ପ୍ରକଳ୍ପ ଥାଇ ଜମି ପଡ଼ିଆ

ରାସୋଳ,୮।୮: ଅଖି ମୁଠି ଅନୁକୂଳ କରି ଜ୍ୟେଷ୍ଠ ମାସରୁ ଅପେକ୍ଷା କରିଛି ଚାଷୀ। ଆଷାଢ଼ ଗଲା। ସରିବାକୁ ବସିଲାଣି ଶ୍ରାବଣ। ଅଥଚ ଯେଉଁ ପରିମାଣର ବର୍ଷା ହେବା କଥା, ତାହା ହେଲାନାହିଁ। ଯଦିଓ ଜୁଲାଇରେ ଜୁନ୍‌ ତୁଳନାରେe ଅପେକ୍ଷାକୃତ ଭଲ ବର୍ଷିଲା, ହେଲେ ପ୍ରଚଣ୍ଡ ଖରା ପାଇଁ ଜମିରେ ପାଣି ରହିଲାନି। ଯେଉଁ କେତେକ ସ୍ଥାନରେ ଭୂଇଁ ବତର ରହିଲା ସେଠାରେ ପାଣି ଅଭାବରୁ ତଳି ରୋଇବା ସହଜ ହେଲାନାହିଁ। ଧିମେଇଗଲା ରୁଆ ସାଙ୍ଗକୁ ବେଉଷଣ। ଅଗଷ୍ଟ ପ୍ରଥମ ସପ୍ତାହରେ ଲଘୁଚାପ ପ୍ରଭାବରେ ଭଲ ବର୍ଷା ହୋଇଥିଲେ ହେଁ ଜମିରେ ପାଣି ରହୁ ନ ଥିବାରୁ ୭୫% ଜମିରେ ଚାଷ କାର୍ଯ୍ୟ ଆରମ୍ଭ ହୋଇପାରିନାହିଁ। ଏହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ରାସୋଳ ଅଞ୍ଚଳର ୧୦ ପଞ୍ଚାୟତର ଚାଷୀ। ୨ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଥିବା ସତ୍ତ୍ୱେ କେନାଲ ପାଣି ତଳମୁଣ୍ଡରେ ପହଞ୍ଚତ୍ ପାରୁ ନ ଥିବାବେଳେ ସମୟ ଗଡ଼ିଯାଉଥିବାରୁ ତଳି ମଧ୍ୟ ବୁଢ଼ା ହେବାକୁ ବସିଲାଣି। ଫଳରେ ଚଳିତବର୍ଷ ଖରିଫ୍‌ ଧାନ ଚାଷ କିପରି ହେବ, ତାହାକୁ ନେଇ ଆଶଙ୍କାରେ ପଡ଼ିଛନ୍ତି ସେମାନେ।
ହିନ୍ଦୋଳ ବ୍ଲକର ଅଧିକାଂଶ ପରିବାର ଚାଷ ଉପରେ ନିର୍ଭରଶୀଳ। ବିଶେଷ କରି ରାସୋଳ, ବୁହାଳିପାଳ, ଦଣ୍ଡିରି, ଖଲିବୋରେଇ, ବାବନ୍ଧ, ଗଣ୍ଡାନାଳି, କୁନୁଆ, ନବକିଶୋରପୁର, ଜରଡ଼ା, ଗିରିଧରପ୍ରସାଦ ପଞ୍ଚାୟତର ୬୦୦୦ ହେକ୍ଟରରୁ ଊର୍ଦ୍ଧ୍ୱ ଜମିରେ ବ୍ୟାପକ ପରିମାଣର ଖରିଫ୍‌ ଧାନ ଚାଷ କରାଯାଇଥାଏ। ସାଧାରଣତଃ ଜୁଲାଇ ଶେଷ ସୁଦ୍ଧା ୫୦% ଏବଂ ଅଗଷ୍ଟ ୧୫ ସୁଦ୍ଧା ରୁଆ କାର୍ଯ୍ୟ ସମ୍ପୂର୍ଣ୍ଣ ଶେଷ ହେବା କଥା। ହେଲେ ଅନିୟମିତ ବୃଷ୍ଟିପାତ ଯୋଗୁ ପ୍ରାୟ ୭୫% ଜମି ପଡ଼ିଆ ପଡ଼ିଛି। ଗତ ଦୁଇଦିନ ହେଲା ଭଲ ବର୍ଷା ହୋଇଥିଲେ ମଧ୍ୟ ଜମି ପାଗ ନ ଥିବାରୁ ବେଶି କିଛି ଲାଭ ମିଳିବନାହିଁ ବୋଲି ଚାଷୀମାନେ କହିଛନ୍ତି।
ବର୍ଷାଭାବ ସମସ୍ୟା ଭିତରେ ଆଉ ଯେଉଁ କଥାଟି ସାମ୍ନାକୁ ଆସିଛି, ତାହା ହେଉଛି କେନାଲ ଜଳ ପରିଚାଳନାରେ ଅବ୍ୟବସ୍ଥା। ଅଞ୍ଚଳର ଜମିକୁ ଜଳଯୋଗାଣ ଲାଗି ସାପୁଆ ଏବଂ କାଳିଯୋଡ଼ି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ କରାଯାଇଛି। ହେଲେ ଦୂରଦୃଷ୍ଟି ଅଭାବ, ପରିତ୍ୟକ୍ତ ହୋଇପଡ଼ିଥିବା କେନାଲ ଏବଂ ତଳମୁଣ୍ଡକୁ ପାଣି ପହଞ୍ଚୁ ନ ଥିବାରୁ ଅଡୁଆ ବଢ଼ିଛି। ସାପୁଆ ଜଳଭଣ୍ଡାରରୁ ରାସୋଳ ମାଇନର କେନାଲ, କୁନୁଆ ସବ୍‌ମାଇନର କେନାଲ, ରାଇଟ୍‌ ମୁଖ୍ୟ କେନାଲ ମାଧ୍ୟମରେ ୨୪୦୦ ହେକ୍ଟର ଜମିକୁ ଜଳସେଚନ ସୁବିଧା ରହିଛି। ଏହାଦ୍ୱାରା ରାସୋଳ, ଦଣ୍ଡିରି, କୁନୁଆ ପଞ୍ଚାୟତ ସମେତ ବୁହାଳିପାଳ ଅଞ୍ଚଳର ଚାଷୀ ଉପକୃତ ହୋଇପାରୁଛନ୍ତି। ତେବେ ଯେତିକି ପାଣି ଛଡ଼ା ଯାଉଛି, ତାହା ତୁଳନାରେ ଚାହିଦା ଅଧିକ ରହୁଥିବାରୁ ତଳମୁଣ୍ଡରେ ପାଣି ପହଞ୍ଚତ୍ପାରୁନାହିଁ। ଏ ସଂକ୍ରାନ୍ତରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ରାମକୃଷ୍ଣ ସାହୁ କୁହନ୍ତି, ଚାଷ କାର୍ଯ୍ୟ ତ୍ୱରାନ୍ବିତ ଲାଗି ଜୁଲାଇ ୧୫ରୁ ପାଣି ମଧ୍ୟ ଛଡ଼ାଯାଇଛି। ଚାଷୀ ଯେପରି କେନାଲର ପାଣିର ସୁବିଧା ନେଇପାରିବେ ସେହି ବ୍ୟବସ୍ଥା କରାଯାଉଛି। ସେହିପରି ବୁହାଳିପାଳସ୍ଥିତ କାଳିଯୋଡ଼ି ପ୍ରୋଜେକ୍ଟ ମାଧ୍ୟମରେ ୪୫୦ ହେକ୍ଟର ଜମିକୁ ଜଳସେଚନ ବ୍ୟବସ୍ଥା ରହିଛି। ତେବେ ପରିଚାଳନା ଓ ରକ୍ଷଣାବେକ୍ଷଣ ଅଭାବରୁ କେନାଲ ପରିତ୍ୟକ୍ତ ହୋଇପଡ଼ିଛି। ତେଣୁ ରାମଚନ୍ଦ୍ରପୁର ପର୍ଯ୍ୟନ୍ତ ପାଣି ମାଡ଼ିବା ସୁବିଧା ଥିଲେ ମଧ୍ୟ ଏହା କେବଳ ବୁହାଳିପାଳ ପଞ୍ଚାୟତ ମଧ୍ୟରେ ସୀମିତ ରହିଯାଇଥିବା ଚାଷୀମାନେ କହିଛନ୍ତି। ଅନ୍ୟପଟେ ଗତ ୪ଦିନ ହେଲା କେନାଲରେ ପାଣି ଛଡ଼ାଯାଇଥିବା କନିଷ୍ଠ ଯନ୍ତ୍ରୀ ଅନିଲ ନାୟକ ସୂଚନା ଦେଇଛନ୍ତି। ଅପରପକ୍ଷେ ସମ୍ପୃକ୍ତ ୧୦ ପଞ୍ଚାୟତରେ ବର୍ଷାଜଳ ସଂରକ୍ଷଣ କରିବା ଲାଗି ୩୫ରୁ ଊର୍ଦ୍ଧ୍ୱ ଚେକ୍‌ଡ୍ୟାମ୍‌ ନିର୍ମାଣ କରାଯାଇଥିଲେ ମଧ୍ୟ ଦୂରଦୃଷ୍ଟି ଅଭାବରୁ ଏହା କାମରେ ଆସୁନାହିଁ।
ଏ ସମ୍ପର୍କରେ ଜିଲା ମୁଖ୍ୟ କୃଷି ଅଧିକାରୀ ଅଂଶୁମାନ ପଟ୍ଟନାୟକ କୁହନ୍ତି, ହିନ୍ଦୋଳ ବ୍ଲକରେ କେଉଁଠି ଅତ୍ୟଧିକ ତ ଅନ୍ୟ କେଉଁଠି କମ୍‌ ବର୍ଷା ହୋଇଛି। ଫଳରେ କେତେକ ସ୍ଥାନରେ ଚାଷ କାର୍ଯ୍ୟ ପ୍ରଭାବିତ ହୋଇଛି। ଚାଷୀମାନେ ଖାଲୁଆ ଜମିରେ ଧାନ ଚାଷ ତ୍ୱରାନ୍ବିତ କରିବା ଆବଶ୍ୟକ। ଅପେକ୍ଷାକୃତ ଢିପ ଜମିରେ ମାଣ୍ଡିଆ ଚାଷ କରିବାକୁ କୃଷି ବିଭାଗ ପକ୍ଷରୁ ପ୍ରୋତ୍ସାହନ ଦିଆଯାଉଛି। ସେହିପରି କେନାଲ ପାଣି ଯେପରି ସବୁ ଅଞ୍ଚଳରେ ପହଞ୍ଚତ୍ବ ସେଥିଲାଗି ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରାଯିବ ବୋଲି ସେ କହିଛନ୍ତି।

(ସରୋଜ କୁମାର ମିଶ୍ର)

 


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀ ଅପହରଣ ମାମଲାରେ ଓଡ଼ିଆ ଅଧ୍ୟାପକ ଗିରଫ

ରାୟଗଡ଼ା,୨୪/୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ଓଡ଼ିଆ ଅଧ୍ୟାପକଙ୍କୁ ନାବାଳିକା ଅପହରଣ ଓ ପ୍ରଲୋଭନ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ମିଳିଥିବା...

ତାଣ୍ଡବ ରଚିଲା କାଳବୈଶାଖୀ: ଭାଙ୍ଗିଲା ଗଛ, ଦୋକାନରୁ ଉଡ଼ିଗଲା ଆଜବେଷ୍ଟ୍‌ସ

ନିରାକାରପୁର,୨୪ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ସମେତ ଏହାର ଆଖପାଖ ଅଞ୍ଚଳରେ ୪୦ ଡିଗ୍ରୀ ତାପମାତ୍ରା ଲାଗିରହିଥିବା ବେଳେ ବୁଧବାର ଅପରାହ୍ନରେ ହଠାତ୍‌ ପାଗର...

ଏହି ୯ ଷ୍ଟେସନରେ ସୁଲଭ ମୂଲ୍ୟରେ ଖାଦ୍ୟ ପ୍ରଦାନ କରିବ ଇଷ୍ଟକୋଷ୍ଟ ରେଲୱେ

ଭୁବନେଶ୍ୱର,୨୪ା୪: କମ୍ ଖର୍ଚ୍ଚରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ବଡ଼ ଖବର। ଭାରତୀୟ ରେଳବାଇ ସହିତ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍...

କୋରାପୁଟ ଲୋକ ସଭା ଆସନରେ ୩ ପ୍ରାର୍ଥୀ, ୩ ବିଧାନସଭା ଆସନରେ ୯ ପ୍ରାର୍ଥୀ ଦାଖଲ କଲେ ନାମାଙ୍କନପତ୍ର

କୋରାପୁଟ,୨୪ା୪(ଅମିତାଭ ବେହେରା): ବୁଧବାର ନାମାଙ୍କନପତ୍ର ଦାଖଲର ଷଷ୍ଠ ଦିନରେ କୋରାପୁଟ ଲୋକ ସଭା ଆସନ ନିମନ୍ତେ ଭାଜପା ସମେତ ୩ ପ୍ରାର୍ଥୀ ସେମାନଙ୍କ ନାମାଙ୍କନପତ୍ର ଦାଖଲ...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଯାଞ୍ଚବେଳେ ବାଇକ୍‌ରୁ ମିଳିଲା ବିପୁଳ ଗଞ୍ଜେଇ: ନଗଦ ଟଙ୍କା ଜବତ, ଅଭିଯୁକ୍ତ ଗିରଫ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ପୋଲିସ ବୁଧବାର ଯାଞ୍ଚବେଳେ ଗଞ୍ଜେଇ ବୋଝେଇ ଏକ ବାଇକ୍‌ ଜବତ କରିଛି। ଏହା ସହିତ ଅଭିଯୁକ୍ତ ଚିତ୍ରେଶ୍ୱର...

ଡେରାବିଶ ବ୍ଲକର ପୂର୍ବତନ କିରାଣି ଭିଜିଲାନ୍ସ କୋର୍ଟରେ ଦଣ୍ଡିତ

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକର ପୂର୍ବତନ କିରାଣି ତଥା ଡିଲିଂ ଆସିଷ୍ଟାଣ୍ଟ ମାଧବ ଚନ୍ଦ୍ର ଆଚାର୍ଯ୍ୟ ଭିଜିଲାନ୍ସ ଅଦାଲତରେ ଦଣ୍ଡିତ ହୋଇଛନ୍ତି। ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri