ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ପୁଣିଥରେ ବିବାଦରେ ଟ୍ରମ୍ପ

ୱାଶିଂଟନ,୧୮ ।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଜଣେ ପୂର୍ବତନ ମଡେଲ ପୁଣିଥରେ ଯୌନ ଉତ୍ପିଡନର ଅଭିଯୋଗ ଆଣିଛନ୍ତି । ଏମି ଡୋରିସ ନାମକ ଏହି ମଡେଲ କହିଛନ୍ତି ୨୩ ବର୍ଷ ପୂର୍ବେ ଓପନ ଟେନିସ ଚାମ୍ପିଆନଶିପ ଚାଲିଥିବା ବେଳେ ଟ୍ରମ୍ପ ତାଙ୍କ ସହ ଖରାପ ବ୍ୟବହାର କରିଥିଲେ । ହେଲେ ଟ୍ରମ୍ପ ଏହାକୁ ଖଣ୍ଡନ କରିଛନ୍ତି । ଟ୍ରମ୍ପଙ୍କ ଓକିଲ କହିଛନ୍ତି ଆଗାମୀ ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପଙ୍କ ଛବି ଖରାପ କରିବାକୁ ଏପରି ଅଭିଯୋଗ ଜାଣିଶୁଣି କରାଯାଇଛି । ମଡେଲ ଡୋରିସ କହିଛନ୍ତି ସେତେବେଳେ ତାଙ୍କ ପୁରୁଷ ବନ୍ଧୁ ଜେସନ ବିନ ତାଙ୍କୁ ଟ୍ରମ୍ପଙ୍କ ସହ ପରିଚିତ କରାଇଥିଲେ । ଦ ଗାର୍ଡିଆନକୁ ଦେଇଥିବା ଏକ ସାକ୍ଷାତ୍‌କାରରେ ଡୋରିସ କହିଛନ୍ତି, ମ୍ୟାଚ ଚାଲିଥିବା ସମୟରେ ଭିଆଇପି ବକ୍ସରେ ଟ୍ରମ୍ପ ତାଙ୍କ୍‌ୁ ଜୋର ଜବରଦସ୍ତ କିସ୍ କରିଥିଲେ । ଯେତେବେଳେ ସେ ତାଙ୍କଠାରୁ ମୁକୁଳିବାକୁ ଚାହିଁଥିଲେ ସେତେବେଳେ ଟ୍ରମ୍ପ ତାଙ୍କୁ ଖୁବ୍‌ଜୋରରେ ଜାବୁଡି ଧରିଥିଲେ ବୋଲି ସେ କହିଛନ୍ତି । ଟ୍ରମ୍ପ ଏମିତି କିସ୍ କରିଥିଲେ ଯେ ତାଙ୍କ ଜିଭ ଛିଡିଗଲା ଭଳି ମନେ ହୋଇଥିବା ଡୋରିସ ଅଭିଯୋଗ କରିଛନ୍ତି । ହେଲେ ଏହାକୁ ଟ୍ରମ୍ପଙ୍କ ଓକିଲ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ରାଷ୍ଟ୍ରପତି କେବେବି ଡୋରିସଙ୍କ୍‌ୁ ଖରାପ ବ୍ୟବହାର କରି ନାହାନ୍ତି । ଆଉ ଯଦି ଟ୍ରମ୍ପ ଉକ୍ତ ମଡେଲଙ୍କ ପ୍ରତି ଖରାପ ବ୍ୟବହାର କରିଥାଆନ୍ତେ ତେବେ ଭିଆଇପି ବକ୍ସରେ ଥିବା ଅନ୍ୟ ଲୋକେ ବି ଏହାକୁ ଦେଖିଥାଆନ୍ତେ ବୋଲି ଟ୍ରମ୍ପଙ୍କ ଓକିଲ ଯୁକ୍ତି ବାଢିଛନ୍ତି । ତେବେ ଏ ସମ୍ପର୍କରେ ଡୋରିସଙ୍କ ପୁରୁଷ ବନ୍ଧି କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି । କିନ୍ତୁ ଡୋରିସ କହିଛନ୍ତି ଏକଥାକୁ ପ୍ରଚାର କରିବାକୁ ସେ ସମୟରେ ଚାପ ପକାଯାଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଗୁରୁଦ୍ୱାରାରେ ଗୁଳି ଚାଳନା, ୨ ଗୁରୁତର…

ଓ୍ବାଶିଂଟନ,୨୭।୩ : ଆମେରିକାର କାଲିଫର୍ନିଆର ସାକ୍ରାମେଣ୍ଟୋ କାଉଣ୍ଟିରେ ରବିବାର ବିଳମ୍ବିତ ରାତିରେ ଏକ ଗୁରୁଦ୍ୱାରାରେ ଗୁଳି ବିନିମୟ ହୋଇଥିବାର ଖବର ମିଳିଛି। ଖବର ଅନୁଯାୟୀ, ଏଠାରେ...

୧୯ ମାସର ଶିଶୁପୁତ୍ରଙ୍କୁ ସରକାର ଦେଲେ ବୀରତା ପୁରସ୍କାର: ଜଙ୍ଗଲ ନିଆଁ ଲିଭାଇବା ସମୟରେ ପିତାଙ୍କର ଘଟିଥିଲା ମୃତ୍ୟୁ

ସିଡ୍‌ନୀ,୩।୧: ଅଷ୍ଟ୍ରେଲିଆରେ ଭୟଙ୍କର ଜଙ୍ଗଲ ନିଆଁ ଲାଗି ରହିଛି। ଜଙ୍ଗଲ ନିଆଁ ଲିଭାଇବା ସମୟରେ ଦମକଳ ବାହିନୀ କର୍ମଚାରୀ ଜ୍ୟୋଫ୍ରି କିଟନ୍‌ଙ୍କ ମୃତ୍ୟୁ ଘଟିଥିଲା। ଜ୍ୟୋଫ୍ରିଙ୍କ...

ଆର୍ଥିକ ସଙ୍କଟ ଶେଷରେ ପହଞ୍ଚିଛି ଦେଶ

ଇସଲାମାବାଦ,୫ା୩: ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌) ପରିଚାଳନା ନିର୍ଦ୍ଦେଶକ କ୍ରିଷ୍ଟାଲିନା ଜର୍ଜିଇଭା କହିଛନ୍ତି, ଏକ ଦେଶ ଭାବରେ କାର୍ଯ୍ୟ କରିବାକୁ ସମର୍ଥ ହେବା ପାଇଁ ଆଇଏମ୍‌ଏଫ୍‌...

ସୋମାଲିଆ ସେନା-ଅଲ ଶବାବ ସଂଘର୍ଷ: ୧୭ ମୃତ…

ମୋଗାଦିଶୁ,୩୦।୫ : ଆତଙ୍କବାଦୀ ଗୋଷ୍ଠୀ ଅଲ-ଶବାବ ମୋଗାଦିଶୁର ମାସାଗାୱାଠାରେ ସୋମାଲିଆର ସେନାର ବେସ କ୍ୟାମ୍ପ ଉପରେ ଆକ୍ରମଣ କରିଛି। ଏହି ଆକ୍ରମଣରେ ୧୭ ଜଣଙ୍କର ମୃତ୍ୟୁ...

ହାଓ୍ବାଇ ଜଙ୍ଗଲରେ ଲାଗିଥିବା ନିଆଁରେ ମୃତକଙ୍କ ସଂଖ୍ୟା ୬୭ ଛୁଇଁଲା

ଓ୍ବାଶିଂଟନ,୧୨।୮: ଆମେରିକାର ହାୱାଇ ଜଙ୍ଗଲରେ ଲାଗିଥିବା ଭୟଙ୍କର ନିଆଁରେ ମୃତ୍ୟୁ ସଂଖ୍ୟା ୬୭କୁ ବୃଦ୍ଧି ପାଇଛି। ଅଧିକାଂଶ ମୃତ୍ୟୁ ହାୱାଇର ମାଉଇ କାଉଣ୍ଟି ଅଞ୍ଚଳରେ ଘଟିଛି।...

ଡାକ ଟିକଟରେ ଚାଲର୍‌ସଙ୍କ ମୁକୁଟ ବିହୀନ ଛବି

ଲଣ୍ଡନ, ୯।୨: ବ୍ରିଟେନ୍‌ ରୟାଲ୍‌ ମେଲ ପକ୍ଷରୁ ବୁଧବାର କିଙ୍ଗ ଚାଲର୍‌ସ ତୃତୀୟଙ୍କ ଡାକ ଟିକଟ ଉନ୍ମୋଚନ କରାଯାଇଛି। ଷ୍ଟାମ୍ପରେ ଚାଲର୍‌ସଙ୍କ ମୁକୁଟ ବିହୀନ ଛବି...

ଆମେରିକା ସୈନ୍ୟ ଥିବା ଇରାକ ଘାଟି ଉପରେ ରକେଟ ମାଡ଼

ବାଗଦାଦ,୧୫ା୩(ଏଏଫ୍‌ପି): ଆମେରିକା ଓ ୟୁରୋପୀୟ ସୈନ୍ୟ ରହୁଥିବା ଇରାକର ଏକ ଘାଟି ଉପରେ ସାନି ରକେଟ ମାଡ଼ ହୋଇଛି। ବାଗଦାଦ୍‌ର ଉତ୍ତର ପାର୍ଶ୍ୱରେ ଥିବା ଏହି...

ଟେସ୍‌ଲାର ୪୪ ଲକ୍ଷ ଶେୟାର ବିକିଲେ ଏଲନ ମସ୍କ

ଓ୍ବାଶିଂଟନ୍‌,୨୯।୪: ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କ ଟୁଇଟର୍‌ କିଣିବା ପରେ ଏବେ ପାଣ୍ଠି ସଂଗ୍ରହ ଆରମ୍ଭ କରିଛନ୍ତି। ଏହା ଅଧୀନରେ ସେ ପୁଣି...

Advertisement
Archives

Model This Week