Posted inଜାତୀୟ

ବାରାଣସୀରେ ‘ଦେବ ଦୀପାବଳି’ ମନାଇବେ ମୋଦି: ଗଙ୍ଗା ଘାଟରେ ଜଳାଯିବ ୧୧ଲକ୍ଷ ଦୀପ

ବାରାଣସୀ,୩୦।୧୧: ଅଯୋଧ୍ୟାରେ ଦୀପାବଳି ପାଳନ କରାଯିବା ପରେ ଏବେ ଉତ୍ତରପ୍ରଦେଶ ସରକାର ବାରାଣସୀରେ ‘ଦେବ ଦୀପାବଳି’ର ଭବ୍ୟ ଆୟୋଜନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ନିଜ ନିର୍ବାଚନମଣ୍ଡଳୀକୁ ଗସ୍ତ କରିବେ। ଦେବ ଦୀପାବଳି ସମାରୋହରେ ମୋଦିଙ୍କ ସହ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ସାମିଲ ହେବେ। କୁହାଯାଉଛି, ଚଳିତ ଥର ଦେବ ଦୀପାବଳି ଉତ୍ସବରେ ଗଙ୍ଗା ଘାଟରେ ୧୧ଲକ୍ଷ ଦୀପ ଜଳାଯିବ। ଯାହ ନିଜ ସ୍ତରରେ ଏକପ୍ରକାର ରେକର୍ଡ କରିଛି। ଏଥିସହ ଚେତସିଂହ ଘାଟରେ ଭବ୍ୟ ଲେଜର ଶୋ’ ଆୟୋଜିତ ହୋଇଥିବା ବେଳେ ରାବଣ ରଚିତ ଶିବ ତାଣ୍ଡବ ସ୍ତ୍ରୋତମ୍‌, ଶିବ ସ୍ତୁତି ଆଦିର ପୂର୍ବାଭ୍ୟାସ କରାଯାଇଛି।

ମୋଦିଙ୍କ ଆଗମନ ପାଇଁ ଏହି ଉତ୍ସବର ଭବ୍ୟ ଆୟୋଜନ କରାଯାଇଛି। ତାଙ୍କ ପାଇଁ ବିଶେଷ କରି ଲେଜର ଶୋ’ ପ୍ରସ୍ତୁତ କରାଯାଇଛି। ସଚନାଯୋଗ୍ୟ, ସୋମବାର ଦ୍ୱିପ୍ରହରେ ୨ଟା ୧୦ ମିନିଟ୍‌ରେ ପ୍ରଧାନମନ୍ତ୍ରୀ ମୋଦି ବାରାଣସୀର ବାବତପୁର ବିମାନବନ୍ଦରରେ ପହଞ୍ଚିବେ। ସନ୍ଧ୍ୟା ୫ଟା ୪୫ ମିନିଟ୍‌ରେ ମୋଦି କ୍ରୁଜ୍‌ରେ ରବିଦାସ ଘାଟ ପାଇଁ ବାହାରିବେ ଏବଂ ଚେତସିଂହ ଘାଟରେ ୧୦ ମିନିଟ୍‌ ରହି ଲେଜର ଶୋ’କୁ ଉପଭୋଗ କରିବେ। ତେବେ ମୋଦିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାମମନ୍ଦିର ପାଇଁ ଆଧାରଶିଳା

ଅଯୋଧ୍ୟା,୬ା୮: ଅଯୋଧ୍ୟା ଅଧ୍ୟାୟରେ ଭାରତ ଏକ ସ୍ବର୍ଣ୍ଣିମ ଫର୍ଦ୍ଦ ଯୋଡ଼ିଛି। ଲୋକଙ୍କ ଶତାବ୍ଦୀ ପୁରୁଣା ପ୍ରତୀକ୍ଷାର ଅନ୍ତ ଘଟିଛି। ବର୍ଷ ବର୍ଷ ଧରି ଅସ୍ଥାୟୀ ତମ୍ବୁ...

ବାହ୍ୟ ବିପଦର ମୁକାବିଲା କରିବ ରାଷ୍ଟ୍ରୀୟ ଏକତା

ନୂଆଦିଲ୍ଲୀ: ଭାରତରେ ରାଜନୈତିକ ଏକତ୍ରୀକରଣ ପାଇଁ ଭାରତର ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଓ ପ୍ରଥମ ସ୍ବରାଷ୍ଟ୍ରମନ୍ତ୍ରୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ସ୍ବାଧୀନତା ପରେ ଦେଶରେ...

ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୋଦି

ନୂଆଦିଲ୍ଲୀ, ୨।୧୦: ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କ ଆଜି ୧୫୦ତମ ଜନ୍ମଦିବସ। ଏହି ଅବସରରେ ସାରା ଦେଶରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ବୁଧବାର ସକାଳୁ ପ୍ରଧାନମନ୍ତ୍ରୀ...

ଚନ୍ଦ୍ରୟାନ-୩: ଭାରତ-ଜାପାନ ମିଳିତ ଭାବେ କାର୍ଯ୍ୟ କରିବା ସମ୍ଭାବନା

ନୂଆଦିଲ୍ଲୀ,୮।୯: ଭାରତର ଚନ୍ଦ୍ରୟାନ-୨ ମିଶନ ବିଫଳ ହୋଇଛି। ତେବେ ଇସ୍ରୋ ପକ୍ଷରୁ ଚନ୍ଦ୍ରୟାନ-୩ ମିଶନ ପାଇଁ ଯୋଜନା ଆରମ୍ଭ ହୋଇଛି। ଏଥିରେ ଭାରତ-ଜାପାନ ମିଳିତ ଭାବେ...

କୃଷକଙ୍କ ଆନ୍ଦୋଳନ : ପଞ୍ଜାବରେ ପାଣ୍ଠି ସଂଗ୍ରହର ମାଧ୍ୟମ ପାଲଟିଛି ବିବାହ

ଚଣ୍ଡିଗଡ଼,୧୧।୧୨: ରାଜଧାନୀ ଦିଲ୍ଲୀ-ହରିୟାଣା ସୀମାରେ ଚାଲିଥିବା କୃଷକ ଆନ୍ଦୋଳନ ଶୁକ୍ରବାର ୧୬ ଦିନରେ ପ୍ରବେଶ କରିଛି। ଏହି ଆନ୍ଦୋଳନକୁ ମିଳୁଛି ଦେଶର ବିଭିନ୍ନ ମହଲରୁ ସମର୍ଥନ।...

ଧ୍ୱଂସ ହେବ ଆତଙ୍କବାଦୀ ଶିବିର: ସତ୍ୟପାଲ ମଲିକ

ଜମ୍ମୁ,୨୧।୧୦: ପାକ୍‌ ଅଧିକୃତ କଶ୍ମୀର(ପିଓକେ)ରେ ଆତଙ୍କବାଦୀ ଶିବିରକୁ ଟାର୍ଗେଟ କରି ଭାରତୀୟ ସେନା ଯେଉଁ ତୋପ ବ୍ୟବହାର କରିଥିଲା ତାକୁ ନେଇ ଜମ୍ମୁ-କଶ୍ମୀର ରାଜ୍ୟପାଳ ସତ୍ୟପାଲ...

ଆରଜନ୍ମରେ ଘୋଡା ହୋଇ ଜନ୍ମ ନେବାକୁ ଚାହୁଁଥିଲେ ପ୍ରଣବ ମୁଖାର୍ଜୀ, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧।୮: ଦୀର୍ଘ ଦିନର ଅସୁସ୍ଥତା ପରେ ସୋମବାର ପୂର୍ବତନ ରାଷ୍ଟ୍ରପତି ମୁଖାର୍ଜୀଙ୍କ ଦେହାନ୍ତ ହୋଇଥିଲା। ସେ ଆର୍ମି ରିସର୍ଚ୍ଚ ଏବଂ ରେଫରାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ।...

ଉପବାସରେ ବସିଲେ ବିଜୟ ଗୋଏଲ

ନୂଆଦିଲ୍ଲୀ,୧।୧୧: ଦୀପାବଳି ପରେ ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ଗମ୍ଭୀର ରୂପ ଧାରଣ କରିଛି। ଏହାକୁ ନେଇ ବିରୋଧୀ ଭାଜପା କେଜିରଓ୍ବାଲ ସରକାରଙ୍କୁ ଘେରିଛି। ଶୁକ୍ରବାର ଭାଜପା...

Play 250+ Trending Games
Archives

Model This Week

Why Dharitri