Home Left

ଓଡ଼ିଶାକୁ ଲୁଟୁଛନ୍ତି ଅଣ ଓଡ଼ିଆ ଅଫିସର

ଭୁବନେଶ୍ୱର,୩୦ା୧୧(ବ୍ୟୁରୋ):ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଥିବା ଆଇଏଫ୍‌ଏସ୍‌ ଅଫିସର ଅଭୟକାନ୍ତ ପାଠକ ଏବଂ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପ୍ରସଙ୍ଗ ରବିବାର ବିଧାନସଭାର ଶୂନ୍ୟକାଳରେ ଆଲୋଚନାର ମୁଖ୍ୟ ବିଷୟ ହୋଇଥିଲା। ଅଭୟକାନ୍ତ ଓ ତାଙ୍କ ପୁଅ ଆକାଶଙ୍କ ସହ ପୂର୍ବତନ ମନ୍ତ୍ରୀ ତଥା…

ପରୀ ପ୍ରସଙ୍ଗ: ଆନ୍ଦୋଳନ ଜିଦ୍‌ରେ ଭାଜପା

ଭୁବନେଶ୍ୱର,୩୦ା୧୧(ବ୍ୟୁରୋ):ନୟାଗଡ଼ ଜିଲାର ପରୀ ହତ୍ୟାକାଣ୍ଡକୁ ନେଇ ରାଜନୈତିକ ଲଢ଼େଇ ଥମିବାର ନଁା ଧରୁନାହିଁ। କିନ୍ତୁ ବିଧାନସଭାରେ ଏହି ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ମଧ୍ୟରେ ମତଭେଦ ଦେଖିବାକୁ ମିଳିଲାଣି। ଉକ୍ତ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏସ୍‌ଆଇଟି ତଦନ୍ତ ନେଇ ଘୋଷଣା…

ବାରାଣସୀରେ ‘ଦେବ ଦୀପାବଳି’ ମନାଇବେ ମୋଦି: ଗଙ୍ଗା ଘାଟରେ ଜଳାଯିବ ୧୧ଲକ୍ଷ ଦୀପ

ବାରାଣସୀ,୩୦।୧୧: ଅଯୋଧ୍ୟାରେ ଦୀପାବଳି ପାଳନ କରାଯିବା ପରେ ଏବେ ଉତ୍ତରପ୍ରଦେଶ ସରକାର ବାରାଣସୀରେ ‘ଦେବ ଦୀପାବଳି’ର ଭବ୍ୟ ଆୟୋଜନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ନିଜ ନିର୍ବାଚନମଣ୍ଡଳୀକୁ ଗସ୍ତ କରିବେ। ଦେବ ଦୀପାବଳି ସମାରୋହରେ ମୋଦିଙ୍କ ସହ…

ବଡ ଘୋଷଣା କରିପାରନ୍ତି ରଜନୀକାନ୍ତ

ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରର ପ୍ରସିଦ୍ଧ ଅଭିନେତା ରଜନୀକାନ୍ତ ଅଭିନୟ ଛାଡି ରାଜନୀତିରେ ଯୋଗଦେବେ। ସୋମବାର ତାଙ୍କ କାର୍ଯ୍ୟାଳୟ ଅଧିକାରୀଙ୍କ ସହ ଏକ ବୈଠକ କରି ରାଜନୀତିରେ ପ୍ରବେଶ କରିବେ। ତେବେ କିଛି ଦିନ ପୂର୍ବରୁ ଡାକ୍ତରମାନେ ତାଙ୍କୁ ସ୍ବାସ୍ଥ୍ୟଗତ କାରଣରୁ ରାଜନୀତିରେ…

ମୋଦିଙ୍କ ଆଗମନ ପାଇଁ ସଜେଇ ହୋଇଛି ବାରାଣସୀ ଘାଟ

ନୂଆଦିଲ୍ଲୀ,୩୦ ।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ତାଙ୍କ ନିର୍ବାଚନ ମଣ୍ଡଳୀ ବାରାଣସୀ ଗସ୍ତ କରିବେ । ଦ୍ୱିପ୍ରହର ସମୟରେ ମୋଦି ବାରାଣସୀ ଗସ୍ତ କରିବା ବେଳେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସମସ୍ତ କାର୍ଯ୍ୟକ୍ରମରେ ମୋଦିଙ୍କ ସହ ରହିବେ ବୋଲି…

ଲଭ୍‌ ଜିହାଦ ନିରୋଧୀ ଆଇନରେ ପ୍ରଥମ ମାମଲା

ଲକ୍ଷ୍ନୌ, ୩୦।୧୧: ଉତ୍ତରପ୍ରଦେଶର ନୂଆ ଧର୍ମାନ୍ତରୀକରଣ ନିରାକରଣ ଆଇନ (ଲଭ୍‌ ଜିହାଦ ନିରୋଧୀ ଆଇନ)ରେ ରାଜ୍ୟ ପୋଲିସ ଶନିବାର ପ୍ରଥମ ମାମଲା ରୁଜୁ କରିଛି। ରାଜ୍ୟପାଳ ଆନନ୍ଦୀବେନ୍‌ ପଟେଲ ଉତ୍ତରପ୍ରଦେଶ ବେଆଇନ ଧର୍ମାନ୍ତରୀକରଣ ନିଷିଦ୍ଧ ଅଧ୍ୟାଦେଶ, ୨୦୨୦କୁ ମଞ୍ଜୁରୀ ଦେବା ପରେ…

ପ୍ରଧାନମନ୍ତ୍ରୀଙ୍କୁ ସୁରକ୍ଷା ଦେବ ଆଣ୍ଟିଡ୍ରୋନ୍‌ ସିଷ୍ଟମ୍‌

ନୂଆଦିଲ୍ଲୀ, ୩୦।୧୧(ପି.ଟି.): ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆର୍‌ଡିଓ) ଶତ୍ରୁପକ୍ଷର ଡ୍ରୋନ୍‌କୁ ଧ୍ୱଂସ କରିବା ପାଇଁ ଏକ ଆଣ୍ଟିଡ୍ରୋନ୍‌ ପ୍ରଯୁକ୍ତିର ବିକାଶ କରିଛି। ସଶସ୍ତ୍ର ବାହିନୀ ପାଇଁ ଏହି ଆଣ୍ଟିଡ୍ରୋନ୍‌ ସିଷ୍ଟମ ଭାରତ ଇଲେକ୍ଟ୍ରୋନିକ୍ସ ନିର୍ମାଣ କରିବ। ୨୦୨୦ ବର୍ଷ…

ଅଷ୍ଟ୍ରେଲିଆକୁ ବଡ ଝଟ୍‌କା

ସିଡନୀ,୩୦।୧୧: ଭାରତ ବିପକ୍ଷ ସୀମିତ ଓଭର ସିରିଜର ଅବଶିଷ୍ଟ ମ୍ୟାଚରୁ ଅଷ୍ଟ୍ରେଲିଆର ବିସ୍ଫୋରକ ଓପନର୍‌ ଡେଭିଡ ୱାର୍ନର ବାଦ୍‌ ପଡିଛନ୍ତି। ରବିବାର ସିଡନୀରେ ଚାଲିଥିବା ଦ୍ୱିତୀୟ ଦିନିକିଆରେ ଗୋଡ ଆଘାତ ଯୋଗୁ ତାଙ୍କୁ ପଡ଼ିଆ ଛାଡିବାକୁ ପଡିଥିଲା। ବୁଧବାର ଖେଳାଯିବାକୁ ଥିବା…

୪୦ କୃଷକଙ୍କୁ ହତ୍ୟା

ମାଇଡୁଗୁରି, ୩୦।୧୧: ନାଇଜେରିଆର ବର୍ନୋ ରାଜ୍ୟରେ ଇସ୍‌ଲାମୀୟ ଆତଙ୍କବାଦୀ ସଂଗଠନ ବୋକୋ ହାରାମ ସଦସ୍ୟଙ୍କ ଆକ୍ରମଣରେ ୪୦ ଜଣ କୃଷକ ପ୍ରାଣ ହରାଇଛନ୍ତି। ସେମାନେ ଧାନ ବିଲରେ ଫସଲ ଅମଳ କରୁଥିବାବେଳେ ଆକ୍ରମଣ ହୋଇଥିଲା। ବର୍ନୋ ସମ୍ପ୍ରଦାୟ ଧାନଚାଷ ପାଇଁ ଜଣାଶୁଣା।…

ଘରକୁ ଫେରୁଛନ୍ତି ଜିଲା ବାହାର ଶ୍ରମିକ

ବରଗଡ଼ ଅଫିସ,୩୦ା୧୧:ମହାମାରୀ କରୋନା ସଭିଁଙ୍କ ରୋଜଗାର ଛଡ଼ାଇ ନେଇଛି। ଏଥିରେ ଶ୍ରମଜୀବୀ ଶ୍ରେଣୀର ଲୋକେ ଅଧିକ ପ୍ରଭାବିତ ହୋଇଛନ୍ତି। କରୋନା ସଂକ୍ରମଣ ଆରମ୍ଭ ହେବାଠାରୁ ଶ୍ରମିକଙ୍କ ଦୁର୍ଦ୍ଦଶା ବଢ଼ି ଯାଇଛି ଯେ, ତାହା ଥମିବାର ନାଁ ନେଉ ନାହିଁ। ଚଳିତ ଧାନ…

୧ ନିୟୁତ ଡଲାର ଦେବ ଏସ୍‌ଏଫ୍‌ଜେ

ନୂଆଦିଲ୍ଲୀ, ୩୦।୧୧(ଆଇଏଏନ୍‌ଏସ୍‌): ହଜାର ହଜାର କୃଷକ ଦିଲ୍ଲୀର ତିନୋଟି ଆନ୍ତଃରାଜ୍ୟ ସୀମାରେ ଆନ୍ଦୋଳନ ଚଳାଇଥିବାବେଳେ ବେଆଇନ ପୃଥକବାଦୀ ସଂଗଠନ ‘ଶିଖ୍‌ସ ଫର୍‌ ଜଷ୍ଟିସ୍‌’ (ଏସ୍‌ଏଫ୍‌ଜେ) ଗୋଳିଆ ପାଣିରୁ ମାଛ ଧରିବାକୁ ଉଦ୍ୟମ କରିଛି। ହରିୟାଣାରେ ପୋଲିସ କାର୍ଯ୍ୟାନୁଷ୍ଠାନରେ ଆହତ ଓ କ୍ଷତିଗ୍ରସ୍ତ…

ଧ୍ରୁବୀକରଣର ପ୍ରୟୋଗଶାଳା

ହାଇଦ୍ରାବାଦ/ନୂଆଦିଲ୍ଲୀ,୩୦ା୧୧: ଡିସେମ୍ବର ୧ରେ ହେବାକୁ ଥିବା ଗ୍ରେଟର ହାଇଦ୍ରାବାଦ ମ୍ୟୁନିସିପାଲ କର୍ପୋରେଶନ (ଜିଏଚ୍‌ଏମ୍‌ସି) ନିର୍ବାଚନ ଉଭୟ ଜାତୀୟ ଓ ଆଞ୍ଚଳିକ ଦଳଗୁଡ଼ିକ ପାଇଁ ଅଗ୍ନିପରୀକ୍ଷା ହୋଇଛି। ହାଇଦ୍ରାବାଦ ତେଲଙ୍ଗାନାର ରାଜଧାନୀ ଓ ଅର୍ଥନୈତିକ ଇଞ୍ଜିନ ହୋଇଥିବାରୁ ନିର୍ବାଚନ ଜିତିବା ପାଇଁ ଶାସକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?