ଦିଲ୍ଲୀ ଭାଜପା ଅଧ୍ୟକ୍ଷ ଆଦେଶ ଗୁପ୍ତା ଅଟକ
ନୂଆଦିଲ୍ଲୀ, ୭।୬: ଦିଲ୍ଲୀ ଭାଜପା ଅଧ୍ୟକ୍ଷ ଆଦେଶ କୁମାର ଗୁପ୍ତାଙ୍କୁ ପୋଲିସ ଅଟକ ରଖିଛି। ସେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ସରକାରଙ୍କ ନିଷ୍ପତ୍ତି ବିରୋଧରେ ରାଜଘାଟରେ ପ୍ରଦର୍ଶନ କରୁଥିବାବେଳେ ପୋଲିସ ତାଙ୍କୁ ଗିରଫ କରିଛି। ସୋମବାରଠାରୁ ଦିଲ୍ଲୀ ସୀମା ଖୋଲାଯିବ ତେବେ…
ଲକ୍ଡାଉନ୍ ସମୟରେ କାମ ମିଳିଲା: କାର୍ଯ୍ୟ ଅବଧି ବୃଦ୍ଧି କରିବାକୁ ଦାବି କଲେ ଜବକାର୍ଡଧାରୀ
ବନ୍ତ,୭।୬(ଡି.ଏନ୍.ଏ.): କରୋନା ଲକ୍ଡାଉନ୍ ସମୟରେ ଦିନମଜୁରିଆଠାରୁ ପ୍ରବାସୀ ଶ୍ରମିକ ପର୍ଯ୍ୟନ୍ତ ସମସ୍ତେ କାମ ନ ପାଇ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ଭଳିସ୍ଥଳେ ଭଦ୍ରକ ଜିଲା ବନ୍ତ ବ୍ଲକ ପକ୍ଷରୁ ଗୋବିନ୍ଦପୁର ପଞ୍ଚାୟତର ଜବକାର୍ଡଧାରୀଙ୍କୁ ମନରେଗା ଯୋଜନାରେ କାମ ଯୋଗାଇ…
ଛତିଶଗଡ଼ରେ କରୋନା ରୋଗୀ ଓଡ଼ିଶାରେ ଶଟ୍ଡାଉନ୍
ସୋହେଲା, ୭।୬(ଡି.ଏନ୍.ଏ.): ବରଗଡ଼ ଜିଲା ସୋହେଲା ଥାନା ଅନ୍ତର୍ଗତ କରଣ୍ଡୋଲା ପଞ୍ଚାୟତର ଦୁଆନପାଲି ଓ ଅଏଁଲାପାଲି ଗ୍ରାମକୁ ସରପଞ୍ଚ ଶନିବାର ଓ ରବିବାର ଦୁଇଦିନ ଧରି ଶଟ୍ଡାଉନ୍ ଘୋଷଣା କରିଛନ୍ତି । ସୂଚନାନୁଯାୟୀ, କରଣ୍ଡୋଲା ପଞ୍ଚାୟତ ଅନ୍ତର୍ଗତ ସୀମାନ୍ତ ଦାମପାଲି ଗ୍ରାମ…
ଖଲ୍ଲିକୋଟର ୨ ପଞ୍ଚାୟତରେ ୧୫ ପଜିଟିଭ୍ : ୧୦ ଗାଁ କଣ୍ଟେନମେଣ୍ଟ, ୨୨ ଗାଁ ବଫର ଜୋନ୍ ଘୋଷଣା
ଛତ୍ରପୁର,୭।୬(ଡି.ଏନ୍.ଏ.): ଗଞ୍ଜାମ ଜିଲାର ଖଲ୍ଲିକୋଟ ବ୍ଲକର ୧୫ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ବାଦପଲି ପଞ୍ଚାୟତରେ ୧୨ ଜଣ ଓ ଆଇତିପୁର ପଞ୍ଚାୟତରେ ୩ ଜଣ ସମୁଦାୟ ୧୫ ଜଣ ଅଛନ୍ତି। ଏହାପରେ ସଂକ୍ରମଣ ଯେପରି ଆଉ ନ ବ୍ୟାପିବ ସେଥିପାଇଁ ବ୍ଲକର…
ଆରମ୍ଭ ହେଲା କ୍ୟାବିନେଟ୍ ବୈଠକ
ଭୁବନେଶ୍ୱର,୭ା୬(ବ୍ୟୁରୋ): ରବିବାର ଅପରାହ୍ନରେ ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ ଆରମ୍ଭ ହୋଇଛି। ନବୀନ ନିବାସରୁ ଭିଡିଓ କନ୍ଫରେନ୍ସିଂ ଜରିଆରେ ଏହି ବୈଠକ ଆରମ୍ଭ ହୋଇଥିବା ବେଳେ ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତା କରୁଛନ୍ତି।
ରାଜ୍ୟକୁ ଫେରିଛନ୍ତି ୩ ଲକ୍ଷ ଓଡ଼ିଆ
ଭୁବନେଶ୍ୱର,୭।୬(ବ୍ୟୁରୋ): ରାଜ୍ୟକୁ ୨ଶହ ଶ୍ରମିକ ସ୍ପେଶାଲ ଟ୍ରେନ୍ରେ ୩ ଲକ୍ଷ ଓଡ଼ିଆ ଫେରିଛନ୍ତି। ସେମାନଙ୍କର ଥର୍ମାଲ ସ୍କ୍ରିନିଂ କରାଯାଇଛି। ସମସ୍ତଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା ସହ ସେମାନଙ୍କୁ ଜିଲାକୁ ପଠାଯାଇଛି। ବାଧ୍ୟତାମୂଳକ କ୍ୱାରାଣ୍ଟାଇନ୍ରେ ରହିବାର ବ୍ୟବସ୍ଥା କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ…
ସୁନ୍ଦରଗଡ଼ ଜିଲାପାଳ ଦେଲେ ତଥ୍ୟ: ୧୮ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଅଛନ୍ତି ଆର୍ଜିଏଚ୍ର ୨ ଡାକ୍ତର, ୬ କଏଦୀ
ସୁନ୍ଦରଗଡ଼,୭।୬(ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲାରେ ଗତ ୨୪ ଘଣ୍ଟା ମଧ୍ୟରେ ୧୮ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏନେଇ ଜିଲାପାଳ ନିଖିଲ ପଓ୍ବନ କଲ୍ୟାଣଙ୍କ ପକ୍ଷରୁ ଖବରଦାତା ସମ୍ମିଳନୀରେ ତଥ୍ୟ ଦିଆଯାଇଛି। ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୫ଜଣ ପୁରୁଷ ଓ ୩ ମହିଳା…
କରୋନା ଆକ୍ରାନ୍ତ ସୁସ୍ଥ ହେବା ପରେ ମାଷ୍ଟରଟିକ୍ରାରୁ ହଟିଲା କଣ୍ଟେନ୍ମେଣ୍ଟ୍ ଜୋନ୍ କଟକଣା
ବରଗଡ଼ ଅଫିସ,୭ା୬: କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ବରଗଡ଼ ପୌର ପରିଷଦ ଅଧୀନ ଓ୍ବାର୍ଡ ନଂ-୧୪ର ସୁବାସ ନଗର(ମାଷ୍ଟରଟିକ୍ରା) ଏବଂ ସ୍ଥାନୀୟ ଶ୍ରାରାମ ମନ୍ଦିରରୁ ମାଷ୍ଟରଟିକ୍ରା ଛକ ପର୍ଯ୍ୟନ୍ତ ରାସ୍ତାକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଥିଲା। ସେହିପରି ସୁବାସ ନଗର…
କୋଭିଡ-୧୯ ମୃତ୍ୟୁ ସମ୍ପର୍କରେ ତଥ୍ୟ ଦେବେନାହିଁ ବ୍ରାଜିଲ ସରକାର
ରିଓ ଡି ଜେନେରିଓ,୭।୬: କୋଭିଡ-୧୯ ବା କରୋନା ଭାଇରସ ଏବେ ସାରା ବିଶ୍ୱରେ ବ୍ୟାପୀ ଚାଲିଥିବା ବେଳେ ଏ କ୍ଷେତ୍ରରେ ବ୍ରାଜିଲର ସ୍ଥିତି ଉଦ୍ବେଗଜନକ ରହିଛି। ଦିନକୁ ଦିନ ଏଠାରେ ହଜାର ହଜାର ସଂଖ୍ୟାରେ ନୂଆ ରୋଗୀ ଚିହ୍ନଟ ହେଉଥିବା ବେଳେ…
ୟେଦୁରପ୍ପାଙ୍କ ପରେ କିଏ ଧରିବ କର୍ନାଟକ ଭାଜପା ଡୋର: ଦୌଡ଼ରେ ୫
ବେଙ୍ଗାଲୁର, ୭।୬: କକର୍ନାଟକରେ ମୁଖ୍ୟମନ୍ତ୍ରୀ ବି.ଏସ୍. ୟେଦୁରପ୍ପାଙ୍କ ପରେ କିଏ ଭାଜପା ଡୋର ସେନେଇ ନାନା କଳ୍ପନା ଜଳ୍ପନା ଜାରି ରହିଛି। ୭୮ ବର୍ଷ ବୟସ୍କ ୟେଦୁରପ୍ପା ଲିଙ୍ଗାୟତ ସମ୍ପ୍ରଦାୟର। ତାଙ୍କ ପରେ ଲିଙ୍ଗାୟତ ସମ୍ପ୍ରଦାୟର କାହାକୁ କର୍ନାଟକ ଡୋର ଧରାଇଲେ…
୭ ବର୍ଷର ଶିଶୁଙ୍କ ୬ ପ୍ୟାକ୍ ଆବ୍ସ, ଇନ୍ଷ୍ଟାଗ୍ରାମରେ ରହିଛନ୍ତି ୪୦ ଲକ୍ଷରୁ ଅଧିକ ଫଲୋଅର୍ସ
ଆଜିର ସମୟରେ ଅଧିକାଂଶ ଲୋକ ଫିଟନେସ୍ ପ୍ରତି ଧ୍ୟାନ ଦେଉଛନ୍ତି। ବିଶେଷକରି ଯୁବଗୋଷ୍ଠୀ। ମାତ୍ର ଇରାନର ଜଣେ ୭ ବର୍ଷର ଶିଶୁ ୬ ପ୍ୟାକ୍ ଆବ୍ସ ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧି ଲାଭ କରିଛନ୍ତି। ତାଙ୍କ ନାମ ଆରତ୍ ହୋସ୍ନି। ଯିଏ…
ଗର୍ଭବତୀ ଗାଈକୁ ବିସ୍ଫୋରକ ଖୁଆଇବା ଘଟଣା: ପଡୋଶୀ ଅଟକ
ବିଳାସପୁର,୭।୬: କେରଳରେ ଗର୍ଭବତୀ ହାତୀକୁ ସପୁରୀରେ ବିସ୍ଫୋରକ ଭର୍ତ୍ତି କରି ଖାଇବାକୁ ଦେବା ଘଟଣା ମନରୁ ନ ଲିଭୁଣୁ ହିମାଚଳ ପ୍ରଦେଶ ବିଳାସପୁରରୁ ଆସିଥିଲା ସେମିତି ଏକ ଘଟଣା। ସେଠାରେ ଗର୍ଭବତୀ ଗାଈକୁ ବିସ୍ଫୋରକ ଖୁଆଇ ଗାଈଟି ଆହତ ହେବାର ଏକ…
Archives


