Posted inଖେଳ

ଏଭଳି ଥିଲା ଭୁବନେଶ୍ୱରଙ୍କ ଲଭ୍‌ଷ୍ଟୋରୀ: ଘରଲୋକଙ୍କ ପୂର୍ବରୁ ଇଣ୍ଟରଭ୍ୟୁ ନେଇଥିଲେ ପ୍ରେମିକା; ଚିଠି ପଠାଇବା ପାଇଁ..

ନୂଆଦିଲ୍ଲୀ,୧୮।୯: ଭାରତୀୟ ଟିମ୍‌ର ଦ୍ରୁତ ବୋଲର ଭୁବନେଶ୍ୱର କୁମାର ୨୧ ଟେଷ୍ଟରେ ୬୩ ଓ୍ବିକେଟ୍‌ ନେଇଛନ୍ତି। ଏହାଛଡ଼ା ୧୧୪ ଏକଦୀବସୀୟ ମ୍ୟାଚ୍‌ରେ ୧୩୨ ଏବଂ ୪୩ ଟି-୨୦ ମ୍ୟାଚ୍‌ରେ ୪୧ ଓ୍ବିକେଟ୍‌ ନେଇଛନ୍ତି। ତେବେ ୨୦୧୨ରେ ଭାରତୀୟ କ୍ରିକେଟ ଟିମ୍‌ରେ ଡେବ୍ୟୁ କରିଥିବା ଏହି ବୋଲର ପ୍ରେମର ବଡ଼ ଖେଳାଳି। ଭାରତ ପାଇଁ ଖେଳିବା ପୂର୍ବରୁ ତାଙ୍କ ଲଭ୍‌ଷ୍ଟୋରୀ ଆରମ୍ଭ ହୋଇଯାଇଥିଲା। ୨୦୧୭ରେ ସେ ନୁପୁର ନାଗରଙ୍କୁ ବିବାହ କରିଥିଲେ।

ନୁପୂରଙ୍କୁ ପିଲାଦିନୁ ଜାଣିଥିଲେ ଭୁବନେଶ୍ୱର। ହେଲେ ବିବାହ କରିବା ସେତେଟା ସହଜ ନ ଥିଲା। କାରଣ ଏଥିପାଇଁ ପରିବାରଲୋକେ ପରେ ବରଂ ନୁପୂର ପ୍ରଥମେ ସାକ୍ଷାତକାର ଭଳି ନେଇଥିଲେ। ଏକ ସାକ୍ଷାତକାରରେ ଏହା ଉପରୁ ପରଦା ଉଠାଇଛନ୍ତି ଭୁବନେଶ୍ୱର। ସେ କହିଛନ୍ତି, ନୁପୂରଙ୍କୁ ଡେଟ୍‌ କରିବା ସମୟରେ ମୁଁ ଭାରତ ପାଇଁ ଖେଳୁ ନ ଥିଲି। ସେ ମୋତେ ଚାକିରି କ’ଣ କରିବି ପଚାରିଥିଲେ। କ’ଣ ଉତ୍ତରଦେବି ଜାଣିପାରି ନ ଥିଲି। ବାସ୍‌ କ୍ରିକେଟରେ ନିଜର କ୍ୟାରିୟର କରିବି ବୋଲି କହିଥିଲି। ହଁ, କ୍ରିକେଟ ଠିକ୍‌ ଅଛି ବରଂ ଚାକିରି କଣ କରିବ ବୋଲି ସେ ପୁଣି ପଚାରିଥିଲେ। ଏହା ଶୁଣି ତାଙ୍କୁ ରଣଜୀରେ ଖେଳୁଛି। ଏହାପରେ ଭାରତୀୟ ଟିମ୍‌ ପାଇଁ ଖେଳିପାରେ ବୋଲି କହିଥିଲି। ଜବାବରେ ନୁପୂର କହିଥିଲେ ଭାରତୀୟ ଟିମ୍‌ରେ ହୋଇପାରେ ବୋଲି ଆଶ୍ଚର୍ଯ୍ୟ ହୋଇ ଉତ୍ତର ଦେଇଥିଲେ।

ତେବେ ପେସାରେ ସଫ୍ଟଓ୍ବେୟର ଇଞ୍ଜିନିୟର ହେଉଛନ୍ତି ନୁପୂର। ଅପରପକ୍ଷେ କ୍ରିକେଟ ଖେଳୁଥିଲେ ଭୁବନେଶ୍ୱର। ଉଭୟ ଉଭୟଙ୍କୁ ୧୨-୧୩ ବର୍ଷ ବୟସରୁ ଜାଣିଥିଲେ। ଉଭୟଙ୍କ ଘର ପାଖାପାଖି ଥିଲା। ସେ ନିଜର ବୋଲିଂ କଳାକୁ ପ୍ରୟୋଗ କରି ତାଙ୍କ ପାଖକୁ ଚିଠି ଫିଙ୍ଗୁଥିଲେ। ପ୍ରଥମ ୩-୪ ବର୍ଷ ପରିବାରଲୋକ ସେମାନଙ୍କ ସମ୍ପର୍କ ବିଷୟରେ ଜାଣିପାରି ନ ଥିଲେ। ପରେ ଲୁଚିଛପି ସେମାନେ ମିଳାମିଶା କରୁଥିଲେ। ଜଣେ ବାହାରଲୋକ ଘରେ କହିବା ପରେ ଏସବୁ ବିଷୟରେ ସମସ୍ତେ ଜାଣିପାରିଥିଲେ। ଶେଷରେ ପରିବାରଲୋକଙ୍କ ସହମତିରେ ତାଙ୍କୁ ବିବାହ କରିଥିଲେ ବୋଲି ଭୁବନେଶ୍ୱର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସାରାଙ୍କୁ ଡେଟ୍‌ କରୁଛନ୍ତି କି ଶୁବମନ

ଭାରତୀୟ କ୍ରିକେଟର୍‌ ଶୁବମନ ଗିଲ ଆଜିକାଲି ଇଂଲଣ୍ଡରେ ଅଛନ୍ତି। ଜିମ୍ବାୱେ ବିପକ୍ଷ ସିରିଜ ପରେ ସେ କାଉଣ୍ଟି କ୍ରିକେଟ ଖେଳିବାକୁ ସେଠାକୁ ଯାଇଛନ୍ତି। ଶୁବମନଙ୍କ ବ୍ୟାଟିଂ...

ଗାଭାସ୍କରଙ୍କ ଭବିଷ୍ୟବାଣୀ: ଏହି କ୍ରିକେଟର୍‌ ହେବେ ଭାରତୀୟ ଦଳର ଅଧିନାୟକ

ନୂଆଦିଲ୍ଲୀ,୧୩।୫: ମହାନ କ୍ରିକେଟର୍‌ ସୁନୀଲ ଗାଭାସ୍କର ଯୁବ ଉଇକେଟକିପଟ ରିଷଭ ପନ୍ତଙ୍କୁ ନେଇ ବଡ ମନ୍ତବ୍ୟ ଦେଇଛନ୍ତି। ସେ ଭବିଷ୍ୟବାଣୀ କରିଛନ୍ତି ଯେ, ରିଷଭ ଭବିଷ୍ୟତରେ...

ଭାରତ ବିପକ୍ଷ ସିରିଜ ପୂର୍ବରୁ ଇଂଲଣ୍ଡକୁ ବଡ ଝଟ୍‌କା; ଅନିଶ୍ଚିତକାଳ ପାଇଁ କ୍ରିକେଟରୁ ବିରତି ନେଲେ…

ନୂଆଦିଲ୍ଲୀ,୩୧।୭: ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଟେଷ୍ଟ ସିରିଜର ଠିକ୍‌ ପୂର୍ବରୁ ଇଂଲଣ୍ଡ ଟିମ୍‌କୁ ଲାଗିଛି ବଡ଼ ଝଟ୍‌କା। ଇଂଲଣ୍ଡ ଟିମ୍‌ର ଷ୍ଟାର ଅଲରାଉଣ୍ଡର ବେନ...

ଚୟନରେ ତ୍ରୁଟି, ରକ୍ଷଣଶୀଳ ସ୍ବଭାବରୁ ବିପର୍ଯ୍ୟୟ

ମେଲବୋର୍ନ, ୧୨ା୧୧(ପି.ଟି.): ଚଳିତ ଟି୨୦ କ୍ରିକେଟ ବିଶ୍ୱକପର ସେମିଫାଇନାଲରୁ ଭାରତ ବିଦାୟ ନେଇଛି। ମାତ୍ର ଇଂଲଣ୍ଡଠାରୁ ଯେପରି ୧୦ ଉଇକେଟରେ ଲଜ୍ଜାଜନକ ପରାଜୟ ମିଳିଲା ତାହାକୁ...

ଭାରତରେ ଚମକିବେ ଇଂଲଣ୍ଡର ଏହି ସ୍ପିନର, ବଲ୍‌କୁ ଖେଳି ପାରିବେନି ଭାରତୀୟ ଖେଳାଳି :ସ୍ବାନ୍‌

ଲଣ୍ଡନ,୨୪।୧: ଫେବୃୟାରୀ ୫ରୁ ଆରମ୍ଭ ହେବାକୁ ଯାଉଛି ଭାରତ-ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜ୍‌। ଏହାପୂର୍ବରୁ ଇଂଲଣ୍ଡର ପୂର୍ବ ଅଫ୍‌ ସ୍ପିନର ଗ୍ରିମ୍‌ ସ୍ବାନ ଦଳର ଜ୍ୟାକ୍‌...

ବିବାହିତ ମହିଳାଙ୍କୁ ବିବାହ କରିବା ପାଇଁ ଘରୁ ଲୁଚି ପଳାଇଥିଲେ ଏହି କ୍ରିକେଟର୍‌

ଭାରତୀୟ କ୍ରିକେଟ ଖେଳାଳିଙ୍କ ପ୍ରେମ କାହାଣୀକୁ ନେଇ ସର୍ବଦା ଚର୍ଚ୍ଚା ଉଠିଥାଏ। କିଏ କାହା ସହ ଡେଟିଂରେ ଗଲେ, କିଏ କାହାକୁ ନେଇ ବୁଲିଲେ ତାକୁ...

ରୋହିତ ଉପଅଧିନାୟକ

ନୂଆଦିଲ୍ଲୀ, ୨।୧(ପି.ଟି.)- ସିନିୟର ଓପନର ରୋହିତ ଶର୍ମା କ୍ୟାରିୟରରେ ପ୍ରଥମଥରପାଇଁ ଭାରତୀୟ ଟେଷ୍ଟ କ୍ରିକେଟ ଦଳର ଉପଅଧିନାୟକ ମନୋନୀତ ହୋଇଛନ୍ତି। ଚେତେଶ୍ୱର ପୂଜାରାଙ୍କ ସ୍ଥାନରେ ରୋହିତଙ୍କୁ...

ରିଦ୍ଧିମାନଙ୍କ ଅର୍ଦ୍ଧଶତକ: ମ୍ୟାଚ ଡ୍ର

ସିଡ୍‌ନୀ, ୯।୧୨(ପି.ଟି.)- ଭାରତ ‘ଏ’ ଓ ଅଷ୍ଟ୍ରେଲିଆ ‘ଏ’ ମଧ୍ୟରେ ଅନୁଷ୍ଠିତ ୩ ଦିନିଆ ଓ୍ବାର୍ମଅପ୍‌ କ୍ରିକେଟ ମ୍ୟାଚ ଡ୍ର ରହିଛି। ଦ୍ୱିତୀୟ ଇନିଂସରେ ଭାରତୀୟ...

Advertisement
Archives

Model This Week