ପ୍ରତ୍ୟହ ଦେଢ଼ ଘଣ୍ଟା ଉତ୍ତରକୋରିଆ ତାନାଶାହ କିମ୍‌ ଜୋଙ୍ଗ ଉନ୍‌ଙ୍କ ବିଷୟରେ ପଢ଼ିବେ ଛାତ୍ରୀଛାତ୍ର: ଲାଗୁ ହେଲା ନୂଆ ନିୟମ

ପ୍ୟୋଙ୍ଗୟାଙ୍ଗ,୧୮।୯: ଉତ୍ତରକୋରିଆର ତାନାଶାହ କିମ୍‌ ଜୋଙ୍ଗ ଉନ୍‌ଙ୍କ ବିଷୟରେ ପାଠପଢ଼ିବେ ସେଠାକାର ଛାତ୍ରୀଛାତ୍ର। ନିକଟରେ ଏ ସଂକ୍ରାନ୍ତରେ ଏକ ନିୟମ ଦେଶରେ ପାରିତ ହୋଇଛି। ପ୍ରି-ପ୍ରାଇମେରୀ ସ୍କୁଲରେ ପଢ଼ୁଥିବା ପିଲାଙ୍କ ପାଠ୍ୟକ୍ରମ ସହ ଏହି ନୂତନ ଶିକ୍ଷାକୁ ଯୋଡ଼ାଯିବ। ତଦନୁଯାୟୀ ଛାତ୍ରମାନଙ୍କୁ ପ୍ରତ୍ୟହ ଦେଢ଼ ଘଣ୍ଟା ଧରି ନାନାଶାହଙ୍କ ବିଷୟରେ ପଢ଼ିବାକୁ ହେବ। ଏହି ଶିକ୍ଷାର ନାମ ‘ମହାନତା ’ ଦିଆଯାଇଥିବା ବେଳେ ଏହାଦ୍ୱାରା ଲୋକମାନେ ଉତ୍ତରକୋରିଆ ନେତୃତ୍ୱ ସରକାର ପ୍ରତି ବିଶ୍ୱସ୍ତ ହେବେ ବୋଲି ଆଶା ରହିଛି।

କିମ୍‌ ଜୋଙ୍ଗ୍‌ ଉନଙ୍କ ଭଉଣୀ କିମ୍‌-ୟୋ-ଜୋଙ୍ଗ ନିକଟରେ ଗ୍ରେଟ୍‌ନେସ୍‌ ଏଜୁକେଶନ(ମହାନତା ଶିକ୍ଷା) ପାଠ୍ୟକ୍ରମରେ ପରିବର୍ତ୍ତନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏବେ ଏହି ନୂଆ ପାଠ୍ୟକ୍ରମକୁ ଦେଶର ସମସ୍ତ ସ୍କୁଲକୁ ପଠାଇଦିଆଯାଇଛି। ୫ ରୁ ୬ ବର୍ଷ ବୟସ୍କ ପିଲା ଏହାକୁ ପଢ଼ିବେ। ପ୍ରତିଦିନ ସେମାନଙ୍କୁ ୩୦-୩୦ ମିନିଟ୍‌ ଲେଖାଏ କିମ୍‌ ଜୋଙ୍ଗଙ୍କ ବାପା କିମ୍‌ ଜୋଙ୍ଗ ଇଲ ଏବଂ ଜେଜେବାପା କିମ୍‌-ଇଲ୍‌-ସୁଙ୍ଗଙ୍କ ପିଲାଦିନ ବିଷୟରେ ମଧ୍ୟ ପଢ଼ାଯିବ। ବାକି ୩୦ ମିନିଟ୍‌ ବିଭିନ୍ନ କ୍ରାନ୍ତିକାରୀ ସଂଙ୍ଗୀତ ବିଷୟରେ ପଢ଼ାଯିବ।ତେବେ ଏଭଳି ଶିକ୍ଷା ଦ୍ୱାରା ପିଲାମାନଙ୍କ ଉପରେ କୁପ୍ରଭାବ ମଧ୍ୟ ପକାଇପାରେ ବୋଲି ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

କମିବ LPG-Petrolର ମୂଲ୍ୟ, ଶେଷ ହେବ ହର୍ମୁଜ ପ୍ରସଙ୍ଗ, ଇରାନ ଯୁଦ୍ଧକୁ ନେଇ ଡୋନାଲ୍ଡ ଟ୍ରମ୍ପଙ୍କ ବଡ ଘୋଷଣା

ଓ୍ବାଶିଂଟନ,୨୯।୯: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହ ଚାଲିଥିବା ବିବାଦ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରି କହିଛନ୍ତି ଯେ ଏହି ଯୁଦ୍ଧ ଶୀଘ୍ର ଶେଷ…

ହୋଟେଲରେ ଯୁବତୀଙ୍କୁ ନିର୍ଯାତନା; ଅଚେତ ଅବସ୍ଥାରେ ବଳାତ୍କାର, ଆପତ୍ତିଜନକ ଭିଡିଓ କରି ଭାଇରାଲ୍‌ କଲେ ଯୁବକ

ପାଟନା,୨୯।୯: ବିହାରର ବେଗୁସରାଇରେ ଜଣେ ଯୁବତୀଙ୍କୁ ହୋଟେଲକୁ ନେଇ ମାଡ଼ ମାରିବା ଏବଂ ବଳାତ୍କାର କରିବା ଅଭିଯୋଗ ସାମ୍ନାକୁ ଆସିଛି । ଏହାପରେ ଯୁବତୀଙ୍କ ଆପତ୍ତିଜନକ ଭିଡିଓ…

ପ୍ରଥମଥର ପାଇଁ ଆରମ୍ଭ ହେଲା ‘ଅଲ-ଫର୍ମାଟ’ ଟୁର୍ନାମେଣ୍ଟ: କ୍ରିକେଟ୍‌ ଜଗତରେ ଚହଳ, ଜାଣନ୍ତୁ ଏହା କ’ଣ

ଢାକା,୨୯।୯: କ୍ରିକେଟ୍‌ରେ ନୂଆ ପରୀକ୍ଷଣ କରିବାକୁ ଯାଉଛି ବାଂଲାଦେଶ। ତମିମ ଇକବାଲଙ୍କ ଅଧ୍ୟକ୍ଷତାରେ ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ‘ଡି-୩’ ବା ‘ଡୋମେଷ୍ଟିକ ୩’ ନାମରେ ଏକ…

କେତେ ବର୍ଷର ହେଲେ ଅଭିଜିତ ଦୀପକେ? ଜନ୍ମଦିନର ଶୁଭେଚ୍ଛା ଜଣାଇ ଆଶୁତୋଷ ରଙ୍କା କହିଲେ…

ନୂଆଦିଲ୍ଲୀ,୨୯।୯: ‘କକରୋଚ ଜନତା ପାର୍ଟି’ (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କୁ ଆଜି ଦେଶ ତଥା ବିଦେଶରୁ ଜନ୍ମଦିନର ଶୁଭେଚ୍ଛା ମିଳୁଛି। CJPର ସହ-ଆବାହକ ତଥା ମୁଖପାତ୍ର ଆଶୁତୋଷ…

କମାଲ କଲେ ନୀରୁ: ଏସିଆନ୍‌ ଗେମ୍ସରେ ନୂଆ ରେକର୍ଡ ସହ ଜିତିରେ ସ୍ବର୍ଣ୍ଣ

ନୂଆଦିଲ୍ଲୀ,୨୯।୯: ଏସୀୟ କ୍ରୀଡ଼ାରେ ଭାରତ ପାଇଁ ଆଉ ଏକ ସ୍ବର୍ଣ୍ଣ ପଦକ ଜିତିଛନ୍ତି ନୀରୁ ଧଣ୍ଡା। ମହିଳା ଟ୍ରାପ ଇଭେଣ୍ଟର ଫାଇନାଲ୍‌ରେ ନୀରୁ ୨୮ ପଏଣ୍ଟ ହାସଲ…

ଓରାଙ୍ଗଉଟାନ ପରେ ଅଜଗର; ଚାଲାଣ ବେଳେ ବାଣୀବିହାର ବ୍ରିଜ ଉପରେ ଖସିପଡ଼ିଲା, ଛାନିଆ ଲୋକେ

ଭୁବନେଶ୍ୱର,୨୯।୯(ତ୍ରିନାଥ ମହାନ୍ତି): ବାଣୀବିହାର ଓଭରବ୍ରିଜ ଉପରେ ସୋମବାର ଏକ ବିରାଟ ଅଜଗର ସାପ ଉଦ୍ଧାର କରାଯାଇଛି । ଉଦ୍ଧାର ହୋଇଥିବା ଅଜଗରକୁ ନେଇ ଏବେ ରାଜଧାନୀରେ ଛନକା…

LPG ଠାରୁ ଆରମ୍ଭ କରି UPI-NPS ପର୍ଯ୍ୟନ୍ତ, ଅକ୍ଟୋବର ୧ରୁ ଲାଗୁ ହେବ ବଡ଼ ପରିବର୍ତ୍ତନ! ଆଗୁଆ କରନ୍ତୁ ଏମିତି ମିଳିବ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୯।୯: ଅକ୍ଟୋବର ଆରମ୍ଭ ହେବାକୁ ଯାଉଛି, ଯାହା ସହିତ ଉତ୍ସବର ଋତୁ ଏବଂ ଅନେକ ପର୍ବପର୍ବାଣୀ ଆସୁଛି। ତଥାପି, ଏହି ମାସରେ କିଛି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ମଧ୍ୟ…

ଅନଲକି ଶୁବମନ ଗିଲ୍‌: ଭାରତ ପାଇଁ ଦ୍ରୁତ ଶତକ ହାସଲ କରିବା ସତ୍ତ୍ୱେ…

ନୂଆଦିଲ୍ଲୀ,୨୯।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ ଦମଦାର ଶତକ ହାସଲ କରିଛନ୍ତି। ଡାହାଣହାତୀ ବ୍ୟାଟର୍‌ ଗିଲ ୧୧୦ ରନ୍‌ର ଚମତ୍କାର ଇନିଂସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?