ରୁଷିଆ ଭ୍ୟାକ୍ସିନକୁ ନେଇ ବଢୁଛି ଚିନ୍ତା: ସାତ ଜଣରେ ଜଣେ ହେଉଛନ୍ତି ଅସୁସ୍ଥ

ନୂଆଦିଲ୍ଲୀ,୧୮ ।୯: ସାରା ବିଶ୍ୱରେ ବଢି ଚାଲିଥିବା କରୋନା ସଂକ୍ରମଣକୁ ଦେଖି ଏବେ ସମସ୍ତଙ୍କ ନଜର ରହିଛି କରୋନା ଭ୍ୟାକ୍ସିନ ବା ଟିକା ଉପରେ । କାରଣ କରୋନା ସଂକ୍ରମଣ ରୋକିବାକୁ ଏହା ଏକ ମାତ୍ର ମାଧ୍ୟମ ହେବ ବୋଲି କୁହାଯାଉଛି । ତେବେ ସବୁ ବିକାଶଶୀଳ ଦେଶ କରୋନା ଭ୍ୟାକ୍ସିନ ତିଆରି କାମରେ ଲାଗି ପଡିଥିବା ବେଳେ ଭାରତ ମଧ୍ୟ ଏ ଦିଗରେ ପଛରେ ନାହିଁ । କିନ୍ତୁ ସର୍ବ ପ୍ରଥମେ ରୁଷିଆ କରୋନା ଭାଇରସ ପାଇଁ ଭ୍ୟାକ୍ସିନ ତିଆରି କରିଥିବା ଦାବି କରିଛି । ଆଉ ଏହି ଭ୍ୟାକ୍ସିନର ନାଁ ରହିଛି ସ୍ପୁଟନିକ ଭି । ଭାରତକୁ ମଧ୍ୟ ଏହି ଭ୍ୟାକ୍ସିନ ରୁଷିଆ ଯୋଗାଇ ଦେବ ବୋଲି କଥା ଦେଇଛି । ହେଲେ ଏବେ ଭ୍ୟାକ୍ସିନ ସ୍ପୁଟନିକ ଭିକୁ ନେଇ ଚିନ୍ତା ବଢି ଗଲାଣି । ରୁଷିଆ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ସ୍ପୁଟନିକ ଭି ଯେଉଁ ସ୍ୱେଚ୍ଛାସେବିଙ୍କୁ ଦିଆଯାଇଥିଲା ସେମାନଙ୍କ ମଧ୍ୟରୁ ୭ ଜଣରେ ଜଣଙ୍କଠାରେ ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଉଛି । ମସ୍କୋ ଟାଇମ୍ସକୁ ଦେଇଥିବା ଏକ ସାକ୍ଷାତ୍‌କାରରେ ସେ କହିଛନ୍ତି ଟିକା ନେଇଥିବା ପ୍ରାୟ ୧୪ ପ୍ରତିଶତ ଲୋକଙ୍କ ନିକଟରେ ଏହାର ପାଶ୍ୱର୍ ପ୍ରତିକ୍ରିୟା ଦେଖାଯାଇଛି । ଟିକା ନେଇଥିବା ଜଣେ ବ୍ୟକ୍ତିଙ୍କ ଅଭିଯୋଗ ଥିଲା ଯେ ସ୍ପୁଟନିକ ଭି ଟିକା ନେବା ପରେ ତାଙ୍କୁ ଦୁର୍ବଳ ଲାଗିବା ସହ ମାଂସପେଶୀରେ ଯନ୍ତ୍ରଣା ଆରମ୍ଭ ହୋଇଥିଲା । ହେଲେ ପୂର୍ବରୁ ସେ ଏକଥା ଜାଣିଥିବା ପ୍ରକାଶ କରିବା ସହ ପରଦିନ ଏହା ଠିକ୍ ହୋଇ ଯାଇଥିବା କହିଛନ୍ତି । ସୂଚନାଯୋଗ୍ୟ, ଭ୍ୟାକ୍ସିନ କ୍ଲିନିକାଲ ଟ୍ରାଏଲର ଫଳାଫଳ ସେପ୍ଟେମ୍ବର ୪ରେ ଦ ଲାଂସେଟ ଜର୍ନାଲରେ ପ୍ରକାଶ କାଇଥିଲା । ଏଥିରେ କୁହାଯାଇଥିଲା କି ଟିକା ୭୬ ଜଣ ଲୋକଙ୍କୁ ଦିଆଯାଇଛି । ଏହାପରେ ସମସ୍ତେ ସୁସ୍ଥ ଅଛନ୍ତି । ୨୧ ଦିନ ପରେ ସ୍ୱେଚ୍ଛାସେବୀଙ୍କ ଶରୀରରେ ଆଣ୍ଟିବଡି ପ୍ରସ୍ତୁତ ହୋଇଥିବା ଦେଖାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ

ଚଣ୍ଡିଗଡ଼,୨୫।୪: ହରିୟାଣାର ୮ଟି ଲୋକ ସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି। କୁମାରୀ ଶୈଳଜାଙ୍କୁ ସିରସା, ରୋହତକରୁ ଦିପେନ୍ଦ୍ର ସିଂ ହୁଡା, ଅମ୍ବାଲାରୁ...

କେଜରିଓ୍ବାଲ ଜେଲରୁ ନ ଆସିବା ପର୍ଯ୍ୟନ୍ତ ହେବ ନାହିଁ ମେୟର ନିର୍ବାଚନ? ଏଲଜି ଦେଲେ ଏହି ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୫।୪: ଅନୁମାନ କରାଯାଉଛି ଯେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଜେଲରୁ ବାହାରିବା ପର୍ଯ୍ୟନ୍ତ ଏମସିଡି ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ହୋଇ...

ସ୍ଥଗିତ ରହିଲା ଏମସିଡି ମେୟର, ଡେପୁଟି ମେୟର ନିର୍ବାଚନ

ନୂଆଦିଲ୍ଲୀ,୨୫।୪: ଏପ୍ରିଲ ୨୬ରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ମ୍ୟୁନିସିପାଲିଟି କର୍ପୋରେସନ ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ସ୍ଥଗିତ ରଖାଯାଇଛି। ଏହାର କାରଣ...

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପ୍ରସ୍ତୁତି ଶେଷ: ରାହୁଲ, ଓମ୍‌ ବିର୍ଲା, ହେମା ମାଳିନୀଙ୍କ ହେବ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ,୨୫ା୪: ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ। ୧୩ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୮୮ ଆସନରେ ମତଦାନ ହେବ। ଏହି ପର୍ଯ୍ୟାୟରେ କଂଗ୍ରେସ...

ଅଣ୍ଡା, ଚିକେନ ଖାଉଥିବା ଲୋକେ ହୁଅନ୍ତୁ ସାବଧାନ

ନୂଆଦିଲ୍ଲୀ,୨୫।୪: ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ବାର୍ଡଫ୍ଲୁ ରୋଗ ସଂକ୍ରମଣ ହୋଇଥିବା ଜଣାପଡିଛି। ସେଠାରେ ଅନେକ ନମୁନା ପରୀକ୍ଷା କରାଯାଇଥିଲା ଯେଉଁଥିରେ ଏଭିୟନ ଇନଫ୍ଲୁଏନଞ୍ଜା H5N1 ଚିହ୍ନଟ...

ନିର୍ବାଚନ ଲଢିବେ କଳ୍ପନା

ରାଞ୍ଚି,୨୫।୪: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସ୍ତ୍ରୀ କଳ୍ପନା ସୋରେନ ନିର୍ବାଚନ ମଇଦାନରେ ପ୍ରବେଶ କରିଛନ୍ତି। ଗାଂଡେୟ ବିଧାନସଭା ଆସନରୁ ଉପ-ନିର୍ବାଚନରେ ଝାଡ଼ଖଣ୍ଡ ମୁକ୍ତି...

୧୧ ବର୍ଷ ହେବ ଜେଲରେ ବନ୍ଦୀଥିବା ଝିଅକୁ ଭେଟିବାକୁ ଭାରତରୁ ୟେମେନ ପହଞ୍ଚିଲେ ମା’, ହତ୍ୟା ମାମଲାରେ ମିଳିଛି ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ/ସନା,୨୫।୪: ଦୀର୍ଘ ୧୧ ବର୍ଷ ଧରି ୟେମେନ ଜେଲରେ ବନ୍ଦୀ ଥିବା ଝିଅକୁ ଭେଟିବା ପାଇଁ ତାଙ୍କ ମା’ ଭାରତରୁ ୟେମେନ ଆସିଥିଲେ। ଦୁହେଁ ପରସ୍ପରକୁ...

ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା ବିଏସପି, ରାଏବରେଲିରୁ ଲଢିବେ…

ଲକ୍ଷ୍ନୌ,୨୫।୪: ଉତ୍ତରପ୍ରଦେଶରେ ହେବାକୁ ଥିବା ଲୋକ ସଭା ନିର୍ବାଚନ ପାଇଁ ବହୁଜନ ସମାଜ ପାର୍ଟି (ବିଏସପି) ଗୁରୁବାର ଆଉ ଏକ ପ୍ରାର୍ଥୀ ତାଲିକା ଜାରି କରିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri