ବଡ ଘୋଷଣା କରିପାରନ୍ତି ରଜନୀକାନ୍ତ

ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରର ପ୍ରସିଦ୍ଧ ଅଭିନେତା ରଜନୀକାନ୍ତ ଅଭିନୟ ଛାଡି ରାଜନୀତିରେ ଯୋଗଦେବେ। ସୋମବାର ତାଙ୍କ କାର୍ଯ୍ୟାଳୟ ଅଧିକାରୀଙ୍କ ସହ ଏକ ବୈଠକ କରି ରାଜନୀତିରେ ପ୍ରବେଶ କରିବେ। ତେବେ କିଛି ଦିନ ପୂର୍ବରୁ ଡାକ୍ତରମାନେ ତାଙ୍କୁ ସ୍ବାସ୍ଥ୍ୟଗତ କାରଣରୁ ରାଜନୀତିରେ ସକ୍ରିୟ ନ ହେବାକୁ ପରାମର୍ଶ ଦେଇଥିଲେ। ପ୍ରାୟ ଏକ ମାସ ପୂର୍ବେ ରଜନୀକାନ୍ତ କହିଥିଲେ ଯେ ସେ ଉପଯୁକ୍ତ ସମୟରେ ମାଣ୍ଡ୍ରମର ଅଧିକାରୀଙ୍କ ସହ ଆଲୋଚନା କରି ତାଙ୍କ ରାଜନୈତିତିକ ଆଭିମୁଖ୍ୟ ବିଷୟରେ ଜଣାଇବେ। ତେଣୁ ବୈଠକ ପରେ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା ଆଶା କରାଯାଉଛି। ୨୦୨୧ ଏପ୍ରିଲ-ମେ ମାସରେ ତାମିଲନାଡୁରେ ବିଧାନସଭା ନିର୍ବାଚନ ହେବ। ସୂଚନାଯୋଗ୍ୟ ଯେ ମାଣ୍ଡ୍ରାମ ଏକ ସଂସ୍ଥା ଭାବରେ କାର୍ଯ୍ୟକରୁଥିଲା। ତାମିଲନାଡୁ ବିଧାନସଭା ନିର୍ବାଚନ ପୂର୍ବରୁ ଏହାକୁ ଏକ ରାଜନୈତିକ ଦଳରେ ପରିଣତ ହେବା ପାଇଁ ଚେଷ୍ଟା ଚାଲିଛି। ୭୦ ବର୍ଷ ବୟସ୍କ ରଜନୀକାନ୍ତଙ୍କ କିଡନୀ ପ୍ରତିରୋପଣ ହେତୁ ଅନ୍ୟମାନଙ୍କ ତୁଳନାରେ ତାଙ୍କ ଶରୀରର ପ୍ରତିରକ୍ଷା ପ୍ରଣାଳୀ ସାମାନ୍ୟ ଦୁର୍ବଳ ହୋଇଯାଇଛି। ତେଣୁ କରୋନା ଜୀବାଣୁ ସଂକ୍ରମିତ ହେବାର ଆଶଙ୍କା ଅଧିକ ଥାଏ ବୋଲି ଡାକ୍ତରମାନେ ପ୍ରକାଶ କରିଛନ୍ତି। ଏହି ଦିଗକୁ ଦୃଷ୍ଟିରେ ରଖି ଡାକ୍ତରମାନେ ରଜନୀକାନ୍ତଙ୍କୁ ମହାମାରୀ ସମୟରେ ରାଜନୀତିରୁ ଦୂରେଇ ରହିବାକୁ ପରାମର୍ଶ ଦେଇଥିଲେ। କିଡନୀ ସମସ୍ୟାର ସମାଧାନ ପାଇଁ ସେ ୨୦୧୧ ରେ ସିଙ୍ଗାପୁରର ଏକ ଡାକ୍ତରଖାନାରେ ଚିକିତ୍ସିତ ହୋଇଥିଲେ ଏବଂ ପରେ ମେ ୨୦୧୬ ରେ ଆମେରିକାର ଡାକ୍ତରଖାନାରେ କିଡନୀ ପ୍ରତିରୋପଣ କରାଯାଇଥିଲା। ରଜନୀ କହିଥିଲେ ଯେ, ସେ ତାମିଲନାଡୁରେ ରାଜନୈତିକ ବିପ୍ଳବ ଆଣିବାକୁ ଚାହୁଁଛନ୍ତି ଏବଂ ସେ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁନାହାଁନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଦାଉଦଙ୍କ ଘର ଭଙ୍ଗା ଯାଇ ପାରୁ ନ ଥିବା ବେଳେ କାହିଁକି ଭଙ୍ଗାଗଲା କଙ୍ଗନାଙ୍କ ଘର: ଫଡନବିଶ

ମୁମ୍ବାଇ,୧୧ ।୯: ମହାରାଷ୍ଟ୍ର ସରକାର ଓ ବଲିଉଡ୍ ନାୟିକା କଙ୍ଗନା ରାନାୱତଙ୍କ ମଧ୍ୟରେ ତୁତୁ ମେମେ ଲାଗି ରହିଛି । ଇତିମଧ୍ୟରେ ମୁମ୍ବାଇ ପୋଲିସ କଙ୍ଗନାଙ୍କ...

ପୁଅଙ୍କ ଟ୍ରୋଲ୍‌ ସହିପାରିଲେନି ବିଗ୍‌ ବି, ଦେଲେ ଏମିତି କଡ଼ା ଜବାବ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନ ପୁଅ ଅଭିଷେକଙ୍କୁ ପ୍ରଶଂସା କରି ଏକ ଭାବପ୍ରବଣ ପୋଷ୍ଟ ଲେଖିଛନ୍ତି। ‘ଦସବୀ’ର ଟ୍ରେଲର ରିଲିଜ ହେବା ସହିତ ଅଭିଷେକଙ୍କୁ...

ରିୟାଙ୍କ ପ୍ରେମରେ ଉବୁଟୁବୁ ସୁଶାନ୍ତ, ହେଲେ କହୁଛନ୍ତି ‘ସେ ମୋର ଭଲ ବନ୍ଧୁ’

ମୁମ୍ବାଇ: ଅଭିନେତ୍ରୀ କ୍ରିତି ସାନନ୍‌ଙ୍କ ସହ ବ୍ରେକ୍‌ଅପ୍‌ ପରେ ଅଭିନେତା ସୁଶାନ୍ତ ସିଂହ ରାଜପୁତ କୁଆଡ଼େ ରିୟା ଚକ୍ରବର୍ତ୍ତୀଙ୍କ ପ୍ରେମରେ ପଡ଼ିଛନ୍ତି। କଥାଟିକୁ ଉଭୟ ସ୍ପଷ୍ଟ...

ଅନୀଲଙ୍କୁ କିମିଙ୍କ ସହିତ ଏକାଠି ଦେଖି ଶୁଟିଂସେଟ୍‌ରେ ଭଙ୍ଗାରୁଜା କରିଥିଲେ ସୁନୀତା…

ମୁମ୍ବାଇ: ବଲିଉଡ୍‌ର ଚକୋଲେଟ ହିରୋ ଅନୀଲ କପୁରଙ୍କ ଫିଲ୍ମ ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଥାଏ। ଅନୀଲଙ୍କ ଫିଲ୍ମ କ୍ୟାରିୟର ପରି ତାଙ୍କର ବ୍ୟକ୍ତିଗତ ଜୀବନ ମଧ୍ୟ...

ଫେମିନା ମିସ ଇଣ୍ଡିଆ ୨୦୨୨ର ମୁକୁଟ ପିନ୍ଧିଲେ କର୍ନାଟକ ସୁନ୍ଦରୀ ସିନି

ମୁମ୍ବାଇ,୪ ।୭: ଚଳିତ ବର୍ଷ ଅର୍ଥାତ୍ ୨୦୨୨ର ଫେମିନା ମିସ୍ ଇଣ୍ଡିଆ ମୁକୁଟ ପିନ୍ଧିଛନ୍ତି କର୍ନାଟକର ସୁ୍‌ନ୍ଦରୀ ସିନି ସେଟ୍ଟି । ଜୁଲାଇ ୩ରେ ମୁମ୍ବାଇର...

ଫିଲ୍ମ ଲାଇନ୍‌ ଛାଡ଼ି ଚାଷକାର୍ଯ୍ୟରେ ବ୍ୟସ୍ତ ଜୁହି

ସୁନ୍ଦର ଚେହେରା ଏବଂ ହସରେ କୋଟି କୋଟି ଦର୍ଶକଙ୍କ ମନ କିଣି ନେଇଥିବା ଅଭିନେତ୍ରୀ ଜୁହି ଚାଓ୍ବାଲା ଏବେ ଫିଲ୍ମ କରୁନାହାନ୍ତି ସତ ମାତ୍ର ସୋସିଆଲ...

ଆହତ ହେଲେ ସିଦ୍ଧାର୍ଥ

ମୁମ୍ବାଇ: ବଲିଉଡ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା ଖୁବଶୀଘ୍ର ଓଟିଟିରେ ଡେବ୍ୟୁ କରିବାକୁ ଯାଉଛନ୍ତି । ନିର୍ଦ୍ଦେଶକ ରୋହିତ ସେଟ୍ଟିଙ୍କ ୱେବ ସିରିଜ ‘ଇଣ୍ଡିଆନ ପୋଲିସ ଫୋର୍ସ’...

ମାଡାମ ଟୁସାଡ୍‌ସରେ ପ୍ରିୟଙ୍କା

ଲଣ୍ଡନ: ପ୍ରିୟଙ୍କା ଚୋପ୍ରାଙ୍କ ମହମ ପ୍ରତିମୂର୍ତ୍ତି ମଙ୍ଗଳବାର ମାଡାମ ଟୁସାଡ୍ସ ଲଣ୍ଡନରେ ଅନାବରଣ ହୋଇଛି। ସେ ହେଉଛନ୍ତି ପ୍ରଥମ ବଲିଉଡ ଅଭିନେତ୍ରୀ ଯାହାଙ୍କ ପ୍ରତିମୂର୍ତ୍ତି ସେଠାରେ...

Advertisement
Archives

Model This Week