ରୁଷିଆ ଭ୍ୟାକ୍ସିନକୁ ନେଇ ବଢୁଛି ଚିନ୍ତା: ସାତ ଜଣରେ ଜଣେ ହେଉଛନ୍ତି ଅସୁସ୍ଥ

ନୂଆଦିଲ୍ଲୀ,୧୮ ।୯: ସାରା ବିଶ୍ୱରେ ବଢି ଚାଲିଥିବା କରୋନା ସଂକ୍ରମଣକୁ ଦେଖି ଏବେ ସମସ୍ତଙ୍କ ନଜର ରହିଛି କରୋନା ଭ୍ୟାକ୍ସିନ ବା ଟିକା ଉପରେ । କାରଣ କରୋନା ସଂକ୍ରମଣ ରୋକିବାକୁ ଏହା ଏକ ମାତ୍ର ମାଧ୍ୟମ ହେବ ବୋଲି କୁହାଯାଉଛି । ତେବେ ସବୁ ବିକାଶଶୀଳ ଦେଶ କରୋନା ଭ୍ୟାକ୍ସିନ ତିଆରି କାମରେ ଲାଗି ପଡିଥିବା ବେଳେ ଭାରତ ମଧ୍ୟ ଏ ଦିଗରେ ପଛରେ ନାହିଁ । କିନ୍ତୁ ସର୍ବ ପ୍ରଥମେ ରୁଷିଆ କରୋନା ଭାଇରସ ପାଇଁ ଭ୍ୟାକ୍ସିନ ତିଆରି କରିଥିବା ଦାବି କରିଛି । ଆଉ ଏହି ଭ୍ୟାକ୍ସିନର ନାଁ ରହିଛି ସ୍ପୁଟନିକ ଭି । ଭାରତକୁ ମଧ୍ୟ ଏହି ଭ୍ୟାକ୍ସିନ ରୁଷିଆ ଯୋଗାଇ ଦେବ ବୋଲି କଥା ଦେଇଛି । ହେଲେ ଏବେ ଭ୍ୟାକ୍ସିନ ସ୍ପୁଟନିକ ଭିକୁ ନେଇ ଚିନ୍ତା ବଢି ଗଲାଣି । ରୁଷିଆ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ସ୍ପୁଟନିକ ଭି ଯେଉଁ ସ୍ୱେଚ୍ଛାସେବିଙ୍କୁ ଦିଆଯାଇଥିଲା ସେମାନଙ୍କ ମଧ୍ୟରୁ ୭ ଜଣରେ ଜଣଙ୍କଠାରେ ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଉଛି । ମସ୍କୋ ଟାଇମ୍ସକୁ ଦେଇଥିବା ଏକ ସାକ୍ଷାତ୍‌କାରରେ ସେ କହିଛନ୍ତି ଟିକା ନେଇଥିବା ପ୍ରାୟ ୧୪ ପ୍ରତିଶତ ଲୋକଙ୍କ ନିକଟରେ ଏହାର ପାଶ୍ୱର୍ ପ୍ରତିକ୍ରିୟା ଦେଖାଯାଇଛି । ଟିକା ନେଇଥିବା ଜଣେ ବ୍ୟକ୍ତିଙ୍କ ଅଭିଯୋଗ ଥିଲା ଯେ ସ୍ପୁଟନିକ ଭି ଟିକା ନେବା ପରେ ତାଙ୍କୁ ଦୁର୍ବଳ ଲାଗିବା ସହ ମାଂସପେଶୀରେ ଯନ୍ତ୍ରଣା ଆରମ୍ଭ ହୋଇଥିଲା । ହେଲେ ପୂର୍ବରୁ ସେ ଏକଥା ଜାଣିଥିବା ପ୍ରକାଶ କରିବା ସହ ପରଦିନ ଏହା ଠିକ୍ ହୋଇ ଯାଇଥିବା କହିଛନ୍ତି । ସୂଚନାଯୋଗ୍ୟ, ଭ୍ୟାକ୍ସିନ କ୍ଲିନିକାଲ ଟ୍ରାଏଲର ଫଳାଫଳ ସେପ୍ଟେମ୍ବର ୪ରେ ଦ ଲାଂସେଟ ଜର୍ନାଲରେ ପ୍ରକାଶ କାଇଥିଲା । ଏଥିରେ କୁହାଯାଇଥିଲା କି ଟିକା ୭୬ ଜଣ ଲୋକଙ୍କୁ ଦିଆଯାଇଛି । ଏହାପରେ ସମସ୍ତେ ସୁସ୍ଥ ଅଛନ୍ତି । ୨୧ ଦିନ ପରେ ସ୍ୱେଚ୍ଛାସେବୀଙ୍କ ଶରୀରରେ ଆଣ୍ଟିବଡି ପ୍ରସ୍ତୁତ ହୋଇଥିବା ଦେଖାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଗରମ ଗୁଳୁଗୁଳି ସହ ଝଡ଼ବର୍ଷା, ଆଜି ୧୩ ଜିଲାକୁ ୟେଲୋ ଓ୍ୱାର୍ନିଂ

ଭୁବନେଶ୍ୱର,୧୧ା୧୦(ବନ୍ଦନା ସେଠୀ): ରାଜ୍ୟରେ ଏବେ ମୌସୁମୀ ଫେରିବା ପ୍ରକ୍ରିୟା ଜାରି ରହିଥିବାବେଳେ ଓଡ଼ିଶା ଦେଇ ଏକ ଟ୍ରଫ୍‌ ଲାଇନ୍‌ (ମୌସୁମୀ ରେଖା) ବଙ୍ଗୋପସାଗର ପର୍ଯ୍ୟନ୍ତ ବ୍ୟାପିଛି। ଫଳରେ…

ଉମରକୋଟରେ ଛାତ୍ର ସଂସଦ ନିର୍ବାଚନୀ ହିଂସା: ଅଣଛାତ୍ର ଗୋଷ୍ଠୀ ମୁହାଁମୁହିଁ

ନବରଙ୍ଗପୁର/ଉମରକୋଟ,୧୧ା୧୦(ସଦାଶିବ ପ୍ରହରାଜ/ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ପେଣ୍ଡ୍ରାଣୀ କଲେଜ ନିର୍ୱାଚନକୁ କେନ୍ଦ୍ର କରି ଶନିବାର ୨ ଅଣଛାତ୍ର ଗୋଷ୍ଠୀ ମୁହଁାମୁହିଁ ହୋଇଛନ୍ତି। ଗୋଟିଏ ଗୋଷ୍ଠୀର ଛୁରାମାଡ଼ରେ…

‘ଘିବଲି’ ଦୁନିଆ: ଅପରାଧ ଓ ଆଇନ

ମସାମୟିକ ଧାରାରେ ନିଜକୁ ଅଂଶୀଦାର କରିବାର ମାନସିକତା ବିଶ୍ୱ, ପରିବେଶ ସର୍ବୋପରି ମାନବ ସଭ୍ୟତାକୁ ତା’ର ଅଜ୍ଞାତସାରରେ ବିଲୟର କେଉଁ ଦିଗକୁ ଟାଣିନେଇ ଚାଲିଛି ତାହା ବୋଧହୁଏ…

ସିଇସି ଜ୍ଞାନେଶ ହଟାଅ ଦାବିରେ ସିଜେପିର ବିକ୍ଷୋଭ: ଦିଲ୍ଲୀରେ ୭ ହଜାରରୁ ଊର୍ଦ୍ଧ୍ୱ ଅଟକ

ନୂଆଦିଲ୍ଲୀ, ୧୧ା୧୦ (ପି.ଟି.): ମୁମ୍ୱାଇରୁ ବିମାନ ଯୋଗେ ଦିଲ୍ଲୀ ପହଞ୍ଚିବା ପରେ ସିଜେପି ପ୍ରତିଷ୍ଠାତା ଅଭିଜିତ୍‌ ଦୀପ୍‌କେ, ପ୍ରବକ୍ତା ସୌରଭ ଦାସ ଏବଂ ଆଶୁତୋଷ ରାଙ୍କାଙ୍କୁ ଇନ୍ଦିରା…

ନାଗରିକ ସ୍ବାଧୀନତା କ୍ଷୁଣ୍ଣ

୨୦୨୧ ମସିହା ୫ ମାର୍ଚ୍ଚରେ ଭାରତ ସରକାରଙ୍କ ପ୍ରେସ୍‌ ଇନ୍‌ଫର୍ମେଶନ ବ୍ୟୁରୋ (ପିଆଇବି) ପକ୍ଷରୁ ଏକ ବିବୃତି ଜାରି କରାଯାଇଥିଲା, ଯାହାର ଶୀର୍ଷକ ଥିଲା ”ଏକ ସ୍ବାଧୀନ…

୩ ରାଶିଙ୍କ ଉପରେ ପଡିଲା ଶନିଙ୍କ ଶୁଭଦୃଷ୍ଟି: ୨୦୨୭ ମଝି ଯାଏ ଗୋଲ୍‌ଡେନ୍‌ ଟାଇମ୍‌, ମାଲାମାଲ ସହ ଚାକିରିରେ ବଡ଼ ପଦୋନ୍ନତି!

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଶନିଙ୍କ ନକ୍ଷତ୍ର ପରିବର୍ତ୍ତନକୁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଏ। ଏହାର ପ୍ରଭାବ ୨୦୨୭ ପର୍ଯ୍ୟନ୍ତ ଦେଖିବାକୁ ମିଳିପାରେ ବୋଲି ଜ୍ୟୋତିଷୀଙ୍କ…

ଦିଲ୍ଲୀ ହାଇକୋର୍ଟରେ ହାଜର ହେବେ ଅମିତାଭ, ବଢ଼ିଲା ଚର୍ଚ୍ଚା…

ନୂଆଦିଲ୍ଲୀ: ବଲିଉଡ଼ର ମହାନାୟକ ଅମିତାଭ ବଚ୍ଚନ ନିଜର ନାମ, ଫଟୋ ଏବଂ କଣ୍ଠସ୍ୱରର ଅନଧିକୃତ ବ୍ୟବହାରକୁ ରୋକିବା ପାଇଁ ଦୀର୍ଘ ଦିନ ହେବ ଆଇନଗତ ଲଢ଼େଇ ଜାରି…

ମୁମ୍ବାଇ ପୋଲିସ ଦ୍ୱାରା ବଲିଉଡ୍ ଅଭିନେତା ଇମ୍ରାନ୍ ଅଟକ; ଭିଡିଓ ଭାଇରାଲ୍

ମୁମ୍ବାଇ: ବଲିଉଡ୍ ଅଭିନେତା ଇମ୍ରାନ୍ ଖାନ୍‌ଙ୍କୁ ଶନିବାର ମୁମ୍ବାଇ ପୋଲିସ ହେପାଜତକୁ ନେଇଛି। ମୁଖ୍ୟ ନିର୍ବାଚନ ଆୟୋଗ (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ଦିଲ୍ଲୀରେ ହେବାକୁ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?