ଓଡ଼ିଶାକୁ ଲୁଟୁଛନ୍ତି ଅଣ ଓଡ଼ିଆ ଅଫିସର

ଭୁବନେଶ୍ୱର,୩୦ା୧୧(ବ୍ୟୁରୋ):ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଥିବା ଆଇଏଫ୍‌ଏସ୍‌ ଅଫିସର ଅଭୟକାନ୍ତ ପାଠକ ଏବଂ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପ୍ରସଙ୍ଗ ରବିବାର ବିଧାନସଭାର ଶୂନ୍ୟକାଳରେ ଆଲୋଚନାର ମୁଖ୍ୟ ବିଷୟ ହୋଇଥିଲା। ଅଭୟକାନ୍ତ ଓ ତାଙ୍କ ପୁଅ ଆକାଶଙ୍କ ସହ ପୂର୍ବତନ ମନ୍ତ୍ରୀ ତଥା ବିଜେଡ଼ି ବିଧାୟକଙ୍କ ସମ୍ପୃକ୍ତି ଅଭିଯୋଗ ଆଣିଥିଲେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି। ବିଜେଡି ଶାସନ ସମୟରେ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଛି। ଅଣ ଓଡ଼ିଆ ଅଫିସରମାନେ ଓଡ଼ିଶାକୁ ଲୁଟି ନେଇଛନ୍ତି। ପାଠକ ଧରାପଡ଼ିବା ପରେ ଏହା ଆଜି ପୁଣିଥରେ ପ୍ରମାଣିତ ହୋଇଛି। ଶାସକ ଦଳର ବହୁ ନେତା, ମନ୍ତ୍ରୀ ମଧ୍ୟ ଏଥିରେ ଜଡିତ ଅଛନ୍ତି। ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ସେ ଗୃହରେ ଦାବି କରିଥିଲେ।
କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏହି ପ୍ରସଙ୍ଗ ଉଠାଇ କହିଥିଲେ, ମୁଖ୍ୟମନ୍ତ୍ରୀ ଦୁର୍ନୀତି ପ୍ରତି ଜିରୋ ଟଲରାନ୍ସ ବୋଲି କହି ବୁଲୁଛନ୍ତି। ହେଲେ ତାଙ୍କ ଶାସନ ସମୟରେ ଏତେ ବଡ଼ ବଡ଼ ଦୁର୍ନୀତି କିଭଳି ହେଉଛି। ଏତେ ଦକ୍ଷ ଭିଜିଲାନ୍ସ, ଇଣ୍ଟେଲିଜେନ୍ସ ଟିମ୍‌ ଥାଇ ଏଭଳି କେମିତି ହେଉଛି। ରାଜ୍ୟରେ ଭିଜିଲାନ୍ସ ସମ୍ପୂର୍ଣ୍ଣ ଫେଲ୍‌ ମାରିଥିବା ଏଥିରୁ ପ୍ରମାଣିତ ହୋଇଛି। ନଚେତ୍‌ ଘଟଣାକୁ ଦବାଇ ଦେବାକୁ ସରକାର ଉଦ୍ୟମ କରୁଥିବା ଜଣାପଡ଼ୁଛି ବୋଲି ସେ କହିଥିଲେ। ସେହିଭଳି ଭାଜପାର ସିବିଆଇ ତଦନ୍ତ ଦାବି ପ୍ରସଙ୍ଗକୁ ଟାର୍ଗେଟ କରି ନରସିଂହ କହିଥିଲେ, ସିବିଆଇ ତଦନ୍ତ ନିର୍ଦ୍ଦେଶ କେନ୍ଦ୍ର ସରକାର ଦିଅନ୍ତି। ଏଥିରେ ରାଜ୍ୟ ସରକାର ନିର୍ଦ୍ଦେଶ ଦେବାର ପ୍ରଶ୍ନ ମଧ୍ୟ ଉଠୁନାହିଁ। କେନ୍ଦ୍ର ‘ନୋ ଅବ୍‌ଜେକ୍ସନ’ ପାଇଁ ରାଜ୍ୟ ସରକାରଙ୍କୁ ଚିଠି ଲେଖିଲେ ରାଜ୍ୟ ସରକାର ସେଥିରେ କେବଳ ଉତ୍ତର ଦେବେ। ହେଲେ ଭାଜପା ସଦସ୍ୟମାନେ ଅପ୍ରସଙ୍ଗକୁ ପ୍ରସଙ୍ଗ କରି ଗୃହକୁ ଅଚଳ କରୁଥିବା ସେ କହିଥିଲେ। କଂଗ୍ରେସ ସଦସ୍ୟ ସନ୍ତୋଷ ସିଂ ସାଲୁଜା ମଧ୍ୟ ଗୃହରେ ପାଠକ ଏବଂ ଜଙ୍ଗଲ ବିଭାଗର ଦୁର୍ନୀତି ପ୍ରସଙ୍ଗ ଉଠାଇଥିଲେ। ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇଛି। ଦୁର୍ନୀତି ଚରମସୀମାରେ ପହଞ୍ଚତ୍ଛି। ଲୋକଙ୍କ ପାଇଁ ଖର୍ଚ୍ଚ କରିବାକୁ ସରକାରଙ୍କ ପାଖରେ ଅର୍ଥନାହିଁ। ହେଲେ ପାଠକଙ୍କ ଭଳି ଅଫିସର କୋଟି କୋଟି ଟଙ୍କାର ଅର୍ଥ ହଡ଼ପ କରିନେଉଛନ୍ତି। ସରକାରୀ ଅଧିକାରୀଙ୍କ ପାଖରେ ହଜାର ହଜାର କୋଟି କେଉଁଠାରୁ ଆସୁଛି। କାମ୍ପା ଫଣ୍ଡ୍‌ ନା ମହାନଦୀ ବନୀକରଣ ପ୍ରକଳ୍ପରୁ ପାଠକ ଏହି ଅର୍ଥ ହରିଲୁଟ୍‌ କରିଛନ୍ତି ବୋଲି ସେ ପ୍ରଶ୍ନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ଟି୨୦ ଜିତିଲା ଭାରତ, ୨-୧ରେ ସିରିଜ୍‌ ଆଗୁଆ

ଇନ୍ଦୋର,୧୧ା୧୦: ଅଭିଷେକ ଶର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ପରେ ଅର୍ଶଦୀପ ସିଂଙ୍କ ଘାତକ ବୋଲିଂ ବଳରେ ଏଠାରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୧୪ ରନରେ…

ଚାଲିଥିଲା ବଡ଼ଧରଣର ଜୁଆ ଆଡ୍ଡା: ମାଡ଼ି ବସିଲା ପୋଲିସ, ୭୦ ଅଟକ

ପାରଳାଖେମୁଣ୍ଡି,୧୧।୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦେବୀତି ଗ୍ରାମରେ ଚାଲିଥିବା ଏକ ବଡ଼ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରି…

ବଡ଼ ଘୋଷଣା କଲେ ଟ୍ରମ୍ପ, ରୁଷିଆ-ୟୁକ୍ରେନ ମଧ୍ୟରେ ହେଲା….

ଓ୍ବାଶିଂଟନ,୧୧।୧୦: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ବଡ଼ ଘୋଷଣା କରିଛନ୍ତି । ଦୁଇ ଦେଶ ମଧ୍ୟରେ…

ଗଣ୍ଡ ସମାଜର ନୂଆଁଖାଇ ଭେଟ୍‌ଘାଟ୍‌, ଏକତା, ସଂଗଠନକୁ ସୁଦୃଢ଼ କରିବାକୁ ଆହ୍ବାନ

କୋକସରା,୧୧।୧୦ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କୋକସରା ଧାନ ମଣ୍ଡି ପରିସରରେ କୋକସରା ବ୍ଲକ ଗଣ୍ଡ ସମାଜ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ…

ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ, ଓ୍ବେଷ୍ଟଇଣ୍ଡିଜ୍‌ ଆଗରେ ୨୨୪ ରନ୍‌ର ଟାର୍ଗେଟ ରଖିଲା ଭାରତ

ଇନ୍ଦୋର,୧୧ା୧୦: ହୋଲ୍କର ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପରସ୍ପରକୁ ଭେଟିଛନ୍ତି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଅଭିଷେକ ଶର୍ମାଙ୍କ ବିସ୍ଫୋରକ…

‘କୃଷି, ଏକତା ଅଘରିଆଙ୍କ ଶକ୍ତି’

ବଲାଙ୍ଗୀର,୧୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ୮୪ ଘର ଅଘରିଆ ସମାଜ ପକ୍ଷରୁ ରବିବାର ସ୍ଥାନୀୟ କୋଶଳ କଳା ମଣ୍ଡଳରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି। ଅଘରିଆ ସମାଜର…

CJP ବିକ୍ଷୋଭ ମଧ୍ୟରେ ବଡ଼ ଘୋଷଣା କଲେ ରାହୁଲ, କହିଲେ କାଲି ପୂରା ଭାରତ…

ନୂଆଦିଲ୍ଲୀ,୧୧।୧୦: ସୁପ୍ରିମକୋର୍ଟ ଯାଏ ମାର୍ଚ୍ଚ କରିବା ସହ ଭାରତର ପ୍ରଧାନ ବିଚାରପତି (CJI)ଙ୍କୁ ଦାବିପତ୍ର ପ୍ରଦାନ କରିବାକୁ ଘୋଷଣା କରିଛନ୍ତି କଂଗ୍ରେସ ଏମପି ରାହୁଲ ଗାନ୍ଧୀ। ସୋମବାର…

କୋର୍ଟରେ ଜାମିନ ନାମଞ୍ଜୁର ଜେଲ ଗଲେ ଅଭିଯୁକ୍ତ, ଜାଣନ୍ତୁ କ’ଣ ଥିଲା ମାମଲା…

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ପିଣ୍ଟୁ ସାହୁଙ୍କୁ ରବିବାର ଦିଗପହଣ୍ଡି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?