ଓପିଜିସି ପ୍ରକଳ୍ପରେ ଦୁର୍ଘଟଣା ଘଟଣା: ଚିକିତ୍ସାଧିନ ଅବସ୍ଥାରେ ଆଖି ବୁଜିଲେ ଗଞ୍ଜାମର ଠିକା ଶ୍ରମିକ, କ୍ଷତିପୂରଣ ଦାବି

ଲଖନପୁର,୧୮।୯(ଡି.ଏନ୍‌.ଏ.)- ଓଡ଼ିଶା ବିଦ୍ୟୁତ ଉପ୍ତାଦନ ନିଗମ(ଓପିଜିସି)ର ବନହରପାଲିସ୍ଥିତ ଇବ ତାପଜ ବିଦ୍ୟୁତ୍‌ କେନ୍ଦ୍ରର ୩ୟ ୟୁନିଟ ଇଏସ୍‌ପି ହପର୍‌ ଖସି ପଡିବା ଫଳରେ ଗରମ ପାଉଁଶ ପଡି ୬ଜଣ ଠିକା ଶ୍ରମିକ ପୋଡି ଯାଇ ଆହତ ହୋଇଥିଲେ । ଗତ ୫ତାରିଖରେ ଘଟିଥିବା ଏହି ଦୁର୍ଘଟଣାରେ ଆହତଙ୍କ ମଧ୍ୟରୁ ୩ଜଣ ଠିକା ଶ୍ରମିକଙ୍କ ସ୍ବାସ୍ଥ୍ୟବସ୍ଥା ଅଧିକ ଗୁରୁତର ରହିଥିବାରୁ ସେମାନଙ୍କୁ ଉକ୍ତ ଦିନ ଚିକିତ୍ସା ପାଇଁ ଭୁବନେଶ୍ବର ସ୍ଥାନାନ୍ତରିତ କରାଯାଇଥିଲା। ଆହତମାନଙ୍କୁ ଭୁବନେଶ୍ବରର ଏକ ଘରେଇ ହସ୍‌ପିଟାଲରେ ଚିକିତ୍ସା କରାଯାଉଥିଲା। ଆହତଙ୍କ ମଧ୍ୟରୁ ଗଞ୍ଜାମ ଜିଲା ଜଗଦଳପୁରର ପି ଭଗବାନ ପାତ୍ର(୪୨)ଙ୍କ ଶରୀର ୭୦ ପ୍ରତିଶତ ପୋଡିଯାଇଥିବା ବେଳେ ତାଙ୍କ ସ୍ବାସ୍ଥ୍ୟବସ୍ଥା ସଂକଟାପନ୍ନ ରହିଥିଲା । ତାଙ୍କୁ ଆଇସିୟୁରେ ରଖାଯାଇ ଚିକିତ୍ସା କରାଯାଇଥିଲା। ଏଭଳି ସ୍ଥିତିରେ ଗତ ୨ ଦିନ ତଳେ ତାଙ୍କର କରୋନା ଭାଇରସ ପରୀକ୍ଷା କଲାପରେ ପଜିଟିଭ ଚିହ୍ନଟ ହୋଇଥିଲା। ଏହା ଜଣାପଡିବା ପରେ ତାଙ୍କୁ କୋଭିଡ କେୟାର ହସପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସି ନ ଥିଲା । ଶେଷରେ ଦୀର୍ଘ ୨ସପ୍ତାହ ପରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଶୁକ୍ରବାର ପୂର୍ବାହ୍ନ ସାଢ଼େ ୫ଟାରେ କୋଭିଡ ହସ୍ପିଟାଲରେ ମୃତ୍ୟୁ ହୋଇଥିବା ଇବ ଥର୍ମାଲ ପ୍ରକଳ୍ପ ହସ୍‌ପିଟାଲର ମୁଖ୍ୟ ଚିକିତ୍ସକ ଡାକ୍ତର ବିଜୟଲାଲ ବିଶ୍ବାଳଙ୍କ ସୂତ୍ରରୁ ଜଣାପଡିଛି। ଏଭଳି ଦୁଃଖଦ ଖବର ଜଣାପଡିବା ପରେ ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ପାଇଁ ଶ୍ରମିକ ମହଲରେ ଦାବି ହେଉଛି ।


Enter your email to get our daily news in your inbox.

All Right Reserved By Dharitri.Com

କମିବ LPG-Petrolର ମୂଲ୍ୟ, ଶେଷ ହେବ ହର୍ମୁଜ ପ୍ରସଙ୍ଗ, ଇରାନ ଯୁଦ୍ଧକୁ ନେଇ ଡୋନାଲ୍ଡ ଟ୍ରମ୍ପଙ୍କ ବଡ ଘୋଷଣା

ଓ୍ବାଶିଂଟନ,୨୯।୯: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହ ଚାଲିଥିବା ବିବାଦ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରି କହିଛନ୍ତି ଯେ ଏହି ଯୁଦ୍ଧ ଶୀଘ୍ର ଶେଷ…

ହୋଟେଲରେ ଯୁବତୀଙ୍କୁ ନିର୍ଯାତନା; ଅଚେତ ଅବସ୍ଥାରେ ବଳାତ୍କାର, ଆପତ୍ତିଜନକ ଭିଡିଓ କରି ଭାଇରାଲ୍‌ କଲେ ଯୁବକ

ପାଟନା,୨୯।୯: ବିହାରର ବେଗୁସରାଇରେ ଜଣେ ଯୁବତୀଙ୍କୁ ହୋଟେଲକୁ ନେଇ ମାଡ଼ ମାରିବା ଏବଂ ବଳାତ୍କାର କରିବା ଅଭିଯୋଗ ସାମ୍ନାକୁ ଆସିଛି । ଏହାପରେ ଯୁବତୀଙ୍କ ଆପତ୍ତିଜନକ ଭିଡିଓ…

ପ୍ରଥମଥର ପାଇଁ ଆରମ୍ଭ ହେଲା ‘ଅଲ-ଫର୍ମାଟ’ ଟୁର୍ନାମେଣ୍ଟ: କ୍ରିକେଟ୍‌ ଜଗତରେ ଚହଳ, ଜାଣନ୍ତୁ ଏହା କ’ଣ

ଢାକା,୨୯।୯: କ୍ରିକେଟ୍‌ରେ ନୂଆ ପରୀକ୍ଷଣ କରିବାକୁ ଯାଉଛି ବାଂଲାଦେଶ। ତମିମ ଇକବାଲଙ୍କ ଅଧ୍ୟକ୍ଷତାରେ ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ‘ଡି-୩’ ବା ‘ଡୋମେଷ୍ଟିକ ୩’ ନାମରେ ଏକ…

କେତେ ବର୍ଷର ହେଲେ ଅଭିଜିତ ଦୀପକେ? ଜନ୍ମଦିନର ଶୁଭେଚ୍ଛା ଜଣାଇ ଆଶୁତୋଷ ରଙ୍କା କହିଲେ…

ନୂଆଦିଲ୍ଲୀ,୨୯।୯: ‘କକରୋଚ ଜନତା ପାର୍ଟି’ (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କୁ ଆଜି ଦେଶ ତଥା ବିଦେଶରୁ ଜନ୍ମଦିନର ଶୁଭେଚ୍ଛା ମିଳୁଛି। CJPର ସହ-ଆବାହକ ତଥା ମୁଖପାତ୍ର ଆଶୁତୋଷ…

କମାଲ କଲେ ନୀରୁ: ଏସିଆନ୍‌ ଗେମ୍ସରେ ନୂଆ ରେକର୍ଡ ସହ ଜିତିରେ ସ୍ବର୍ଣ୍ଣ

ନୂଆଦିଲ୍ଲୀ,୨୯।୯: ଏସୀୟ କ୍ରୀଡ଼ାରେ ଭାରତ ପାଇଁ ଆଉ ଏକ ସ୍ବର୍ଣ୍ଣ ପଦକ ଜିତିଛନ୍ତି ନୀରୁ ଧଣ୍ଡା। ମହିଳା ଟ୍ରାପ ଇଭେଣ୍ଟର ଫାଇନାଲ୍‌ରେ ନୀରୁ ୨୮ ପଏଣ୍ଟ ହାସଲ…

ଓରାଙ୍ଗଉଟାନ ପରେ ଅଜଗର; ଚାଲାଣ ବେଳେ ବାଣୀବିହାର ବ୍ରିଜ ଉପରେ ଖସିପଡ଼ିଲା, ଛାନିଆ ଲୋକେ

ଭୁବନେଶ୍ୱର,୨୯।୯(ତ୍ରିନାଥ ମହାନ୍ତି): ବାଣୀବିହାର ଓଭରବ୍ରିଜ ଉପରେ ସୋମବାର ଏକ ବିରାଟ ଅଜଗର ସାପ ଉଦ୍ଧାର କରାଯାଇଛି । ଉଦ୍ଧାର ହୋଇଥିବା ଅଜଗରକୁ ନେଇ ଏବେ ରାଜଧାନୀରେ ଛନକା…

LPG ଠାରୁ ଆରମ୍ଭ କରି UPI-NPS ପର୍ଯ୍ୟନ୍ତ, ଅକ୍ଟୋବର ୧ରୁ ଲାଗୁ ହେବ ବଡ଼ ପରିବର୍ତ୍ତନ! ଆଗୁଆ କରନ୍ତୁ ଏମିତି ମିଳିବ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୯।୯: ଅକ୍ଟୋବର ଆରମ୍ଭ ହେବାକୁ ଯାଉଛି, ଯାହା ସହିତ ଉତ୍ସବର ଋତୁ ଏବଂ ଅନେକ ପର୍ବପର୍ବାଣୀ ଆସୁଛି। ତଥାପି, ଏହି ମାସରେ କିଛି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ମଧ୍ୟ…

ଅନଲକି ଶୁବମନ ଗିଲ୍‌: ଭାରତ ପାଇଁ ଦ୍ରୁତ ଶତକ ହାସଲ କରିବା ସତ୍ତ୍ୱେ…

ନୂଆଦିଲ୍ଲୀ,୨୯।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ ଦମଦାର ଶତକ ହାସଲ କରିଛନ୍ତି। ଡାହାଣହାତୀ ବ୍ୟାଟର୍‌ ଗିଲ ୧୧୦ ରନ୍‌ର ଚମତ୍କାର ଇନିଂସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?