗାଣ ବର୍ଷା ଫଳରେ ବଲାଙ୍ଗୀର ଜିଲାର ଲୋୟର ସୁକ୍‌ତେଲ ଡ୍ୟାମ୍‌ରେ କ୍ଷୀପ୍ର ଗତିରେ ଜଳସ୍ତର ବଢ଼ିବାରେ ଲାଗିଛି। ଜଳସ୍ତର ବଢ଼ିବା…

ମାଙ୍କଡ଼ କାମୁଡାରେ ୫ ଆହତ: ବନବିଭାଗକୁ ଚିଠି ଲେଖିଲେ ସମିତି ସଭ୍ୟ ଧ୍ରୁବ

ଗଞ୍ଜାମ,୯।୭(ବିଦ୍ୟାଧର ସାହୁ ): ହୁମା ଓ ଆଖପାଖ ଅଞ୍ଚଳରେ ପାତି ମାଙ୍କଡ଼ଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବୃଦ୍ଧି ପାଉଛି । ଘର ଉପକରଣ ପାଇଁ ଜଙ୍ଗଲ ସଫା…

ମଝି ଚିଲିକାରେ ଦୋହଲିଲା ଯାତ୍ରୀବାହୀ ଲଞ୍ଚ୍‌: ହୋହଲ୍ଲା ପରେ…

କୃଷ୍ଣପ୍ରସାଦ,୯।୭(କୈଳାଶ ଚନ୍ଦ୍ର ପଟ୍ଟନାୟକ):ଖୋର୍ଦ୍ଧା ଜିଲା ବାଲୁଗାଁଠାରୁ ପୁରୀ ଜିଲା କୃଷ୍ଣପ୍ରସାଦ ଗଡ଼ ଯାଏ ଓଡିଶା ବନ୍ଦର ଅନ୍ତରଦେଶୀୟ ଜଳପଥ ପରିବହନ ବିଭାଗ ତରଫରୁ ପ୍ରତିଦିନ ଯାତ୍ରୀବାହୀ ଲଞ୍ଚ…

ବିଦ୍ୟାଳୟର ନୂତନ ପରିଚାଳନା କମିଟି ଗଠନ: ସଭାପତି, ଉପସଭାନେତ୍ରୀ ଭାବେ ମନୋନୀତ ହେଲେ ଏମାନେ…

ଲାଞ୍ଜିଗଡ,୯।୭(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପରିଚାଳନା କମିଟି ଗଠନ ବୁଧବାର ଅନୁଷ୍ଠିତ ହୋଇଯାଇଛିI ବିଦ୍ୟାଳୟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri