ପିଲାଙ୍କ କୃମି ସମସ୍ୟା ଓ ନିରାକରଣ

ସୁସ୍ଥ ଓ ନୀରୋଗ ରହିବା ପାଇଁ କିଏ ବା ନ ଚାହେଁ? ବିଭିନ୍ନ ପ୍ରକାର ପ୍ରତିରୋଧମୂଳକ ପଦକ୍ଷେପ ଗ୍ରହଣ କରି ନୀରୋଗ ରହିବାର ବାଟ ଆମେ ସମସ୍ତେ ଖୋଜିଥାଉ। ଏକ ଆନନ୍ଦଦାୟକ ଜୀବନ ଶୈଳୀ ପାଇଁ ଆମେ ସର୍ବଦା ଚେଷ୍ଟିତ। ତେବେ କେତେକ ଏପରି ରୋଗ ଅଛି, ଯାହାକି ଅଜାଣତରେ ଆମର ଶତ୍ରୁ ପାଲଟିଯାଇଥାଏ। ସେଥିମଧ୍ୟରୁ କୃମି ରୋଗ ହେଉଛି ଅନ୍ୟତମ। ବିଶେଷକରି ପିଲାଙ୍କ କୃମି ରୋଗ ହେଉଛି ଅନ୍ୟତମ। ପ୍ରତିବର୍ଷ ସରକାରଙ୍କ ତରଫରୁ ଗୋଟିଏ ଦିନକୁ ଜାତୀୟ କୃମିନାଶକ ଦିବସ ଭାବରେ ପାଳନ କରାଯାଇଥାଏ। ବର୍ଷକୁ ସାଧାରଣତଃ ଦୁଇଥର ଅଗଷ୍ଟ ଓ ଫେବୃୟାରୀ ମାସର ନିର୍ଦ୍ଦିଷ୍ଟ ଦିନ ପାଳନ କରାଯାଏ। ଏହି ଦିନ ୧ ବର୍ଷରୁ ୧୯ ବର୍ଷର ପ୍ରତ୍ୟେକ ପିଲାଙ୍କୁ କୃମିନାଶକ ବଟିକା ଦିଆଯାଏ। ଏହା ଆମ ସରକାରଙ୍କ ତରଫରୁ ମାଗଣାରେ ଯୋଗାଇ ଦିଆଯାଏ।
କୃମି ସଂକ୍ରମଣ ଦ୍ୱାରା ଶିଶୁଙ୍କ ସ୍ବାସ୍ଥ୍ୟ ଉପରେ ପ୍ରଭାବ: ଅନେକ ସମୟରେ କୃମି ସଂକ୍ରମଣ ଯୋଗୁ ପିଲାଙ୍କଠାରେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଇଥାଏ। ସେଗୁଡିକ ମଧ୍ୟରେ କିଛି କାରଣ ହେଲା ରକ୍ତହୀନତା, ଭୋକ ନ ଲାଗିବା, କୁପୋଷଣ, ଦୁର୍ବଳ ଓ ଉଦ୍‌ବେଗ ଅନୁଭବ କରିବା, ପେଟ କାଟିବା, ବାନ୍ତି ହେବା, ତରଳ ଝାଡ଼ା, ଓଜନ କମ୍‌ ହେବା।
କୃମି ନିୟନ୍ତ୍ରଣ କରିବା କିପରି: କୃମି ଥିଲେ ଅନେକ ସମୟରେ ପିଲାମାନେ ପିଚା ଭିତରେ କୁଣ୍ଡାଇ ଥାଆନ୍ତି। ଏଥିରୁ ଆମେ ଅନୁମାନ କରିପାରିବା ବା ଅନେକ ସମୟରେ ପିଲାଙ୍କ ଝାଡ଼ାରେ କୃମି ଆସନ୍ତି। ଆମ ଶରୀରରେ କୃମି ନିୟନ୍ତ୍ରିତ ହେଲେ ରକ୍ତହୀନତା ହେବ ନାହିଁ। ଅର୍ଥାତ୍‌ ଆମର ଲୋହିତ ରକ୍ତକଣିକାର ପରିମାଣ ବୃଦ୍ଧି ହେବ। ଆମର ପୋଷଣ ସ୍ତରରେ ଉନ୍ନତି ହେବ। ପିଲାଙ୍କୁ ପାଠପଢ଼ା ପ୍ରତି ଆଗ୍ରହ ଦେଖାଯିବ ଓ ବିଦ୍ୟାଳୟକୁ ନିୟମିତ ଯାଇପାରିବେ।
କୃମିନାଶକ ବଟିକା କିପରି କାମ କରେ: କୃମିନାଶକ ବଟିକା ଖାଇବା ଦ୍ୱାରା ପିଲାଙ୍କ ପୂର୍ଣ୍ଣାଙ୍ଗ ଶାରୀରିକ ଓ ମାନସିକ ଦକ୍ଷତା ବୃଦ୍ଧି ପାଇପାରିବ। କୃମିନାଶକ ବଟିକା ଆଲବେଣ୍ଡାଜୋଲ୍‌ ଖାଇବା ଦ୍ୱାରା କୌଣସି ପ୍ରତିକୂଳ ପ୍ରଭାବ ପଡେ ନାହିଁ। ଏହା ସମ୍ପୂର୍ଣ୍ଣ ନିରାପଦ। ବେଳେ ବେଳେ ବଟିକା ତଣ୍ଟିରେ ଲାଖିଯାଏ। ଏଣୁ ଏହାକୁ ସର୍ବଦା ଚକୋଲେଟ ପରି ଖାଇବା ଉଚିତ ବା ଚୋବାଇ ଚୋବାଇ ଖାଇପାରିବେ। କେଉଁଠାରେ ଖାଇବେ ଓ କେଉଁଠାରେ ଦିଆଯାଏ: ଏହା ପ୍ରତ୍ୟେକ ଅଙ୍ଗନଓ୍ବାଡି କେନ୍ଦ୍ରରେ ଶିଶୁମାନଙ୍କୁ ଯୋଗାଇ ଦିଆଯାଇଥାଏ। ସେହିପରି ବିଦ୍ୟାଳୟକୁ ଯାଉଥିବା ଛାତ୍ରୀଛାତ୍ର ସ୍କୁଲରେ ଏହି ବଟିକା ଖାଇପାରିବେ। ଅଣପଞ୍ଜୀକୃତ ଓ ବିଦ୍ୟାଳୟକୁ ଯାଉ ନ ଥିବା ପିଲା ମଧ୍ୟ ଏହା ଖାଇପାରିବେ। ସେମାନେ ସ୍ବାସ୍ଥ୍ୟ କର୍ମୀଙ୍କଠାରୁ ଏହା ଖାଇବେ। ଏହା ପ୍ରଶିକ୍ଷିତ ଶିକ୍ଷକ ଓ କର୍ମଚାରୀଙ୍କ ତତ୍ତ୍ୱାବଧାନରେ ଦିଆଯିବ।
କୃମି ସଂକ୍ରମଣରୁ ଦୂରେଇ ରହିବାର ଉପାୟ: ସର୍ବଦା ବିଶୁଦ୍ଧ ପାନୀୟ ଜଳ ବ୍ୟବହାର କରିବା। ଖୋଲାରେ ମଳତ୍ୟାଗ କରିବା ନାହିଁ। ସବୁବେଳେ ଶୌଚାଳୟ ବ୍ୟବହାର କରିବା। ଖାଲିପାଦରେ ଚାଲିବା ନାହଁ। ନିୟମିତ ଜୋତା, ଚପଲ ବ୍ୟବହାର କରିବା। ନିଜ ପରିବେଶ ଓ ଚତୁଃପାଶର୍‌ବ ପରିଷ୍କାର ରଖିବା। ନିଜ ନଖ ପରିଷ୍କାର ରଖିବା ଓ ଛୋଟ ରଖିବା। ଖାଇବା ପୂର୍ବରୁ ଓ ଶୌଚ ପରେ ସାବୁନରେ ଭଲ ଭାବରେ ହାତ ଧୋଇବା। ଖାଦ୍ୟପଦାର୍ଥକୁ ସର୍ବଦା ଘୋଡ଼ାଇ ରଖିବା। ପନିପରିବା ବ୍ୟବହାର କରିବା ପୂର୍ବରୁ ଭଲ ଭାବରେ ପାଣିରେ ଧୋଇବା।

ବିରାଟରାଜା ପଧାନ
-ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ, ଝାରସୁଗୁଡ଼ା
ମୋ: ୯୪୩୯୯୮୯୯୪୧


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?