ପିଲାଙ୍କ କୃମି ସମସ୍ୟା ଓ ନିରାକରଣ

ସୁସ୍ଥ ଓ ନୀରୋଗ ରହିବା ପାଇଁ କିଏ ବା ନ ଚାହେଁ? ବିଭିନ୍ନ ପ୍ରକାର ପ୍ରତିରୋଧମୂଳକ ପଦକ୍ଷେପ ଗ୍ରହଣ କରି ନୀରୋଗ ରହିବାର ବାଟ ଆମେ ସମସ୍ତେ ଖୋଜିଥାଉ। ଏକ ଆନନ୍ଦଦାୟକ ଜୀବନ ଶୈଳୀ ପାଇଁ ଆମେ ସର୍ବଦା ଚେଷ୍ଟିତ। ତେବେ କେତେକ ଏପରି ରୋଗ ଅଛି, ଯାହାକି ଅଜାଣତରେ ଆମର ଶତ୍ରୁ ପାଲଟିଯାଇଥାଏ। ସେଥିମଧ୍ୟରୁ କୃମି ରୋଗ ହେଉଛି ଅନ୍ୟତମ। ବିଶେଷକରି ପିଲାଙ୍କ କୃମି ରୋଗ ହେଉଛି ଅନ୍ୟତମ। ପ୍ରତିବର୍ଷ ସରକାରଙ୍କ ତରଫରୁ ଗୋଟିଏ ଦିନକୁ ଜାତୀୟ କୃମିନାଶକ ଦିବସ ଭାବରେ ପାଳନ କରାଯାଇଥାଏ। ବର୍ଷକୁ ସାଧାରଣତଃ ଦୁଇଥର ଅଗଷ୍ଟ ଓ ଫେବୃୟାରୀ ମାସର ନିର୍ଦ୍ଦିଷ୍ଟ ଦିନ ପାଳନ କରାଯାଏ। ଏହି ଦିନ ୧ ବର୍ଷରୁ ୧୯ ବର୍ଷର ପ୍ରତ୍ୟେକ ପିଲାଙ୍କୁ କୃମିନାଶକ ବଟିକା ଦିଆଯାଏ। ଏହା ଆମ ସରକାରଙ୍କ ତରଫରୁ ମାଗଣାରେ ଯୋଗାଇ ଦିଆଯାଏ।
କୃମି ସଂକ୍ରମଣ ଦ୍ୱାରା ଶିଶୁଙ୍କ ସ୍ବାସ୍ଥ୍ୟ ଉପରେ ପ୍ରଭାବ: ଅନେକ ସମୟରେ କୃମି ସଂକ୍ରମଣ ଯୋଗୁ ପିଲାଙ୍କଠାରେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଇଥାଏ। ସେଗୁଡିକ ମଧ୍ୟରେ କିଛି କାରଣ ହେଲା ରକ୍ତହୀନତା, ଭୋକ ନ ଲାଗିବା, କୁପୋଷଣ, ଦୁର୍ବଳ ଓ ଉଦ୍‌ବେଗ ଅନୁଭବ କରିବା, ପେଟ କାଟିବା, ବାନ୍ତି ହେବା, ତରଳ ଝାଡ଼ା, ଓଜନ କମ୍‌ ହେବା।
କୃମି ନିୟନ୍ତ୍ରଣ କରିବା କିପରି: କୃମି ଥିଲେ ଅନେକ ସମୟରେ ପିଲାମାନେ ପିଚା ଭିତରେ କୁଣ୍ଡାଇ ଥାଆନ୍ତି। ଏଥିରୁ ଆମେ ଅନୁମାନ କରିପାରିବା ବା ଅନେକ ସମୟରେ ପିଲାଙ୍କ ଝାଡ଼ାରେ କୃମି ଆସନ୍ତି। ଆମ ଶରୀରରେ କୃମି ନିୟନ୍ତ୍ରିତ ହେଲେ ରକ୍ତହୀନତା ହେବ ନାହିଁ। ଅର୍ଥାତ୍‌ ଆମର ଲୋହିତ ରକ୍ତକଣିକାର ପରିମାଣ ବୃଦ୍ଧି ହେବ। ଆମର ପୋଷଣ ସ୍ତରରେ ଉନ୍ନତି ହେବ। ପିଲାଙ୍କୁ ପାଠପଢ଼ା ପ୍ରତି ଆଗ୍ରହ ଦେଖାଯିବ ଓ ବିଦ୍ୟାଳୟକୁ ନିୟମିତ ଯାଇପାରିବେ।
କୃମିନାଶକ ବଟିକା କିପରି କାମ କରେ: କୃମିନାଶକ ବଟିକା ଖାଇବା ଦ୍ୱାରା ପିଲାଙ୍କ ପୂର୍ଣ୍ଣାଙ୍ଗ ଶାରୀରିକ ଓ ମାନସିକ ଦକ୍ଷତା ବୃଦ୍ଧି ପାଇପାରିବ। କୃମିନାଶକ ବଟିକା ଆଲବେଣ୍ଡାଜୋଲ୍‌ ଖାଇବା ଦ୍ୱାରା କୌଣସି ପ୍ରତିକୂଳ ପ୍ରଭାବ ପଡେ ନାହିଁ। ଏହା ସମ୍ପୂର୍ଣ୍ଣ ନିରାପଦ। ବେଳେ ବେଳେ ବଟିକା ତଣ୍ଟିରେ ଲାଖିଯାଏ। ଏଣୁ ଏହାକୁ ସର୍ବଦା ଚକୋଲେଟ ପରି ଖାଇବା ଉଚିତ ବା ଚୋବାଇ ଚୋବାଇ ଖାଇପାରିବେ। କେଉଁଠାରେ ଖାଇବେ ଓ କେଉଁଠାରେ ଦିଆଯାଏ: ଏହା ପ୍ରତ୍ୟେକ ଅଙ୍ଗନଓ୍ବାଡି କେନ୍ଦ୍ରରେ ଶିଶୁମାନଙ୍କୁ ଯୋଗାଇ ଦିଆଯାଇଥାଏ। ସେହିପରି ବିଦ୍ୟାଳୟକୁ ଯାଉଥିବା ଛାତ୍ରୀଛାତ୍ର ସ୍କୁଲରେ ଏହି ବଟିକା ଖାଇପାରିବେ। ଅଣପଞ୍ଜୀକୃତ ଓ ବିଦ୍ୟାଳୟକୁ ଯାଉ ନ ଥିବା ପିଲା ମଧ୍ୟ ଏହା ଖାଇପାରିବେ। ସେମାନେ ସ୍ବାସ୍ଥ୍ୟ କର୍ମୀଙ୍କଠାରୁ ଏହା ଖାଇବେ। ଏହା ପ୍ରଶିକ୍ଷିତ ଶିକ୍ଷକ ଓ କର୍ମଚାରୀଙ୍କ ତତ୍ତ୍ୱାବଧାନରେ ଦିଆଯିବ।
କୃମି ସଂକ୍ରମଣରୁ ଦୂରେଇ ରହିବାର ଉପାୟ: ସର୍ବଦା ବିଶୁଦ୍ଧ ପାନୀୟ ଜଳ ବ୍ୟବହାର କରିବା। ଖୋଲାରେ ମଳତ୍ୟାଗ କରିବା ନାହିଁ। ସବୁବେଳେ ଶୌଚାଳୟ ବ୍ୟବହାର କରିବା। ଖାଲିପାଦରେ ଚାଲିବା ନାହଁ। ନିୟମିତ ଜୋତା, ଚପଲ ବ୍ୟବହାର କରିବା। ନିଜ ପରିବେଶ ଓ ଚତୁଃପାଶର୍‌ବ ପରିଷ୍କାର ରଖିବା। ନିଜ ନଖ ପରିଷ୍କାର ରଖିବା ଓ ଛୋଟ ରଖିବା। ଖାଇବା ପୂର୍ବରୁ ଓ ଶୌଚ ପରେ ସାବୁନରେ ଭଲ ଭାବରେ ହାତ ଧୋଇବା। ଖାଦ୍ୟପଦାର୍ଥକୁ ସର୍ବଦା ଘୋଡ଼ାଇ ରଖିବା। ପନିପରିବା ବ୍ୟବହାର କରିବା ପୂର୍ବରୁ ଭଲ ଭାବରେ ପାଣିରେ ଧୋଇବା।

ବିରାଟରାଜା ପଧାନ
-ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ, ଝାରସୁଗୁଡ଼ା
ମୋ: ୯୪୩୯୯୮୯୯୪୧


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri