ଯିଏ ପ୍ରେମର ବାସ୍ତବ ଅର୍ଥ ବୁଝିଛି, ସେ ଭଗବାନଙ୍କୁ ପାଇ ସାରିଛି: ଜାଣନ୍ତୁ ମନୁଷ୍ୟକୁ କେଉଁ ମୂଲ୍ୟବୋଧ ବିଷୟରେ କହିଛନ୍ତି ଚାଣକ୍ୟ

ଚାଣକ୍ୟ ନୀତିର ଶିକ୍ଷା ଜୀବନର ପ୍ରତିଟି ସୋପାନରେ କାମରେ ଆସିଥାଏ। ଏହାକୁ ଅଧ୍ୟୟନ କରିବା ଦ୍ୱାରା ବ୍ୟକ୍ତିକୁ କେବେ ବି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ି ନ ଥାଏ। କାରଣ ଚାଣକ୍ୟ ଜଣେ ଯୋଗ୍ୟ ଶିକ୍ଷକ ସହ କୁଶଳ ଅର୍ଥଶାସ୍ତ୍ରୀ ଏବଂ ପରାମର୍ଶଦାତା ଥିଲେ। ସେଭଳି ନିଜର ନୀତିରେ ଚାଣକ୍ୟ ପ୍ରେମ ବିଷୟରେ ସୁନ୍ଦର କଥା କହିଛନ୍ତି। ଆସନ୍ତୁ ଜାଣିବା..

ଚାଣକ୍ୟଙ୍କ ମତରେ ଯିଏ ପ୍ରେମ କ’ଣ ଜାଣିନେଇଛି, ଧରିନିଅ ସେ ଈଶ୍ୱରଙ୍କୁ ବୁଝି ସାରିଛି। ପ୍ରେମ କରୁଥିବା ବ୍ୟକ୍ତି କାହାରିକୁ ଘୃଣା କରନ୍ତି ନାହିଁ। ଏଭଳି ଲୋକ ହିଂସା ବିଷୟରେ ଭାବନ୍ତି ନାହିଁ। ପ୍ରକୃତ ପ୍ରେମ ବ୍ୟକ୍ତିକୁ ମହାନ କରିଥାଏ। ପ୍ରେମ କାହାକୁ ବି ହୋଇପାରେ। ଏହା ଏଭଳି ଏକ ଅନୁଭୂତି ଯାହା ସଜୀବ ଏବଂ ନିର୍ଜୀବ କାହାସହ ହୋଇପାରେ। ଏହାକୁ ଅନୁଭବ କରିହେବ। ଯେଉଁଭଳି ବାୟୁକୁ ଦେଖିହୁଏ ନାହିଁ କେବଳ ଅନୁଭବ କରିହୁଏ, ସେହିଭଳି ପ୍ରେମକୁ କେବଳ ଅନୁଭବ କରିହୁଏ। ଯେତେବେଳେ ବ୍ୟକ୍ତିକୁ ବାସ୍ତବରେ ପ୍ରେମ ହୋଇଯାଏ ତେବେ ସେ ଭଗବାନଙ୍କ ନିକଟତର ହୋଇଥାଏ। ପ୍ରେମ କରୁଥିବା ବ୍ୟକ୍ତି ସର୍ବଦା ସକରାତ୍ମକ ଉର୍ଜା ସମ୍ପନ୍ନ ହୋଇଥାଏ। ଏଭଳି ବ୍ୟକ୍ତି ଅନ୍ୟମାନଙ୍କ ଅପେକ୍ଷା କାମକୁ ଭଲ ଭାବେ ସମ୍ପାଦନ କରିଥାନ୍ତି। ଏମାନଙ୍କୁ ସର୍ବଦା ସମ୍ମାନ ମିଳିଥାଏ।

ଚାଣକ୍ୟ କୁହନ୍ତି, ଯେତେବେଳେ ପୃଥିବୀରେ ହିଂସା ବୃଦ୍ଧି ପାଏ, ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ଭାବ ଉତ୍ପନ୍ନ ହୁଏ ଏବଂ ବ୍ୟକ୍ତି ନିଜେ କୌଣସି ନିଷ୍କର୍ସରେ ପହଞ୍ଚିପାରେ ନାହିଁ, ଠିକ୍‌ ସେତିକିବେଳେ ପ୍ରେମ ହିଁ ସେହି ଶକ୍ତି ଯିଏ ବ୍ୟକ୍ତିକୁ ସଠିକ୍‌ ମାର୍ଗଦର୍ଶନ କରାଏ। ପ୍ରେମ କରୁଥିବା ବ୍ୟକ୍ତି ସୃଷ୍ଟିକୁ ସୁନନ୍ଦର କରିବାରେ ନିଜର ଯୋଗଦାନ ଦିଅନ୍ତି। ଏହାଦ୍ୱାରା ଭେଦଭାବ ଦୂର ହୁଏ। ପ୍ରେମ ଭାବ ମନରେ ଆସିବା ଦ୍ୱାରା ସେ ଅପରାଧମୁକ୍ତ ହୋଇଥାଏ। ସେ ସଜାଗ ହୋଇଉଠେ। ରାଜ୍ୟର ବିକାଶ ପାଇଁ ଲୋକମାନଙ୍କୁ ସଜାଗ ହେବା ଆବଶ୍ୟକ ବୋଲି ଚାଣକ୍ୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗରମ ଗୁଳୁଗୁଳି ସହ ଝଡ଼ବର୍ଷା, ଆଜି ୧୩ ଜିଲାକୁ ୟେଲୋ ଓ୍ୱାର୍ନିଂ

ଭୁବନେଶ୍ୱର,୧୧ା୧୦(ବନ୍ଦନା ସେଠୀ): ରାଜ୍ୟରେ ଏବେ ମୌସୁମୀ ଫେରିବା ପ୍ରକ୍ରିୟା ଜାରି ରହିଥିବାବେଳେ ଓଡ଼ିଶା ଦେଇ ଏକ ଟ୍ରଫ୍‌ ଲାଇନ୍‌ (ମୌସୁମୀ ରେଖା) ବଙ୍ଗୋପସାଗର ପର୍ଯ୍ୟନ୍ତ ବ୍ୟାପିଛି। ଫଳରେ…

ଉମରକୋଟରେ ଛାତ୍ର ସଂସଦ ନିର୍ବାଚନୀ ହିଂସା: ଅଣଛାତ୍ର ଗୋଷ୍ଠୀ ମୁହାଁମୁହିଁ

ନବରଙ୍ଗପୁର/ଉମରକୋଟ,୧୧ା୧୦(ସଦାଶିବ ପ୍ରହରାଜ/ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ପେଣ୍ଡ୍ରାଣୀ କଲେଜ ନିର୍ୱାଚନକୁ କେନ୍ଦ୍ର କରି ଶନିବାର ୨ ଅଣଛାତ୍ର ଗୋଷ୍ଠୀ ମୁହଁାମୁହିଁ ହୋଇଛନ୍ତି। ଗୋଟିଏ ଗୋଷ୍ଠୀର ଛୁରାମାଡ଼ରେ…

‘ଘିବଲି’ ଦୁନିଆ: ଅପରାଧ ଓ ଆଇନ

ମସାମୟିକ ଧାରାରେ ନିଜକୁ ଅଂଶୀଦାର କରିବାର ମାନସିକତା ବିଶ୍ୱ, ପରିବେଶ ସର୍ବୋପରି ମାନବ ସଭ୍ୟତାକୁ ତା’ର ଅଜ୍ଞାତସାରରେ ବିଲୟର କେଉଁ ଦିଗକୁ ଟାଣିନେଇ ଚାଲିଛି ତାହା ବୋଧହୁଏ…

ସିଇସି ଜ୍ଞାନେଶ ହଟାଅ ଦାବିରେ ସିଜେପିର ବିକ୍ଷୋଭ: ଦିଲ୍ଲୀରେ ୭ ହଜାରରୁ ଊର୍ଦ୍ଧ୍ୱ ଅଟକ

ନୂଆଦିଲ୍ଲୀ, ୧୧ା୧୦ (ପି.ଟି.): ମୁମ୍ୱାଇରୁ ବିମାନ ଯୋଗେ ଦିଲ୍ଲୀ ପହଞ୍ଚିବା ପରେ ସିଜେପି ପ୍ରତିଷ୍ଠାତା ଅଭିଜିତ୍‌ ଦୀପ୍‌କେ, ପ୍ରବକ୍ତା ସୌରଭ ଦାସ ଏବଂ ଆଶୁତୋଷ ରାଙ୍କାଙ୍କୁ ଇନ୍ଦିରା…

ନାଗରିକ ସ୍ବାଧୀନତା କ୍ଷୁଣ୍ଣ

୨୦୨୧ ମସିହା ୫ ମାର୍ଚ୍ଚରେ ଭାରତ ସରକାରଙ୍କ ପ୍ରେସ୍‌ ଇନ୍‌ଫର୍ମେଶନ ବ୍ୟୁରୋ (ପିଆଇବି) ପକ୍ଷରୁ ଏକ ବିବୃତି ଜାରି କରାଯାଇଥିଲା, ଯାହାର ଶୀର୍ଷକ ଥିଲା ”ଏକ ସ୍ବାଧୀନ…

୩ ରାଶିଙ୍କ ଉପରେ ପଡିଲା ଶନିଙ୍କ ଶୁଭଦୃଷ୍ଟି: ୨୦୨୭ ମଝି ଯାଏ ଗୋଲ୍‌ଡେନ୍‌ ଟାଇମ୍‌, ମାଲାମାଲ ସହ ଚାକିରିରେ ବଡ଼ ପଦୋନ୍ନତି!

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଶନିଙ୍କ ନକ୍ଷତ୍ର ପରିବର୍ତ୍ତନକୁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଏ। ଏହାର ପ୍ରଭାବ ୨୦୨୭ ପର୍ଯ୍ୟନ୍ତ ଦେଖିବାକୁ ମିଳିପାରେ ବୋଲି ଜ୍ୟୋତିଷୀଙ୍କ…

ଦିଲ୍ଲୀ ହାଇକୋର୍ଟରେ ହାଜର ହେବେ ଅମିତାଭ, ବଢ଼ିଲା ଚର୍ଚ୍ଚା…

ନୂଆଦିଲ୍ଲୀ: ବଲିଉଡ଼ର ମହାନାୟକ ଅମିତାଭ ବଚ୍ଚନ ନିଜର ନାମ, ଫଟୋ ଏବଂ କଣ୍ଠସ୍ୱରର ଅନଧିକୃତ ବ୍ୟବହାରକୁ ରୋକିବା ପାଇଁ ଦୀର୍ଘ ଦିନ ହେବ ଆଇନଗତ ଲଢ଼େଇ ଜାରି…

ମୁମ୍ବାଇ ପୋଲିସ ଦ୍ୱାରା ବଲିଉଡ୍ ଅଭିନେତା ଇମ୍ରାନ୍ ଅଟକ; ଭିଡିଓ ଭାଇରାଲ୍

ମୁମ୍ବାଇ: ବଲିଉଡ୍ ଅଭିନେତା ଇମ୍ରାନ୍ ଖାନ୍‌ଙ୍କୁ ଶନିବାର ମୁମ୍ବାଇ ପୋଲିସ ହେପାଜତକୁ ନେଇଛି। ମୁଖ୍ୟ ନିର୍ବାଚନ ଆୟୋଗ (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ଦିଲ୍ଲୀରେ ହେବାକୁ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?