ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ପୁଣିଥରେ ବିବାଦରେ ଟ୍ରମ୍ପ

ୱାଶିଂଟନ,୧୮ ।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଜଣେ ପୂର୍ବତନ ମଡେଲ ପୁଣିଥରେ ଯୌନ ଉତ୍ପିଡନର ଅଭିଯୋଗ ଆଣିଛନ୍ତି । ଏମି ଡୋରିସ ନାମକ ଏହି ମଡେଲ କହିଛନ୍ତି ୨୩ ବର୍ଷ ପୂର୍ବେ ଓପନ ଟେନିସ ଚାମ୍ପିଆନଶିପ ଚାଲିଥିବା ବେଳେ ଟ୍ରମ୍ପ ତାଙ୍କ ସହ ଖରାପ ବ୍ୟବହାର କରିଥିଲେ । ହେଲେ ଟ୍ରମ୍ପ ଏହାକୁ ଖଣ୍ଡନ କରିଛନ୍ତି । ଟ୍ରମ୍ପଙ୍କ ଓକିଲ କହିଛନ୍ତି ଆଗାମୀ ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପଙ୍କ ଛବି ଖରାପ କରିବାକୁ ଏପରି ଅଭିଯୋଗ ଜାଣିଶୁଣି କରାଯାଇଛି । ମଡେଲ ଡୋରିସ କହିଛନ୍ତି ସେତେବେଳେ ତାଙ୍କ ପୁରୁଷ ବନ୍ଧୁ ଜେସନ ବିନ ତାଙ୍କୁ ଟ୍ରମ୍ପଙ୍କ ସହ ପରିଚିତ କରାଇଥିଲେ । ଦ ଗାର୍ଡିଆନକୁ ଦେଇଥିବା ଏକ ସାକ୍ଷାତ୍‌କାରରେ ଡୋରିସ କହିଛନ୍ତି, ମ୍ୟାଚ ଚାଲିଥିବା ସମୟରେ ଭିଆଇପି ବକ୍ସରେ ଟ୍ରମ୍ପ ତାଙ୍କ୍‌ୁ ଜୋର ଜବରଦସ୍ତ କିସ୍ କରିଥିଲେ । ଯେତେବେଳେ ସେ ତାଙ୍କଠାରୁ ମୁକୁଳିବାକୁ ଚାହିଁଥିଲେ ସେତେବେଳେ ଟ୍ରମ୍ପ ତାଙ୍କୁ ଖୁବ୍‌ଜୋରରେ ଜାବୁଡି ଧରିଥିଲେ ବୋଲି ସେ କହିଛନ୍ତି । ଟ୍ରମ୍ପ ଏମିତି କିସ୍ କରିଥିଲେ ଯେ ତାଙ୍କ ଜିଭ ଛିଡିଗଲା ଭଳି ମନେ ହୋଇଥିବା ଡୋରିସ ଅଭିଯୋଗ କରିଛନ୍ତି । ହେଲେ ଏହାକୁ ଟ୍ରମ୍ପଙ୍କ ଓକିଲ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ରାଷ୍ଟ୍ରପତି କେବେବି ଡୋରିସଙ୍କ୍‌ୁ ଖରାପ ବ୍ୟବହାର କରି ନାହାନ୍ତି । ଆଉ ଯଦି ଟ୍ରମ୍ପ ଉକ୍ତ ମଡେଲଙ୍କ ପ୍ରତି ଖରାପ ବ୍ୟବହାର କରିଥାଆନ୍ତେ ତେବେ ଭିଆଇପି ବକ୍ସରେ ଥିବା ଅନ୍ୟ ଲୋକେ ବି ଏହାକୁ ଦେଖିଥାଆନ୍ତେ ବୋଲି ଟ୍ରମ୍ପଙ୍କ ଓକିଲ ଯୁକ୍ତି ବାଢିଛନ୍ତି । ତେବେ ଏ ସମ୍ପର୍କରେ ଡୋରିସଙ୍କ ପୁରୁଷ ବନ୍ଧି କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି । କିନ୍ତୁ ଡୋରିସ କହିଛନ୍ତି ଏକଥାକୁ ପ୍ରଚାର କରିବାକୁ ସେ ସମୟରେ ଚାପ ପକାଯାଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ନ୍ୟୁଜିଲାଣ୍ଡ ସିରିଜ ପୂର୍ବରୁ ବଡ଼ ହଲଚଲ: ବାଦ୍‌ ପଡ଼ିଲେ ଭାରତୀୟ ଅଧିନାୟକ ଶୁଭମନ ଗିଲ!

ନୂଆଦିଲ୍ଲୀ,୧୧।୧୦: ନ୍ୟୁଜିଲାଣ୍ଡ ଗସ୍ତ ପୂର୍ବରୁ ନିଜ ବ୍ୟାଟିଂ ଫର୍ମ ପରଖିବା ସହ ମ୍ୟାଚ ଅଭ୍ୟାସ ହାସଲ କରିବା ପାଇଁ ଭାରତୀୟ ଟେଷ୍ଟ ଓ ଦିନିକିଆ ଦଳର ଅଧିନାୟକ…

ଇସ୍ତଫା ଦାବିରେ ଅଟଳ ସିଜେପି, ସକାଳୁ ସକାଳୁ କଲା ବଡ଼ ଘୋଷଣା; ସରକାର ଛାନିଆ!

ନୂଆଦିଲ୍ଲୀ,୧୧।୧୦: କକ୍ରୋଚ ଜନତା ପାର୍ଟି (ସିଜେପି) ପକ୍ଷରୁ ରବିବାର ସକାଳ ୧୦ଟାରେ ଜନ୍ତରମନ୍ତରଠାରେ ପ୍ରତିବାଦ ପ୍ରଦର୍ଶନ କରିବାକୁ ଆହୱାନ ଦିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସ…

ଆଜିଠୁ ନବରାତ୍ରି ଆରମ୍ଭ: ୪ ରାଶିଙ୍କ ଭାଗ୍ୟରେ ଲାଗିଲା ଚାରିଚାନ୍ଦ, ଦଶହରା ସୁଦ୍ଧା ଚାକିରି-ବ୍ୟବସାୟରେ…

ଭୁବନେଶ୍ୱର: ମା’ ଦୁର୍ଗାଙ୍କ ଆରାଧନାର ପବିତ୍ର ପର୍ବ ଶାରଦୀୟ ନବରାତ୍ରିକୁ ନେଇ ଭକ୍ତଙ୍କ ମଧ୍ୟରେ ବିଶେଷ ଉତ୍ସାହ ରହିଥାଏ। ଚଳିତ ବର୍ଷ ୨୦୨୬ ଅକ୍ଟୋବର ୧୧ ତାରିଖରୁ…

ମାନବ ଅଧିକାର ଶାନ୍ତିଦୂତ

ହନ ଦାସ କରମଚାନ୍ଦ ଗାନ୍ଧୀ ମହାତ୍ମା ଗାନ୍ଧୀରେ ପରିଣତ ହେବା ପାଇଁ ଯେଉଁ କର୍ମଭୂମି ତାଙ୍କୁ ଆଦ୍ୟ ସୁଯୋଗ ଦେଇଥିଲା, ତାହା ଥିଲା ଦକ୍ଷିଣ ଆଫ୍ରିକା। ଜଣେ…

ସିସେଲ୍ସରେ ମଣିଷକୁ ଟପିଲେଣି କଇଁଛ

ଭିକ୍ଟୋରିଆ,୧୧ା୧୦: ଦିନେ ବିଲୁପ୍ତ ହେବାକୁ ବସିଥିବା ଆଲଡାବ୍ରା କଇଁଛଙ୍କ ସଂଖ୍ୟା ବର୍ତ୍ତମାନ ମଣିଷଙ୍କୁ ମଧ୍ୟ ଟପିଗଲାଣି। ବ୍ୟାପକ ଶୋଷଣ ଏବଂ ଅତ୍ୟଧିକ ଶିକାର ଯୋଗୁଁ ଆଲଡାବ୍ରାର କଇଁଛ…

Odisha SIR Voter List Row: ୩ ଦିନରେ ୩୩,୫୧୫ ଫର୍ମ-୬ ଆବେଦନପତ୍ର ଗ୍ରହଣ

ଭୁବନେଶ୍ୱର,୧୧ା୧୦(ସୁନିତ୍‌ ମିଶ୍ର): ଭାରତର ନିର୍ୱାଚନ ଆୟୋଗ (ଇସିଆଇ)ଙ୍କ ନିର୍ଦ୍ଦେଶକ୍ରମେ ଓଡ଼ିଶାର ଭୋଟର ତାଲିକାରେ ନାମ ସାମିଲକରିବା ଉଦ୍ଦେଶ୍ୟରେ ଗତ ୭ରୁ ୯ ତାରିଖ ଯାଏ ରାଜ୍ୟବ୍ୟାପୀ ଏକ…

ଆଇପିଏଲ ୨୦୨୭ ପୂର୍ବରୁ ବଡ଼ ହଲଚଲ! ବିଦା ହୋଇପାରନ୍ତି ୧୦ ବଡ଼ ବ୍ୟାଟର୍‌, ତାଲିକାରେ ସୂର୍ଯ୍ୟଙ୍କ ସମେତ…

ନୂଆଦିଲ୍ଲୀ,୧୧।୧୦: ଆଇପିଏଲ ୨୦୨୭କୁ ନେଇ ଏବେଠାରୁ ଆରମ୍ଭ ହୋଇଗଲାଣି ଚର୍ଚ୍ଚା। ଆଗାମୀ ସିଜନ ପାଇଁ ସମସ୍ତ ୧୦ଟି ଫ୍ରାଞ୍ଚାଇଜି ନିଜ ନିଜ ଦଳକୁ ମଜଭୁତ କରିବାର ଯୋଜନା…

ଛାତ୍ର ସଂସଦ ନିର୍ବାଚନକୁ ନେଇ ରେଭେନ୍‌ଶାରେ ଉତ୍ତେଜନା

କଟକ,୧୧ା୧୦(କାର୍ତ୍ତିକ ସାହୁ): ଛାତ୍ର ସଂସଦ ନିର୍ୱାଚନ ପାଇଁ ଏଆଇଡିଏସ୍‌ଓ ସଭାପତି ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର ଖାରଜ ଘଟଣାକୁ ନେଇ ରେଭେନ୍‌ଶା ବିଶ୍ୱବିଦ୍ୟାଳୟରେ ଉତ୍ତେଜନା ପ୍ରକାଶ ପାଇଛି। ପ୍ରାର୍ଥିପତ୍ର ଖାରଜକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?