Posted inଜାତୀୟ

ଗୁଗୁଲ ପ୍ଲେ ଷ୍ଟୋରରୁ ହଟିଲା ପେଟିଏମ୍‌

ନୂଆଦିଲ୍ଲୀ,୧୮ ।୯: ଗୁଗୁଲ ଶୁକ୍ରବାର ଗୁଗୁଲ ପ୍ଲେ ଷ୍ଟୋରରୁ ପେଟିଏମ୍ ଆପ୍‌କୁ ହଟାଇ ଦେଇଥିବା ଜଣାପଡିଛି । ଗୁଗୁଲ କହିଛି କୌଣସି ଗ୍ୟାବଲିଙ୍ଗ ବା ଜୁଆ ଖେଳିବା ବାଲା ଆପ୍‌କୁ ସେ ସମର୍ଥନ କରିବ ନାହିଁ । ଜୁଆ ସହ ଜଡିତ ଥିବା ନୀତିର ଉଲ୍ଲଂଘନ କରିଥିବା ଦର୍ଶାଇ ପେଟିଏମ୍‌କୁ ଗୁଗଲ ପ୍ଲେଷ୍ଟୋରରୁ ହଟାଇ ଦେଇଥିବା କହିଛି । ପେଟିଏମ୍ ଓ ୟୁପିଆଇ ଆପ୍ ୱାନ ୯୭ କମ୍ୟୁନିକେଶନ ଲିମିଟେଡ ଦ୍ୱାରା ଡେଭଲପ କରାଯାଇଛି । ହେଲେ ଏହାକୁ ଗୁଗୁଲ ପ୍ଲେ ଷ୍ଟୋରରେ ସର୍ଚ୍ଚ କଲେ ଏବେ ମିଳୁ ନ ଥିବା କୁହାଯାଉଛି । କିନ୍ତୁ ପୂର୍ବରୁ ଆଣ୍ଡ୍ରଏଡ ସ୍ମାର୍ଟଫୋନରେ ଇନ୍‌ଷ୍ଟଲ ହୋଇଥିବା ଆପ ଏବେ କାମ କରୁଛି । ପେଟିଏମ୍ ପେମେଣ୍ଟ ଆପ ବ୍ୟତୀତ କମ୍ପାନୀର ଅନ୍ୟ ଆପ୍ସ ପେଟିଏମ୍ ଫର୍ ବିଜନେସ୍‌, ପେଟିଏମ୍ ମନି, ପେଟିଏମ୍ ମଲ୍ ଆଦି ଗୁଗୁଲ ପ୍ଲେ ଷ୍ଟୋରରେ ଏବେ ଉପଲବ୍ଧ ରହିଛି । ଗୁଗୁଲ ତା’ର ବ୍ଲଗରେ ଲେଖିଛି କି ଆମେ ଅନଲାଇନ କ୍ୟାସିନୋକୁ ଅନୁମତି ଦେଇ ନ ଥାଉ । ଏମିତି କୌଣସି ଆପକୁ ଆମେ ସମର୍ଥନ କରୁନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୮ ହଜାର ଅତିକ୍ରମ କଲା

ମୁମ୍ବାଇ,୨୭।୪: କରୋନା ଭାଇରସ ମହାରାଷ୍ଟ୍ରରେ ବେଳକୁ ବେଳ ବୃଦ୍ଧି ପାଇବାରେ ଲାଗିଛି। ସୋମବାର ସକାଳ ସୁଦ୍ଧା ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୮,୦୬୮ରେ ପହଞ୍ଚିଥିବା ବେଳେ...

ଭାରତରେ କରୋନା ମୃତ୍ୟୁ ସଂଖ୍ୟା ୩୯ ଛୁଇଁଲା: ମହାରାଷ୍ଟ୍ରରେ ସର୍ବାଧିକ ୧୦

ନୂଆଦିଲ୍ଲୀ,୩୧।୩: କରୋନା ସଂକ୍ରମଣ ଯୋଗୁ ଭାରତରେ ମୃତ୍ୟୁ ସଂଖ୍ୟା ୩୯ ଛୁଇଁଛି। ମଙ୍ଗଳବାର କେରଳରେ ଜଣେ ୬୮ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବାବେଳେ ମଧ୍ୟପ୍ରଦେଶରେ...

ଇଣ୍ଟରନ୍ୟାଶନାଲ କାଇଟ୍‌ ଫେଷ୍ଟିଭାଲର ଉଦ୍‌ଘାଟନ କଲେ ରୂପାନି

ଅହମ୍ମଦାବାଦ,୭।୧: ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନି ମଙ୍ଗଳବାର ଇଣ୍ଟରନ୍ୟାଶନାଲ କାଇଟ୍‌ ଫେଷ୍ଟିଭାଲ ୨୦୨୦ର ଉଦ୍‌ଘାଟନ କରିଛନ୍ତି। ‘ମକର ସଂକ୍ରାନ୍ତି’ ବା ‘ଉତ୍ତରାୟନ’ ଉତ୍ସବ ଅବସରରେ ୧୯୮୯...

ସିଏଏ କାର୍ଯ୍ୟକାରୀ କରିବାକୁ ରାଜ୍ୟ ବାଧ୍ୟ

ନୂଆଦିଲ୍ଲୀ,୧୪ା୧୨(ପି.ଟି.): ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ), ୨୦୧୯କୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟଗୁଡ଼ିକ ବାଧ୍ୟ। ସମ୍ବିଧାନର ସପ୍ତମ ପରିଚ୍ଛେଦ ଅନୁସାରେ ଏହି ଆଇନ ଅଣାଯାଇଥିବାରୁ ଏହାକୁ...

ଭାରତକୁ ଆସିଛି ୧୫୦ କିଗ୍ରା ହେରୋଇନ୍‌: ତାଲିବାନ୍‌ ସଂଗଠନର ହାତ ସନ୍ଦେହ

ନୂଆଦିଲ୍ଲୀ,୨୦।୭: ଭାରତକୁ ଆଫଗାନିସ୍ତାନ ତଥା ପାକିସ୍ତାନରୁ ଆସିଥିବା ୧୫୦ କିଲୋଗ୍ରାମ୍‌ ହେରୋଇନ୍‌କୁ ଇତିମଧ୍ୟରେ ପୋଲିସ ଜବତ କରିଛି। ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୬ ହଜାର...

କରୋନା ମାଡ଼ଠୁ ବଳିଗଲା ବର୍ଷା ଦୁଃଖ: ମାଟିରେ ପୋତି ହୋଇଗଲା ଗାଡ଼ି

ଜୟପୁର, ୨୦।୮: ଭାରତର ବହୁ ରାଜ୍ୟରେ ଲଗାତାର ବର୍ଷା ଲାଗି ରହିଛି। ପ୍ରବଳ ବର୍ଷା ଯୋଗୁ ବହୁ ଅଞ୍ଚଳରେ ବନ୍ୟା ଜଳ ଜମି ହୋଇ ରହିଛି।...

କୋର୍ଟରେ ବାଜିଲା ଚିଦାମ୍ବରମଙ୍କ ଫୋନ: ଜଜ୍‌ କହିଲେ, ‘ନ୍ୟାୟିକ କାର୍ଯ୍ୟରେ ବାଧା ଦେଲେ ଜବତ ହୋଇପାରେ ମୋବାଇଲ’

ଅହମ୍ମଦାବାଦ,୨୧।୬: ଗୁଜରାଟ ହାଇକୋର୍ଟରେ ୨୦୧୭ ରାଜ୍ୟସଭା ନିର୍ବାଚନକୁ ନେଇ ଗୁରୁବାର କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ସହ ଭାଜପା ନେତାଙ୍କ ଓକିଲ ମଧ୍ୟରେ ପ୍ରଶ୍ନ...

ଭାଜପା ବିଧାୟକଙ୍କ ବିବାଦୀୟ ବୟାନ: ୫୦ ମହିଳାଙ୍କୁ ରଖିଲେ ଜନ୍ମନେବେ ୧୦୫୦ ଶିଶୁ

ବଲିଆ,୧୫।୭: ବିଭିନ୍ନ ସମୟରେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରହୁଥିବା ବଲିଆର ଭାଜପା ବିଧାୟକ ସୁରେନ୍ଦ୍ର ସିଂହ ପୁଣି ବିବାଦ ଘେରକୁ ଚାଲିଆସିଛନ୍ତି। ଏଥର ସେ...

Coronavirus Update

Archives

Model This Week

Why Dharitri